କନକ ବ୍ୟୁରୋ : ଶ୍ରାବଣ ଶେଷ ସୋମବାରରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୨ଟାରୁ ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି । ସ୍ୱତନ୍ତ୍ର ନୀତିକାନ୍ତି ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଜଳଲାଗି ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା ସେତୁରେ ବ୍ୟାରିକେଟ୍Continue reading “ଆଜି ଶ୍ରାବଣ ମାସର ଶେଷ ସୋମବାର : ଜଳଲାଗି ଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡ”
Tag Archives: News
ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ : କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ
କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ । କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ବିଜେପି ସାଂସଦ । ଅଠାନ୍ତର ରାସ୍ତାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତାContinue reading “ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ : କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ”
ଚିରନିଦ୍ରାରେ କବି ଜୟନ୍ତ ମହାପାତ୍ର : ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୪Continue reading “ଚିରନିଦ୍ରାରେ କବି ଜୟନ୍ତ ମହାପାତ୍ର : ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ”
ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଚମକିଲେ ନୀରଜ ଚୋପ୍ରା : ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ
କନକ ବ୍ୟୁରୋ : ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଚମକିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲ୍ରେ ନୀରଜ ଫାଉଲ୍ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାରContinue reading “ବିଶ୍ୱ ଆଥଲେଟ ଚମ୍ପିୟନସିପରେ ଚମକିଲେ ନୀରଜ ଚୋପ୍ରା : ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ”
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ: ୯୫ ବର୍ଷ ବୟସରେ ଆଖିବୁଜିଲେ ଜୟନ୍ତ ମହାପାତ୍ର
କନକ ବ୍ୟୁରୋ: ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ସ୍ୱାସ୍ଥ୍୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଂଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ରContinue reading “ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ: ୯୫ ବର୍ଷ ବୟସରେ ଆଖିବୁଜିଲେ ଜୟନ୍ତ ମହାପାତ୍ର”
ପଶ୍ଚିମବଙ୍ଗରେ ବଡ ଦୁର୍ଘଟଣା: ବିସ୍ଫୋରଣରେ ଥରିଲା ବେଆଇନ ବାଣ କାରଖାନା
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଉତର ଚବିଶ ପରଗଣାରେ ବାଣ କାରଖାନାରେ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଘଟଣାସ୍ଥଳରେ ପହଂଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ରବିବାର ସକାଳ ପ୍ରାୟ ୮ଟା ସ୍ଥାନ-ଉତ୍ତର ୨୪ ପ୍ରଗଣା, ପଶ୍ଚିମବଙ୍ଗ ସବୁଦିନ ଭଳି ଏହି ବାଣ କାରଖାନାରେ ଶ୍ରମିକମାନେ କାମ କରୁଥିଲେ । ଆଉ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା । ହଠାତ କଣContinue reading “ପଶ୍ଚିମବଙ୍ଗରେ ବଡ ଦୁର୍ଘଟଣା: ବିସ୍ଫୋରଣରେ ଥରିଲା ବେଆଇନ ବାଣ କାରଖାନା”
ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ! କାରଣ ଖୋଜୁଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ
କନକ ବ୍ୟୁରୋ: ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ । ଦେଖିବାକୁ ମିଳୁଛି ଅଧିକ ସଂଖ୍ୟାରେ କଳା ବାଘ । ବାଘର ରଂଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଖ୍ୟା କମୁଥିବାରୁ ଆନୁବଂଶିକ ରୂପାନ୍ତରଣକୁ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ରଙ୍ଗ ପରିବର୍ତନ, ବାଘବଂଶ ଉପରେ ପକାଇବ କି ପ୍ରଭାବ? ଜୈବ ବିବିଧତା ପାଇଁ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବଦଳୁଛି ବାଘର ରଙ୍ଗ । ବିଶେଷଜ୍ଞଙ୍କContinue reading “ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ! କାରଣ ଖୋଜୁଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ”
ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ: ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା
କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ । ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା । ଅପରାହ୍ନ ୪ଟା ୩୦ରୁ ଟ୍ରେନ ଚଳାଚଳ ଠପ । ଷ୍ଟେସନରେ ହଜାର ହଜାର ଯାତ୍ରୀଙ୍କ ଲାଗିଛି ଭିଡ । ରେଳଯାତ୍ରୀଙ୍କୁ ଦିଆଯାଇନି କୌଣସି ସୂଚନା । ଟ୍ରେନ ଠିକ ସମୟରେ ନଆସିବାରୁ ଯାତ୍ରୀ ଅସନ୍ତୋଷ । ଟ୍ରାକ କାମ ଚାଲୁଥିବାରୁ ଟ୍ରେନ ଆସୁନଥିବା ସୂଚନା । The post ଭୁବନେଶ୍ୱର ରେଳ ଷ୍ଟେସନକୁContinue reading “ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ: ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା”
ନଡିଆ ଖଡିକାରୁ ପ୍ରସ୍ତୁତ ହେଉଛି ଘରସଜା ସାମଗ୍ରୀ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ସ୍ୱଂୟସହାୟକ ଗୋଷ୍ଠୀର ମହିଳା
କନକ ବ୍ୟୁରୋ : କୌଣସି ତାଲିମ ନନେଇ ମହିଳା ମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ନଡିଆ ଖଡିକାରେ ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ଡାଲା ଭଳି ବିଭିନ୍ନ ପ୍ରକାରର ଗୃହ ଉପକରଣ ଜିନିଷ ତିଆରି କରି ନିଜେ ଉପାର୍ଜନକ୍ଷମ ହୋଇପାରୁଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ ଖଗେଶ୍ୱରପୁର ଗାଁର ପ୍ରାୟ ୭୦ ପ୍ରତିଶତ ମହିଳା ଏହି କାମ କରି କିଛି କିଛି ରୋଜଗାର କରନ୍ତି । ଦୀର୍ଘ ଦିନ ହେଲା ବିନାContinue reading “ନଡିଆ ଖଡିକାରୁ ପ୍ରସ୍ତୁତ ହେଉଛି ଘରସଜା ସାମଗ୍ରୀ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ସ୍ୱଂୟସହାୟକ ଗୋଷ୍ଠୀର ମହିଳା”
ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପରିବା ଚାଷ । ଘରେ ବସିରହୁଥିବା ମହିଳା ଏବେ ହୋଇଛନ୍ତି ରୋଜଗାରକ୍ଷମ
କନକ ବ୍ୟୁରୋ : ରୋଜଗାର ପାଇଁ କିଏ ମିଲେଟ ମିଶନର ସାହାରା ନେଉଛି ତ ଆଉ କିଏ କୁକୁଡା ଚାଷ କରୁଛି । ଠିକ୍ ସେହିଭଳି ପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅଂଚଳର ଏସଏଚଜି ମହିଳା । ମା ଦୁର୍ଗା ଏସଏଚଜିର ମହିଳା ମାନେ ଦୀର୍ଘ ୩ବର୍ଷ ହେଲା ପରିବା ଚାଷ କରୁଥିବା ବେଳେ ପରିବା ବିକ୍ରି କରି କିଛି କିଛି ରୋଜଗାର କରିପାରୁଛନ୍ତି । ମହିଳା ମାନେ ପ୍ରଥମେ ଏକ ଲକ୍ଷContinue reading “ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପରିବା ଚାଷ । ଘରେ ବସିରହୁଥିବା ମହିଳା ଏବେ ହୋଇଛନ୍ତି ରୋଜଗାରକ୍ଷମ”