କନକ ବ୍ୟୁରୋ : କେନ୍ଦ୍ରାପଡା ପବିତ୍ର ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ଜୋର ଧରିଛି । ଏ ନେଇ ସ୍ୱତନ୍ତ୍ର ରିଲଫ କମିଶନର ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛନ୍ତି ସ୍ଥାନୀୟ ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ କହିଛନ୍ତି , ପୁରୀ ରଥଯାତ୍ରା ଓ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ରଥଯାତ୍ରା ପରଷ୍ପର ଯୋଡି ହୋଇ ରହିଛନ୍ତି । ସେଥିପାଇଁ ପୁରୀ ଭଳି ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦିଆଯାଉ । କୋଭିଡ ନିୟମାବଳୀର ସମସ୍ତ କଟକଣା ଭିତରେContinue reading “ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ଜୋର ଧରିଲା : ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ଚିଠି ଲେଖିଲେ ସ୍ଥାନୀୟ ସାଂସଦ ଅନୁଭବ ମହାନ୍ତି”
Author Archives: Raghaba
ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୩୫୩୫ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ
କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ସେହିପରି ଗୋଟିଏ ଦିନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁContinue reading “ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୩୫୩୫ ଆକ୍ରାନ୍ତ ଚିହ୍ନଟ, ୪୪ ମୃତ”
ନଅ ବର୍ଷର ପୁରୁଣା ଫାଇଲ ଖୋଲିଲା କମିସନରେଟ ପୁଲିସ : ଖୋଜିବ ମୃତ ମହିଳାଙ୍କ ମୃତ୍ୟୁର କାରଣ, ଚିହ୍ନଟ ପାଇଁ ମରାଗଲା ପୋଷ୍ଟର
କନକ ବ୍ୟୁରୋ : ଖୋଲିଲା ୯ ବର୍ଷ ତଳର ଫାଇଲ । ଜଣେ ନିରୁର୍ଦ୍ଦିଷ୍ଟ ମହିଳାଙ୍କ ସମ୍ପର୍କରେ ପୋଷ୍ଟର ମାରିଛି କମିଶନରେଟ ପୁଲିସ । ପ୍ରାୟ ୯ ବର୍ଷ ତଳେ ୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଅଧୀନ ଗୋଠପାଟଣା ଆମ୍ବବଗିଚାରେ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ଏହି ମହିଳାଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ୨୦୧୫ ମସିହାରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏକContinue reading “ନଅ ବର୍ଷର ପୁରୁଣା ଫାଇଲ ଖୋଲିଲା କମିସନରେଟ ପୁଲିସ : ଖୋଜିବ ମୃତ ମହିଳାଙ୍କ ମୃତ୍ୟୁର କାରଣ, ଚିହ୍ନଟ ପାଇଁ ମରାଗଲା ପୋଷ୍ଟର”
୧୦ ଲକ୍ଷ ଡୋଜ ଟିକା ଦେଲାଣି ବିଏମସି : ୬ ଲକ୍ଷରୁ ଅଧିକ ନେଲେଣି ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ନେଲେଣି ୩ ଲକ୍ଷ ୭୯ ହଜାର, ୨ ଲକ୍ଷ ଯୁବବର୍ଗ ନେଲେଣି ଟିକା
କନକ ବ୍ୟୁରୋ : ଭୁବନେଶ୍ୱରରେ ବର୍ତମାନ ସୁଦ୍ଧା ୧୦ ଲକ୍ଷ ଡୋଜ କୋଭାକ୍ସିନ ଟିକା ଦିଆ ସରିଲାଣି । ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଯୋଜନା ରହିଛି । ଜୁନ ୧୪ ତାରିଖ ସୁଦ୍ଧା ୬ ଲକ୍ଷ ୩୦ ହଜାର ପ୍ରଥମ ଡୋଜ ଟିକା ନେଇଥିବାବେଳେ ୩ ଲକ୍ଷ ୭୯ ହଜାର ନେଲେଣି ଦ୍ୱିତୀୟ ଡୋଜ ଟିକା । ଜାନୁଆରୀ ମାସରୁ ଭୁବନେଶ୍ୱରରେ ଟିକାକରଣ କାମ ଆରମ୍ଭ ହୋଇଥିଲା ।Continue reading “୧୦ ଲକ୍ଷ ଡୋଜ ଟିକା ଦେଲାଣି ବିଏମସି : ୬ ଲକ୍ଷରୁ ଅଧିକ ନେଲେଣି ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ନେଲେଣି ୩ ଲକ୍ଷ ୭୯ ହଜାର, ୨ ଲକ୍ଷ ଯୁବବର୍ଗ ନେଲେଣି ଟିକା”
ଖୋଲିବ କି ଓଡ଼ିଶା ? ରାଜ୍ୟରେ ଅନଲକ ଆରମ୍ଭ ନେଇ ହୋଇପାରେ ଘୋଷଣା; ମାସ ଶେଷ ଯାଏଁ ରହିପାରେ ନାଇଟ କର୍ଫ୍ୟୁ
କନକ ବ୍ୟୁରୋ : ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ୧୭ ତାରିଖ ପରେ ରାଜ୍ୟରେ କ’ଣ ହେବ । ଅର୍ଥାତ ଲକଡାଉନ ଖୋଲିବ ନା ଜାରି ରହିବ । ଏନେଇ ଚୂଡାନ୍ତ ନିଷ୍ପତି ଘୋଷଣା କରିବେ ସରକାର । ଯଦିଓ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ , କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ । ସପ୍ତାହାନ୍ତ ସଟଡାଉନ ବି ଜାରିContinue reading “ଖୋଲିବ କି ଓଡ଼ିଶା ? ରାଜ୍ୟରେ ଅନଲକ ଆରମ୍ଭ ନେଇ ହୋଇପାରେ ଘୋଷଣା; ମାସ ଶେଷ ଯାଏଁ ରହିପାରେ ନାଇଟ କର୍ଫ୍ୟୁ”
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ହୋଇ ସାରିଥିବା ବେଳେ ଗତ ୧୫ ଦିନରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ରୁ ୧୫ ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି ୧୦୨.୩ ମିମି ବର୍ଷା ରେକର୍ଡ ହୋଇଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୭୭.୨ ମିମି ବର୍ଷା ହୋଇଥାଏ । ଅର୍ଥାତ ରାଜ୍ୟରେ ଏହି ୧୫ ଦିନ ଭିତରେ ଏ ପର୍ଯ୍ୟନ୍ତ ୨୯% ଅଧିକContinue reading “ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”
ସରିଲା ଦେବଦମ୍ପତିଙ୍କ ବାହାଘର : କଟକଣା ଭିତରେ ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀ
କନକ ବ୍ୟୁରୋ : ସମ୍ବଲପୁରରେ ସରିଛି ଦେବ ଦମ୍ପତିଙ୍କ ବାହାଘର । କରୋନା କଟକଣା ମଧ୍ୟରେ ଚାଲିଛି ଶୀତଳଷଷ୍ଠୀ । ମଙ୍ଗଳଆଳତୀ ପରେ କରୋନା କଟକଣା ମଧ୍ୟରେ ଚାଲିଛି ଯୁଗଳ ମୂର୍ତ୍ତି ଦର୍ଶନ । ଗତକାଲି ପରମ୍ପରା ଅନୁସାରେ, ଦେବୀ ପାର୍ବତୀଙ୍କୁ ମନ୍ଦିରରୁ ଘରକୁ ନେଇଥିଲେ କନ୍ୟାପିତା । ଆଉ ବରବେଶରେ ସଜେଇ ହୋଇଥିଲେ ଦେବ ଦେବ ମହାଦେବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା, ମୁଦିପଡାର ଜାଗେଶ୍ୱର ବାବା ଓ ଝାଡୁଆପଡାର ଲୋକନାଥ ବାବାContinue reading “ସରିଲା ଦେବଦମ୍ପତିଙ୍କ ବାହାଘର : କଟକଣା ଭିତରେ ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀ”
ଦେଶ ଛାଡିଚାଲି ଯାଉଛନ୍ତି ଧନୀ । ୨୦୧୯ରେ ଦେଶ ଛାଡ଼ି ବିଦେଶରେ ଘର କରିଛନ୍ତି ୭ ହଜାର ଭାରତୀୟ
କନକ ବ୍ୟୁରୋ: ଦେଶ ଛାଡିଚାଲି ଯାଉଛନ୍ତି ଧନି । ବିଦେଶରେ ଯାଇ ବସବାସ କରିବାକୁ ଧନି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ । ନିକଟରେ ଏମିତି ଏକ ରିପୋର୍ଟ ମିଳିଛି ଯାହା ସଭିଁଙ୍କୁ ଚକିତ କରିଛି । ୨୦୧୯ରେ ୭ହଜାର ଧନି ଭାରତ ଛାଡି ବିଦେଶ ଚାଲି ଯାଇଛନ୍ତି । ବିଦେଶ ଚାଲି ଯାଉଛନ୍ତି ଦେଶର ଧନୀ । ଆଫ୍ରଏସିଆ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ୧ ମିଲିଅନ ଡଲାରରୁ ୧୦ ମିଲିଅନ ଡଲାର ବିଶିଷ୍ଟ ଧନୀContinue reading “ଦେଶ ଛାଡିଚାଲି ଯାଉଛନ୍ତି ଧନୀ । ୨୦୧୯ରେ ଦେଶ ଛାଡ଼ି ବିଦେଶରେ ଘର କରିଛନ୍ତି ୭ ହଜାର ଭାରତୀୟ”
ଗଲୱାନ ସଂଘର୍ଷକୁ ପୁରଛି ବର୍ଷେ । ସ୍ୱତନ୍ତ୍ର ଭିଡିଓ ଜାରି କରି ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଲା ସେନା । ଗଲୱାନ ସଂଘର୍ଷରେ ସହିଦ ହୋଇଥିଲେ ୨୦ ଯବାନ
କନକ ବ୍ୟୁରୋ: ଗଲୱାନ ସଂଘର୍ଷକୁ ବର୍ଷେ ପୁରିଥିବା ବେଳେ ଏବେବି ସୀମାରେ ଉତେଜନା ଜାରି ରହିଛି । ପୂର୍ବ ଲଦାଖର କିଛି ଜାଗାରୁ ଉଭୟ ଚୀନ୍ ଓ ଭାରତୀୟ ସେନା ଅପସାରଣ ହୋଇଥିବା ବେଳେ ଏବେ ବି ଅନ୍ୟ କିଛି ଜାଗାରେ ସ୍ଥିତି ଉତେଜନାମୂଳକ ରହିଛି । ପାଙ୍ଗୋଙ୍ଗ ସୋ ଅଂଚଳରେ ଉଭୟ ପକ୍ଷରୁ ସେନା ଅପସାରଣ ହୋଇସାରିଛି । ହେଲେ ଗୋଗ୍ରା ଫ୍ରଂଟ ଓ ଡେସପାଙ୍ଗ ଅଂଚଳରେ ଅପସାରଣ ଆଗକୁ ବଢ଼ିପାରି ନାହିଁ । ଦୁଇContinue reading “ଗଲୱାନ ସଂଘର୍ଷକୁ ପୁରଛି ବର୍ଷେ । ସ୍ୱତନ୍ତ୍ର ଭିଡିଓ ଜାରି କରି ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଲା ସେନା । ଗଲୱାନ ସଂଘର୍ଷରେ ସହିଦ ହୋଇଥିଲେ ୨୦ ଯବାନ”
ଦେଶରେ କମିଚାଲିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଂଟାରେ ୬୦ ହଜାର ୪୭୧ ନୂଆ ମାମଲା ଚିହ୍ନଟ । ଲଗାତାର ୮ଦିନ ଧରି ୧ ଲକ୍ଷରୁ କମ୍ ସଂକ୍ରମଣ
କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଫିକା ପଡୁଥିବା ଦେଖିବାକୁ ମିଳୁଛି । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଆଉ ଗତ ୭୫ ଦିନ ଭିତରେ ସବୁଠାରୁ କମ୍ ସଂଖ୍ୟକ କରୋନା ସଂକ୍ରମଣ ମଙ୍ଗଳବାର ଚିହ୍ନଟ ହୋଇଛି । ସୁସ୍ଥ ହେଉଛି ଭାରତ । ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ପରେ ଏବେ ବ୍ରେକ୍ ଲାଗୁଥିବା ଦେଖିବାକୁ ମିଳିଛି । ଦେଶରେ ପାଖାପାଖି ୬୧ ହଜାର ନୂଆContinue reading “ଦେଶରେ କମିଚାଲିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଂଟାରେ ୬୦ ହଜାର ୪୭୧ ନୂଆ ମାମଲା ଚିହ୍ନଟ । ଲଗାତାର ୮ଦିନ ଧରି ୧ ଲକ୍ଷରୁ କମ୍ ସଂକ୍ରମଣ”