ଗୁଜରାଟ ସଭାମଞ୍ଚରୁ ସମ୍ମାନିତ ହେଲେ ଓଡିଆ ଝିଅ ଅଞ୍ଜଳି । ହିନ୍ଦୀ ସାହିତ୍ୟରେ ମାଷ୍ଟର ଅଫ୍ ଫିଲୋସୋଫି ଉପାଧିରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କନକ ବ୍ୟୁରୋ: ଗୁଜୁରାଟ ସଭା ମଂଚରେ ସମ୍ମାନିତ ହେଲେ ଓଡିଶା ଝିଅ । ହିନ୍ଦୀ ସାହିତ୍ୟରେ ଗୁଜୁରାଟ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟରୁ ମାଷ୍ଟର ଅଫ୍ ଫିଲୋସଫି ଉପାଧିରେ ଭୁଷିତ ହୋଇଛନ୍ତି ବରଗଡ଼ର ଦିବ୍ୟାଙ୍ଗ ଝିଅ ପି. ଅଞ୍ଜଳି । ସମକାଳୀନ ହିନ୍ଦୀ କାହାଣୀରେ ଦିବ୍ୟାଙ୍ଗଙ୍କ ଭୁମିକା ଉପସ୍ଥାପନ କରି ସେ ଏହି ଉପାଧି ପାଇଛନ୍ତି । ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ଦିକ୍ଷାନ୍ତ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ତାଙ୍କୁ ସାମ୍ମାନିତ କରିଛନ୍ତି । ଅଞ୍ଜଳିContinue reading “ଗୁଜରାଟ ସଭାମଞ୍ଚରୁ ସମ୍ମାନିତ ହେଲେ ଓଡିଆ ଝିଅ ଅଞ୍ଜଳି । ହିନ୍ଦୀ ସାହିତ୍ୟରେ ମାଷ୍ଟର ଅଫ୍ ଫିଲୋସୋଫି ଉପାଧିରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।”

ଧବଳେଶ୍ୱର ପୀଠରେ ଦୁର୍ବଳ ହେଉଛି ଝୁଲାପୋଲ । କଂକ୍ରିଟ ପୋଲ ନିର୍ମାଣ ପାଇଁ କାମ ଆରମ୍ଭ କଲା ଠକା ସଂସ୍ଥା ।

କନକ ବ୍ୟୁରୋ: ଧବଳେଶ୍ୱର ପୀଠକୁ ଯୋଡି ହେବ ପକ୍କା ପୋଲ । ଝୁଲା ପୋଲ ଦୁର୍ବଳ ହୋଇଯାଉଥିବା ବେଳେ ପକ୍କା ପୋଲ ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ୨୦୧୮ ମସିହାରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କଂକ୍ରିଟ ପୋଲ ନିର୍ମାଣ ବାବଦକୁ ଅର୍ଥରାଶି ବଢା ଯାଇଛି । ୧୮ କୋଟି ବଦଳରେ ୨୨ କୋଟିର ବ୍ୟୟ ବରାଦରେ ନୂଆ ଟେଣ୍ଡର କରାଯାଇଛି ଏବଂ ଠିକା ସଂସ୍ଥା ପକ୍ଷରୁ ଏବେ ପୋଲ ନିର୍ମାଣର ପ୍ରାଥମିକContinue reading “ଧବଳେଶ୍ୱର ପୀଠରେ ଦୁର୍ବଳ ହେଉଛି ଝୁଲାପୋଲ । କଂକ୍ରିଟ ପୋଲ ନିର୍ମାଣ ପାଇଁ କାମ ଆରମ୍ଭ କଲା ଠକା ସଂସ୍ଥା ।”

ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନକୁ ଅନୁମତି ଦେଲା ବିଏମସି । ୬୦ ବର୍ଷରୁ ଅଧିକ ବୟସ୍କ, ୧୨ ବର୍ଷରୁ କମ୍ ବର୍ଷର ପିଲାଙ୍କୁ ମନ୍ଦିର ଯିବା ମନା ।

କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନ ନେଇ ଅନୁମତି ଦେଲା ବିଏମସି । କୋଭିଡ୍ ଗାଇଡଲାଇନ୍ ପାଳନ ସହିତ ଚଳିତ ବର୍ଷ ଜାଗର ଅନୁଷ୍ଠିତ ହେବ । ଏନେଇ ଆଜି ବୈଠକରେ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ସେ କହିଛନ୍ତି, ଚଳିତ ବର୍ଷ ସମସ୍ତ କୋଭିଡ୍ ଗାଇଡଲାଇନକୁ ପାଳନ କରି ଶିବରାତ୍ରୀ ପାଳନ ହେବ । ଭକ୍ତମାନେ ଗର୍ଭଗୃହରେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ଏଥିସହିତ ୬୦Continue reading “ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନକୁ ଅନୁମତି ଦେଲା ବିଏମସି । ୬୦ ବର୍ଷରୁ ଅଧିକ ବୟସ୍କ, ୧୨ ବର୍ଷରୁ କମ୍ ବର୍ଷର ପିଲାଙ୍କୁ ମନ୍ଦିର ଯିବା ମନା ।”

ଗୁଣିଆ ସନ୍ଦେହରେ ସମ୍ପର୍କୀୟ ଭାଇକୁ ବନ୍ଦୀ ରଖି ୩ ମାସ କାଳ ଦେଲେ ନିର୍ଯ୍ୟାତନା । ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ।

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଆଜି ବି କବଳିତ ମଣିଷ । ଯେଉଥିପାଇଁ ବିନା ଦୋଷରେ ଜଣେ ନିରୀହ ମଣିଷକୁ ଦୀର୍ଘ ୩ ମାସ ଧରି ଏକ ବନ୍ଦ କୋଠରିରେ ରଖି ଦିଆଚାଲିଥିଲା ଯମଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ସାନସରାଷପୋଷି ଗାଁରୁ ଆସିଥିବା ଏହି ନିର୍ଯ୍ୟାତନାର କାହାଣୀ ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ । ଦୀର୍ଘ ୩ ମାସ ଧରି ଗୋଟିଏ କୋଠରିରେ ଶ୍ୟାମ ସୁନ୍ଦର ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଦ ରଖିContinue reading “ଗୁଣିଆ ସନ୍ଦେହରେ ସମ୍ପର୍କୀୟ ଭାଇକୁ ବନ୍ଦୀ ରଖି ୩ ମାସ କାଳ ଦେଲେ ନିର୍ଯ୍ୟାତନା । ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିବ ତାତି । ପାରଦ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପାଣିପାଗ ବିଭାଗର ସୂଚନା ।

କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ବଢିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ କଟକ,ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡର ତାପମାତ୍ରା ଆଗାମୀ ୨୪ ଘଣ୍ଟା ଭିତରେ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି । ଏଥିସହ ରାଜ୍ୟରେ ରାତିବେଳେ ତାପମାତ୍ରାରେContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିବ ତାତି । ପାରଦ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପାଣିପାଗ ବିଭାଗର ସୂଚନା ।”

ଫେରିବ କହି ଫେରିଲାନି ପୁଅ । ସୀମାରେ ସହିଦ ହୋଇଥିଲେ ସ୍ୱାମୀ, ସହିଦ ହୋଇଗଲା ପୁଅ… ବୀର ପୁଅକୁ ହରାଇ କାନ୍ଦୁଛି ମାଆ, ସ୍ୱାମୀକୁ ହରାଇ ହତବାକ ସ୍ତ୍ରୀ ।

କନକ ବ୍ୟୁରୋ: ଫୋନ ଆସିଲାନି, ପୁଅ ଫେରିଲାନି । ପାଣିରେ ମିଶିଗଲା ପୁଅର ଫେରିବାର ପ୍ରତିଶ୍ରୁତି । ମାର୍ଚ୍ଚ ୧୨ରେ ପୁଅ କହିଥିଲା ଘରକୁ ଫେରିବ । ହେଲେ ପୁଅର କଥା, କଥାରେ ହିଁ ରହିଗଲା । ସେ ତ ଫେରିଲାନି ମାତ୍ର ଫେରିଲା ତାର ଶବ, ସକାଳୁ ସକାଳୁ ଆସିଲା ସହିଦ ହେବାର ଫୋନ । ପୁଅ ଆଉ ନାହିଁ, ସୀମା ସେପାରିରୁ ଏ ନିଷ୍ଠୁର ସତ ଗୋଟେ ମାଆର ଛାତିକୁ ଦୋହଲାଇ ଦେଇଥିଲା, ଆଉContinue reading “ଫେରିବ କହି ଫେରିଲାନି ପୁଅ । ସୀମାରେ ସହିଦ ହୋଇଥିଲେ ସ୍ୱାମୀ, ସହିଦ ହୋଇଗଲା ପୁଅ… ବୀର ପୁଅକୁ ହରାଇ କାନ୍ଦୁଛି ମାଆ, ସ୍ୱାମୀକୁ ହରାଇ ହତବାକ ସ୍ତ୍ରୀ ।”

ବରକନ୍ୟା ସାଜିଲେ ସବ୍ୟାର୍ଚ୍ଚିତା । ବାହାଘର ପାଇଁ ବର ବେଶରେ ସବ୍ୟସାଚୀ, କନ୍ୟା ବେଶରେ ନଜର ଆସିଲେ ଅର୍ଚ୍ଚିତା । ଫଟୋ ଛାଡି ଦୁହେଁ ଲେଖିଲେ, ଆଜି ଠାରୁ ତମର ସବୁ ସୁଖ-ଦୁଃଖ, ଭଲ-ମନ୍ଦ ମୋର ।

କନକ ବ୍ୟୁରୋ: ତାଙ୍କୁ ପ୍ରେମ ଜର ହୋଇଥିଲା, ପ୍ରିୟାର ଛମଛମ ପାଉଁଜି ତାଙ୍କୁ ପାଗଳ କରିଥିଲା । ଆଉ ସେ ପାଲଟିଗଲେ ପାଗଳପ୍ରେମୀ । କେବେ ସପନର ସୌଦାଗର ସାଜି ଛାତି ତଳେ ଡିଙ୍ଗଡଙ୍ଗ କରିଛନ୍ତି ତ କେବେ ଦୁବାଇରେ ଦିଲ୍ ହଜାଇ ପ୍ରେମିକାକୁ ଆଣିଦେଇଛନ୍ତି ଲକ୍ଷେ ଫଗୁଣ । ମୁଁ ଏକା ତୁମର କହି ସ୍ମାଇଲ ପ୍ଲିଜର ସଙ୍କେତ ଦେଇ ପ୍ରେମର ଠିକଣା ବତେଇଥିବା ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରି ତୋର ମୋରContinue reading “ବରକନ୍ୟା ସାଜିଲେ ସବ୍ୟାର୍ଚ୍ଚିତା । ବାହାଘର ପାଇଁ ବର ବେଶରେ ସବ୍ୟସାଚୀ, କନ୍ୟା ବେଶରେ ନଜର ଆସିଲେ ଅର୍ଚ୍ଚିତା । ଫଟୋ ଛାଡି ଦୁହେଁ ଲେଖିଲେ, ଆଜି ଠାରୁ ତମର ସବୁ ସୁଖ-ଦୁଃଖ, ଭଲ-ମନ୍ଦ ମୋର ।”

ସୁପ୍ରିମକୋର୍ଟର ସମସ୍ତ ଜଜ୍ ଙ୍କୁ ଆସନ୍ତାକାଲି ଦିଆଯିବ କରୋନା ଟିକା । ଟିକା ଚୟନ ପାଇଁ ମିଳିଲା ସ୍ୱାଧୀନତା

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଜଜ୍ ମାନଙ୍କୁ ବି ଦିଆଯିବ କରୋନା ଟିକା । ମଙ୍ଗଳବାର ଠାରୁ ଏହି ଟିକାକରଣ ଆରମ୍ଭ କରାଯିବ । ସୁପ୍ରିିମକୋର୍ଟର ଜଜ୍ ଙ୍କ ବ୍ୟତୀତ ସେମାନଙ୍କ ପରିବାର ଲୋକଙ୍କୁ ବି ଏହି ଟିକା ଦିଆଯିବ ବୋଲି ସୂଚନା ମିଳିଛି । ସୁପ୍ରିମକୋର୍ଟ ରେଜିଷ୍ଟାର ତରଫରୁ କୋର୍ଟ ପରିସରରେ ଏହି ଟିକାକରଣ କରାଇବାକୁ ସମସ୍ତ ପ୍ରସ୍ତୁତି କରାଇଛନ୍ତି । ଏଠାରେ ସୁପ୍ରିମକୋର୍ଟରୁ ଅବସର ନେଇଥିବା ଜଜ୍ ଓ ସେମାନଙ୍କ ପରିବାର ଲୋକଙ୍କୁ ବି ଏହିContinue reading “ସୁପ୍ରିମକୋର୍ଟର ସମସ୍ତ ଜଜ୍ ଙ୍କୁ ଆସନ୍ତାକାଲି ଦିଆଯିବ କରୋନା ଟିକା । ଟିକା ଚୟନ ପାଇଁ ମିଳିଲା ସ୍ୱାଧୀନତା”

୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ତାତି । ୪ ଦିନ ହେଲା ଅସମ୍ଭାଳ ଗରମ । ପାଣିପାଗ ନିର୍ଦ୍ଦେଶକ କହିଲେ, ଆହୁରି ୨୪ ଘଂଟା ତାତିରୁ ନିସ୍ତାର ନାହିଁ ।

କନକ ବ୍ୟୁରୋ: ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ଗତକାଲି ଅର୍ଥାତ ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି, ଯାହାକି ରାଜ୍ୟର ସବୁଠୁ ଅଧିକ ତାପମାତ୍ରା। କେବଳ ଏତିକି ନୁହେଁ, ରବିବାର ଅନୁଗୁଳ ସହରର ତାପମାତ୍ରା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫେବୃୟାରୀ ମାସରେ ଅନୁଗୁଳ ସହରରେ ଏତେ ଅଧିକ ତାପମାତ୍ରା କେବେ ରେକର୍ଡ଼ କରାଯାଇ ନ ଥିଲା । ତେବେContinue reading “୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ତାତି । ୪ ଦିନ ହେଲା ଅସମ୍ଭାଳ ଗରମ । ପାଣିପାଗ ନିର୍ଦ୍ଦେଶକ କହିଲେ, ଆହୁରି ୨୪ ଘଂଟା ତାତିରୁ ନିସ୍ତାର ନାହିଁ ।”

କୋଭିଡ୍ ଟିକା ନେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ନେଇ ସେଆର୍ କଲେ ଫଟୋ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଆଜି କୋଭିଡ୍ ଟିକା ନେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ବିଧାନସଭା ଡିସପେନସାରୀରେ ଏହି କୋଭିଡ୍ ଟିକା ନେଇଛନ୍ତି । ବାଚସ୍ପତିଙ୍କ ସହିତ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଭୁପିନ୍ଦର ସିଂହ ଓ ଜିତୁ ମିତ୍ରଙ୍କୁ ମଧ୍ୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଆଜିଠୁ ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହିContinue reading “କୋଭିଡ୍ ଟିକା ନେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ନେଇ ସେଆର୍ କଲେ ଫଟୋ ।”

Design a site like this with WordPress.com
Get started