ସୁନା ଦୋକାନରେ ଫୁଟିଲା ଗୁଳି : ସୁନ୍ଦରଗଡ ଜିଲ୍ଲା ବଡ ଗାଁ ଜୁଏଲାରୀ ଦୋକାନରେ ଅଘଟଣ

କନକ ବ୍ୟୁରୋ : ସୁନ୍ଦରଗଡ଼ ବଡ଼ଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ମା ମଙ୍ଗଳା ଜୁଏଲାରୀ ଦୋକାନ ସାମ୍ନାରେ ଗୁଳିମାଡ଼ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୋକାନୀ ମାଲିକଙ୍କ ପୁଅଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଛନ୍ତି । ଏହି ଗୁଳିମାଡ଼ରେ ଦୋକାନୀ ମାଲିକଙ୍କ ପୁଅ ଗୁରୁତର ଥିବାବେଳେ ପାଖରେ ଥିବା ସରୋଜ ଦାସ ନାମକ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଠ ରହିଛି ।Continue reading “ସୁନା ଦୋକାନରେ ଫୁଟିଲା ଗୁଳି : ସୁନ୍ଦରଗଡ ଜିଲ୍ଲା ବଡ ଗାଁ ଜୁଏଲାରୀ ଦୋକାନରେ ଅଘଟଣ”

୪ ଦିନ ମଧ୍ୟରେ ଦ୍ୱିତୀୟ ଥର ବଢିଲା ରୋଷେଇ ଗ୍ୟାସ ଦର ।  ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପରେ ଜାଣନ୍ତୁ କ’ଣ ରହିଛି ଆପଣଙ୍କ ସହରରେ ଦାମ୍

କନକ ବ୍ୟୁରୋ :  ରୋଷେଇ ଗ୍ୟାସର ଦର ୪ ଦିନ ମଧ୍ୟରେ ଦ୍ୱିତୀୟଥର ବୃଦ୍ଧି ପାଇଛି । ସବୁ ଶ୍ରେଣୀର ରୋଷେଇ ଗ୍ୟାସ୍ ର ଦର ମାର୍ଚ୍ଚ ପହିଲା ଠାରୁ ପୁଣି ୨୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଏଲପିଜିର ଦର ବୃଦ୍ଧି ପାଉଥିବା ଦର୍ଶାଇ ଦେଶରେ ରୋଷେଇ ଗ୍ୟାସର ଦର ବୃଦ୍ଧି କରାଯାଇଥିବା କୁହାଯାଇଛି । ମାର୍ଚ୍ଚ ମାସ ଆରମ୍ଭରୁ ସାଧାରଣ ଲୋକଙ୍କ ଉପରେ ପୁଣି ଏକ ମହଙ୍ଗାମାଡ ପଡିଛି ।Continue reading “୪ ଦିନ ମଧ୍ୟରେ ଦ୍ୱିତୀୟ ଥର ବଢିଲା ରୋଷେଇ ଗ୍ୟାସ ଦର ।  ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପରେ ଜାଣନ୍ତୁ କ’ଣ ରହିଛି ଆପଣଙ୍କ ସହରରେ ଦାମ୍”

ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତକୁ ମିଳିବ ଆଉ ୨ଟି ଟିକା । ମନ ପସନ୍ଦର ଟିକା ନେଇପାରିବେ ଲୋକେ

ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ଆଉ ୨ଟି କୋଭିଡ୍‌ ଟିକା ଉପଲବ୍ଧ‌ ହୋଇପାରିବ। ଫଳରେ ହିତାଧିକାରୀମାନେ ୩-୪ଟି ଟିକା ଭିତରୁ ନିଜ ମନପସନ୍ଦର ଟିକା ନେବା ପାଇଁ ସୁଯୋଗ ପାଇପାରିବେ ବୋଲି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି। ସମ୍ପ୍ରତି ଦେଶରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା କୋଭିସିଲ୍‌ଡ ନାମରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭାକ୍ସିନ୍‌ ଟିକାର ଉପଯୋଗ ଚାଲିଛି। ତେବେContinue reading “ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତକୁ ମିଳିବ ଆଉ ୨ଟି ଟିକା । ମନ ପସନ୍ଦର ଟିକା ନେଇପାରିବେ ଲୋକେ”

ଆପଣ ନେଉଛନ୍ତି ତ କରୋନା ଟିକା ? କିଏ ନେଇପାରିବେ ଟିକା ? କେଉଁଠି କରିବେ ପଞ୍ଜିକରଣ ? କ’ଣ କାଗଜପତ୍ର ଆବଶ୍ୟକ ? ଜାଣନ୍ତୁ ଟିକା ନେବାର ପୁରା ପ୍ରକ୍ରିୟା

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକା ଦିଆଯିବ । କେଉଁଠି କରିବେ ପଞ୍ଜିକରଣ ? – କୋ-ୱିନ ଆପରେContinue reading “ଆପଣ ନେଉଛନ୍ତି ତ କରୋନା ଟିକା ? କିଏ ନେଇପାରିବେ ଟିକା ? କେଉଁଠି କରିବେ ପଞ୍ଜିକରଣ ? କ’ଣ କାଗଜପତ୍ର ଆବଶ୍ୟକ ? ଜାଣନ୍ତୁ ଟିକା ନେବାର ପୁରା ପ୍ରକ୍ରିୟା”

ବାଲିଗଦା ଭିତରୁ ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୋଲିସ : କଙ୍କାଳକୁ ଫରେନସିକ୍ ଲ୍ୟାବ ପଠାଇ ପୋଲିସର ତଦନ୍ତ

କନକ ବ୍ୟୁରୋ : ବାଲିଗଦା ଭିତରୁ ମୁଣ୍ଡବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୁଲିସ୍ । ବାଳେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଳପୁର ବାଇପାସ୍ ପାଖ ବାଲିଗଦାରୁ ଏକ କଙ୍କାଳ ଉଦ୍ଧାର କରିଛି ପୁଲିସ୍ । ବିଲକୁ କାମ କରିବାକୁ ଆସିଥିବା କିଛି ଚାଷୀ ପ୍ରଥମେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଂଚି କଙ୍କାଳ ଉଦ୍ଧାର କରିବା ସହ ଫରେନସିକ୍ ଟେଷ୍ଟ ପାଇଁ ପଠାଇଥିଲା । ଏନେଇContinue reading “ବାଲିଗଦା ଭିତରୁ ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୋଲିସ : କଙ୍କାଳକୁ ଫରେନସିକ୍ ଲ୍ୟାବ ପଠାଇ ପୋଲିସର ତଦନ୍ତ”

ଝାରସୁଗୁଡା ସେନହାମାଲ ପଥର ଖାଦାନରେ ବିସ୍ଫୋରଣ : ବିସ୍ଫୋରଣରେ ଜଣେ ଗୁରୁତର ହେବା ପରେ ମୃତ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବନହଳପାଳି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନ ଠାରେ ବିସ୍ଫୋରଣ ଯୋଗୁଁ ଜଣଙ୍କ ଜୀବନ ଯାଇଛି । ରବିବାର ଦ୍ୱିପହର ସମୟରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣା ପରେ ପଥର ଖାଦାନରେ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୁଲିସ୍ ପହଂଚି ତଦନ୍ତContinue reading “ଝାରସୁଗୁଡା ସେନହାମାଲ ପଥର ଖାଦାନରେ ବିସ୍ଫୋରଣ : ବିସ୍ଫୋରଣରେ ଜଣେ ଗୁରୁତର ହେବା ପରେ ମୃତ ଘୋଷଣା କଲେ ଡାକ୍ତର”

ଭିସୁଟରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ

କନକ ବ୍ୟୁରୋ : ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଜି ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ହଷ୍ଟେଲ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନା ଘୋଷଣା କରାଯିବା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁContinue reading “ଭିସୁଟରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ”

ଏଟିଏମରୁ ୨ହଜାର ଟଙ୍କିଆ ନୋଟ୍ ଗାଏବ୍ ! ଅଧିକ ମାତ୍ରାରେ ବାହାରୁଛି ୫ଶହ ଟଙ୍କିଆ, ଅସୁବିଧାରେ ଗ୍ରାହକ

ଅଧିକାଂଶ ଏଟିଏମ୍‌ରେ ଆଉ ୨ ହଜାର ଟଙ୍କିଆ ନୋଟ୍‌ ଗ୍ରାହକଙ୍କୁ ମିଳୁନାହିଁ । ମାର୍ଚ୍ଚ ୧ ତାରିଖରୁ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ମିଳିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ କେବଳ ଇଣ୍ଡିଆନ୍ ବ୍ୟାଙ୍କ ନୁହେଁ ପ୍ରାୟ ସବୁ ବ୍ୟାଙ୍କର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ଆଉ ଗ୍ରାହକଙ୍କୁ ମିଳୁନାହିଁ । ମୋଦୀ ସରକାର ୨୦୧୬ ନଭେମ୍ବର ୮ ତାରିଖରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣାContinue reading “ଏଟିଏମରୁ ୨ହଜାର ଟଙ୍କିଆ ନୋଟ୍ ଗାଏବ୍ ! ଅଧିକ ମାତ୍ରାରେ ବାହାରୁଛି ୫ଶହ ଟଙ୍କିଆ, ଅସୁବିଧାରେ ଗ୍ରାହକ”

ସ୍ୱାଭିମାନ ଅଂଚଳର ଗାଈ ଚରାଳି ଏବେ ସଫଳ ବାଲୁକା ଶିଳ୍ପୀ : କୋୟା ଜନଜାତିର ଯୁବକ ମୁକା କାବାସିଙ୍କ ସଂଘର୍ଷ ଓ ସଫଳତାର କାହାଣୀ

କନକ ବ୍ୟୁରୋ : ବାଲୁକା କଳା ତାଙ୍କୁ ଦେଇଛି ଏକ ନୂଆ ରାହା ଓ ପରିଚୟ । ବାଲୁକା କଳାରେ ସେ ନିଜକୁ କରିଦେଇଛନ୍ତି ନିମଗ୍ନ । ଗଢ଼ିବସୁଛନ୍ତି ଭଳିକି ଭଳି ବାଲୁକା କଳା । ବେଶ୍ ସୁନ୍ଦର ଓ ଆକର୍ଷଣୀୟ । ଏହେଉଛନ୍ତି ସ୍ୱାଭିମାନ ଅଂଚଳର କୋୟା ଜନଜାତିର ଯୁବକ ମୁକା କାବାସିଙ୍କ କାହାଣୀ । ମାଲକାନଗିରି କାଲିମେଳା ବ୍ଳକ ତୁମ୍ବାଗୁଡ଼ା ଗାଁର ମୁକା କାବାସି ଏବେ ବାଲୁକା କଳାକୁ ନେଇ ଏବେ ଆଗକୁ ବଢ଼ୁଛନ୍ତିContinue reading “ସ୍ୱାଭିମାନ ଅଂଚଳର ଗାଈ ଚରାଳି ଏବେ ସଫଳ ବାଲୁକା ଶିଳ୍ପୀ : କୋୟା ଜନଜାତିର ଯୁବକ ମୁକା କାବାସିଙ୍କ ସଂଘର୍ଷ ଓ ସଫଳତାର କାହାଣୀ”

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ : ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ :ଆଜିଠୁ ସକାଳୁଆ ସ୍କୁଲ । କରୋନା ସଂକ୍ରମଣ ଯୋଗୁଁ ଏବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଚାଲିଛି । ଏବେ ଏହି ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ମଧ୍ୟରେ ଶେଷ ହେବ । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ୯ଟାରୁ ଗୋଟାଏ ପର୍ଯ୍ୟନ୍ତContinue reading “ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ : ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ”

Design a site like this with WordPress.com
Get started