କନକ ବ୍ୟୁରୋ : କରୋନା କାଳରେ ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ ବଡ ଲଢେଇ ପାଇଁ ବିଗୁଲ ବାଜିଛି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଦେଶ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ କରିବାକୁ ତାରିଖ ଘୋଷଣା କରିଛନ୍ତି । କୋଭିଡ କଟକଣା ଭିତରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନContinue reading “୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ. ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁହେଲା ଆଦର୍ଶ ଆଚରଣ ବିଧି । “
Author Archives: Raghaba
ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକା ଦେବାକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ବାଟ ଫିଟିଛି । କେନ୍ଦ୍ରର ଅନୁମତି ପରେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ । ଆୟୁଷମାନ ଯୋଜନାରେ ଓଡିଶା ସାମିଲ ହୋଇନଥିବାରୁ ଘରୋଇ ଡାକ୍ତରଖାନାରେ ଟିକା ଦେବା ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଏନେଇContinue reading “ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।”
ଆଦର୍ଶ ଯୁବଚାଷୀ ରାଜେଶ ସୋରେନ୍ । ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ତିଆରି କଲେ ପାଣି ପମ୍ପ ।
କନକ ବ୍ୟୁରୋ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେଆପେ ଆସେ । ଠିକ୍ ସେହିଭଳି ଜଣେ ଯୁବଚାଷୀଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ହିଁ ଅନ୍ୟ ମାନଙ୍କପାଇଁ ପ୍ରେରଣାର ଉତ୍ସ ସାଜିପାରିଛି । ଆଜିକାଲିର ଯୁବପିଢି ଚାକିରୀ ପଛରେ ପଡି ନିଜର ସମୟ ନଷ୍ଟ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଜଣେ ଅଧା ଶିକ୍ଷିତ ଆଦିବାସୀ ଯୁବକ ଚାଷ ପ୍ରତି ମନ ବଳାଇ ନିଜର ଜ୍ଞାନ କୌଶଳ ବଳରେ ଚାଷ ଜମିରେ ପାଣି ଯୋଗାଇବା ପାଇଁ ବିନା ମେସିନ୍ ଏବଂContinue reading “ଆଦର୍ଶ ଯୁବଚାଷୀ ରାଜେଶ ସୋରେନ୍ । ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ତିଆରି କଲେ ପାଣି ପମ୍ପ ।”
ଭୁବନେଶ୍ୱରରେ ଖଇଫୁଟା ଖରା । ରେକର୍ଡ ଭାଙ୍ଗିଲା ତାତି । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ । ଏବେଠୁ କଲବଲ କଲାଣି ଗରମ ।
କନକ ବ୍ୟୁରୋ: ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଲଗାତାର ଦୁଇ ଦିନ ହେବ ଅସହ୍ୟ ହେଉଛି ତାତି । ଓଡିଶାରେ ଭୁବନଶ୍ୱେରର ତାପମାତ୍ରା ସବୁଠୁ ଅଧିକ ରହୁଛି । ଗତକାଲି ସାରା ଦେଶରେ ଭୁବନେଶ୍ୱର ତାପମାତ୍ରା ଅଧିକ ଥିବାବେଳେ ଆଜି ବି ୪୦ ଟପିଛି ପାରଦ । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ରହିଛି । ସେହିପରି ଯାଜପୁରରେ ତାପମାତ୍ରା ୩୮.୬ ଥିବାବେଳେ ଦେବଗଡରେ ୩୬.୬ ଡିଗ୍ରୀ ତାପମାତ୍ରା ରହିଛି ।Continue reading “ଭୁବନେଶ୍ୱରରେ ଖଇଫୁଟା ଖରା । ରେକର୍ଡ ଭାଙ୍ଗିଲା ତାତି । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ । ଏବେଠୁ କଲବଲ କଲାଣି ଗରମ ।”
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଜଗନ୍ନାଥ ପୂଜା । ପୁରୀରୁ କୋଲକାତା ଗଲେ ଜଗୁନିଙ୍କ ସମେତ ସେବାୟତ ଓ ବ୍ରାହ୍ମଣ ।
କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା । ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ପୂଜା ଦିନତମାମ ଚାଲିଥିଲା । ଦୀର୍ଘ ୧୦ ଘଂଟାରୁ ଅଧିକ ସମୟ ଧରି ପୂଜା ହୋଇଥିଲା ବୋଲିContinue reading “ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଜଗନ୍ନାଥ ପୂଜା । ପୁରୀରୁ କୋଲକାତା ଗଲେ ଜଗୁନିଙ୍କ ସମେତ ସେବାୟତ ଓ ବ୍ରାହ୍ମଣ ।”
ବଦଳିଲା ସ୍କୁଲ ସମୟ : ନବମ ଓ ଏକାଦଶ କ୍ଲାସ୍ ସକାଳ ୭ଟାରୁ ଆରମ୍ଭ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ୯ଟାରୁ ଆରମ୍ଭ ।
କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ବଦଳିଲା ସ୍କୁଲ ସମୟ । ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ୧ଟାରେContinue reading “ବଦଳିଲା ସ୍କୁଲ ସମୟ : ନବମ ଓ ଏକାଦଶ କ୍ଲାସ୍ ସକାଳ ୭ଟାରୁ ଆରମ୍ଭ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ୯ଟାରୁ ଆରମ୍ଭ ।”
କର୍ମଚାରୀ ଅଭାବରୁ ଅଚଳ ହୋଇଯିବ କି ଓଡିଶାର ଏକମାତ୍ର ବ୍ରେଲ ପ୍ରେସ । ମାତ୍ର ୫ ଜଣ କର୍ମଚାରୀରେ ଚାଲିଛି ବ୍ରହ୍ମପୁରରେ ଥିବା ବ୍ରେଲ୍ ପ୍ରେସ୍ ।
କନକ ବ୍ୟୁରୋ : ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାରଙ୍କ ତରଫରୁ ବ୍ରେଲବହି ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ବ୍ରେଲ ବହି ଛାପିବା ପାଇଁ ବ୍ରହ୍ମପୁରରେ ରହିଛି ରେଡ଼କ୍ରସ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣାଳୟ । ଯାହାକି ଓଡ଼ିଶାର ଏକମାତ୍ର ବ୍ରେଲ ପ୍ରେସ । ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁContinue reading “କର୍ମଚାରୀ ଅଭାବରୁ ଅଚଳ ହୋଇଯିବ କି ଓଡିଶାର ଏକମାତ୍ର ବ୍ରେଲ ପ୍ରେସ । ମାତ୍ର ୫ ଜଣ କର୍ମଚାରୀରେ ଚାଲିଛି ବ୍ରହ୍ମପୁରରେ ଥିବା ବ୍ରେଲ୍ ପ୍ରେସ୍ ।”
ନିର୍ବାଚନ କମିଶନରଙ୍କ ଘୋଷଣା: ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ୍ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ପଡିବ ଭୋଟ୍ ।
କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗରେ ଏଥର ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ଆସାମରେ ତିନୋଟି ଏବଂ କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସମସ୍ତContinue reading “ନିର୍ବାଚନ କମିଶନରଙ୍କ ଘୋଷଣା: ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ୍ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ପଡିବ ଭୋଟ୍ ।”
ବିଦେଶ ଗଲା କଳାହାଣ୍ଡି କପା । ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ଗଲା ଧଳା ସୁନା । ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ।
କନକ ବ୍ୟୁରୋ : ଧାନ ପରେ ଓଡିଶାରୁ ବିଦେଶକୁ ରପ୍ତାନୀ ହେଲା କଳାହାଣ୍ଡି କପା । କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ କପାକୁ ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ପଠାଯାଇଛି । ଆଉ କପା ବିଦେଶ ଯିବା ପରେ ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଜିଲ୍ଲାର ସ୍ପିନିଂ ମିଲ୍ ବନ୍ଦ ହେବା ପରେ ଅଭାବୀ ବିକ୍ରୀର ଶିକାର ହେଉଥିବା ଚାଷୀ ଦୁଇ ପଇସା ପାଇବା ନେଇ ଆଶା ରଖିଛନ୍ତିContinue reading “ବିଦେଶ ଗଲା କଳାହାଣ୍ଡି କପା । ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ଗଲା ଧଳା ସୁନା । ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ।”
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଆସିବ ରେଜଲ୍ଟ ।
କନକ ବ୍ୟୁରୋ : ବାଜିଲା ନିର୍ବାଚନ ବିଗୁଲ । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ । ସେହିପରି ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ ୬ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଏପ୍ରିଲ ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ଏପ୍ରିଲ ୧୭ ତାରିଖରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୨ ତାରିଖରେContinue reading “ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଆସିବ ରେଜଲ୍ଟ । “