ନୂଆ ବର୍ଷରେ ରାଜ୍ୟ ଦେଖିବ ନୂଆ ଡିଜିପି । ସୁନୀଲ ବଂଶଲଙ୍କୁ ଅବସର ନେବାକୁ ମିଳିଲା ଅନୁମତି । ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ, ପରବର୍ତ୍ତୀ ଡିଜିପି ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ନୂଆ ବର୍ଷରେ ରାଜ୍ୟକୁ ମିଳିବ ନୂଆ ପୁଲିସ ମହାନିର୍ଦ୍ଦେଶକ । ବର୍ତମାନର ଡିଜିପି ସୁନୀଲ ବଂଶଲଙ୍କୁ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସୁନୀଲ ବଂଶଲ ଅବସର ଗ୍ରହଣ କରିବେ । ଏହା ପରେ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇିଛି । ନୂଆ ଡିଜିପିContinue reading “ନୂଆ ବର୍ଷରେ ରାଜ୍ୟ ଦେଖିବ ନୂଆ ଡିଜିପି । ସୁନୀଲ ବଂଶଲଙ୍କୁ ଅବସର ନେବାକୁ ମିଳିଲା ଅନୁମତି । ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ, ପରବର୍ତ୍ତୀ ଡିଜିପି ନେଇ ବଢିଲା ଚର୍ଚ୍ଚା ।”

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । 

କନକ ବ୍ୟୁରୋ: ଆସନ୍ତାକାଲି ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନContinue reading “ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । “

ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ।

କନକ ବ୍ୟୁରୋ: ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିବେ ଶହଶହ ଭିଭିଆଇପି । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ । ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ ।Continue reading “ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ମନୋରଞ୍ଜନ ପାଇଁ ହେବ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ।”

୮ ଦିନ ହେଲା ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଚାଲିଛି ଯୋଜନା । ଆଜି ଘଟଣାସ୍ଥଳକୁ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ । 

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି  । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବାContinue reading “୮ ଦିନ ହେଲା ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଚାଲିଛି ଯୋଜନା । ଆଜି ଘଟଣାସ୍ଥଳକୁ ଯାଇପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ । “

ତୃତୀୟ ବିଶ୍ୱକପ୍ ଟାଇଟଲ୍ ଲକ୍ଷ୍ୟରେ ଭାରତ । ଟିମ୍ ଇଣ୍ଡିଆର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ । କ୍ରିକେଟ ପ୍ରେମୀଙ୍କ ପାଇଁ  ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍ ।

କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଲେଣି କ୍ରିକେଟ୍ ପ୍ରେମୀ । ଭାରତର ବିଜୟ ପାଇଁ ଦେଶବ୍ୟାପୀ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ । କ୍ରିଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ଏଥର ବିଶ୍ୱକପ୍Continue reading “ତୃତୀୟ ବିଶ୍ୱକପ୍ ଟାଇଟଲ୍ ଲକ୍ଷ୍ୟରେ ଭାରତ । ଟିମ୍ ଇଣ୍ଡିଆର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ । କ୍ରିକେଟ ପ୍ରେମୀଙ୍କ ପାଇଁ  ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍ ।”

ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବିଶ୍ୱକପ୍ କ୍ରିକେଟ୍ର ଫାଇନାଲ ଫାଇଟ୍ । ରୋହିତ ଶର୍ମା କହିଲେ, ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବ ଦଳ ।

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଦିନ ୨ଟାରେ ପଡ଼ିବ ପ୍ରଥମ ବଲ । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ ।Continue reading “ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବିଶ୍ୱକପ୍ କ୍ରିକେଟ୍ର ଫାଇନାଲ ଫାଇଟ୍ । ରୋହିତ ଶର୍ମା କହିଲେ, ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବ ଦଳ ।”

ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ

କନକ ବ୍ୟୁରୋ : ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ସେହିପରି ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶେଷ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୧୫ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀଙ୍କ ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି।Continue reading “ଏସସି ଏସଟି ଆରଟିଆଇ ପକ୍ଷରୁ ଆରମ୍ଭ ହେଲା ଜନଜାତି ଚିତ୍ରକଳା ପ୍ରଦର୍ଶନୀ । ୨୧ ତାରିଖ ଯାଏଁ ଖୋଲା ରହିବ”

ଇତିହାସ ରଚିଲା ଆଣ୍ଟାର୍କଟିକାର ଘରୋଇ ବିମାନ କମ୍ପାନୀ । ବିଶ୍ୱରେ ପ୍ରଥମ ଥର ପାଇଁ ବରଫ ରନୱେରେ ଅବତରଣ କଲା ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ

କନକ ବ୍ୟୁରୋ : ଅବିଶ୍ୱାସ ଲାଗୁଥିଲେ ବି ସତ କଥା । ବରଫ ଉପରେ ଅବତରଣ କଲା ବିମାନ । ଆଂଟାଲିଟିକର ଏକ ଘରୋଇ ବିମାନ କମ୍ପାନୀର ବିମାନ ବରଫ ରନୱେ ଅବତରଣ କରି ଇତିହାସ ରଚିଛି । ବୋଇଙ୍ଗ ୭୮୭ ସ୍ମରଣୀୟ ଅବତରଣ କରିଛି । ବରଫରେ ବିମାନ ଅବତରଣ କରି ନୂଆ ଇତିହାସ ରଚିଛି ନର୍ଥ ଆଟଲାଟିଂକ ଏୟାରୱେଜ ବିମାନ ଏହି ତୁଷାର ଆଚ୍ଛାଦିତ ରନୱେ ୯୮୪୦ ଫୁଲ ଲମ୍ବ ଓ ୧୦୦ ଫୁଟContinue reading “ଇତିହାସ ରଚିଲା ଆଣ୍ଟାର୍କଟିକାର ଘରୋଇ ବିମାନ କମ୍ପାନୀ । ବିଶ୍ୱରେ ପ୍ରଥମ ଥର ପାଇଁ ବରଫ ରନୱେରେ ଅବତରଣ କଲା ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ”

ସ୍କୁଲରୁ ଅସ୍ତ୍ରଶସ୍ତ୍ର ଜବତ । ହସ୍ପିଟାଲରେ ମାଳ ମାଳ ବିସ୍ଫୋରକ, ହମାସର ପ୍ଲାନ ଉପରୁ ଉଠୁଛି ପରଦା

କନକ ବ୍ୟୁରୋ : ଉତରଗାଜାର ଯେଉଁଠି ଚାଲିଛି ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଘମାଘୋଟ ଲଢେଇ ସେଠାରୁ ଆସିଛି ଏହି ଚିତ୍ର । ଆତ୍ମରକ୍ଷା ଓ ଇସ୍ରାଏଲସେନା ମାତ ଦେବା ପାଇଁ ନିରୀହ ନାଗରିକଙ୍କ ଢ଼ାଲ କରିଛି ହମାସ । ସହେନ୍ଦ ଘେରରୁ ନଆସିବା ପାଇଁ ହସ୍ପିଟାଲ, ସ୍କୁଲ ଓ ଧର୍ମସ୍ଥାନକୁ ବନାଇଛି ମୁଖ୍ୟ ଆଡ୍ଡା । ତେବେ ଇସ୍ରାଏଲ ସେନା ଛାନଭିନ ଜୋରଦାର କରୁଥିବାବେଳେ ଧିରେ ଧିରେ ହମାସ ପ୍ଲାନ ଉପରୁ ପରଦା ଉଠୁଛିContinue reading “ସ୍କୁଲରୁ ଅସ୍ତ୍ରଶସ୍ତ୍ର ଜବତ । ହସ୍ପିଟାଲରେ ମାଳ ମାଳ ବିସ୍ଫୋରକ, ହମାସର ପ୍ଲାନ ଉପରୁ ଉଠୁଛି ପରଦା”

ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପୂଜାର୍ଚ୍ଚନା ପରେ କଲେ ଜନସଭା, କହିଲେ ଦରକାର ପଡିଲେ ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ

କନକ ବ୍ୟୁରୋ : ରାଜସ୍ଥାନରେ ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ୫ବର୍ଷର ଶାସନ କାଳରେ କଂଗ୍ରେସ ସରକାର ପ୍ରତିଶ୍ରୁତି ଦେଇ କେବଳ ପ୍ରତାରଣା ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । କୁଶାସନ, ଭ୍ରଷ୍ଟାଚାର, ଦୁର୍ନୀତି ମଧ୍ୟରେ ଗେହଲଟ ସରକାର ପ୍ରତିଷ୍ଠା ହୋଇଛି । ୫ବର୍ଷ ଧରି କଂଗ୍ରେସ ନେତା ମାନେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀContinue reading “ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପୂଜାର୍ଚ୍ଚନା ପରେ କଲେ ଜନସଭା, କହିଲେ ଦରକାର ପଡିଲେ ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ”

Design a site like this with WordPress.com
Get started