କୁହାଯାଏ ପ୍ରେମ ଶାଶ୍ବତ । ସମାଜର ସମସ୍ତ ଶୃଙ୍ଖଳ ଓ କଠୋର ଋଢ଼ିବାଦୀ ଚିନ୍ତାଧାରାର ସୀମା ସରହଦ ପାର କରି ଏହା ଲେଖେ ନୂଆ ଇତିହାସ । ଜାତି, ଧର୍ମ, ବର୍ଣ୍ଣ, ବୟସ ଓ ସୌନ୍ଦର୍ଯ୍ୟର ଊର୍ଧ୍ବକୁ ଯାଇ ହୃଦୟରୁ ଗଢ଼ା ହୁଏ ଏହି ସୁନ୍ଦର ସମ୍ପର୍କ । ଏଭଳି ପ୍ରେମର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ଭାବେ ଆସନ୍ତାକାଲି ବିବାହ ବନ୍ଧନର ଅତୁଟ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି ଏସିଡ୍ ଆକ୍ରମଣରେ ପୀଡ଼ିତା ପ୍ରମୋଦିନୀ ରାଉଳ ଏବଂContinue reading “ଏକ ନିଆରା ପ୍ରେମ କାହାଣୀ : ବିବାହ ବନ୍ଧନରେ ବାନ୍ଧିହେବେ ପ୍ରମୋଦିନୀ ଏବଂ ସରୋଜ”
Author Archives: Raghaba
ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ : ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଅଘଟଣ
କନକ ବ୍ୟୁରୋ : ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ବଡ଼ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ବଡଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ମା ମଙ୍ଗଳା ଜୁଏଲାରୀ ଦୋକାନ ସାମ୍ନାରେ ଜୁଏଲାରୀ ଦୋକାନ ମାଲିକଙ୍କ ପୁଅଙ୍କୁ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଗୁଳି ଦୋକାନ ମାଲିକଙ୍କ ପୁଅର ମୁଣ୍ଡ ଓ ପେଟରେ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।Continue reading “ଦୁର୍ବୃତ୍ତଙ୍କ ଗୁଳି ମାଡରେ ସୁନା ଦୋକାନୀଙ୍କ ମୃତ୍ୟୁ : ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଅଘଟଣ”
ପୁରୀ ଶ୍ରୀମନ୍ଦିର ଚାରିପାଖରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାମ : ସିଂହଦ୍ୱାର ସମ୍ମୁଖ ପୁରାତନ ରାଧାବଲ୍ଲଭ ମଠ ଭାଙ୍ଗୁଛି ପ୍ରଶାସନ
କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ପୁରୀରେ ଆରମ୍ଭ ହେଲା ଉଚ୍ଛେଦ ପକ୍ରିୟା । ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବହୁ ପୁରାତନ ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଥିବା ଏହି ମଠର ସାମ୍ନାପାଶ୍ୱର୍କୁ ଜେସିବି ମେସିନ ସାହାଯ୍ୟରେ ଉଚ୍ଛେଦ କରାଯାଉଛି । ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ୍, ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ,Continue reading “ପୁରୀ ଶ୍ରୀମନ୍ଦିର ଚାରିପାଖରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାମ : ସିଂହଦ୍ୱାର ସମ୍ମୁଖ ପୁରାତନ ରାଧାବଲ୍ଲଭ ମଠ ଭାଙ୍ଗୁଛି ପ୍ରଶାସନ”
ମ୍ୟାନମାରରେ ସାମରିକ ଶାସନର କ୍ରୁରତା । ବିଭିନ୍ନ ସହରରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ । ୧୮ ମୃତ, ୩୦ ରୁ ଅଧିକ ଗୁରୁତର
କନକ ବ୍ୟୁରୋ : ଫେବୃଆରୀ ପହିଲା ଦିନ ମ୍ୟାନମାର ସୈନ୍ୟବାହିନୀ ଦେଶର ଶାସନ କ୍ଷମତାକୁ ନିଜ ହାତକୁ ନେଇଛି । ଗଣତାନ୍ତ୍ରିକ ପଦ୍ଧତିିରେ ନିର୍ବାଚିତ ଆଙ୍ଗ ସାନ୍ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିନେଇଥିଲା ସୈନ୍ୟବାହିନୀ । ଏନେଇ ସେହିଦିନ ଠାରୁ ମ୍ୟାନମାରରେ ସେନାବାହିନୀ ବିରୋଧରେ ସାଧାରଣ ଜନତା ବିକ୍ଷୋଭ ଜାରୀ ରଖିଛନ୍ତି । ଏହି କ୍ରମରେ ରବିବାର ଦିନ ସାମରିକ ଶାସନ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ସେନାବାହିନୀ ତା’ର କ୍ରୁରତା ଦେଖାଇଛିContinue reading “ମ୍ୟାନମାରରେ ସାମରିକ ଶାସନର କ୍ରୁରତା । ବିଭିନ୍ନ ସହରରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ । ୧୮ ମୃତ, ୩୦ ରୁ ଅଧିକ ଗୁରୁତର”
ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ : ଓଏଲଏକ୍ସରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଂଚିଯାଉଥିଲା ସ୍ମାର୍ଟ ଚୋର
କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା । କେତେବେଳେ ଯୁବତୀଙ୍କ ମୋବାଇଲକୁ ଝାମ୍ପି ନେଉଛନ୍ତି କେତେବେଳେ ବାଇକ୍ ଚୋରୀ କରୁଛନ୍ତି । ସାଧାରଣରେ ଲୋକେ ଅନଲାଇନ ଜିନିଷ କିଣା ବିକାକୁ ଏବେ ବେଶ ପସନ୍ଦ କରୁଛନ୍ତି । ନିଜ ଗାଡ଼ି ହେଉ କି ଅନ୍ୟ କିଛି ଜିନିଷ ସହଜରେ ଅନଲାଇନରେ ବିକ୍ରି ହୋଇପାରୁଛି । ହେଲେ ଆପଣଙ୍କୁ ଲୁଟିବାକୁ ନୂଆ ଚାଲ ବିଛାଉଛନ୍ତି ଲୁଟେରା । ସେହିପରି ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁContinue reading “ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ : ଓଏଲଏକ୍ସରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଂଚିଯାଉଥିଲା ସ୍ମାର୍ଟ ଚୋର”
କଳାହାଣ୍ଡି କୋକସରା ଖପ୍ରାମାଲ ଗାଁରେ ଅଘଟଣ : ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଯୁବତୀ; ଗ୍ୟାସ ଲିକେଜରୁ ଘରେ ନିଆଁ ଲାଗିଥିବା ସନ୍ଦେହ
କନକ ବ୍ୟୁରୋ : କଳାହାଣ୍ଡି କୋକସରା ଖପ୍ରାମାଲ ଗାଁରେ ଅଘଟଣ । ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଯୁବତୀ । ମୃତ ଯୁବତୀ ଜଣକ ହେଲେ ଟୁଇଙ୍କଲ କନ୍ଦପାନ । ଯୁବତୀଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡ଼ିଛି । କିଭଳି ନିଆଁ ଲାଗିଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଗ୍ୟାସ ଲିକେଜରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ରାଜସ୍ୱ ନିରିକ୍ଷକ ପହଂଚିContinue reading “କଳାହାଣ୍ଡି କୋକସରା ଖପ୍ରାମାଲ ଗାଁରେ ଅଘଟଣ : ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଯୁବତୀ; ଗ୍ୟାସ ଲିକେଜରୁ ଘରେ ନିଆଁ ଲାଗିଥିବା ସନ୍ଦେହ”
ଭୁବନେଶ୍ୱରରେ ୧୨ଟି ସରକାରୀ ଟିକାକେନ୍ଦ୍ର : ପ୍ରତି ଟିକା କେନ୍ଦ୍ରରେ ଦିନକୁ ୬୦ଜଣ ନେବେ କରୋନା ଟିକା
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ୧୨ଟି ସରକାରୀ ଟିକାକରଣ କେନ୍ଦ୍ର କରାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ ୬୦ ଜଣଙ୍କୁ ଟିକା ଦେବା ପାଇଁ ବନ୍ଦୋବସ୍ତ କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଟିକାକରଣ ଚାଲିଥିବା ବେଳେ ୬ଟି ସ୍ଲଟ କରାଯାଇଛି । କରୋନା ନିୟମକୁ ମାନି ପ୍ରତି ଘଂଟାରେ ୧୦ ଜଣ ଲେଖାଏଁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଏହି କେନ୍ଦ୍ରରେ ଟିକା ନେଉଥିବାContinue reading “ଭୁବନେଶ୍ୱରରେ ୧୨ଟି ସରକାରୀ ଟିକାକେନ୍ଦ୍ର : ପ୍ରତି ଟିକା କେନ୍ଦ୍ରରେ ଦିନକୁ ୬୦ଜଣ ନେବେ କରୋନା ଟିକା”
ଆମ୍ ଆଦମୀ ପାର୍ଟିରେ ବଡୁଛି ଗ୍ଲାମର୍ସ ନେତାଙ୍କ ଭିଡ । ଅଳକା ଲାମ୍ବା ପରେ ଦଳରେ ଯୋଗ ଦେଲେ ଦିଲ୍ଲୀ ସୁନ୍ଦରୀ ମାନସୀ ସେହଗଲ
କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଗଡ ଭାଙ୍ଗୁଥିବା ବେଳେ ଆମ୍ ଆଦମୀ ପାର୍ଟି ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି । ଦଳର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ମିସ୍ ଇଣ୍ଡିଆ (ଦିଲ୍ଲୀ)୨୦୧୯ ମାନସୀ ସେହଗଲ । ସେ ସୋମବାର ଦିନ ଦଳର ଯୁବନେତା ତଥା ବିଧାୟକ ରାଘବ ଚଢାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଏହିContinue reading “ଆମ୍ ଆଦମୀ ପାର୍ଟିରେ ବଡୁଛି ଗ୍ଲାମର୍ସ ନେତାଙ୍କ ଭିଡ । ଅଳକା ଲାମ୍ବା ପରେ ଦଳରେ ଯୋଗ ଦେଲେ ଦିଲ୍ଲୀ ସୁନ୍ଦରୀ ମାନସୀ ସେହଗଲ”
ଟିକା ନେଲେ ମୁଖ୍ୟମନ୍ତ୍ରୀ : ବିଧାନସଭା ଡିସପେନସେରୀରେ କୋଭାକ୍ସିନ୍ ଟିକା ନେଲେ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନ ନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ । ସେଠାରେ ସେ ପ୍ରଥମେ କରୋନା ଟିକା ନେଇଥିଲେ । ଏହାପରେ ଅନ୍ୟ ବିଧାୟକମାନେ ଟିକା ନେବେ ବୋଲି ଜଣାଯାଇଛି । from Kanak News via <a href="https://ifttt.com/?
ଜିଏସଟି ଦାତାଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ଥି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ସୂଚନା, ମାର୍ଚ୍ଚ ୩୧ ତାରିଖ ଯାଏ ରିଟର୍ନ ଫାଇଲ ଅବଧି ବୃଦ୍ଧି
କନକ ବ୍ୟୁରୋ : ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସଟି) ର ବାର୍ଷିକ ରିଟର୍ନ ଫାଇଲ ଅବଧିକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ରିଟର୍ନ ଫାଇଲ ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡContinue reading “ଜିଏସଟି ଦାତାଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ଥି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ସୂଚନା, ମାର୍ଚ୍ଚ ୩୧ ତାରିଖ ଯାଏ ରିଟର୍ନ ଫାଇଲ ଅବଧି ବୃଦ୍ଧି”