କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ । ହେଲେ ସମ୍ବଲପୁର ସହରରେ ଖୋଲା ରହିଲା ଦୋକାନ ବଜାର । ବନ୍ଦ ପାଳନକୁ ହୀରାଖଣ୍ଡ ସାମ୍ମୁଖ୍ୟର ବିରୋଧ

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡିଶାରେ ପାଳିତ ହୋଇଛି ବନ୍ଦ ପାଳନ । ବଲାଙ୍ଗୀରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ସମ୍ବଲପୁରରେ ବନ୍ଦ ପ୍ରଭାବହୀନ ରହିଛି । ତେବେ ବନ୍ଦ ପାଳନରେ କୌଣସି ରାଜନୈତିକ ଦଳର ନେତାଙ୍କୁ ଦେଖିବାକୁ ମିଳିନଥିଲା । ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ, କଳହାଣ୍ଡି, ନୂଆପଡା, ସୁନ୍ଦରଗଡ, ଝାରସୁଗୁଡା, କୁଚିଣ୍ଡା ସମେତ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସ୍ୱତନ୍ତ୍ର କୋଶଳ ରାଜ୍ୟContinue reading “କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ । ହେଲେ ସମ୍ବଲପୁର ସହରରେ ଖୋଲା ରହିଲା ଦୋକାନ ବଜାର । ବନ୍ଦ ପାଳନକୁ ହୀରାଖଣ୍ଡ ସାମ୍ମୁଖ୍ୟର ବିରୋଧ”

ଆସନ୍ତାକାଲି ବିଶ୍ୱକପ୍ ଫାଇନାଲ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ସମୟ ଯେତିକି ଗଡୁଛି, ଉତ୍କଣ୍ଠା ସେତିକି ବଢୁଛି । ପ୍ରସ୍ତୁତ ହୋଇ ରହିଛି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଯେଉଁଠି ବିଶ୍ୱ ବିଜୟୀ ହେବା ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଆସନ୍ତାକାଲି ବିଶ୍ୱକପ୍ ମହାସମର ଆରମ୍ଭ ହେଲା କାଉଣ୍ଟଡାଉନ୍ ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ଆୟୋଜନContinue reading “ଆସନ୍ତାକାଲି ବିଶ୍ୱକପ୍ ଫାଇନାଲ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”

୩୦ ବର୍ଷ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ବାଉଁଶ ବୁଦା ମୂଳେ ବସି ପାଠପଢୁଛନ୍ତି ୪୦ରୁ ଅଧିକ କଅଁଳ ଶିଶୁ

କନକ ବ୍ୟୁରୋ : ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଶିକ୍ଷାର ମୁଳଦୁଆ । ଏଇଠୁ କୁନି ଶିଶୁଟିଏ ଅ-ଆ, ଏ-ବି-ସି-ଡି ଶିଖେ । ଖେଳୁ ଖେଳୁ ପାଠ ପଢା ପ୍ରତି ଆକୃଷ୍ଟ ହୁଏ । ଶିଶୁଟିଏ ପାଇଁ ଆଲୋକ ବର୍ତିକା ସାଜୁଥିବା ଅଙ୍ଗନବାଡି କେନ୍ଦ୍ର ଯଦି ବାଉଁଶ ବୂଦା ମୁଳେ ଚାଲେ, ତେବେ ବ୍ୟବସ୍ଥାର ସୁଫଳ କଥା ଏଠି ଚିନ୍ତା କରିବା ବି ପାପ ଭଳି ଲାଗେ । ୩୦ ବର୍ଷ ହେଲା, ବାଉଁଶ ବୂଦାମୂଳେ ଚାଲିଛି କେନ୍ଦୁଝରContinue reading “୩୦ ବର୍ଷ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଘର । ବାଉଁଶ ବୁଦା ମୂଳେ ବସି ପାଠପଢୁଛନ୍ତି ୪୦ରୁ ଅଧିକ କଅଁଳ ଶିଶୁ”

ନଦୀରେ ନାହିଁ ପୋଲ, ଡଙ୍ଗାରେ ନାହାନ୍ତି ନାଉରିଆ । ରଶି ଭରସାରେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକ

କନକ ବ୍ୟୁରୋ : ରଶିଟଣା ଡଙ୍ଗାରେ ଚାଲିଛି ଯାତ୍ରୀ ପରିବହନ । ବିପଦ ସଙ୍କୁଳ ଭାବେ ନଦୀ ପାର ହେଉଛନ୍ତି ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଏକ ନଦୀନାଳ ଘେରା ଅଂଚଳ ହୋଇଥିବା ବେଳେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସ୍ଥଳପଥରେ ସିଧା ସଳଖ ଯୋଗାଯୋଗ କରିବା ସମ୍ଭବ ନୁହେଁ । ତେଣୁ ଜୀବନକୁ ପାଣି ଛଡେଇ ଡଙ୍ଗାରେ ଜଳ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ସ୍ଥାନୀୟ ଲୋକ । ମହାକାଳପଡ଼ା ବ୍ଲକରContinue reading “ନଦୀରେ ନାହିଁ ପୋଲ, ଡଙ୍ଗାରେ ନାହାନ୍ତି ନାଉରିଆ । ରଶି ଭରସାରେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକ”

ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ । ସବୁ ପିଲାଙ୍କ ପାଇଁ ନାହିଁ ଛାତ୍ରାବାସ, ଅଟୋରେ ଲଦା ଲଦି ଆସୁଛନ୍ତି ପିଲା

କନକ ବ୍ୟୁରୋ : ୨୦୧୭ ମସିହାରୁ ବାମରା ବ୍ଲକରେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ । ଗୁଣାତ୍ମକ ଶିକ୍ଷା ପାଇବା ଆଶାରେ ୩୩୪ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ହେଲେ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ହଷ୍ଟେଲ ଥିବାରୁ ସବୁ ପିଲା ବିଦ୍ୟାଳୟରେ ରହିପାରୁନାହାନ୍ତି । ଶହଶହ ପିଲା ସବୁ ଦିନ ନିଜ ନିଜ ବ୍ୟବସ୍ଥାରେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି । ବାମରା ପାଖ ଅଂଚଳର ପିଲାମାନେ ସାଇକେଲରେ ବିଦ୍ୟାଳୟ ଆସୁଥିବାContinue reading “ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ । ସବୁ ପିଲାଙ୍କ ପାଇଁ ନାହିଁ ଛାତ୍ରାବାସ, ଅଟୋରେ ଲଦା ଲଦି ଆସୁଛନ୍ତି ପିଲା”

କୃଷି କର୍ମଶାଳାରେ କୃଷକ ବନାମ କୃଷି ଅଧିକାରୀ । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୃଷି ଉଦ୍ୟାନ ଅଧିକାରୀଙ୍କ ଆଗରେ ସମସ୍ୟା ବଖାଣିଲେ ଚାଷୀ

କନକ ବ୍ୟୁରୋ : ଚାଷୀ ଶୂନ୍ୟ ଚାଷୀ ପ୍ରଶିକ୍ଷଣ ଶିବିର । ବ୍ଲକ ସ୍ତରୀୟ କୃଷି କର୍ମଶାଳାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ତାତିଲେ ଚାଷୀ । କର୍ମଶାଳା ମଝିରେ ଚାଷୀ ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା । କୋକସରା ବ୍ଲକ ଆମପାଣି ପଂଚାୟତ କନ୍ଦାଗଡ ଆମ୍ବ ବଗିଚାରେ ଆୟୋଜିତ କୃଷି କର୍ମଶାଳାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଉଦ୍ୟାନ ଚାଷର ବିଭିନ୍ନ ସମସ୍ୟା କଥା ଉଠାଇ କ୍ଷୋଭ ପ୍ରକାଶ କରିଥିଲେContinue reading “କୃଷି କର୍ମଶାଳାରେ କୃଷକ ବନାମ କୃଷି ଅଧିକାରୀ । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୃଷି ଉଦ୍ୟାନ ଅଧିକାରୀଙ୍କ ଆଗରେ ସମସ୍ୟା ବଖାଣିଲେ ଚାଷୀ”

ଏ କେମିିତିକା ସଂପର୍କ ? ସ୍ୱାମୀଙ୍କ ମୃତଦେହ ଧରି କାନ୍ଦିବା ବେଳେ ଟଳିପଡିଲେ ସ୍ତ୍ରୀ

କନକ ବ୍ୟୁରୋ : ଏ ସଂପର୍କ ସାତ ଜନ୍ମର । ଏ କଥା ବୋଧ ହୁଏ ଏହି ଦମ୍ପତିଙ୍କ ପାଇଁ ଲେଖା ହୋଇଥିଲା । ଗୋଟିଏ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ଏକାଠି ହୋଇଥିଲେ । ଠିକ୍ ସେମିତି ଗୋଟିଏ ଜୁଇ ନିଆଁରେ ଜଳି ପାଉଁଶ ହୋଇଗଲେ ସ୍ୱାମୀ-ସ୍ତ୍ରୀ । ହାତ ଧରା ଧରି ହୋଇ ସଂସାର ରାସ୍ତାରେ ଏକାଠି ଆଗକୁ ବଢୁଥିଲେ । ହାତ ଧରା ଧରି ହୋଇ ଏକାଠି ମୃତ୍ୟୁ ଶଯ୍ୟାରେ ସବୁContinue reading “ଏ କେମିିତିକା ସଂପର୍କ ? ସ୍ୱାମୀଙ୍କ ମୃତଦେହ ଧରି କାନ୍ଦିବା ବେଳେ ଟଳିପଡିଲେ ସ୍ତ୍ରୀ”

୨୦୦୩ରୁ ୨୦୨୩ ଭିତରେ ବଦଳିଛି କଣ? କେତେ ଶକ୍ତିଶାଳୀ ହେଇଛି ଟିମ୍ ଇଣ୍ଡିଆ? ଏଥର ଫାଇନାଲରେ ହାରିବ କଙ୍ଗାରୁ ଦଳ!

କନକ ବ୍ୟୁରୋ: ୨୦ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁଣିଥରେ ବିଶ୍ୱକପ ଫାଇନାଲରେ ଭେଟିବାକୁ ଯାଉଛନ୍ତି । ବିଶ୍ୱକପର ଫାଇନାଲ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଶେଷ ଥର ପାଇଁ ୨୦୦୩ରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ଭେଟାଭେଟି ହେଇଥିଲେ । ଯେଉଁଥିରେ ଅଷ୍ଟ୍ରେଲିଆ ଏକପାଖିଆ ଢଙ୍ଗରେ ମ୍ୟାଚ ଜିତିଥିଲା । ତେବେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତଥାପି ସେହି ପରାଜୟକୁ ମନେ ପକାଇଲେ ଦୁଃଖିତ ହୁଅନ୍ତି । ଏଥରContinue reading “୨୦୦୩ରୁ ୨୦୨୩ ଭିତରେ ବଦଳିଛି କଣ? କେତେ ଶକ୍ତିଶାଳୀ ହେଇଛି ଟିମ୍ ଇଣ୍ଡିଆ? ଏଥର ଫାଇନାଲରେ ହାରିବ କଙ୍ଗାରୁ ଦଳ!”

ବିଶ୍ୱକପ୍ ପୁରସ୍କାର ରାଶି : ୧୯୮୩ ଓ ୨୦୧୧ ରେ କେତେ ଟଙ୍କା ପାଇଥିଲା ଭାରତୀୟ ଟିମ୍ । ୨୦୨୩ ରେ ଚମ୍ପିଅନ ଟିମକୁ ମିଳିବ କେତେ ଟଙ୍କା ?

କନକ ବ୍ୟୁରୋ : ଆସନ୍ତା କାଲି ହେବ ବିଶ୍ୱକପ୍ କ୍ରିକେଟର ଫାଇନାଲ ମୁକାବିଲା । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ୍ । ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ଜିତିବ ବିଶ୍ୱକପ ଫାଇନାଲ ମ୍ୟାଚ୍ । ଏହାସହ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ୧୯୮୩ ଓ ୨୦୧୧ ରେ ଭାରତୀୟ ଟିମ୍ ବିଶ୍ୱକପ ଜିତିବା ପରେContinue reading “ବିଶ୍ୱକପ୍ ପୁରସ୍କାର ରାଶି : ୧୯୮୩ ଓ ୨୦୧୧ ରେ କେତେ ଟଙ୍କା ପାଇଥିଲା ଭାରତୀୟ ଟିମ୍ । ୨୦୨୩ ରେ ଚମ୍ପିଅନ ଟିମକୁ ମିଳିବ କେତେ ଟଙ୍କା ?”

ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ନିୟୋଜନ ପାଇଁ ପ୍ରସ୍ତୁତ ।  ସମୁଦ୍ରରେ ଗର୍ଜିବାକୁ ଯାଉଛି ଭାରତର ନୂତନ ଯୁଦ୍ଧ ପୋତ ‘IAC-2’

ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ମଧ୍ୟରେ ଏହି ଯୁଦ୍ଧ ଜାହାଜର ନିୟୋଜନ ଭାରତର ଶକ୍ତି ବୃଦ୍ଧି କରିବ ।ନୂଆଦିଲ୍ଲୀ ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଯୁଦ୍ଧ ପୋତ  INS Vikrant ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ହାସଲ କରିଛି । ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ନିୟୋଜିତ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ନୌସେନା ଏହି ଜାହାଜକୁ ଭାରତ ମହାସାଗର ତଥା ଏହାର ବାହାରେ ଯେ କୌଣସି ସ୍ଥାନରେ ନିୟୋଜିତ କରିପାରିବ । ଭାରତ ମହାସାଗରରେContinue reading “ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ନିୟୋଜନ ପାଇଁ ପ୍ରସ୍ତୁତ ।  ସମୁଦ୍ରରେ ଗର୍ଜିବାକୁ ଯାଉଛି ଭାରତର ନୂତନ ଯୁଦ୍ଧ ପୋତ ‘IAC-2’”

Design a site like this with WordPress.com
Get started