ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ : ଆଇନ ପ୍ରତ୍ୟାହାର ନହେଲେ ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ କ୍ରାନ୍ତି । ଚାଷୀ ସଂସଦ ପରିସରକୁ ଯାଇ ଟ୍ରାକ୍ଟର ଚଳାଇବେ । ଏଥର ୪୦ ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲContinue reading “ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ : ଆଇନ ପ୍ରତ୍ୟାହାର ନହେଲେ ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି”

ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଧରାପଡ଼ିଲେ ୨, ଆହୁରି ଅନେକଙ୍କ ସମ୍ପୃକ୍ତି ସନ୍ଦେହ

କନକ ବ୍ୟୁରୋ : ଧରାପଡ଼ିଲା ପ୍ରାୟ ୪୫ କେଜି ହାତୀଦାନ୍ତ । ଉଦଳା ବନାଂଚଳ ଅଧୀନସ୍ଥ ଅଙ୍ଗାରପଡ଼ା ଗାଁରୁ ୪୫ କେଜି ହାତୀଦାନ୍ତ ଜବତ ହୋଇଛି ।  ଦୁଇଟି ଯାକ ଦାନ୍ତ ଗୋଟିଏ ହାତୀର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ । ଗୋଟିଏ ଦାନ୍ତର ଲମ୍ବ ୫ ଫୁଟ ୨ ଇଞ୍ଚ୍‌ ହୋଇଥିବା ବେଳେ ଅନ୍ୟଟି ୫ ଫୁଟ୍‌ ୬ ଇଞ୍ଚ । ଏକକାଳୀନ ଏତେ ଲମ୍ବା ଓ ମୋଟେଇ ଥିବା ହାତୀଦାନ୍ତ ଉଦ୍ଧାର ହେବା ରାଜ୍ୟରେContinue reading “ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଧରାପଡ଼ିଲେ ୨, ଆହୁରି ଅନେକଙ୍କ ସମ୍ପୃକ୍ତି ସନ୍ଦେହ”

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି  । ସୂଚନା ମୁତାବକ ଚିତ୍ରକୋଣ୍ଡା ଗୌଡ଼ସାହି ଅଂଚଳର ଜଣେ ଯୁବକ ଖେଳପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଂଟ ଦେଖୁଥିଲେ । ତେବେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା  । ହେଲେ ସେହି ସମୟରେ ହସ୍ପିଟାଲରେ ଡାକ୍ତର ନଥିଲେ ଓ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେContinue reading “ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା”

ଆସନ୍ତାକାଲି ଭାରତ ବନ୍ଦ : ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା; ଓଡ଼ିଶା ବ୍ୟବସାୟ ମହାସଂଘର ସମର୍ଥନ

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସଂଘର ଏହି ଡ଼ାକରାକୁ ଓଡ଼ିଶା ବ୍ୟବସାୟର ମହାସଂଘ ସମର୍ଥନ କରିଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଓଡ଼ିଶାରେ ଅନ୍ୟ ବ୍ୟବସାୟୀମାନେ ଆସନ୍ତାକାଲି ଦୋକାନ ବନ୍ଦContinue reading “ଆସନ୍ତାକାଲି ଭାରତ ବନ୍ଦ : ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା; ଓଡ଼ିଶା ବ୍ୟବସାୟ ମହାସଂଘର ସମର୍ଥନ”

କରୋନା କଟକଣାରେ ଆଜିଠୁ ଆରମ୍ଭ ହେଲା ଯୋରନ୍ଦା ମେଳା : ଆନ୍ତଃଜିଲ୍ଲା ସାଧୁସନ୍ଥଙ୍କୁ ମେଳା ବାରଣ

କନକ ବ୍ୟୁରୋ : କରୋନା କଟକଣାରେ ଆଜି ଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । କୋଭିଡ ନିୟମ କଟକଣା ଯୋଗୁଁ ଆନ୍ତଜିଲ୍ଲା ତଥା ଆନ୍ତ ରାଜ୍ୟ ସାଧସନ୍ଥମାନଙ୍କୁ ମେଳା ବାରଣ କରାଯାଇଛି । ସେହିପରି ଜନସାଧାରଣ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । କେବଳ ସ୍ଥାନୀୟ ସାଧୁ ଓ ପରିଚାଳା କମିଟି ସଦସ୍ୟଙ୍କ କୋଭିଡ ନେଗେଟିଭContinue reading “କରୋନା କଟକଣାରେ ଆଜିଠୁ ଆରମ୍ଭ ହେଲା ଯୋରନ୍ଦା ମେଳା : ଆନ୍ତଃଜିଲ୍ଲା ସାଧୁସନ୍ଥଙ୍କୁ ମେଳା ବାରଣ”

ଏଣିକି ଖବର ଲାଗି ଗଣମାଧ୍ୟମ କମ୍ପାନିଙ୍କୁ ପ୍ରାପ୍ୟ ଦେବେ ଗୁଗୁଲ୍ ଓ ଫେସବୁକ୍ । ଏହି ଦେଶରେ ଲାଗୁହେଲା ନୂଆ ଆଇନ୍

ଖବର ବା ସୂଚନା ସମ୍ବଳିତ ବିଷୟବସ୍ତୁ ଲାଗି ଗଣମାଧ୍ୟମ କମ୍ପାନିମାନଙ୍କୁ ପ୍ରାପ୍ୟ ଦେବାକୁ ଗୁଗଲ୍‌ ଓ ଫେସ୍‌ବୁକ୍‌କୁ ବାଧ୍ୟ କରିବା ଲାଗି ଗୁରୁବାର ଦିନ ଅଷ୍ଟ୍ରେଲୀୟ ପାର୍ଲାମେଣ୍ଟ୍‌ ଆଇନ ପ୍ରଣୟନ କରିଛି। ଲାଗୁ ହେବାର ଗୋଟିଏ ବର୍ଷ ମଧ୍ୟରେ ଏହି ଆଇନର ସମୀକ୍ଷା କରାଯିବ ବୋଲି କୋଷାଧ୍ୟକ୍ଷ ଜୋସ୍‌ ଫ୍ରାଇଡେନ୍‌ବର୍ଗ ଏବଂ ଯୋଗାଯୋଗ ମନ୍ତ୍ରୀ ପଲ୍‌ ଫ୍ଲେଚର୍‌ ଏକ ମିଳିତ ବିବୃତିରେ କହିଛନ୍ତି। ପ୍ରସ୍ତୁତ କରୁଥିବା ସୂଚନା ସମ୍ବଳିତ କଥାବସ୍ତୁ ବା ଖବର ଲାଗି ଗଣମାଧ୍ୟମ ବ୍ୟବସାୟContinue reading “ଏଣିକି ଖବର ଲାଗି ଗଣମାଧ୍ୟମ କମ୍ପାନିଙ୍କୁ ପ୍ରାପ୍ୟ ଦେବେ ଗୁଗୁଲ୍ ଓ ଫେସବୁକ୍ । ଏହି ଦେଶରେ ଲାଗୁହେଲା ନୂଆ ଆଇନ୍”

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଓଡିଶାରେ ସପ୍ତାହକୁ ୫ଦିନ ଦିଆଯିବ ଟିକା

କନକ ବ୍ୟୁରୋ : ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପରେ ଏବେ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହାର ଏକ ପ୍ଲାନିଂ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ଓ ୫ମହାନଗର ନିଗମକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।Continue reading “ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଓଡିଶାରେ ସପ୍ତାହକୁ ୫ଦିନ ଦିଆଯିବ ଟିକା”

ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା : ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ ଟିକା

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଦେଶର ବରିଷ୍ଠ ନାଗରିକ(୬୦ ବର୍ଷରୁ ଅଧିକ) ଏବଂ ଗୁରୁତର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ମିଳିବ । ଏହି ସୁବିଧା ଉଭୟ ସରକାରୀ ଟିକା ପ୍ରଦାନ କେନ୍ଦ୍ର ଓ ଘରୋଇ ଡାକ୍ତରଖାନାମାନଙ୍କରେ ଉପଲବ୍‌ଧ ହେବ । ଏଥିପାଇଁ ଦେଶରେ ୩୦ ହଜାରରୁ ଅଧିକ କେନ୍ଦ୍ର ଖୋଲିବ । ସେଥିରୁ ୧୦ ହଜାର ସରକାରୀ କେନ୍ଦ୍ର ହୋଇଥିବା ବେଳେ ୨୦ ହଜାର ଘରୋଇ କେନ୍ଦ୍ରContinue reading “ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା : ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ ଟିକା”

ମାଡି ଆଡୁଛି ଗ୍ରୀଷ୍ମପ୍ରବାହ : ସରକାର ଜାରି କଲେ ସତର୍କତା; ସ୍କୁଲ, କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ିଚାଲିଛି ତାପମାତ୍ରା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡ଼ରେ ୩୬.୫, ବଲାଙ୍ଗୀରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫ ଓContinue reading “ମାଡି ଆଡୁଛି ଗ୍ରୀଷ୍ମପ୍ରବାହ : ସରକାର ଜାରି କଲେ ସତର୍କତା; ସ୍କୁଲ, କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ”

ସାବଧାନ୍! ମାତିଛନ୍ତି ହେଲମେଟ୍ ଚୋର । ବ୍ୟାଙ୍କ, ହସ୍ପିଟାଲ ଏବଂ କୋର୍ଟ ସାମ୍ନାରୁ ହେଉଛି ଅଧିକ ଚୋରି

ଗାଡ଼ିରେ ହେଲମେଟ୍‌ ରଖି କୁଆଡ଼େ ଯାଉଛନ୍ତି କି? ତା’ହେଲେ ଟିକେ ସାବଧାନ ହୋଇ ଯାଆନ୍ତୁ! ନ ହେଲେ କାମ ସାରି ଫେରିବା ପରେ ଗାଡ଼ିରେ ହୁଏତ ଆଉ ହେଲମେଟ୍‌ ନ ଥିବ। ଦୁଇ ଚକିଆ ଗାଡ଼ି ଚାଳକ ଓ ସହଯାତ୍ରୀ(ପିଲିଅନ୍)ଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ହେବା ପରେ ମାତିଛନ୍ତି ଚୋର। ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯାଇଥିବା ଗାଡ଼ିକୁ ଟାର୍ଗେଟ୍ କରି ଲୁଟି ନେଉଛନ୍ତି ହେଲମେଟ୍‌। ଏମିତି ଢଙ୍ଗରେ ରାଜଧାନୀରେ ଏବେ ହେଲମେଟ୍‌ ଚୋର ସକ୍ରିୟ ହୋଇଉଠିଛନ୍ତି। ପ୍ରତିଦିନ ସହରରContinue reading “ସାବଧାନ୍! ମାତିଛନ୍ତି ହେଲମେଟ୍ ଚୋର । ବ୍ୟାଙ୍କ, ହସ୍ପିଟାଲ ଏବଂ କୋର୍ଟ ସାମ୍ନାରୁ ହେଉଛି ଅଧିକ ଚୋରି”

Design a site like this with WordPress.com
Get started