ନକଲି ଟିକା ଓ ଟିକାକରଣ କେନ୍ଦ୍ରର ଖୁଲାସା କଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ । ଜଣେ ଗିରଫ୍

କନକ ବ୍ୟୁରୋ : ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳାରେ ନକଲି କୋଭିଡ୍ ଟେଷ୍ଟିଂ ପରେ ଏବେ କୋଲକତାରେ ନକଲି ଟିକା ଓ ନକଲି ଟିକାକରଣ କେନ୍ଦ୍ରର ଖୁଲାସା କରିଛନ୍ତି ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ । ଏହି ଖୁଲାସା ପରେ କୋଲକତା ପୋଲିସ ଜଣେ ଲୋକକୁ ଗିରଫ କରିଛି । ସୂଚନା ମୁତାବକ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଯେଉଁ ଟିକାକରଣ  କେନ୍ଦ୍ରରେ ଟିକା ନେଲେ ସେଠାରେ କୌଣସି ସରକାରୀ ଅଧିକାରୀଙ୍କୁ ଦେଖିବାକୁ ମିଳି ନଥିଲା । ଏହାକୁContinue reading “ନକଲି ଟିକା ଓ ଟିକାକରଣ କେନ୍ଦ୍ରର ଖୁଲାସା କଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ । ଜଣେ ଗିରଫ୍”

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଜାଣନ୍ତୁ କ’ଣ ରହିଛି ହାତୀ ବେଶର ରହସ୍ୟ …

କନକ ବ୍ୟୁରୋ: ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ଉପଲକ୍ଷେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅନ୍ୟାନ୍ୟ ନୀତି ଶେଷ ହୋଇଛି । ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି । ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଛି । କରୋନା କଟକଣା ଭିତରେ ସ୍ନାନଯାତ୍ରା ସେବା କାର୍ଯ୍ୟ ପାଇଁ ସେବକଙ୍କୁ ନିର୍ଦ୍ଦେଶContinue reading “ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଜାଣନ୍ତୁ କ’ଣ ରହିଛି ହାତୀ ବେଶର ରହସ୍ୟ …”

ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ମହାସ୍ନାନ ପରେ ସ୍ନାନବେଦୀରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି

କନକ ବ୍ୟୁରୋ : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ମହାପ୍ରଭୁ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉ ସ୍ନାନ କରିଛନ୍ତି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସେହି ଦିନଠାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଗଜାନନବେଶ ଅନୁଷ୍ଠିତ ହୋଇଆସୁଛି । ଏହି ବେଶପାଇଁ  ପ୍ରଭୁContinue reading “ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ମହାସ୍ନାନ ପରେ ସ୍ନାନବେଦୀରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଆଜି କୋର୍ଟରେ ହାଜର ହେବାକୁ ପହଂଚିଲେ ଗୁଜୁରାଟ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଏନେଇ ଗୁଜୁରାଟର ମାଜିଷ୍ଟେଟ୍ କୋର୍ଟରେ ହାଜର ହେବାକୁ ନୋଟିସ୍ ମିଳିବା ପରେ ଆଜି ସୁରଟରେ ପହଂଚିଛନ୍ତି ରାହୁଲ । ମୋଦିଙ୍କ ବିରୋଧରେ ଦେଇଥିବା ଆପତ୍ତି ଜନକ ବୟାନ ପରେ ଏହାକୁ ନେଇ ବିଜେପିର ଜଣେ ବିଧାୟକ କୋର୍ଟରେ ଅବମାନନା ମାମଲା ଦାୟର କରିଥିଲେ । ଏହି ମାମଲାରେ ଆଜି ରାହୁଲ ଗାନ୍ଧୀଙ୍କ ଶେଷContinue reading “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଆଜି କୋର୍ଟରେ ହାଜର ହେବାକୁ ପହଂଚିଲେ ଗୁଜୁରାଟ”

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ଅପରାହ୍ନ ୪ଟାରେ ବାହାରିବ ରେଜଲ୍ଟ

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ । ୱେବସାଇଟ http://www.bseodisha.ac.in ଏବଂ http://www.bseodisha.nic.in ରେ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ମୋବାଇଲ ଏସଏମଏସରେ ଦେଖିପାରିବେContinue reading “ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ଅପରାହ୍ନ ୪ଟାରେ ବାହାରିବ ରେଜଲ୍ଟ”

ଲଣ୍ଡନ କିଙ୍ଗସ କଲେଜର ଅଧ୍ୟୟନରୁ ଆସିଲା ତଥ୍ୟ : ଚିନ୍ତା ବଢ଼ାଇପାରେ ଡେଲଟା ପ୍ଲସ ଭାରିଆଂଟ; ଆକ୍ରାନ୍ତଙ୍କ ଠାରେ ଦେଖାଯାଉଛି ନୂଆ ଲକ୍ଷଣ

କନକ ବ୍ୟୁରୋ : କରୋନାର ନୂଆ ପ୍ରକାର- ଡେଲଟା ପ୍ଲସ ଷ୍ଟ୍ରେନକୁ ନେଇ ଚିନ୍ତା ବଢିବାରେ ଲାଗିଛି । ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଡେଲଟା ପ୍ଲସ ଷ୍ଟ୍ରେନ୍ ଠାବ ହେଲାଣି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।Continue reading “ଲଣ୍ଡନ କିଙ୍ଗସ କଲେଜର ଅଧ୍ୟୟନରୁ ଆସିଲା ତଥ୍ୟ : ଚିନ୍ତା ବଢ଼ାଇପାରେ ଡେଲଟା ପ୍ଲସ ଭାରିଆଂଟ; ଆକ୍ରାନ୍ତଙ୍କ ଠାରେ ଦେଖାଯାଉଛି ନୂଆ ଲକ୍ଷଣ”

ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜ : ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରା ପହଁରା

କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ଗଜପତି ମହାରାଜଙ୍କ ମୁଦିରସ୍ତ ନାରାୟଣ । ବୁଧବାର ଗଜପତି ମହାରାଜ ଦିବ୍ୟସିଂହ ଦେବ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି , କୋଭିଡ୍‌ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ମହାରାଜ ଚଳିତବର୍ଷ ସ୍ନାନଯାତ୍ରାରେ ଛେରାପହଁରା କରିପାରିବେନି ବୋଲି ଚିଠି ଲେଖି ଜଣାଇଛନ୍ତି। ତାଙ୍କ ବଦଳ‌ରେ ନାରାୟଣContinue reading “ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜ : ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରା ପହଁରା”

୧୦୮ ଗରା ଜଳରେ ଶ୍ରୀଜିଉଙ୍କ ମହାସ୍ନାନ । ସ୍ନାନ ପରେ ଗଜ ବେଶ ଧାରଣ କରିବେ ମହାପ୍ରଭୁ

କନକ ବ୍ୟୁରୋ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ଆଜି ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାContinue reading “୧୦୮ ଗରା ଜଳରେ ଶ୍ରୀଜିଉଙ୍କ ମହାସ୍ନାନ । ସ୍ନାନ ପରେ ଗଜ ବେଶ ଧାରଣ କରିବେ ମହାପ୍ରଭୁ”

ଗତ ୨୪ ଘଂଟା ରାଜ୍ୟରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ : ୬୯ ହଜାର ୪୮୦ ନମୁନା ପରୀକ୍ଷା, ପଜିଟିଭ ହାର ୫.୨ ପ୍ରତିଶତ

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ । ୬୯,୪୮୦ ଟେଷ୍ଟ କରାଯାଇଛି ଏବଂ ପଜିଟିଭ ରେଟ୍ ରହିଛି ୫.୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ୨୦୯୮ ସଙ୍ଗରୋଧରୁ ଓ ୧୫୫୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୧୨, ବାଲେଶ୍ୱର ୨୭୮, ବରଗଡ ୪୫, ଭଦ୍ରକ ୧୭୦, ବଲାଙ୍ଗୀର ୧୬, ବୌଦ୍ଧ ୪୧, କଟକ ୪୫୮,Continue reading “ଗତ ୨୪ ଘଂଟା ରାଜ୍ୟରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ : ୬୯ ହଜାର ୪୮୦ ନମୁନା ପରୀକ୍ଷା, ପଜିଟିଭ ହାର ୫.୨ ପ୍ରତିଶତ”

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ : ଆସନ୍ତା ୨୭ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଏଥିସହ ଓଡ଼ିଶା ଆଖପାଖ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବଳୟ ଓ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର,Continue reading “ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ : ଆସନ୍ତା ୨୭ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା”

Design a site like this with WordPress.com
Get started