ଆଜି ଭାରତ ବନ୍ଦ : ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ; ଖୋଲିବ ନାହିଁ ଦୋକାନ ବଜାର, ସ୍ବାଭାବିକ ରହିବ ଗାଡ଼ି ଚଳାଚଳ

କନକ ବ୍ୟୁରୋ : ଆଜି  ‘ଭାରତ ବନ୍ଦ’ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଡାକରା ଦିଆଯାଇଛି । ବନ୍ଦ ସମୟରେ ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି । ଜିଏସ୍‌ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟContinue reading “ଆଜି ଭାରତ ବନ୍ଦ : ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ; ଖୋଲିବ ନାହିଁ ଦୋକାନ ବଜାର, ସ୍ବାଭାବିକ ରହିବ ଗାଡ଼ି ଚଳାଚଳ”

ଆଜି ବ୍ୟବସାୟୀ ସଂଘର ୨୪ ଘଂଟିଆରେ ଭାରତ ବନ୍ଦ : ଓଡ଼ିଶାରେ ବି ବନ୍ଦ ରହିବ ଦୋକାନ ବଜାର

କନକ ବ୍ୟୁରୋ : ଆଜି ୨୪ ଘଂଟିଆ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିବ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେContinue reading “ଆଜି ବ୍ୟବସାୟୀ ସଂଘର ୨୪ ଘଂଟିଆରେ ଭାରତ ବନ୍ଦ : ଓଡ଼ିଶାରେ ବି ବନ୍ଦ ରହିବ ଦୋକାନ ବଜାର”

ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।

କନକ ବ୍ୟୁରୋ: ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ପୁରୀ ଜିଲ୍ଲା ପ୍ରଶାସନକୁ ଘାରିଲା କରୋନ ଚିନ୍ତା । ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଭକ୍ତଙ୍କ ପାଇଁ ଶନିବାର ଓ ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ତେବେ ଏନେଇ ଆଲୋଚନା ଚାଲିଛି, ଚୂଡାନ୍ତ ନିଷ୍ପତ୍ତି ହୋଇନି । ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ଏ ସଂକ୍ରାନ୍ତରେ ମତାମତ ଲୋଡୁଛି । ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ସମ୍ଭାବନା । ତେବେContinue reading “ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।”

ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମରେ ଗୃହମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ପ୍ରଚାର ।

କନକ ବ୍ୟୁରୋ: ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପଶ୍ଚିମବଙ୍ଗ ପରେ ଏବେ ଆସାମ, ତାମିଲନାଡୁ, ପୁଡୁଚେରୀକୁ ଫୋକସ କରିଛି ବିଜେପି । ପୁଡୁଚେରୀରେ କଂଗ୍ରେସ ସରକାରର ପତନ ହେଉ ହେଉ ଗୁରୁବାର ସେଠରେ ବିଜେପିର ସବୁଠାରୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ସହ ବିଶାଳ ଜନସଭାକୁ ସମ୍ଭୋଦ୍ଧିତ କରିଛନ୍ତି ମୋଦି । ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହାContinue reading “ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମରେ ଗୃହମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ପ୍ରଚାର ।”

ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ 

କନକ ବ୍ୟୁରୋ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ୬ ହଜାର ୨ ଶହ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାରକୁ ଏହି ସଂଖ୍ୟା ଏବେ ୮ହଜାର ଟପି ଯାଇଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୮ ହଜାର ୮୦୭ ନୂଆ ଆକ୍ରାନ୍ତ । ଅର୍ଥାତ୍ ମାତ୍ର ୨୪ ଘଂଟାରେ ରାଜ୍ୟରେ ୨୬ ଶହରୁ ଅଧିକContinue reading “ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ “

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।

କନକ ବ୍ୟୁରୋ : ଦେଶରେ ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି କରିଛନ୍ତି କଡା କଟକଣା । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଦେଶରେContinue reading “ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।”

ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ ନିଷ୍ପତି ।

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ନିୟମ ଉଲଂଘନ କରି ଭାରତ ସୀମା ଆରପଟୁ ଗୁଳି ମାଡ କରି ଆସୁଥିଲେ ପାକିସ୍ତାନୀ ସେନା । ହେଲେ, ଏଥିରେ ଏବେ ଲାଗିବ ବ୍ରେକ୍ । ଭାରତ ଓ ପାକିସ୍ତାନ ଦୁଇ ଦେଶର ସାମରିକ ଅପରେସନ ମୁଖ୍ୟ ବା ଡିଜିଏମଓ ହଟଲାଇନରେ କଥାବାର୍ତା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ନିୟନ୍ତ୍ରଣ ରେଖାର ବର୍ତମାନContinue reading “ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ ନିଷ୍ପତି ।”

ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ । ଓବିସି ସେଲ ଅଧ୍ୟକ୍ଷଙ୍କୁ ବିରୋଧ ପରେ ମାରପିଟ ।

କନକ ବ୍ୟୁରୋ: ଆଜି କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି ହୋଇଯାଇଛନ୍ତି । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି । ସ୍ଥିତିକୁ ସମ୍ଭାଳିବାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଲାନି । ବଡ କଥା ହେଲା ପିସିସି ସଭାପତିଙ୍କ ଉପସ୍ଥିତିରେ ଏସବୁ କିଛି ଚାଲିଥିଲା । ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିଥିଲେContinue reading “ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ । ଓବିସି ସେଲ ଅଧ୍ୟକ୍ଷଙ୍କୁ ବିରୋଧ ପରେ ମାରପିଟ ।”

ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । 

କନକ ବ୍ୟୁରୋ: ଗାଳିଗୁଲଜ ଠାରୁ ଆରମ୍ଭ କରି ଘୃଣା, ଦ୍ୱେଶ, ହିଂସା ସୃଷ୍ଟି କରୁଥିବା ପୋଷ୍ଟ ସୋସିଆଲ୍ ମିଡିଆରେ ନିତିଦିନିଆ ଘଟଣା ହୋଇଯାଇଥିଲା । କୌଣସି ଅଂକୁଶ ନଥିବାରୁ ଯିଏ ଯାହା ଚାହୁଁଥିଲା ମନଇଚ୍ଛା ପୋଷ୍ଟ କରୁଥିଲା । ଏବେ ଏହା ଉପରେ ଲାଗିବ ରୋକ୍ । ନେଟ୍ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍, ହଟ୍ଷ୍ଟାର, ଅଲ୍ଟ ବାଲାଜୀ ଭଳି ଓଟିଟି ଫ୍ଲାଟଫର୍ମର ସିରିଜର ଲୋକପ୍ରିୟତା ଆମ ଦେଶରେ ଯେତିକି ବଢ଼ୁଛି, ଏହି ସିରିଜ୍ଗୁଡିକରେ ହିଂସା, ଯୌନାଚାର ଓContinue reading “ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । “

ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ ଶୁଖିଯାଉଛି ଜଳ ଧାରା ।

କନକ ବ୍ୟୁରୋ : ଖରା ଦିନ ଆସିବା ଆଗରୁ ମହାନଦୀର ଏଭଳି ଅବସ୍ଥା । କିଛି ମାସ ତଳେ କୁଳଲଂଘି ବନ୍ୟା କରିଥିବା ଏହି ନଦୀ ଏବେ ସରୁ ଧାରରେ ସୀମିତ ହୋଇଯାଇଛି । ନଦୀ ଶଯ୍ୟା ଏବେ ବିଶାଳ ମରୁଭୂମି ପରି ଦେଖାଯାଉଛି । ବୌଦ୍ଧ ସହରର ପାନୀୟ ଜଳ ଯୋଗାଣର ଉତ୍ସ ହେଉଛି ମହାନଦୀ । ତେଣୁ ଆଗକୁ ସ୍ଥିତି ଉକ୍ରଟ ହେବା ସମ୍ଭାବନା ରହିଛି । ଏପଟେ ମତ୍ସ୍ୟଜୀବୀ ବେଉସା ହରାଇବା ଆଶଙ୍କାରେContinue reading “ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ ଶୁଖିଯାଉଛି ଜଳ ଧାରା ।”

Design a site like this with WordPress.com
Get started