କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । କାହିଁକି ଦେଶରେ ହଠାତ୍ ବଢିଛି ସଂକ୍ରମଣ ଯାଂଚ କରିବାକୁ ୧୦ଟି ରାଜ୍ୟକୁ ଉଚ୍ଚ ସ୍ତରୀୟ ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜରାଟ, ପଂଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜାମ୍ମୁକାଶ୍ମୀରକୁ ଏହି ଉଚ୍ଚସ୍ତରୀୟ ଟିମ୍ ଗସ୍ତ କରିଛନ୍ତି । ଏହି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଶାସନ ସହିତContinue reading “ଦେଶରେ ବଢୁଛି କରୋନା ସଂକ୍ରମଣ : ଚିନ୍ତା ପ୍ରକଟ କଲେଣି କେନ୍ଦ୍ର ସରକାର; ସଂକ୍ରମଣ ଯାଞ୍ଚ ପାଇଁ ୧୦ ରାଜ୍ୟକୁ ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର”
Author Archives: Raghaba
ମଦୁଆ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ : ସିଆରପି ଫ୍ଲାଏ ଓଭରରେ ସିରିଜ୍ ଦୁର୍ଘଟଣା; ୨ ବାଇକ୍ ଓ ୩ କାର୍କୁ ଧକ୍କା ଦେଲା ଇନୋଭା
କନକ ବ୍ୟୁରୋ : ସିଆର୍ପି ଫ୍ଲାଏଓଭର୍ରେ ଗତକାଲି ଏକ ସିରିଜ୍ ଦୁର୍ଘଟଣାରେ ୬ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ରସୁଲଗଡ଼ ଆଡ଼ୁ ଦ୍ରୁତଗତିରେ ଯାଉଥିବା ଏକ ଇନୋଭା ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ଆଗରେ ଯାଉଥିବା ଆଉ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା । ପୂର୍ବରୁ ଏହି ଇନୋଭା ବାଣୀବିହାର ଛକରେ ଦୁଇଟି ବାଇକ୍କୁ ଧକ୍କା ଦେଇଥିଲା । ଏଭଳି ସିରିଜ୍ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡ଼ିକୁ ଜବତ କରିବା ସହ ଚାଳକ ଓContinue reading “ମଦୁଆ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ : ସିଆରପି ଫ୍ଲାଏ ଓଭରରେ ସିରିଜ୍ ଦୁର୍ଘଟଣା; ୨ ବାଇକ୍ ଓ ୩ କାର୍କୁ ଧକ୍କା ଦେଲା ଇନୋଭା”
ସଂକ୍ରମଣ ବଢ଼ିବା ପରେ ସତର୍କ ହେଉଛନ୍ତି ରାଜ୍ୟ : ମହାରାଷ୍ଟ୍ର ସମେତ ୪ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟ କଲେ ପଶ୍ଚିମବଂଗ
କନକ ବ୍ୟୁରୋ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଥିବା ବେଳେ ଏନେଇ ସତର୍କତା ମଧ୍ୟ ବଢ଼ିଛି । କେନ୍ଦ୍ର ଓ ରାଜ୍ୟମାନେ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି । ପଶ୍ଚିମବଂଗ ସରକାର ବୁଧବାର ଏନେଇ ଏକ ନୂଆ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସମେତ ୪ଟି ରାଜ୍ୟରୁ ପଶ୍ଚିମବଂଗ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଉପାୟରେ କରାଯାଇଥିବା କୋଭିଡ ପରୀକ୍ଷାର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଏନେଇ ବିମାନ ଚଳାଚଳ ସଂସ୍ଥାମାନଙ୍କୁ ମଧ୍ୟContinue reading “ସଂକ୍ରମଣ ବଢ଼ିବା ପରେ ସତର୍କ ହେଉଛନ୍ତି ରାଜ୍ୟ : ମହାରାଷ୍ଟ୍ର ସମେତ ୪ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟ କଲେ ପଶ୍ଚିମବଂଗ”
ପିଙ୍କ୍ ବଲ୍ ଟେଷ୍ଟ: ଅକ୍ଷର-ଅଶ୍ୱିନୀ ଯୋଡି ଆଗରେ ଫେଲ୍ ମାରିଲା ଇଂଲଣ୍ଡ ବ୍ୟାଟିଂ । ପ୍ରଥମ ଇଂନିସ ବ୍ୟାଟିଂରେ ରୋହିତଙ୍କ ଅର୍ଦ୍ଧଶତକ ।
କନକ ବ୍ୟୁରୋ: ପିଙ୍କ ବଲ୍ ଟେଷ୍ଟର ପ୍ରଥମ ଦିନକୁ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ବ୍ରିଟିଶ ଦଳକୁ ମାତ୍ର ୧୧୨ ରନରେ ଅଲଆଉଟ୍ କରିବା ପରେ ପ୍ରଥମ ଦିନରେ ବିରାଟ ବାହିନୀ ୩ ୱିକେଟ୍ ହରାଇ ୯୯ ରନ୍ କରିପାରିଛି । ଫଳରେ ଭାରତୀୟ ଦଳ ପ୍ରଥମ ଇଂନିସରେ ଏକ ବଡ ଲିଡ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ବୁଧବାର ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେContinue reading “ପିଙ୍କ୍ ବଲ୍ ଟେଷ୍ଟ: ଅକ୍ଷର-ଅଶ୍ୱିନୀ ଯୋଡି ଆଗରେ ଫେଲ୍ ମାରିଲା ଇଂଲଣ୍ଡ ବ୍ୟାଟିଂ । ପ୍ରଥମ ଇଂନିସ ବ୍ୟାଟିଂରେ ରୋହିତଙ୍କ ଅର୍ଦ୍ଧଶତକ ।”
ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ ।
କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ ଆଜି ଭାରତ ସରକାର କରିଛନ୍ତି ବଡ ଘୋଷଣା । ଆସନ୍ତା ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥର ଟିକାକରଣରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଟିକା । ଦ୍ୱିତୀୟ ପର୍ଯ୍ୟାୟ ଟିକା କେଉଁଠି କେମିତି ଦିଆଯିବ ତା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦି୍ୱତୀୟ ପର୍ଯ୍ୟାୟରେ ଦେଶର ପ୍ରାୟ ୧୦ କୋଟି ଲୋକଙ୍କୁ ଟିକାଦାନ କରିବା ଯୋଜନା ରହିଛିContinue reading “ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ ।”
ମାହାଙ୍ଗାରେ ମହିଳାଙ୍କୁ ହତ୍ୟା ଘଟଣା । ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ।
କନକ ବ୍ୟୁରୋ: ମାହାଙ୍ଗାର ଭେଡା-ସାଲେପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରିଛି ପୁଲିସ । ଘରୋଇ ଝଗଡାରୁ ଏହି ହତ୍ୟାକାଣ୍ଡ ହୋଇଛି ଓ ଦୈତାରୀ ହିଁ ଏକମାତ୍ର ଅଭିଯୁକ୍ତ ବୋଲି ସ୍ପଷ୍ଟ କରିଛି ମାହାଙ୍ଗା ପୁଲିସ । ଏହାସହ ଘଟଣାସ୍ଥଳରେ ଅଭିଯୁକ୍ତ ଡେମୋ ବି ଦେଖାଇଛି । ଗତ ୧୮ ତାରିଖ ଦିନ ରାତିରେ ଭେଡା ସାଲେପୁର ଗାଁର ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ମୃତଦେହ ତାଙ୍କ ଘର ନିକଟContinue reading “ମାହାଙ୍ଗାରେ ମହିଳାଙ୍କୁ ହତ୍ୟା ଘଟଣା । ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ।”
ମୋଦୀଙ୍କ ନାଁରେ ନାମିତ ହେଲା ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ ।
କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ତେବେ ପୂର୍ବରୁ ଏହାର ନାମ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ନାମିତ କରାଯାଇଥିଲା । ତେବେ କେନ୍ଦ୍ରସରକାରଙ୍କ ତରଫରୁ କୁହାଯାଇଛି କେବଳ ଏହି ଷ୍ଟାଡିୟମଟିର ନା ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଦିଆଯାଇଛି , ସେଠାରେ ଥିବା ଅନ୍ୟ ସମସ୍ତ ସ୍ପୋର୍ଟସ୍ କମ୍ପେ୍ଲକ୍ସ ସର୍ଦ୍ଦାର ପଟେଲଙ୍କ ନାମରେ ହି ନାମିତ ହେବ । ଏହି ସର୍ବବୃହତ ଷ୍ଟାଡିୟମଟିକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ରାମନାଥContinue reading “ମୋଦୀଙ୍କ ନାଁରେ ନାମିତ ହେଲା ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ ।”
ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ।
କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ । ସ୍କୁଲ, କଲେଜକୁ ପହଞ୍ଚାଯିବ ପ୍ରଚୁର ପରିମାଣର ଓଆରଏସ । ଏହାସହ ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁContinue reading “ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ।”
ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ । ନାଁ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଉଦଘାଟନ କଲେ ରାଷ୍ଟ୍ରପତି ।
କନକ ବ୍ୟୁରୋ: ଗୁଜରାଟର ମୋଟେରାରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ କରାଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହିଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମର ସ୍ୱପ୍ନ ଦେଖିଥିଲେ ମୋଦି । ଯାହା ଆଜି ପୂରଣ ହୋଇଛି । ମୋଟେରାର ଏହି ସର୍ବ ବୃହତ୍ ଷ୍ଟାଡିୟମ ଉଦଘାଟନ ସମୟରେ ଏହାର ବିଶେଷତା ଦର୍ଶାଇଛନ୍ତିContinue reading “ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ । ନାଁ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଉଦଘାଟନ କଲେ ରାଷ୍ଟ୍ରପତି ।”
ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ।
କନକ ବ୍ୟୁରୋ : ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । ଅନ୍ୟ ଜିଲ୍ଲା ଗୁଡିକ ହେଲା ବାରିପଦା ୩୬.୮, କଟକ ୩୬.୬, ନୟାଗଡ ୩୬.୫, ବଲାଙ୍ଗିର ୩୬.୪, ଅନୁଗୁଳ ୩୫.୭, ତାଳଚେର ୩୫.୫, ଭବାନୀପାଟଣା ୩୫.୫, ଓ ସମ୍ବଲପୁର ୩୫.୩ ଡିଗ୍ରୀ ରେକର୍ଡ ହୋଇଛି । ଏବେ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି । ଆଜିର ତାପମାତ୍ରା ଭୁବନେଶ୍ୱରରେContinue reading “ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । “