କନକ ବ୍ୟୁରୋ : ଦେଶରେ ଏବେ କରୋନା ପାଲିଟବାକୁ ଲାଗିଲାଣି ସାଇଲେଣ୍ଟ କିଲର ବା ନୀରବ ଘାତକ । ଦେଶରେ ପ୍ରତିଦିନ ବଢୁଥିବା କରୋନା ସଂଖ୍ୟା ଭିତରେ ମୁମ୍ୱାଇରୁ ଆସିଥିବା କରୋନାକୁ ନେଇ ତଥ୍ୟ ସାରା ଦେଶର ଚିନ୍ତା ବଢାଇ ଦେବା ପରି । କାରଣ ମୁମ୍ୱାଇରେ ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ କୌଣସି ସଂକ୍ରମଣ ଦେଖାଯାଉନାହିଁ । ଏସବୁ ଭିତରେ ମହାରାଷ୍ଟ୍ରରେ ପୁରା ଲକଡାଉନ୍ ଲାଗୁ କରିବାକୁ ଚାହୁଁ ନଥିବାContinue reading “ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ ।”
Author Archives: Raghaba
ପଶ୍ଚିମବଙ୍ଗର ହାଇଭୋଲଟେଜ ଆସନରେ କାଲି ପଡିବ ଭୋଟ । ଶକ୍ତି ପ୍ରଦର୍ଶନ କଲେ ଦିଦି ଓ ଦାଦା, କାହା ସପକ୍ଷରେ ଭୋଟ ଦେବେ ନନ୍ଦିଗ୍ରାମବାସୀ ।
କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ , ନନ୍ଦିଗ୍ରାମରେ ଭୋଟ୍ ପଡିବ । କାରଣ ଏହିଠାରୁ ଟିଏମସିରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଅଛନ୍ତି ଶଭେନ୍ଦୁ ଅଧିକାରୀ । ଏହି କାରଣରୁ ନନ୍ଦିଗ୍ରାମ ଏବେ ଉଭୟ ବିଜେପି ଓ ଟିଏମସି ପାଇଁ ପାଲିଟି ଯାଇଛି ସମ୍ମାନର ପ୍ରଶ୍ନ । ମୋଟ୍ ୩୦ ଆସନ ପାଇଁ ଆସନ୍ତାକାଲିContinue reading “ପଶ୍ଚିମବଙ୍ଗର ହାଇଭୋଲଟେଜ ଆସନରେ କାଲି ପଡିବ ଭୋଟ । ଶକ୍ତି ପ୍ରଦର୍ଶନ କଲେ ଦିଦି ଓ ଦାଦା, କାହା ସପକ୍ଷରେ ଭୋଟ ଦେବେ ନନ୍ଦିଗ୍ରାମବାସୀ ।”
ସବୁଠୁ ଅଧିକ ନମ୍ବର ରଖିଲେ, ହେଲେ ସ୍ୱର୍ଣ୍ଣପଦକରୁ ହେବେ ବଞ୍ଚିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଚୟନକୁ ନେଇ ଅଭିଯୋଗ ଉଠାଇଲେ ପରିସଂଖ୍ୟାନ ବିଭାଗ ଛାତ୍ରୀ ।
କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ହେଲେ ଏହି ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ଅଭିଯୋଗ ଆସିଛି । ପରିସଂଖ୍ୟାନ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ଏହି ଅଭିଯୋଗ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୁଳପତି, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଇମେଲ ଓ ଟ୍ୱିଟ୍ କରି ଜଣାଇଛନ୍ତି ତନୁଶ୍ରୀ । ଛାତ୍ରୀଙ୍କContinue reading “ସବୁଠୁ ଅଧିକ ନମ୍ବର ରଖିଲେ, ହେଲେ ସ୍ୱର୍ଣ୍ଣପଦକରୁ ହେବେ ବଞ୍ଚିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଚୟନକୁ ନେଇ ଅଭିଯୋଗ ଉଠାଇଲେ ପରିସଂଖ୍ୟାନ ବିଭାଗ ଛାତ୍ରୀ ।”
ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ସିସିଟିଭିର ଚିତ୍ର, କଣ୍ଡକର ଠେଲିନଥିଲେ ସତ କିନ୍ତୁ ବସର ଡୋର ଖୋଲିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।
କନକ ବ୍ୟୁରୋ : ମୋ ବସରେ ଯାତ୍ରା ସମୟରେ ଏକ ଦୁର୍ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆଉ ବିବାଦଟି ହେଲା ବସ ଚକା ତଳେ ଆସି ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କୁ କିଏ ଠେଲିଦେଇଥିଲା କି ? ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କୁ ବସର କଣ୍ଡକ୍ଟର ଚଳନ୍ତା ବସରୁ ତଳକୁ ଠେଲିଦେଇଥିବାରୁ ସେ ବସ ଚକା ତଳକୁ ଆସିଗଲେ । କିନ୍ତୁ ଘଟଣା ଘଟିବା ସମୟର ବସ ଭିତରେ ଲାଗିଥିବା ସିସିଟିଭିContinue reading “ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ସିସିଟିଭିର ଚିତ୍ର, କଣ୍ଡକର ଠେଲିନଥିଲେ ସତ କିନ୍ତୁ ବସର ଡୋର ଖୋଲିଲା କେମିତି ତାକୁ ନେଇ ଉଠିଛି ପ୍ରଶ୍ନ ।”
ଛତିଶଗଡ଼ କ୍ରିକେଟ୍ ମ୍ୟାଚରୁ ଓଡ଼ିଶା ଆସିଲା କି କରୋନା? ନୂଆପଡ଼ା ସମେତ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ବଢୁଛି ସଂକ୍ରମଣ । ଟୁର୍ଣ୍ଣାମେଣ୍ଟ ଖେଳିଥିବା ବଡ କ୍ରିକେଟର ମଧ୍ୟ ହୋଇସାରିଛନ୍ତି କରୋନା ସଂକ୍ରମିତ ।
କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେଲା ସୁପର ସ୍ପ୍ରେଡର । ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜର ଭାରତ- ଶ୍ରୀଲଙ୍କା ମ୍ୟାଚରେ ସାମିଲ ହୋଇଥିବା କ୍ରିକେଟ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ କ୍ରିକେଟ ମ୍ୟାଚ ପରେ ସିନାପାଲିରେ ବ୍ୟାପିଲା କରୋନା । ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ଜଣ ବ୍ୟକ୍ତି । ସିନାପାଲିରେ ହଠାତ୍ କରୋନା ବ୍ୟାପିଯିବା ପରେ ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଛତିଶଗଡContinue reading “ଛତିଶଗଡ଼ କ୍ରିକେଟ୍ ମ୍ୟାଚରୁ ଓଡ଼ିଶା ଆସିଲା କି କରୋନା? ନୂଆପଡ଼ା ସମେତ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ବଢୁଛି ସଂକ୍ରମଣ । ଟୁର୍ଣ୍ଣାମେଣ୍ଟ ଖେଳିଥିବା ବଡ କ୍ରିକେଟର ମଧ୍ୟ ହୋଇସାରିଛନ୍ତି କରୋନା ସଂକ୍ରମିତ ।”
ଲୋଗୋ ପାଇଁ ଲଢ଼େଇ । ବିଜେପି କହିଲା, ପ୍ରଧାନମନ୍ତ୍ରୀ ଆବାସରେ ଲାଗି ପାରିବନି ବିଜୁ ପକ୍କାଘର ଲୋଗୋ, ବିଜେଡିର ଜବାବ, ରାଜ୍ୟ ଅର୍ଥ ଖର୍ଚ୍ଚ କରୁଛି ଲୋଗୋ କାହିଁକି ଲାଗିପାରିବନି?
କନକ ବ୍ୟୁରୋ : ଗାଁରେ ଗରିବ ଲୋକଙ୍କୁ କିଏ ଦେଉଛି ଘର । କେନ୍ଦ୍ର ସରକାର ନା ରାଜ୍ୟ ସରକାର । ଏହାକୁ ନେଇ ବେଶ କିଛି ଦିନ ହେଲା ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ବିବାଦ ଆଜି ନାଟକୀୟ ମୋଡ ନେଇଛି । କେନ୍ଦ୍ର ସରକାରଙ୍କ ସଚିବ ଚିଠି ଲେଖି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ଲୋଗୋ ଲଗାଯାଇପାରିବନି । ଏପଟେ ବିଜେଡି କହିଛି, ପକ୍କା ଘର ଦେବାContinue reading “ଲୋଗୋ ପାଇଁ ଲଢ଼େଇ । ବିଜେପି କହିଲା, ପ୍ରଧାନମନ୍ତ୍ରୀ ଆବାସରେ ଲାଗି ପାରିବନି ବିଜୁ ପକ୍କାଘର ଲୋଗୋ, ବିଜେଡିର ଜବାବ, ରାଜ୍ୟ ଅର୍ଥ ଖର୍ଚ୍ଚ କରୁଛି ଲୋଗୋ କାହିଁକି ଲାଗିପାରିବନି?”
ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ।
କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା । ଗତ ତିନି ଚାରି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କିଛି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ସହର ଗୁଡିକ ହେଲା ବାରିପଦା ୪୩.୬, ବାଲେଶ୍ୱର ୪୩, କଟକContinue reading “ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ।”
ମମତାଙ୍କ ମହାମେଳି ଚିଠି । ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଲେ ଆହ୍ୱାନ ।
କନକ ବ୍ୟୁରୋ : ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୋନିଆ ଗାନ୍ଧୀଙ୍କ ସହ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି । ମମତା ନିଜ ଗଡ ରକ୍ଷା କରିବା ପାଇଁ ସବୁ ଦମ ଲଗାଇ ଦେଇଥିବାବେଳେ ବିଜେପି ମମତାଙ୍କ ଗଡ ଭାଙ୍ଗିବାକୁ ଦିନରାତି ଏକ କରିଦେଇଛିContinue reading “ମମତାଙ୍କ ମହାମେଳି ଚିଠି । ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଲେ ଆହ୍ୱାନ ।”
ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବାକୁ ଯାଇ ବୁଡିଗଲେ ୪ ଜଣ, ଜଣେ ମୃତ, ଜଣେ ନିଖୋଜ । ଅଳ୍ପକେ ବଞ୍ଚିଗଲା ୨ ଜଣଙ୍କ ଜୀବନ ।
କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମଳିଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଅଧିନ ବ୍ରାହ୍ମଣୀ ନଦୀର ଆଳପୁଆ ଘାଟରେ ଆଜି ଅପରାହ୍ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ହୋଲି ଅବସରରେContinue reading “ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବାକୁ ଯାଇ ବୁଡିଗଲେ ୪ ଜଣ, ଜଣେ ମୃତ, ଜଣେ ନିଖୋଜ । ଅଳ୍ପକେ ବଞ୍ଚିଗଲା ୨ ଜଣଙ୍କ ଜୀବନ ।”
ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ପାଇଁ ନେଇପାରିବେ ନିଷ୍ପତ୍ତି । ଜିଲ୍ଲାପାଳ ଓ ପୌର ପରିଷଦ ନେଇ ପାରିବେ ନିଷ୍ପତ୍ତି । ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ କୁହାଯାଇଛି । ସେହିପରି ମନ୍ଦିର ବାବଦରେ ସ୍ଥାନୀୟ ପ୍ରଶାସନ ନେବେContinue reading “ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ”