କୋରାପୁରର ଅବହେଳିତ ପର୍ଯ୍ୟଟନସ୍ଥଳୀ । ପୁଞ୍ଜିସିଲ ଜଳ ପ୍ରପାତରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା

କନକ ବ୍ୟୁରୋ : ବୁଲା ବୁଲି ପାଇଁ କୋରାପୁଟ ଜ଼ିଲ୍ଲାରେ ରହିଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । କିଟିଏ ଅବସର ମିଳିଲେ ବଣ ପାହାଡ଼ ଘେରା ସୌଧର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଧାଇଁ ଆସନ୍ତି । ଜ଼ିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି, ଯାହା ଆଜିବି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହି ଯାଉଛି । ସେମିତି ଏକ ସ୍ଥାନ ହେଉଛି ଦଶମନ୍ତପୁର ବ୍ଲକ ପୋଡଡ଼ାଗଡ ଠାରେ ରହିଥିବା ପୁଞ୍ଜିସିଲ ଜଳପ୍ରପାତ ।Continue reading “କୋରାପୁରର ଅବହେଳିତ ପର୍ଯ୍ୟଟନସ୍ଥଳୀ । ପୁଞ୍ଜିସିଲ ଜଳ ପ୍ରପାତରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା”

ଯୁବ ଇଂଜିନିୟରଙ୍କ କୁକୁର ପ୍ରେମ । ବୁଲା କୁକୁରଙ୍କ ଭରସାର ବନ୍ଧୁ ରାକେଶ କୁମାର ରଥ

କନକ ବ୍ୟୁରୋ : ବିଦେଶୀ ଦାମୀ କୁକୁର ଘରେ ରଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ହେଲେ କିଛି ଯୁବପିଢି ଅଛନ୍ତି ଯେଉଁମାନେ ଦେଶୀ ବୁଲା କୁକୁରଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ରୋଷେଇ କରି ଖାଇବାକୁ ଦିଅନ୍ତି । ସେମିତି ଜଣେ ଯୁବକ ହେଉଛନ୍ତି ସଫ୍ଟୱେର ଇଂଜିନିୟର ରାକେଶ କୁମାର ରଥ । ୨୦୧୭ ମସିହାରୁ ବୁଲା କୁକୁରଙ୍କୁ ଭାତ-ଚିକେନ୍ ଖାଇବାକୁ ଦେଉଛନ୍ତି । ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ଅଛନ୍ତି, ନିଜContinue reading “ଯୁବ ଇଂଜିନିୟରଙ୍କ କୁକୁର ପ୍ରେମ । ବୁଲା କୁକୁରଙ୍କ ଭରସାର ବନ୍ଧୁ ରାକେଶ କୁମାର ରଥ”

ମହାକାଳପଡାରେ କେ-ଟୁ ପଟ୍ଟାରେ ଥଇଥାନ ହୋଇଥିଲେ ବଂଗୀୟ ଶରଣାର୍ଥୀ । ପଟ୍ଟାକୁ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟିକରଣ ପରେ ମୁଣ୍ଡ ଟେକିଲା ନୂଆ ବିବାଦ

କନକ ବ୍ୟୁରୋ : ମହାକାଳପଡାରେ ଶିଳ୍ପ ସ୍ଥାପନ ପାଇଁ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପ ମହାକାଳପଡା ବ୍ଲକର ଯେଉଁ ଅଂଚଳରେ ହେବାକୁ ଯୋଜନା ହୋଇଛିି, ସେହି ଅଂଚଳରେ ବଂଗୀୟ ଶରଣାର୍ଥୀଙ୍କ ଜମି ପଟ୍ଟାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ଗୋଟିଏ ପଟେ ବଂଗୀୟ ଶରଣାର୍ଥୀଙ୍କୁ ପୁଣି ଥରେ କେ-୨ ଜମି ପଟ୍ଟା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ କ୍ଲିନଚିଟ୍ ଦେଇଛନ୍ତି । କିନ୍ତୁ ଅନ୍ୟପଟେ ଏହାକୁ ନେଇ ସପକ୍ଷବାଦୀ ଓContinue reading “ମହାକାଳପଡାରେ କେ-ଟୁ ପଟ୍ଟାରେ ଥଇଥାନ ହୋଇଥିଲେ ବଂଗୀୟ ଶରଣାର୍ଥୀ । ପଟ୍ଟାକୁ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟିକରଣ ପରେ ମୁଣ୍ଡ ଟେକିଲା ନୂଆ ବିବାଦ”

ବ୍ୟବସ୍ଥାକୁ ଉପହାସ ରେବତୀଙ୍କ ଅସହାୟତା । ସ୍ୱାମୀଙ୍କ ଅନ୍ତେ ୩ ପିଲାଙ୍କୁ ଧରି ପିଲିଥିନ୍ ତଳେ କଟୁଛି ଜୀବନ

କନକ ବ୍ୟୁରୋ : ଭୋକ, ଅଭାବ ଓ ଅସୁବିଧା କଣ ଏହି ଚିତ୍ର ତାହା ବୟାନ କରୁଛି । ପିଲାଙ୍କ ମୁଣ୍ଡରୁ ବାପାଙ୍କ ହାତ ହଟିଗଲେ, ସ୍ତ୍ରୀ ସିନ୍ଥିର ସିନ୍ଦୁର ଲିଭିଗଲେ ଜୀବନ କେମିତି ଯନ୍ତ୍ରଣା ପାଲଟିଯାଏ । ବଂଚିବା ପାଇଁ ପ୍ରତି ମୁହୁର୍ତରେ କେତେ ସଂଘର୍ଷ କରିବାକୁ ପଡେ ତାହା ବାଲେଶ୍ୱର ସଦର ବ୍ଲକ ସାର୍ଥା ପଂଚାୟତ ଅନ୍ତର୍ଗତ ବଡଗଡିଆ ଗାଁର ରେବତୀ ଓ ତାଙ୍କ ପିଲାଙ୍କୁ ଦେଖିଲେ ଜଣାପଡେ । ପରିବାରର ଏକମାତ୍ର ରୋଜଗାରିଆContinue reading “ବ୍ୟବସ୍ଥାକୁ ଉପହାସ ରେବତୀଙ୍କ ଅସହାୟତା । ସ୍ୱାମୀଙ୍କ ଅନ୍ତେ ୩ ପିଲାଙ୍କୁ ଧରି ପିଲିଥିନ୍ ତଳେ କଟୁଛି ଜୀବନ”

ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଜୋରଧରିଛି ଫଳକ ରାଜନୀତି । ଗୋଟିଏ ପ୍ରକଳ୍ପ ପାଇଁ ଲାଗିଛି ଦୁଇଟି ଫଳକ

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ପଂଚାୟତର ୧୧ ନମ୍ବର ୱାର୍ଡ ମାଟିଘର ସାହିରେ କମ୍ୟୁନିଟି ହଲ ଓ ୩ ନମ୍ବର ୱାର୍ଡ ଦକ୍ଷିଣ ସାହିର ଜାଗୁଳାଇ ମନ୍ଦିର ପୁନଃଉଦ୍ଧାର ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ଆଉ ଏହି କାମ ପାଇଁ ଦୁଇଟି ଲେଖାଏଁ ଫଳକ ଲଗାଯାଇଛି । ବିଜେପି ସମର୍ଥିତ କର୍ମୀ କାମ କରିବା ନେଇ ଫଳକ ମାରିଥିବାContinue reading “ପିପିଲି ଚନ୍ଦ୍ରାଦେଇପୁର ପଂଚାୟତରେ ଜୋରଧରିଛି ଫଳକ ରାଜନୀତି । ଗୋଟିଏ ପ୍ରକଳ୍ପ ପାଇଁ ଲାଗିଛି ଦୁଇଟି ଫଳକ”

ବ୍ରହ୍ମପୁର ସହରରେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି ଅପରାଧୀ । ୫ବର୍ଷରେ ଜବତ ହୋଇଛି ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ

କନକ ବ୍ୟୁରୋ : ବ୍ରହ୍ମପୁର ସହର । ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥ୍ଳୀ ଯୋଗାଯୋଗାର ମାଧ୍ୟମ । କିନ୍ତୁ କିଛି ଦିନ ହେଲା, ଏହି ସହର ନକଲି ଖାଦ୍ୟ ସାମଗ୍ରୀ, ନିଶାଦ୍ରବ୍ୟ କାରବାର ଓ ବନ୍ଧୁକ ଚୋରାଚାଲାଣକୁ ନେଇ ଚର୍ଚ୍ଚାକୁ ଆସିଛି । ବ୍ରହ୍ମପୁର ସହରରେ ବନ୍ଧୁକ ରଖିଥିବା ଲୋକଙ୍କ ସଂଖ୍ୟା ବଢ଼ିବା ଆଲୋଚନାର ବିଷୟ ହୋଇଛି । ତଥ୍ୟ ଅନୁସାରେ ଅପରାଧିଙ୍କ ନିକଟରୁ ଗତ ୫ବର୍ଷରେ ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ ଜବତ ହୋଇଛି ।Continue reading “ବ୍ରହ୍ମପୁର ସହରରେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି ଅପରାଧୀ । ୫ବର୍ଷରେ ଜବତ ହୋଇଛି ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ”

ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ଚପାଇବା ପାଇଁ ସଇତାନ ସ୍ୱାମୀର ଚାଲ: ଥାନାରୁ ମାମଲା ପ୍ରତ୍ୟାହାର ପାଇଁ ଶ୍ୱଶୁରକୁ ଦେଇଥିଲା ୮ଲକ୍ଷ ଟଙ୍କା

କନକ ବ୍ୟୁରୋ: ପୋଲସରା କବିସୂର୍ଯ୍ୟନଗର ସାପ କାମୁଡ଼ିବା ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଶ୍ୱଶୁରଙ୍କୁ ୮ଲକ୍ଷ ଟଙ୍କା ଯାଜିଥିବା ସୂଚନା । ତଦନ୍ତ ବେଳେ କବିସୂର୍ଯ୍ୟନଗର ପୋଲିସ ହାତରେ କିଛି ଏଭଳି ତଥ୍ୟ ଲାଗିଛି । ଅଭିଯୁକ୍ତ ଗଣେଶ ନିଜ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ମାମଲାକୁ ଚପାଇବା ପାଇଁ ବିଭିନ୍ନ ପ୍ରୟାସ କରିଥିଲା । ମୃତ୍ୟୁର କିଛି ଦିନContinue reading “ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ଚପାଇବା ପାଇଁ ସଇତାନ ସ୍ୱାମୀର ଚାଲ: ଥାନାରୁ ମାମଲା ପ୍ରତ୍ୟାହାର ପାଇଁ ଶ୍ୱଶୁରକୁ ଦେଇଥିଲା ୮ଲକ୍ଷ ଟଙ୍କା”

୨୬.୧୧ ମୁମ୍ବାଇ ଆକ୍ରମଣ : କୁନିଝିଅ ଦେବିକାଙ୍କ ସାକ୍ଷୀ ଆଧାରରେ କସାବକୁ ମିଳିଥିଲା ଫାଶୀ । ଜାଣନ୍ତୁ ୧୫ ବର୍ଷ ପରେ କିଭଳି ଅଛନ୍ତି ଦେବିକା

କନକ ବ୍ୟୁରୋ : ୨୬.୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି । ଏହା ଏଭଳି ଆତଙ୍କବାଦୀ ଆକ୍ରମଣ ଥିଲା ଯେଉଁଥିରେ ୧୬୪ ଜଣ ଲୋକଙ୍କ ଜୀବନ ଯାଇଥିଲା ଓ ୩୦୦ ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ହେଲେ ଆତଙ୍କବାଦୀ କସାବ ଠାରୁ ଗୁଳି ଖାଇ ସେଦିନ ବଞ୍ଚିଯାଇଥିବା କୁନିଝିଅ ଦେବିକା ଆଜି କେଉଁ ପରିସ୍ଥିତିରେ ଅଛନ୍ତି । ସେ ୨୦୦୯ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀ କସାବକୁ ଚିହ୍ନଟ କରିଥିଲେContinue reading “୨୬.୧୧ ମୁମ୍ବାଇ ଆକ୍ରମଣ : କୁନିଝିଅ ଦେବିକାଙ୍କ ସାକ୍ଷୀ ଆଧାରରେ କସାବକୁ ମିଳିଥିଲା ଫାଶୀ । ଜାଣନ୍ତୁ ୧୫ ବର୍ଷ ପରେ କିଭଳି ଅଛନ୍ତି ଦେବିକା”

ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ନୂଆପଡ଼ା କୁରୁମୁଣ୍ଡାରେ ଗାଁରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ଆରମ୍ଭ ହେଲ ବର୍ତନ ବ୍ୟାଙ୍କ

କନକ ବ୍ୟୁରୋ: ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିନବ ଉପାୟ । ନୂଆପଡାର କୁରୁମୁଣ୍ଡା ଗାଁରେ ଆରମ୍ଭ ହୋଇଛି ବାସନ ବ୍ୟାଙ୍କ । ଗାଁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍ଥାନୀୟ ଭାଲେଶ୍ୱର ଗ୍ରାମପଂଚାୟତ ସରପଂଚ ସରୋଜ ଦେବୀଙ୍କ ଉଦ୍ୟମରେ ଏହି ବାସନ ବ୍ୟାଙ୍କ ପ୍ରତିଷ୍ଠା ହୋଇଛି । ଗାଁରେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଲେ କିମ୍ବା ବାହାଘର ହେଲେ ବିନା କୌଣସି ଫିସରେ ଲୋକଙ୍କୁ ବାସନ ସାମଗ୍ରୀ ଯୋଗାଦେଇଥାଏ ଏହି ବ୍ୟାଙ୍କ । ସାଧାରଣତଃContinue reading “ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଅଭିନବ ଉପାୟ: ନୂଆପଡ଼ା କୁରୁମୁଣ୍ଡାରେ ଗାଁରେ ସ୍ଥାନୀୟ ସରପଂଚଙ୍କ ଉଦ୍ୟମରେ ଆରମ୍ଭ ହେଲ ବର୍ତନ ବ୍ୟାଙ୍କ”

ଚୀନରେ ନିମୋନିଆକୁ ନେଇ ଆକ୍ସନରେ କେନ୍ଦ୍ର ସରକାର: ସ୍ୱାସ୍ଥ୍ୟ ଓ ହସ୍ପିଟାଲ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଚୀନରେ ଆତଙ୍କ ଖେଳାଇଛି ନିମୋନିଆ । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ପୁରା ପ୍ରସ୍ତୁତ ହୋଇ ରହିଛନ୍ତି । ରାଜ୍ୟଗୁଡିକ ମଧ୍ୟ ଏ ବାବଦରେ ଆବଶ୍ୟକ ସମୀକ୍ଷା କରନ୍ତୁContinue reading “ଚୀନରେ ନିମୋନିଆକୁ ନେଇ ଆକ୍ସନରେ କେନ୍ଦ୍ର ସରକାର: ସ୍ୱାସ୍ଥ୍ୟ ଓ ହସ୍ପିଟାଲ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ”

Design a site like this with WordPress.com
Get started