କନକ ବ୍ୟୁରୋ : ବ୍ୟବସାୟୀଙ୍କ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିଛି । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂContinue reading “ବ୍ୟବସାୟୀ ସଂଘର ‘ଭାରତ ବନ୍ଦ’ ପାଳନ : କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ”
Author Archives: Raghaba
ରାଜଧାନୀରେ ଅସହ୍ୟ ତାତି ! ମାର୍ଚ୍ଚ ମାସ ଆରମ୍ଭ ହୋଇନି ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ
କଥାରେ ଅଛି, ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୁଏ । କିନ୍ତୁ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍ ହୋଇଗଲାଣି । ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇଗଲାଣି । ପାରଦ ଯେଉଁ ଗତିରେ ଉପରକୁ ଚଢ଼ୁଛି, ଦିନେ ଦୁଇଦିନ ମଧ୍ୟରେ ୪୦ ଡିଗ୍ରୀ ପାର୍ ହୋଇଯିବା ବିଚିତ୍ର ନୁହେଁ । ତେବେ ରାଜ୍ୟରContinue reading “ରାଜଧାନୀରେ ଅସହ୍ୟ ତାତି ! ମାର୍ଚ୍ଚ ମାସ ଆରମ୍ଭ ହୋଇନି ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ”
ସମୁଦ୍ରରୁ ଭାସି ଆସିଲା ବିଶାଳ ସାର୍କ : ସାର୍କକୁ ସମୁଦ୍ର ଭିତରକୁ ସୁରକ୍ଷିତ ସ୍ଥାନାନ୍ତର କଲେ ସ୍ଥାନୀୟ ଲୋକେ
କନକ ବ୍ୟୁରୋ : ଗଞ୍ଜାମ ସୁନାପୁର ବେଳାଭୂମିରେ ଏକ ବିଶାଳକାୟ ହ୍ବେଲ୍ ସାର୍କ ଦେଖିବାକୁ ମିଳିଥିଲା। ଏତେ ବଡ଼ ସାର୍କକୁ ଦେଖିବା ପରେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା କିଭଳି ତାକୁ ସମୁଦ୍ରରେ ଛାଡ଼ିବେ, ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ । ସମ୍ମିଳିତ ଭାବେ ଏହି ବୃହତ୍କାୟ ସାର୍କକୁ ଲୋକ ଠେଲିଠେଲି ସମୁଦ୍ର ଭିତରକୁ ଛାଡ଼ିଥିଲ । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅର୍ନ୍ତଗତ ସୁନାପୁର ବେଳାଭୂମିକୁ ପ୍ରାୟ ୧୫ଫୁଟ ଲମ୍ବର ଏକ ହ୍ବେଲ୍Continue reading “ସମୁଦ୍ରରୁ ଭାସି ଆସିଲା ବିଶାଳ ସାର୍କ : ସାର୍କକୁ ସମୁଦ୍ର ଭିତରକୁ ସୁରକ୍ଷିତ ସ୍ଥାନାନ୍ତର କଲେ ସ୍ଥାନୀୟ ଲୋକେ”
ଚୌଦ୍ୱାର ସର୍କଲ ଜେଲ୍ରେ ନିଆରା ବାହାଘର : କୋଳରେ ଛୁଆ ଧରି ବାହା ହେଲା ମାଆ : ସାତ ଜନମର ଜୀବନସାଥୀ ହେଲେ ରାକେଶ-ମଞ୍ଜୁ
କନକ ବ୍ୟୁରୋ : ଚୌଦ୍ବାର ସର୍କଲ ଜେଲ୍ରେ ଜଣେ ଅଭିଯୁକ୍ତ କଏଦୀଙ୍କ ନିଆରା ଢଙ୍ଗରେ ବାହାଘର ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ବିବାହ ପରେ କନ୍ୟା ଶାଶୂ ଘରକୁ ଫେରିଥିବାବେଳେ ବର ଜେଲରେ ରହିଛି । ବିବାହ ସମୟରେ ୩ ମାସର ଶିଶୁ ପୁତ୍ର ଉପସ୍ଥିତ ରହିବା ସହିତ ଭୋଜିଭାତ, କେକ୍ କାଟି ଧୂମଧାମରେ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏଥିରେ ଉଭୟ ପକ୍ଷର ପରିବାର, ଜେଲର ବରିଷ୍ଠ ଅଧିକାରୀ ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତContinue reading “ଚୌଦ୍ୱାର ସର୍କଲ ଜେଲ୍ରେ ନିଆରା ବାହାଘର : କୋଳରେ ଛୁଆ ଧରି ବାହା ହେଲା ମାଆ : ସାତ ଜନମର ଜୀବନସାଥୀ ହେଲେ ରାକେଶ-ମଞ୍ଜୁ”
ସରକାରୀ ସ୍କୁଲରେ ସ୍ମାର୍ଟ ଶିକ୍ଷା : ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଲେବିଡ଼ି ହାଇସ୍କୁଲ; କମ୍ପ୍ୟୁଟର ଓ ପ୍ରୋଜେକ୍ଟରରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା
କନକ ବ୍ୟୁରୋ : ପାଠପଢ଼ାର ଏହି ଶୈଳୀ ଓ ପ୍ରଣାଳୀ ଦେଖିଲେ, ଯେକେହି ବି ଭାବି ନେବ ଯେ, ଇଏ କୌଣସି ଘରୋଇ ସ୍କୁଲର ପାଠପଢ଼ା ବ୍ୟବସ୍ଥା । ଅଡିଓ ଭିଡିଓ ମାଧ୍ୟରେ ସରକାରୀ ସ୍କୁଲରେ ଚାଲିଛି କ୍ଲାସ୍ । ଶ୍ରେଣୀ ଗୃହରେ କମ୍ପ୍ୟୁଟର ଲାଗିଛି, ପ୍ରୋଜେକ୍ଟରରେ ଶିକ୍ଷାଦାନ ହେଉଛି । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲେବିଡ଼ି ହାଇସ୍କୁଲରେ ଏବେ ଚାଲିଛି ସ୍ମାର୍ଟ କ୍ଲାସ୍ । ବିଜ୍ଞାନ ହେଉ କି ଗଣିତ, ଭୂଗୋଳ ହେଉକି ହିନ୍ଦୀContinue reading “ସରକାରୀ ସ୍କୁଲରେ ସ୍ମାର୍ଟ ଶିକ୍ଷା : ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଲେବିଡ଼ି ହାଇସ୍କୁଲ; କମ୍ପ୍ୟୁଟର ଓ ପ୍ରୋଜେକ୍ଟରରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା”
ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି ଲଣ୍ଡନ କୋର୍ଟ : ପଳାତକ ନୀରବ ମୋଦି ଚାହିଁରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କରିପାରିବେ ଚ୍ୟାଲେଂଜ
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପିଏନବି ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତକୁ ପ୍ରତ୍ୟାର୍ପଣ ନେଇ ସବୁଜ ସଂକେତ ଦେଇଛନ୍ତି ଲଣ୍ଡନର କୋର୍ଟ । କୋର୍ଟଙ୍କ ରାୟ ପରେ କ’ଣ ନୀରବ ମୋଦି ଭାରତକୁ ଆସି ବିଚାର ପ୍ରକ୍ରିୟାର ସାମ୍ନା କରିବେ । ଲଣ୍ଡନର ୱାଣ୍ଡର୍ସୱାର୍ଥ ଜେଲରୁ ନୀରବଙ୍କୁ ଭାରତ ଆଣିବା ପାଇଁ ଆଉ କ’ଣ ପ୍ରକ୍ରିୟା ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । – କୋର୍ଟଙ୍କ ରାୟContinue reading “ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି ଲଣ୍ଡନ କୋର୍ଟ : ପଳାତକ ନୀରବ ମୋଦି ଚାହିଁରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କରିପାରିବେ ଚ୍ୟାଲେଂଜ”
ଭାରତ ବନ୍ଦକୁ ଚାଷୀ ସଂଗଠନର ସମର୍ଥନ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ
କନକ ବୁରୋ : ଚାଷୀ କରିବେ ଗ୍ଲୋବାଲ ୱେବିନାର । କେନ୍ଦ୍ରର କୃଷି ଆଇନକୁ ନେଇ ଥିବା ନିଜର ଆପତି ବିଶ୍ୱ ସମୁଦାୟକୁ ଜଣାଇବା ପାଇଁ ଏହି ୱେବିନାର ଆୟୋଜନ କରାଯାଉଛି । ସରକାରଙ୍କ ଉପରେ ଚାପ ବଢାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହିଭଳି ରଣନୀତି କରିଛି । ସେହିପରି ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ମଧ୍ୟ ଆଜିର ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ପରିବହନ ଓ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଏହିContinue reading “ଭାରତ ବନ୍ଦକୁ ଚାଷୀ ସଂଗଠନର ସମର୍ଥନ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ”
ମହାରାଷ୍ଟ୍ରରେ ମହାମାରୀ ଅସମ୍ଭାଳ : କାହିଁକି ବଢୁଛି ସଂକ୍ରମଣ ? ମହାରାଷ୍ଟ୍ର ପାଇଁ ଚିନ୍ତାରେ ଦେଶ
କନକ ବ୍ୟୁରୋ : ଦେଶରେ ଡରେଇଲାଣି କରୋନା ଭୂତାଣୁ । ପ୍ରଥମ ଥର ଆସିଥିବା କରୋନା ଭୂତାଣୁର ଭୂତ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଦେଖା ଦେଲାଣି ଦ୍ୱିତୀୟ ଲହର । ଆଉ ଦେଶର ମହାରାଷ୍ଟ୍ରରେ ଏହାର ସ୍ଥିତି ସବୁଠାରୁ ଜଟିଳ ରୂପ ଧାରଣ କରିଛି । ଏହା କୌଣସି ଏକ ସାଧାରଣ ସଂଖ୍ୟା ନୁହଁ । ଏହା ହେଉଛି ମହାରାଷ୍ଟ୍ରରେ ଫେବ୍ରୁଆରୀ ୨୪ରେ ଆସିଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା । ଏପରି ସଂଖ୍ୟା ଦେଖିବାContinue reading “ମହାରାଷ୍ଟ୍ରରେ ମହାମାରୀ ଅସମ୍ଭାଳ : କାହିଁକି ବଢୁଛି ସଂକ୍ରମଣ ? ମହାରାଷ୍ଟ୍ର ପାଇଁ ଚିନ୍ତାରେ ଦେଶ”
ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ
କନକ ବ୍ୟୁରୋ : କେବଳ ପେଟ୍ରୋଲ୍ ଓ ଡିଜେଲ୍ ନୁହେଁ, ଏଲ୍ପିଜି ଦାମ୍ ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଆଉ ୨୫ ଟଙ୍କା ବଢ଼ିଛି । ଚଳିତ ମାସ ତିନି ଥରରେ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ମହଙ୍ଗା ହୋଇସାରିଲାଣି । ଇଣ୍ଡିଆନ ଅଏଲ୍ ୱେବସାଇଟ୍ ସୂଚନା ଅନୁଯାୟୀ ଆଜିର ଦରବୃଦ୍ଧି ପରେ ଖୋର୍ଦ୍ଧାରେ ଏଲ୍ପିଜି ସିଲିଣ୍ଡର ଦାମ୍ ୮୨୦ ଟଙ୍କା ୫୦ ପଇସାକୁContinue reading “ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ”
ନୃଶଂସ..ବର୍ବରୋଚିତ..ଅମାନୁଷିକ : କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ; ଏସ୍ସିବି ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : କଟକ ମାନସି˚ହପାଟଣାରେ ଏକ ଲୋମଟାଙ୍କୁରା, ବର୍ବର ଘଟଣା ସାମ୍ନାକୁ ଆସିଛି । ଖ୍ରୀଷ୍ଟ କଲେଜରେ ପଢ଼ୁଥିବା ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ଘର ଭିତରେ ହାତ,ଗୋଡ଼ ବାନ୍ଧି ନିଶା ଇଞ୍ଜେକ୍ସନ ଦେବା ସହିତ ତାଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଜଘନ୍ୟକାଣ୍ତରେ ୩ ଜଣ ଯୁବକ ଓ ଜଣେ ଯୁବତୀ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି । ଏମାନେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାରୁContinue reading “ନୃଶଂସ..ବର୍ବରୋଚିତ..ଅମାନୁଷିକ : କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ; ଏସ୍ସିବି ମେଡିକାଲରେ ଭର୍ତ୍ତି”