ଫୁଟିଲା ବାଣ ବଢିଲା ପ୍ରଦୂଷଣ । ଦିଲ୍ଲୀରେ ବାୟୁର ମାନ ଅତି ଶୋଚନୀୟ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଦିଲ୍ଲୀ ବାସିନ୍ଦା । ଲୋକେ ମାନିଲେନି କଟକଣା । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି । କୁହୁଡି ସହ ଧୂଆଁ ଯୋଗୁ ବାୟୁର ମାନ ଖରାପ ହୋଇପଡିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦୁଇ ଗୁଣା ଖରାପ ହୋଇ ଯାଇଛି ।Continue reading “ଫୁଟିଲା ବାଣ ବଢିଲା ପ୍ରଦୂଷଣ । ଦିଲ୍ଲୀରେ ବାୟୁର ମାନ ଅତି ଶୋଚନୀୟ”

ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ପରେ ଅପହରଣ । କଟକରୁ ଅପହୃତ ଯୁବକଙ୍କୁ ଢେଙ୍କାନାଳରୁ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ : ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କ ନିସ୍ତୁକ ପିଟିଲେ । ପରେ ଗାଡିରେ ବସାଇ କଟକରୁ ଢେଙ୍କାନାଳ ନେଇଗଲେ । ଖବରପାଇଁ ଘଟଣା ସ୍ଥଳରେ ପହଞ୍ଚି ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ଭାପୁର ପୁଲିସ । ଗତକାଲି କଟକ ସିଡିଏ ଭେଲଭିୟୁ ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳୁ ପାଲହଡାର ଦୋଳେଶ୍ୱର ନାୟକ । ଦୋଳେଶ୍ୱର କଟକରେ ରହି କାମ କରୁଛନ୍ତି । ଗତକାଲିContinue reading “ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ପରେ ଅପହରଣ । କଟକରୁ ଅପହୃତ ଯୁବକଙ୍କୁ ଢେଙ୍କାନାଳରୁ ଉଦ୍ଧାର କଲା ପୁଲିସ”

ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଯେଉଁଠି ଯବାନ ରହୁନ୍ତି ସେଇଟା ମୋ ପାଇଁ ଅଯୋଧ୍ୟା

କନକ ବ୍ୟୁରୋ : ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ଯାଇ ଯବାନଙ୍କ ସହ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଅଞ୍ଚଳରେ ଯବାନଙ୍କ ସହ ସାମିଲ ହୋଇ ଦୀପାବଳି ପାଳିବା ସହ ମିଠା ବାଣ୍ଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟା ହେଉଛି ଯେଉଁଠି ଭଗବାନ ରାମ ରୁହନ୍ତି । କିନ୍ତୁ ତାଙ୍କ ପାଇଁ ଅଯୋଧ୍ୟା ସେଇଠି ଯେଉଁଠି ଯବାନContinue reading “ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଯେଉଁଠି ଯବାନ ରହୁନ୍ତି ସେଇଟା ମୋ ପାଇଁ ଅଯୋଧ୍ୟା”

ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଗହଳି । କାର୍ତିକ ମାସ ସୋମବାରରେ ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି

କନକ ବ୍ୟୁରୋ : ଆଜି ହେଉଛି କାର୍ତିକ ମାସର ତୃତୀୟ ସୋମବାର । ସେଥିପାଇଁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତିକ ମାସ ସୋମବାରରେ ମହାଦେବଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ତେଣୁ ସକାଳୁ ସକାଳୁ ଧବଳେଶ୍ୱର ପୀଠରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଉଛି ।Continue reading “ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଗହଳି । କାର୍ତିକ ମାସ ସୋମବାରରେ ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି”

ଦୀପବଳୀରେ ଚାରିଆଡୁ ଆସିଲା ଅଘଟଣ ଖବର । ଭଦ୍ରକ ଧାମନଗର ବାଣ ଫୁଟାଇ ୪ ଶିଶୁ ଆହତ

କନକ ବ୍ୟୁରୋ : ଦୀପାବଳୀରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଆସିଛି ଅଘଟଣର ଖବର । ବାଣ ଫୁଟାଇବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ବେଳେ ଶତାଧିକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଆହତ ଚିକିତ୍ସା ପାଇଁ ଆସିଥିବା ଜଣାପଡ଼ିଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ସେହିପରି କଟକ ହାତିପୋଖରି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ।Continue reading “ଦୀପବଳୀରେ ଚାରିଆଡୁ ଆସିଲା ଅଘଟଣ ଖବର । ଭଦ୍ରକ ଧାମନଗର ବାଣ ଫୁଟାଇ ୪ ଶିଶୁ ଆହତ”

ଧୁମଧାମରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି । କଟକଣା ସତ୍ୱେ ଦିଲ୍ଲୀ ସମେତ ସାରା ଦେଶରେ ଫୁଟିଲା ବାଣ

କନକ ବ୍ୟୁରୋ : ସାରା ଦେଶରେ ପାଳନ ହେଲା ଆଲୋକର ପର୍ବ ଦୀପାବଳି । କଟକଣା ସତ୍ୱେ ଦୀପ ଲଗାଇ, ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି ଲୋକେ । ନିଜର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହ ଏହି ଖୁସିର ଦିନକୁ ମନଭରି ପାଳନ କରିଛନ୍ତି ଲୋକେ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ପରିବେଶ । ଏଥର କେବଳ ସବୁଜ ବାଣର ବ୍ୟବହାର କରାଯାଉଛି । ଅତ୍ୟଧିକ ପ୍ରଦୂଷଣ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବାContinue reading “ଧୁମଧାମରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି । କଟକଣା ସତ୍ୱେ ଦିଲ୍ଲୀ ସମେତ ସାରା ଦେଶରେ ଫୁଟିଲା ବାଣ”

ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ବଡ ବିଜୟ । ୯ରୁ ୯ ଲିଗ୍ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ଲିଗ୍ ପର୍ଯ୍ୟାୟରେ ଅପରାଜିତା ରହିଲା ଭାରତ । ରବିବାର ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ନେଦରଲାଣ୍ଡକୁ ୪୭.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ୪୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଟିମ୍‌ ୨୫୦ ରନ୍‌ରେ ଅଟକିContinue reading “ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ବଡ ବିଜୟ । ୯ରୁ ୯ ଲିଗ୍ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଲା ଟିମ୍ ଇଣ୍ଡିଆ”

ବାଲେଶ୍ୱର ଭୋଗରାଇ ଅଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପେପର ପ୍ଲେଟ୍ ମେକିଂ । ଶାଳ ପତ୍ର, ପେପର ପ୍ଲେଟ୍, ପେପରରେ ଗିନା ତିଆରି କରୁଛନ୍ତି ମହିଳା ।

କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଞ୍ଚଳ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ଶାଳ ପତ୍ର ପ୍ଲେଟ୍, ପେପର ପ୍ଲେଟ୍, ପେପର ଗିନା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ଭୋଗରାଇ ବ୍ଲକ ଅନ୍ତର୍ଗତ ବେଲଦା ଗାଁର ୩୩ ଜଣ ମହିଳା ଏକାଠି ହୋଇ ଏଭଳି କାମକୁ ହାତକୁ ନେଇଛନ୍ତି । ମେସିନ୍ ସାହାଯ୍ୟ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ୫ ବର୍ଷ ତଳେContinue reading “ବାଲେଶ୍ୱର ଭୋଗରାଇ ଅଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପେପର ପ୍ଲେଟ୍ ମେକିଂ । ଶାଳ ପତ୍ର, ପେପର ପ୍ଲେଟ୍, ପେପରରେ ଗିନା ତିଆରି କରୁଛନ୍ତି ମହିଳା ।”

ବୌଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସମ୍ବଲପୁରୀ ଶାଢ଼ି । ତନ୍ତରେ ଶାଢ଼ି ବୁଣୁଛନ୍ତି ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

କନକ ବ୍ୟୁରୋ: ଓଡିଶା ହସ୍ତଶିଳ୍ପର ଆଜି ସାରା ବିଶ୍ୱରେ ଚାହିଦା । ବିଶେଷ କରି ସମ୍ବଲପୁରୀ ଶାଢ଼ି ରାଜ୍ୟ, ଦେଶ ସମେତ ବିଦେଶରେ ମଧ୍ୟ ବିଶେଷ ଆଦୃତି ଲାଭ କରିଛି । ଆଉ ଏହି ସମ୍ବଲପୁରୀ ଶାଢ଼ି ହିଁ କିଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି । ବିଭିନ୍ନ ପ୍ରକାର ଆକର୍ଷଣୀୟ ଶାଢି ପ୍ରସ୍ତୁତ କରି ବୌଦ୍ଧ ଜିଲ୍ଲାର ଚମ୍ପାପୁର ସ୍ଥିତ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବେଶ ଲାଭବାନ ହୋଇପାରିଛନ୍ତି ।Continue reading “ବୌଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସମ୍ବଲପୁରୀ ଶାଢ଼ି । ତନ୍ତରେ ଶାଢ଼ି ବୁଣୁଛନ୍ତି ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।”

ପୋଟଳ ଚାଷର ଗାଁ ସୁନ୍ଦରଗଡ଼ର ବୁଡ଼ାବାହାଲ । ୬୦ ଏକର ପଡ଼ିଆ ଜମିରେ ଫଳିଛି ସୁନା ଫସଲ । ବର୍ଷକୁ ମିଳୁଛି ୬୦ ଲକ୍ଷ

କନକ ବ୍ୟୁରୋ: ପୋଟଳ ଚାଷ କରି ବର୍ଷକ ଆୟ ୬୦ ଲକ୍ଷରୁ ଉଦ୍ଧ୍ୱର୍ । କଥାଟି ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ସୁନ୍ଦରଗଡ ବୁଡାବାହାଲ ଗାଁର ୧୦୨ଟି ପରିବାର । ୬୦ ଏକର ପଡ଼ିଆ ଜମିରେ ପୋଟଳ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଏମାନେ । କେବଳ ସୁନ୍ଦରଗଡ ନୁହେଁ ସାରା ରାଜ୍ୟରେ ଏମାନଙ୍କ ପୋଟଳର ଚାହିଦା ରହିଛି । ଦିନେ ରୋଜଗାର ନପାଇ ଚିନ୍ତାରେ ଥିବା ଚାଷୀମାନେ ଏବେ ଅନ୍ୟମାନଙ୍କୁContinue reading “ପୋଟଳ ଚାଷର ଗାଁ ସୁନ୍ଦରଗଡ଼ର ବୁଡ଼ାବାହାଲ । ୬୦ ଏକର ପଡ଼ିଆ ଜମିରେ ଫଳିଛି ସୁନା ଫସଲ । ବର୍ଷକୁ ମିଳୁଛି ୬୦ ଲକ୍ଷ”

Design a site like this with WordPress.com
Get started