କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୟୁସୁଫ ପଠାନ ଶୁକ୍ରବାର ଦିନ ଟ୍ୱିଟରରେ ନିଜର ଅବସର ବାବଦରେ ଘୋଷଣା କରିଛନ୍ତି । ସେ ଅତ୍ୟନ୍ତ ଭାବପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ୟୁସୁଫ ପଠାନ ଲେଖିଛନ୍ତି, ‘ମୋର ମନେ ଅଛି ଯେଉଁ ଦିନ ମୁଁ ପ୍ରଥମ ଥରContinue reading “ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କଲେ ୟୁସୁଫ ପଠାନ୍ । ୨୦୦୭ ଓ ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ ।”
Author Archives: Raghaba
ମାର୍ଚ୍ଚ ୩୧ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି ।
କନକ ବ୍ୟୁରୋ : ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବ ।Continue reading “ମାର୍ଚ୍ଚ ୩୧ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି ।”
୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଜାଣନ୍ତୁ କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ…
କନକ ବ୍ୟୁରୋ : ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନର ସୁନିଲ ଆରୋରା । କମିଶନଙ୍କ ସୂଚନା ମୁତାବକ, ଏହି ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ ଗ୍ରହଣ କରାଯିବ । ଏବେ ଜାଣନ୍ତୁ କେଉଁ ତାରିଖରେ କେଉଁ ରାଜ୍ୟରେ ହେବ ନିର୍ବାଚନ … ଆସାମ: ଆସାମରେ ଏଥର ତିନୋଟି ପର୍ଯ୍ୟାୟରେ ବିଧାନସଭାContinue reading “୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଜାଣନ୍ତୁ କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ…”
ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କଲେ ଦ୍ରୁତ ବୋଲର ବିନୟ କୁମାର । ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ ୩୧ ଦିନିକିଆ, ୯ଟି ଟି-୨୦ ମ୍ୟାଚ୍ ।
କନକ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କହିଲେ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର । ଶୁକ୍ରବାର ସେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିବା ସହିତ କ୍ରିକେଟକୁ ଅଲବିଦା କହିଛନ୍ତି । ୩୭ ବର୍ଷୀୟ ଏହି କ୍ରିକେଟର ୨୦୧୦ ମସିହାରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ ଲଗାତାର କିଛି ବର୍ଷ ପାଇଁ ଦଳରେ ସ୍ଥାନ ପାଇ ଆସୁଥିଲେ । ହେଲେ ଗତ କିଛି ବର୍ଷ ହେଲା ସେ ଦଳରୁContinue reading “ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କଲେ ଦ୍ରୁତ ବୋଲର ବିନୟ କୁମାର । ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ ୩୧ ଦିନିକିଆ, ୯ଟି ଟି-୨୦ ମ୍ୟାଚ୍ ।”
କରୋନା କାଳରେ ହୋଇଛି ଦୁର୍ନୀତି ପରେ ଦୁର୍ନୀତି । ବୁଲା ଗୋରୁ-ଗାଇଙ୍କ ଖାଇବା ପାଇଁ ଆସିଥିବା ଅର୍ଥ ଆତ୍ମସାତ ଅଭିଯୋଗ, ଲକଡାଉନ୍ ବେଳେ ସରକାରୀ ଅନୁଦାନର ହୋଇଛି ବାଟମାରଣା ।
କନକ ବ୍ୟୁରୋ : କରୋନା ମହାମାରୀ ବହୁ ଲୋକଙ୍କ ଠାରୁ ରୋଜଗାର ପନ୍ଥା ଛଡେଇ ନେଇଛି । ହେଲେ, ଏହି ସମୟରେ କିଛି ଅସାଧୁ ସରକାରୀ ବାବୁ ବିପତିର ସୁଯୋଗ ନେଇ ସରକାରୀ ଅର୍ଥ ବାଟମାରଣା କରିଛନ୍ତି । ବଲାଙ୍ଗୀରରେ କରୋନା କାଳରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆସିଥିବା ପଇସାକୁ ମଧ୍ୟ ଖାଇଯାଇଛନ୍ତି । ୨ଲକ୍ଷ ୫୫ ହଜାର ଟଙ୍କା ଖାଇଗଲେ ଗୋରୁ ଓ ବୁଲା କୁକୁର । କରୋନା ଲକଡାଉନ-ସଟଡାଉନ ସମୟରେ ବୁଲା କୁକୁର ଓContinue reading “କରୋନା କାଳରେ ହୋଇଛି ଦୁର୍ନୀତି ପରେ ଦୁର୍ନୀତି । ବୁଲା ଗୋରୁ-ଗାଇଙ୍କ ଖାଇବା ପାଇଁ ଆସିଥିବା ଅର୍ଥ ଆତ୍ମସାତ ଅଭିଯୋଗ, ଲକଡାଉନ୍ ବେଳେ ସରକାରୀ ଅନୁଦାନର ହୋଇଛି ବାଟମାରଣା ।”
ଲଗାତାର ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।
କନକ ବ୍ୟୁରୋ: ଦେଶର ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର । ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲିContinue reading “ଲଗାତାର ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।”
ମାର୍ଚ୍ଚ ଆସୁଛି, ଭୟ ଘାରୁଛି… ସତର୍କ ନହେଲେ ସାଙ୍ଘାତିକ ହେବ ସ୍ଥିତି ? ବର୍ଷେ ତଳେ ମାର୍ଚ୍ଚରେ ଓଡିଶାକୁ ମାଡି ଆସିଥିଲା କରୋନା ।
କନକ ବ୍ୟୁରୋ: ଫେରିଲା ମାସ୍କ, ସାନିଟାଇଜ ଯୁଗ । ପିନ୍ଧିବା ମାସ୍କ, ଧୋଇବା ହାତ । ବେଳହୁଁ ସତର୍କ ନହେଲେ ଭୋଗିବାକୁ ପଡିବ ପରିଣାମ । ସାବଧାନ ! ମାର୍ଚ୍ଚ ଆସୁଛି, ଭୟ ଘାରୁଛି, ନୂଆ ଷ୍ଟ୍ରେନ ବି ମାଡି ମାଡି ଚାଲିଛି । କରୋନା କଡ ଲେଉଟାଇବା ପରେ ବିଦେଶରେ ବେହାଲ ହେଲାଣି ସ୍ଥିତି । ଆଉ ଭାରତରେ ବି ଭୂତାଣୁ ଭୟଙ୍କର ହେଲାଣି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂContinue reading “ମାର୍ଚ୍ଚ ଆସୁଛି, ଭୟ ଘାରୁଛି… ସତର୍କ ନହେଲେ ସାଙ୍ଘାତିକ ହେବ ସ୍ଥିତି ? ବର୍ଷେ ତଳେ ମାର୍ଚ୍ଚରେ ଓଡିଶାକୁ ମାଡି ଆସିଥିଲା କରୋନା ।”
ସମସ୍ୟା ପିଛା ଛାଡ଼ୁନି ମମତାଙ୍କର; ଟିଏମ୍ସିର ତୁଙ୍ଗ ନେତା ସିଦ୍ଦିକୁଲ୍ଲା ଚୌଧୁରୀ ଲଢ଼ିବେନି ନିର୍ବାଚନ
କନକ ବ୍ୟୁରୋ : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି, ଏକ ନୂତନ ଘଟଣାକ୍ରମରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ମୋଙ୍ଗୋଲକୋଟ ଆସନରୁ ଦଳୀୟ ବିଧାୟକ ତଥା ମନ୍ତ୍ରୀ ଥିବା ସିଦ୍ଦିକୁଲ୍ଲା ଚୌଧୁରୀ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ନନ୍ଦିଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପୁରୋଧା ଥିବାContinue reading “ସମସ୍ୟା ପିଛା ଛାଡ଼ୁନି ମମତାଙ୍କର; ଟିଏମ୍ସିର ତୁଙ୍ଗ ନେତା ସିଦ୍ଦିକୁଲ୍ଲା ଚୌଧୁରୀ ଲଢ଼ିବେନି ନିର୍ବାଚନ”
ଭାରତ ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ପ୍ରଚ୍ଛଦ ପଟର ନାୟକ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ।
କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ତିକ୍ତତା ରହିଛି, ଉଭୟ ପକ୍ଷ ସୀମାରେ ଶାନ୍ତି ରକ୍ଷା କରିବା ପାଇଁ ରାଜି ହେବେ, ଏହା ଭାବିବାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ସତ । କିନ୍ତୁ କେମିତି ଏହା ସମ୍ଭବ ହେଲା? ଏହା ପଛରେ କାହାର ରହିଛି ହାତ? ଏହାକୁ ନେଇ ଖୋଜିବାବେଳେ ସାମ୍ନାକୁ ଆସିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ପ୍ରମୁଖ ଭୂମିକା । ଭାରତ ଓ ପାକିସ୍ତାନ ସୀମାରେ ଯେଉଁ ଶାନ୍ତିContinue reading “ଭାରତ ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ପ୍ରଚ୍ଛଦ ପଟର ନାୟକ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ।”
ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରେ ଏବେ କ୍ଷୀର ହେବ ମହଙ୍ଗା । ମାର୍ଚ୍ଚ ପହିଲାରୁ ଲିଟର ପିଛା ୧୨ ଟଙ୍କା ଦର ବୃଦ୍ଧି କରିବାକୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନଙ୍କ ଦାବି
କନକ ବ୍ୟୁରୋ : ଯେତେବେଳେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଦର ଆକାଶଛୁଆଁ ହୋଇ ସାଧାରଣ ଲୋକଙ୍କ ପକେଟ୍ କାଟୁଛି ଠିକ୍ ସେତିକି ବେଳେ ଅତ୍ୟାବଶକୀୟ ସାମଗ୍ରୀ କ୍ଷୀରର ମୂଲ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ବଜାରର ଚାହିଦା ଓ କମ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନେ ଦାବି କରିଛନ୍ତି କି କ୍ଷୀରର ଦାମ ଲିଟର ପଛା ୫୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହାର କାରଣContinue reading “ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରେ ଏବେ କ୍ଷୀର ହେବ ମହଙ୍ଗା । ମାର୍ଚ୍ଚ ପହିଲାରୁ ଲିଟର ପିଛା ୧୨ ଟଙ୍କା ଦର ବୃଦ୍ଧି କରିବାକୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନଙ୍କ ଦାବି”