କନକ ବ୍ୟୁରୋ: ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତାକାଲି ହେବାର ଥିଲା । ପରବର୍ତ୍ତି ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ହଷ୍ଟେଲ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ୍ ଘୋଷଣା କରାଯିବା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ କର୍ତୃପକ୍ଷContinue reading “ଆସନ୍ତାକାଲି ବୁର୍ଲା ଭିସୁଟରେ ହେବାକୁ ଥିବା ଶେଷ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପାଇଁ ପରୀକ୍ଷା ସ୍ଥଗିତ ରଖିବା ନେଇ ସୂଚନା ଦେଲେ ଭିସୁଟ୍ କୂଳପତି ।”
Author Archives: Raghaba
ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି । କହିଲେ, ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ତଥ୍ୟ ସାମ୍ନାକୁ ଆସୁ ।
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର କ୍ଷେତ୍ରରେ ବିକାଶ ପ୍ରକଳ୍ପକୁ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଅପରାଜିତା ଦର୍ଶାଇଛନ୍ତି, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି । ଏହା କରିବାContinue reading “ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି । କହିଲେ, ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ତଥ୍ୟ ସାମ୍ନାକୁ ଆସୁ ।”
ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା । ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ଟିକା ପାଇଁ ଦେବାକୁ ପଡିବ ଅଢ଼େଇ ଶହ ଟଙ୍କା ।
କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ କାଲିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଛି, ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ଅବଶ୍ୟ ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକାକରଣContinue reading “ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା । ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ଟିକା ପାଇଁ ଦେବାକୁ ପଡିବ ଅଢ଼େଇ ଶହ ଟଙ୍କା ।”
କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ ଅର୍ଚ୍ଚିତାଙ୍କ ହାତ ଧରିବେ ସୁପରଷ୍ଟାର ସବ୍ୟସାଚୀ ।
କନକ ବ୍ୟୁରୋ: କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ତେବେ ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏହି ସୂଚନା ଦେଇ୍ଛନ୍ତି ଖୋଦ୍ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଓ ପରିବାର ଲୋକଙ୍କ ଆଶିର୍ବାଦରେ ସେ ଓ ଅର୍ଚ୍ଚିତା ବୈବାହିକ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତିContinue reading “କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ ଅର୍ଚ୍ଚିତାଙ୍କ ହାତ ଧରିବେ ସୁପରଷ୍ଟାର ସବ୍ୟସାଚୀ ।”
ବାହାହେବେ ପାଗଳପ୍ରେମୀ । କାଲି ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା ।
କନକ ବ୍ୟୁରୋ: ବାହାହେବେ ସବ୍ୟ- ଅର୍ଚ୍ଚିତା । ଆସନ୍ତାକାଲି ବାହା ହେବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ସୂଚନା ଦେଲେ । ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଉଭୟ ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡିଶାବାସୀଙ୍କ ଆଶିର୍ବାଦ ମାଗିଲେ । ତେବେ ସବୁ ଖରାପ ଓ ଭଲ ସମୟରେContinue reading “ବାହାହେବେ ପାଗଳପ୍ରେମୀ । କାଲି ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା ।”
ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଅନୁଗୁଳ ।
କନକ ବ୍ୟୁରୋ: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର ତିନିଦିନ ଧରି ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ରହୁଥିବାବେଳେ ଆଜି ରାଜ୍ୟର ଉତ୍ତପ୍ତ ସହର ଭାବେ ଦ୍ୱିତୀୟ ସ୍ଥାନରେ ଅଛିContinue reading “ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଅନୁଗୁଳ । “
ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର ।
କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶମାନଙ୍କ ଦ୍ୱାରା ଅଶୋଧିତ ତେଲ ଉତ୍ପାଦନ ହ୍ରାସ ଫଳରେ ବିଶ୍ୱରେ ତେଲଦର ବୃଦ୍ଧି ପାଉଛି । କିନ୍ତୁ ତେଲ ଉତ୍ପାଦନContinue reading “ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର ।”
ମତ୍ସ୍ୟଜୀବୀଙ୍କୁ ରୋଜଗାର ଯୋଗାଇଛି ଗଂଜାମର ଶାଳିଆ ଡ଼୍ୟାମ୍ । ସରକାରଙ୍କ ପକ୍ଷରୁ ଡ଼୍ୟାମରେ ହେଉଛି ଜଳଙ୍ଗ ମାଛ ଚାଷ ।
କନକ ବ୍ୟୁରୋ: ଜୀବିକା ଯୋଗାଇଛି ଶାଳିଆ ଡ଼୍ୟାମ । ଗଂଜାମ ଜିଲ୍ଲାର ଶାଳିଆ ଡ଼୍ୟାମରେ ଗତ ୫ ବର୍ଷ ହେଲା ଜଳଙ୍ଗ ମାଛ ଚାଷ କରାଯାଉଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୮ଟି କେଜରେ ଏହି ମାଛ ଚାଷ କରାଯାଉଛି । ୨୦୧୫-୧୬ରେ ଡ୍ୟାମର ମଧ୍ୟ ଭାଗରେ ୨୮ଟି ଭାସମାନ କେଜରେ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା । ଏବେ ପରବର୍ତୀ ସମୟରେ ଆଉ ୩୦ଟି କେଜରେ ମାଛ ଚାଷContinue reading “ମତ୍ସ୍ୟଜୀବୀଙ୍କୁ ରୋଜଗାର ଯୋଗାଇଛି ଗଂଜାମର ଶାଳିଆ ଡ଼୍ୟାମ୍ । ସରକାରଙ୍କ ପକ୍ଷରୁ ଡ଼୍ୟାମରେ ହେଉଛି ଜଳଙ୍ଗ ମାଛ ଚାଷ ।”
ପନିପରିବା ସାଇତି ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାର । ବ୍ୟବସାୟୀଙ୍କୁ ପରିବା ବିକି କ୍ଷତି ସହୁଛନ୍ତି ସୁନ୍ଦରଗଡ ନୂଆଗାଁ ଅଂଚଳର ଚାଷୀ ।
କନକ ବ୍ୟୁରୋ: ଗୋଟିଏ ପଟେ ଜଳ ସେଚନ ସମସ୍ୟା ଅନ୍ୟପଟେ ଅମଳ ଫସଲ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ସମସ୍ୟା । ଏହାରି ଭିତରେ ପେଶି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଅଂଚଳର ଚାଷୀ । ପରିବା ବିକ୍ରି ପାଇଁ ହଟହଟା ଚାଷୀ । ବଜାର ମାନ୍ଦା ସାଙ୍ଗକୁ ଦଲାଲର ରାଜୁତି ସୁନ୍ଦରଗଡ ଜିଲ୍ଲା ନୂଆଗାଁର ଚାଷୀଙ୍କୁ ଅଣନିଶ୍ୱାସୀ କରୁଛି । ନୂଆଗାଁର ୭୦ ଭାଗ ଚାଷୀ କରଜ କରି ଟମାଟୋ, କୋବି, କ୍ୟାପସିକମ୍, ଗ୍ରୀନ ମଟରContinue reading “ପନିପରିବା ସାଇତି ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାର । ବ୍ୟବସାୟୀଙ୍କୁ ପରିବା ବିକି କ୍ଷତି ସହୁଛନ୍ତି ସୁନ୍ଦରଗଡ ନୂଆଗାଁ ଅଂଚଳର ଚାଷୀ ।”
ବିଜେପି ଆଡକୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ । ମୋଦିଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା ।
କନକ ବ୍ୟୁରୋ : ଗତକାଲି ଜମ୍ମୁରେ ଅନୁଷ୍ଠିତ ଜି-୨୩ ସମ୍ମିଳନୀରେ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଆଜି ଜମ୍ମୁରେ ଅନୁଷ୍ଠିତ ଆଉ ଏକ ସଭାରେ ସେ କହିଛନ୍ତି ଯେ, ମୋଦିଙ୍କ ସହ ନୀତିଗତଭାବେ ଅନେକ ପ୍ରସଙ୍ଗରେ ତାଙ୍କର ମତଭେଦ ରହିଛି । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ସେ ନିଜର ମୂଳ ସହ ସବୁବେଳେ ଯୋଡ଼ିହୋଇରହିଥାନ୍ତିContinue reading “ବିଜେପି ଆଡକୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ । ମୋଦିଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା ।”