ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ କମ୍ପାନିରେ ଚଢଉ । ୨୨୦ କୋଟି ଟଙ୍କାର କଳାଧନ ଜବତ।

କନକ ବ୍ୟୁରୋ: ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ ଓ ସାନିଟାରୀ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଉପରେ ଚଢଉ କରାଯାଇ ପ୍ରାୟ ୨୨୦ କୋଟି ଟଙ୍କାର କଳାଧନ ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ଉକ୍ତ କମ୍ପାନିର ତାମିଲନାଡ଼ୁ, ଗୁଜୁରାଟ, କୋଲକତାରେ ଥିବା ମୋଟ ୨୦ଟି ଅଫିସରେ ଚଢଉ କରାଯାଇଥିଲା । ଏହି ଚଢଉବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ୮.୩୦ କୋଟି ଟଙ୍କା ଜବତ କରାଯାଇଥିଲା ବୋଲିContinue reading “ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ କମ୍ପାନିରେ ଚଢଉ । ୨୨୦ କୋଟି ଟଙ୍କାର କଳାଧନ ଜବତ।”

ରୋମିଓ ନିଖୋଜ ପରେ ଜୁଲିଏଟ ଆଖିରେ ନାହିଁ ନିଦ । ବିଚ୍ଛେଦର ଯନ୍ତ୍ରଣା ଦେଖି ମରାଗଲା ପୋଷ୍ଟର । ରୋମିଓକୁ ଖୋଜିଦେଲେ ପାଞ୍ଚ ହଜାର ପୁରସ୍କାର ।

କନକ ବ୍ୟୁରୋ: ହାଇଦ୍ରାବାଦରେ ହୃଦୟ ଦିଆନିଆ, ବଲାଙ୍ଗିରରେ ବିରହ । ସେଠି ମିଶିଥିଲା ମନ, ଏଠି ବିଚ୍ଛେଦରେ ବିତୁଛି ଦିନ । ଆଖି ଆଗରୁ ଜୀବନ ସାଥୀକୁ ଦୂରେଇ ବିରହରେ ଜଳୁଛି ଜୁଲିଏଟ । ନିଶ୍ୱାସକୁ ହଜେଇ ଦିନରାତି ରାତି ଝୁରୁଛି ପ୍ରେମପକ୍ଷୀ । ପ୍ରେମକଥା ଉଠିଲେ ସମସ୍ତେ ରୋମିଓ ଜୁଲିଏଟର ଉଦାହରଣ ଦିଅନ୍ତି । ରୋମିଓ ଜୁଲିଏଟର କାହାଣୀ ସହ ତୁଳନା କରନ୍ତି । ଆଉ ମଣିଷଙ୍କ ପରି ଏ ପକ୍ଷୀଙ୍କ ପ୍ରେମ କାହାଣୀ ବିContinue reading “ରୋମିଓ ନିଖୋଜ ପରେ ଜୁଲିଏଟ ଆଖିରେ ନାହିଁ ନିଦ । ବିଚ୍ଛେଦର ଯନ୍ତ୍ରଣା ଦେଖି ମରାଗଲା ପୋଷ୍ଟର । ରୋମିଓକୁ ଖୋଜିଦେଲେ ପାଞ୍ଚ ହଜାର ପୁରସ୍କାର ।”

ଜଙ୍ଗଲ ନିଆଁରେ ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ । ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ ।

କନକ ବ୍ୟୁରୋ: ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।Continue reading “ଜଙ୍ଗଲ ନିଆଁରେ ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ । ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ ।”

ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି ଦେଶଦ୍ରୋହୀ

କନକ ବ୍ୟୁରୋ : ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟ ଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ ବ୍ୟକ୍ତି ଶିଖ୍ ପତାକା ଉଡାଇଥିଲା ସେ ବି ବିଜେପିର କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି । ବିଜେପି ସରକାର ଯୋଜନାବଦ୍ଧ ଭାବେ ଚାଷୀ ମାନଙ୍କୁ ଦିଲ୍ଲୀ ଆସିବାକୁ ବାଧ୍ୟ କରିଥିଲା ଓContinue reading “ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି ଦେଶଦ୍ରୋହୀ”

ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ ଅଙ୍ଗନୱାଡି କେନ୍ଦ୍ର ।

କନକ ବ୍ୟୁରୋ: ନିଜ ଗାଁରେ ଅଙ୍ଗନୱାଡି ଘର କରିବାକୁ ସରକାରଙ୍କୁ ଜମି ଦାନ କଲେ ମମତା । ଆଉ ତାଙ୍କର ଏଭଳି ମହାନ କାମ ପରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଂଟାବଣିଆ ଗାଁରେ ଛିଡା ହୋଇଛି ଏକ ସୁନ୍ଦର ଅଙ୍ଗନୱାଡି ଗୃହ । ଯେଉଁଠି ଛୋଟ ଛୋଟ ପିଲାମାନେ ପାଠ ପଢିବା ସହିତ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି । ମମତା ବେହେରା  ହେଉଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ଆଉ ତାଙ୍କରିContinue reading “ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ ଅଙ୍ଗନୱାଡି କେନ୍ଦ୍ର ।”

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୧୬ ବର୍ଷର ପୁଅକୁ ଗ୍ରାସ କରିଛିି ଗଳା କ୍ୟାନସର । କାନ୍ଦି କାନ୍ଦି ସହାୟତା ମାଗୁଛି ଅସହାୟ ମାଆ ।

କନକ ବ୍ୟୁରୋ: ଯେତେବେଳେ ଗରିବ ପରିବାରରେ ଦୁଃଖ ବସା ବାନ୍ଧେ, ସେତେବେଳେ ଅସହାୟ ହୋଇପଡନ୍ତି ମୀନାଙ୍କ ଭଳି ମାଆ । ଆଖି ସାମ୍ନାରେ ସଂସାର ଉଜୁଡି ଯାଉଥିବା ଦେଖି କେହି ମାଆ କଣ ସହିପାରିବ । ଆଉ ଯଦି ପୁଅ ବା ଝିଅକୁ କ୍ୟାନ୍ସର ଭଳି ରୋଗ ହୁଏ ତେବେ କଥା ସରିଲା । କେବଳ ଭାଗ୍ୟକୁ ଆଦରି ଲୁହ ପିଇବା ଛଡା ଅନ୍ୟ କୌଣସି ଉପାୟ ନଥାଏ । ଯାହା ଏବେ ବିତୁଛି ଅସହାୟ ମାଆContinue reading “ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୧୬ ବର୍ଷର ପୁଅକୁ ଗ୍ରାସ କରିଛିି ଗଳା କ୍ୟାନସର । କାନ୍ଦି କାନ୍ଦି ସହାୟତା ମାଗୁଛି ଅସହାୟ ମାଆ ।”

ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ତାଙ୍କର ପ୍ରଶିକ୍ଷଣ ଦେବାର ଇଚ୍ଚାଶକ୍ତି ସମାଜକୁ ପ୍ରେରଣା ଦେବ ।

କନକ ବ୍ୟୁରୋ: ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଂଶସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ରବିବାର ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ଯୁବକ ସିଲୁ ସାରଙ୍କ କଥା ଉଲ୍ଲେଖ କରିଥିଲେ । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ବସି ଶୁଣିଥିଲେ । ଏହାପରେContinue reading “ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ତାଙ୍କର ପ୍ରଶିକ୍ଷଣ ଦେବାର ଇଚ୍ଚାଶକ୍ତି ସମାଜକୁ ପ୍ରେରଣା ଦେବ ।”

ଭାରତ ସରକାରଙ୍କ ନୂତନ ରେକର୍ଡ, ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ । ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେଲା ନାମ

କନକ ବ୍ୟୁରୋ : ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମାତ୍ର ୧୮ ଘଂଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ୍ ଗଡକରୀ । ଟ୍ୱିଟ୍ ରେ କହିଛନ୍ତି କି ମାତ୍ରContinue reading “ଭାରତ ସରକାରଙ୍କ ନୂତନ ରେକର୍ଡ, ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ । ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେଲା ନାମ”

ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ କରିପାରିବେ ପଞ୍ଜିକରଣ ।

କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ଏହାସହିତ ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟାContinue reading “ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ କରିପାରିବେ ପଞ୍ଜିକରଣ ।”

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଙ୍ଗଲ ସଫାରୀ ଓ ନୌବିହାର ପାଇଁ ସ୍ଥାନ ବାଛିବାକୁ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଅର୍ଥନୀତିର ବିକାଶରContinue reading “କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ ।”

Design a site like this with WordPress.com
Get started