କନକ ବ୍ୟୁରୋ : ଶୁକ୍ରବାର ସଡକ ଦୁର୍ଘଟଣାରେ ଘଟଗାଁ ଯାଉଥିବା ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ଏନଏଚଆଇ କର୍ତୃପକ୍ଷଙ୍କ ନାଁରେ ମାମଲା ରୁଜୁ କରିଛି କେନ୍ଦୁଝର ପରିବହନ ବିଭାଗ । ରାସ୍ତା କାମ ଶେଷ କରିନଥିବା ଓ ଠିକରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ଆଣି ଏତଲା ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଶୂନ୍ୟ ମୃତାହତ ସପ୍ତାହ ପାଳନ ସମୟରେ ଘଟୁଛି ଅଧିକ ଦୁର୍ଘଟଣା ।Continue reading “ଘଟଗାଁ ବାଲିଯୋଡି ଦୂର୍ଘଟଣା ମାମଲା : ଏନଏଚଏଆଇକୁ ଦାୟୀ କଲା ପରିବହନ ବିଭାଗ”
Author Archives: Raghaba
ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ
କନକ ବ୍ୟୁରୋ : ପାରାଦୀପ ବନ୍ଦରରେ ପଣ୍ୟ ଲୋଡିଂ କରୁଥିବା ଏମ ଭି ଦେବୀ ନାମକ ଜାହାଜରୁ ୨୨୦ କୋଟି ଟଙ୍କାର, କୋକେନ ଜବତ ପରେ, ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ପରିମାଣର କୋକେନ ପ୍ରକୃତରେ କେଉଁଠୁ ଆସୁଥିଲା, କେଉଁଠିକୁ ଯାଉଥିଲା? ଏହାର ଓଡିଶା କନେକ୍ସନ ରହିଛି କି ନାହିଁ? ଏ ସବୁର ସତ ଖୋଜୁଛନ୍ତି କଷ୍ଟମ ବିଭାଗ ସମେତ ଦେଶର ବଡ ବଡ ତଦନ୍ତକାରୀ ସଂସ୍ଥା । ବିପୁଳ ପରିମାଣର କୋକେନContinue reading “ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ”
କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ
କନକ ବ୍ୟୁରୋ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳକୁ ସାରାଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଓଡିଶାର ବି ନଜର ରହିଛି । କିନ୍ତୁ ଏହା ଭିତରେ ଚଳଚଞ୍ଚଳ ହୋଇଛନ୍ତି ଓଡିଶାର ପ୍ରମୁଖ ରାଜନୈତିକ ଦଳ । ଜୋରଦାର ହୋଇଛି ମିଶ୍ରଣ ପର୍ବ । ଯାହା ରାଜ୍ୟ ରାଜନୀତିକୁ ସରଗମ କରିଛି । ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା ଭିତରେ, ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ଦୃଶ୍ୟ ଭିନ୍ନ ବାର୍ତା ଦେଉଛି । ରାଜ୍ୟର ରାଜନୈତିକ ପାଣିପାଗContinue reading “କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ”
ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ! ମାଇକ ଯୋଗେ ସଚେତନ କଲା କୃଷି ବିଭାଗ
କନକ ବ୍ୟୁରୋ : ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ଓଡ଼ିଶାର ଦକ୍ଷିଣ ଉପକୂଳବର୍ତି ଜିଲ୍ଲା ସମେତ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି ପଡ଼ିଛନ୍ତି ଗୁଣୁପୁର ଚାଷୀ । କୃଷି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଗାଁଗାଁ ବୁଲି ଚାଷୀଙ୍କୁ ସଚେତନ କରାଯାଉଛି । କଟା ହୋଇଥିବାContinue reading “ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ! ମାଇକ ଯୋଗେ ସଚେତନ କଲା କୃଷି ବିଭାଗ”
କାଲି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ତେଲେଙ୍ଗାନା, ଛତିଶଗଡ଼ରେ ଆସିପାରେ କଂଗ୍ରେସ
କନକ ବ୍ୟୁରୋ : କାଲି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ ବିଧାନସଭାର ରେଜଲ୍ଟ । ତା ପୂର୍ବରୁ ପୂଜାର୍ଚ୍ଚନା କଲେଣି ନେତା । ସାରା ଦେଶର ନଜର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ଫଳାଫଳ ଉପରେ ରହିଛି । ଆଉ ତାପୂର୍ବରୁ ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟContinue reading “କାଲି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ । ତେଲେଙ୍ଗାନା, ଛତିଶଗଡ଼ରେ ଆସିପାରେ କଂଗ୍ରେସ”
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ସମ୍ଭାବ୍ୟ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବା ପରେ ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆହୁରି ଘନିଭୂତ ହୋଇ ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ ନେବ । ୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତରContinue reading “ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ସମ୍ଭାବ୍ୟ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ”
୧୩୬ ଜଣ ବନ୍ଧକ ଏବେ ମଧ୍ୟ ହମାସ କବଜାରେ । ୩ ଜଣଙ୍କୁ ହତ୍ୟା କରିଛି ହମାସ
ଇସ୍ରାଏଲ୍ ସେନା ଦାବି କରିଛି ଯେ ଏହାର ଯୁଦ୍ଧ ବିମାନ ଗତ କିଛି ଘଣ୍ଟା ମଧ୍ୟରେ ଗାଜା ଷ୍ଟ୍ରିପ୍ ଦେଇ ହମାସ୍ ର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ କମାଣ୍ଡ ସେଣ୍ଟର, ଟନେଲ ଏବଂ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ବ୍ୟବହାର କରିବା ପାଇଁ ବ୍ୟବହୃତ ସ୍ଥାନ ଅନ୍ତର୍ଭୁକ୍ତ । ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ୭ ଦିନର ଅସ୍ତ୍ରବିରତି ସମାପ୍ତ ହେବା ମାତ୍ରେ ଯୁଦ୍ଧ ପୁଣି ଆରମ୍ଭ ହୋଇଛି । ପ୍ରଥମେ ହମାସContinue reading “୧୩୬ ଜଣ ବନ୍ଧକ ଏବେ ମଧ୍ୟ ହମାସ କବଜାରେ । ୩ ଜଣଙ୍କୁ ହତ୍ୟା କରିଛି ହମାସ”
ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଫୁଲବାଣୀ ପୁତୁଡି ଜଳପ୍ରପାତ । ଘାଟିଦେଇ ବିପଦ ପୁର୍ଣ୍ଣ ରାସ୍ତାରେ ଯାଉଛନ୍ତି ପର୍ଯ୍ୟଟକ
କନକ ବ୍ୟୁରୋ : ପ୍ରାକୃତିକ ମନୋରମ ପରିବେଶରେ ରହିଛି ପର୍ଯ୍ୟଟନସ୍ଥଳୀ । ଫୁଲବାଣୀ ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ପୁତୁଡି ଜଳପ୍ରପାତ । ଅତି ମନୋରମ ପରିବଶେରେ ଥିବା ବେଳେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏହି ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନସ୍ଥଳୀର ମାନ୍ୟତା ବି ମିଳିସାରିଛି । ହେଲେ ପର୍ଯ୍ୟଟନସ୍ଥଳୀ ବିକାଶ କଥା ଭୁଲି ଯାଇଛନ୍ତି ସବୁ । ଯାହା ଫଳରେ ଅତି ସୁନ୍ଦର ପରିବେଶରେ ଥିବା ପୁତୁଡି ଜଳପ୍ରପାତକୁContinue reading “ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଫୁଲବାଣୀ ପୁତୁଡି ଜଳପ୍ରପାତ । ଘାଟିଦେଇ ବିପଦ ପୁର୍ଣ୍ଣ ରାସ୍ତାରେ ଯାଉଛନ୍ତି ପର୍ଯ୍ୟଟକ”
ଶାଗ ମାଛ ଦରରେ ଆଦିବାସୀଙ୍କ ଜମି ଅଧିଗ୍ରହଣ । ମାଲକାନଗିରିରେ ଜମିହରାଙ୍କୁ ବଜାର ଦରଠୁ କମ୍ ମୂଲ୍ୟ ପ୍ରଦାନ ଅଭିଯୋଗ
କନକ ବ୍ୟୁରୋ : ଶାଗ ମାଛ ଦରରେ ଜମି ଅଧିଗ୍ରହଣ । ସରକାରୀ ମୁଲ୍ୟ ୩ କୋଟି ୩୦ ଲକ୍ଷ । ଅଧିଗ୍ରହଣ ହେଉଛି ୬ ଲକ୍ଷ ଟଙ୍କା ଏକର ପିଛା ଦରରେ । ଏ ହେଉଛି ମାଲାକନଗିରି ଜିଲ୍ଲାରେ ଜାତୀୟ ରାଜପଥ ଲାଗି ଚାଲିଥିବା ଭୁମି ଅଧିଗ୍ରହଣର ବାସ୍ତବ ଚିତ୍ର । ମାଲକାନଗିରି ଜିଲ୍ଲା ଦେଇ ଯାଇ ଥିବା ୩୨୬ ନଂ ଜାତୀୟ ରାଜପଥରେ ଥିବା ୯ ଟି ତଳିଆ ପୋଲ ନିକଟରେ ସୁ-ଉଚ୍ଚ ପୋଲContinue reading “ଶାଗ ମାଛ ଦରରେ ଆଦିବାସୀଙ୍କ ଜମି ଅଧିଗ୍ରହଣ । ମାଲକାନଗିରିରେ ଜମିହରାଙ୍କୁ ବଜାର ଦରଠୁ କମ୍ ମୂଲ୍ୟ ପ୍ରଦାନ ଅଭିଯୋଗ”
ପାଣି ଅଭାବ ସାଙ୍ଗକୁ ଜଳସେଚନରେ ଅବ୍ୟବସ୍ଥା । ଫସଲ ନଷ୍ଟ ସହ ଧାନରୁ ବାହାରୁନି ଥୋଡ, ଗାଁରେ ଡେଙ୍ଗୁରା ବଜାଇ ଚାଷୀଙ୍କ ମେଳି
କନକ ବ୍ୟୁରୋ : ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲ ଧାନକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଅନେକContinue reading “ପାଣି ଅଭାବ ସାଙ୍ଗକୁ ଜଳସେଚନରେ ଅବ୍ୟବସ୍ଥା । ଫସଲ ନଷ୍ଟ ସହ ଧାନରୁ ବାହାରୁନି ଥୋଡ, ଗାଁରେ ଡେଙ୍ଗୁରା ବଜାଇ ଚାଷୀଙ୍କ ମେଳି”