କନକ ବ୍ୟୁରୋ: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୁଷଣର ମାତ୍ରା କ୍ରମାଗତ ଭାବେ ନିର୍ଦ୍ଧାରଣମାନ ମଧ୍ୟରେ ରହୁନାହିଁ । ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୁଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ୍ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ PM10 ଓ PM 2.5ର ମାତ୍ରା ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି ବୋଲି ମଙ୍ଗଳବାର ବିଧାନସଭାରେ ଉତ୍ତର ରଖିContinue reading “ରାଜ୍ୟର ୭ଟି ସହରରେ ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଛି ବାୟୁ ପ୍ରଦୁଷଣ । ବିଧାନସଭାରେ ଉତ୍ତର ରଖି ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।”
Author Archives: Raghaba
ସୀମା ବିବାଦର ଅନ୍ତ କେବେ? ରାୟଗଡା ସୀମାକୁ ବି ମାଡି ଆସୁଛି ପଡୋଶୀ ରାଜ୍ୟ । ଓଡିଶା ଭିତରେ ତିଆରି କରୁଛି ରାସ୍ତା ।
କନକ ବ୍ୟୁରୋ: ପୁଣି ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି । ରାସ୍ତା ପାଇଁ ଓଡ଼ିଶା ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଯୋଜନା ଚଳାଇଛି ଆନ୍ଧ୍ର । ନିଜ ଜମି ବୋଲି କହି ଆନ୍ଧ୍ର-ଓଡ଼ିଶାରେ ଥିବା ପାଲାମତୁଲଶୀଙ୍ଗାର ପ୍ରାୟ ଏକ କିଲୋମିଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଖୁଂଟ ପୋତି ନିଜ ଅକ୍ତିିଆରକୁ ନେବା ପାଇଁ ଯୋଜନା ଚଳାଇଛି । ହେଲେ ପାଲାମତୁଲଶୀର ଲୋକେ ଏହାକୁ ବିରୋଧ କରି ଆନ୍ଧ୍ର ପୋତିଥିବା ଖୁଂଟକୁ ଉପାଡ଼ି ଫିଙ୍ଗି ଆନ୍ଧ୍ରକୁ ଜବାବContinue reading “ସୀମା ବିବାଦର ଅନ୍ତ କେବେ? ରାୟଗଡା ସୀମାକୁ ବି ମାଡି ଆସୁଛି ପଡୋଶୀ ରାଜ୍ୟ । ଓଡିଶା ଭିତରେ ତିଆରି କରୁଛି ରାସ୍ତା ।”
ଟୁଲକିଟ୍ ମାମଲା : ପଟିଆଲା ହାଉସ୍ କୋର୍ଟରୁ ଦିଶା ରବିଙ୍କୁ ଜାମିନ
କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ପରିବେଶ କର୍ମୀ ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶା ରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ କରିଥିବା ବେଳେ ଏହାକୁ ଖାରଜ କରିଦେଇଥିଲେ କୋର୍ଟ । ସୋମବାର ଦିନ ଦିଶା ରବିଙ୍କୁ ପଟିଆଲା ହାଉସକୋର୍ଟରେ ହାଜର କରିଥିଲାContinue reading “ଟୁଲକିଟ୍ ମାମଲା : ପଟିଆଲା ହାଉସ୍ କୋର୍ଟରୁ ଦିଶା ରବିଙ୍କୁ ଜାମିନ”
ନା ପଡିବ ପେଟ୍ରୋଲ ନା ଦରକାର ହେବ ଡିଜେଲ । ବିନା ତେଲରେ ମାଡିଯିବ ଗାଡି । ତେଲ ଦର ବୃଦ୍ଧି ଦେଖି ଏମିତି ଗାଡି ତିଆରି କଲେ ଚାଷୀ..
କନକ ବ୍ୟୁରୋ: ତେଲ ପାଇଁ ଟେନସନ ନାହିଁ । ବିନା ତେଲରେ ଚାଲୁଛି ଚାରି ଚକିଆ ଗାଡି । ଯେତେବେଳେ ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଉ ସାଧାରଣ ଲୋକଙ୍କ ପକେଟରେ ନିଆଁ ଲଗାଉଛି । ଠିକ ସେତିକି ବେଳେ ବିନା ତେଲରେ ଗାଡି ଚଳାଇବାର ସଉକ ପାଇଁ ବ୍ୟାଟେରୀ ଚାଳିତ ଗାଡି ନିର୍ମାଣ କରି ଚମକାଇ ଦେଇଛନ୍ତି ଜଣେ ସାଧାରଣ ଚାଷୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଯୁବContinue reading “ନା ପଡିବ ପେଟ୍ରୋଲ ନା ଦରକାର ହେବ ଡିଜେଲ । ବିନା ତେଲରେ ମାଡିଯିବ ଗାଡି । ତେଲ ଦର ବୃଦ୍ଧି ଦେଖି ଏମିତି ଗାଡି ତିଆରି କଲେ ଚାଷୀ..”
ନାବାଳିକାକୁ ବିବାହ କରି ଅଡୁଆରେ ପାକିସ୍ତାନୀ ସାଂସଦ । ୫୦ ବର୍ଷର ସାଂସଦ ବିବାହ କରିଛନ୍ତି ୧୪ ବର୍ଷର କନିଆଁ ।
କନକ ବ୍ୟୁରୋ : ସବୁବେଳେ କିଛି ନା କିଛି ବେଆଇନ କାର୍ଯ୍ୟକରି ଚର୍ଚ୍ଚାରେ ରହିଆସିଛି ପାକିସ୍ତାନ । କେତେବେଳେ ଆତଙ୍କବାଦୀଙ୍କୁ ସହାୟତା ତ କେତେବେଳେ କ୍ଷମତା ଦଖଲ ଲାଗି ସେନାର ଅପବ୍ୟବହାର । କିଛି ନା କିଛି ବିବାଦ ପାକିସ୍ତାନର ପିଛା ଛାଡୁନି । ହେଲେ ଏବେ ଯେଉଁ ବିବାଦ ପାଇଁ ପାକିସ୍ତାନର ଜଣେ ସାଂସଦ ଚର୍ଚ୍ଚାକୁ ଆସିଛନ୍ତି ତାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ । ସେ ପାକିସ୍ତାନ ହେଉ କି ଭାରତ, ଆଇନContinue reading “ନାବାଳିକାକୁ ବିବାହ କରି ଅଡୁଆରେ ପାକିସ୍ତାନୀ ସାଂସଦ । ୫୦ ବର୍ଷର ସାଂସଦ ବିବାହ କରିଛନ୍ତି ୧୪ ବର୍ଷର କନିଆଁ ।”
ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର । ଇଣ୍ଟରନେଟରେ ସର୍ଚ୍ଚ କରିବା ମାତ୍ରେ ମେସେଜ ପଠାଇବ ପୋଲିସ ।
କନକ ବ୍ୟୁରୋ: ପର୍ଣ୍ଣ ଦେଖୁଥିଲେ ସାବଧାନ । ପୋଲିସ ପଠାଇବ ମେସେଜ । ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ କଡା ନଜର ରଖିଛି ପୋଲିସ । ଆଉ ଫୋନରେ ପର୍ଣ୍ଣର କୌଣସି ବି ଜିନିଷ ସର୍ଚ୍ଚ କଲେ ସଙ୍ଗେ ସଙ୍ଗେ ମେସେଜ ଦେଉଛି ପୋଲିସ । ଆଉ ଘରେ ପହଞ୍ଚି ଚେତାବନୀ ଦେଇ ଯାଉଛି ।Continue reading “ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର । ଇଣ୍ଟରନେଟରେ ସର୍ଚ୍ଚ କରିବା ମାତ୍ରେ ମେସେଜ ପଠାଇବ ପୋଲିସ ।”
ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । କେବଳ ପୀଠରେ ପାଳନ ହେବ ରୀତିନୀତି । ଦୋକାନ, ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ।
କନକ ବ୍ୟୁରୋ: କରୋନା ପାଇଁ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । ଚଳିତ ବର୍ଷ କରୋନା କାରଣରୁ ଏହାକୁ ବନ୍ଦ କରାଯାଇଛି । ମେଳା ମହୋତ୍ସବ ବନ୍ଦ ଥିବା ବେଳେ କେବଳ ସୀମିତ ସଂଖ୍ୟ ଭକ୍ତ ଠାକୁର ଦର୍ଶନ କରି ଗୁପ୍ତ ଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜନ କରିଛନ୍ତି । ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି । ଗୋଟିଏ ମନ୍ଦିରରେ ଗୁରୁ ଓ ଉପାସକଙ୍କୁContinue reading “ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । କେବଳ ପୀଠରେ ପାଳନ ହେବ ରୀତିନୀତି । ଦୋକାନ, ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ।”
କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ସମ୍ବଲପୁରରେ କଡାକଡି ହେଲା ମାସ୍କ ଚେକିଂ । ଅମାନିଆଙ୍କୁ ସଚେତନ କଲା ମ୍ୟୁନିସପାଲିଟି ।
କନକ ବ୍ୟୁରୋ: କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ଯଦିଓ ଆଜି ଦେଶରେ ସଂକ୍ରମଣ ସଂଖ୍ୟା କମିଛି ତଥାପି ଲୋକଙ୍କ ମନରେ ଭୟ ବଢିଛି । ଦେଶରେ ଦିନକରେ ୧୦ ହଜାର ୫ଶହ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଫଳରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରାଯାଉଛି । କରୋନାରContinue reading “କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ସମ୍ବଲପୁରରେ କଡାକଡି ହେଲା ମାସ୍କ ଚେକିଂ । ଅମାନିଆଙ୍କୁ ସଚେତନ କଲା ମ୍ୟୁନିସପାଲିଟି ।”
ଆଜି ବି ଏ ଆଖି ତୁମକ ଖୋଜୁଛି, ତମ ବିନା ମୁଁ ମରି ମରି ଜିଉଁଛି… ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପୂରିଛି ତିନି ବର୍ଷ ।
କନକ ବ୍ୟୁରୋ: ଆଜି ବି ଏ ଆଖି ତୁମକ ଖୋଜୁଛି… ଆଜି ବି ଏ ଛାତି ତୁମକୁ ଝୁରୁଛି । ତମକୁ ଭୁଲି ହେଉନି, ତୁମ ବିନା ବି ବଞ୍ଚି ହେଉନି । ଦିନ ଗଡୁଛି ସତ, ଦେହରୁ ଦାଗ ଲିଭିଛି ସତ । ହେଲେ ହୃଦୟରୁ ସେ ଦରଜ ଜମା ଯାଉନି । ନା ବଇଦ, ନା ବିଧାତା କେହି ବି କମେଇ ପାରିବେନି ମନ ତଳର ସେ ଅଦେଖା କଷ୍ଟ । ତମ ବିନାContinue reading “ଆଜି ବି ଏ ଆଖି ତୁମକ ଖୋଜୁଛି, ତମ ବିନା ମୁଁ ମରି ମରି ଜିଉଁଛି… ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପୂରିଛି ତିନି ବର୍ଷ ।”
ବିଭିନ୍ନ ଫର୍ମାଟରେ କାହିଁକି ଭିନ୍ନ ଭିନ୍ନ ରଙ୍ଗର ବଲରେ ଖେଳ ହୁଏ କ୍ରିକେଟ । ଜାଣନ୍ତୁ ହ୍ୱାଇଟ, ରେଡ ଓ ପିଙ୍କ ବଲରେ କ୍ରିକେଟ ଖେଳିବାର ରହସ୍ୟ ।
କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡେ-ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ଡେ ନାଇଟ ହେଉଥିବାରୁ ଏଥିରେ ପିଙ୍କ ବଲରେ ଖେଳାଯିବ । ଗତ ୬ ବର୍ଷ ମଧ୍ୟରେ ୧୬ ଥର ଓ ଭାରତ ମାଟିରେ ଦ୍ୱିତୀୟଥର ପାଇଁ ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଆପଣଙ୍କ ମନରେ ନଶ୍ଚେ ପ୍ରଶ୍ନ ଆସୁଥିବ ଡେ ନାଇଟ ଟେଷ୍ଟରେ କାହିଁକି ପିଙ୍କ ବଲରେ କ୍ରିକେଟରେ ଖେଳାଯାଏ । ଆସନ୍ତୁContinue reading “ବିଭିନ୍ନ ଫର୍ମାଟରେ କାହିଁକି ଭିନ୍ନ ଭିନ୍ନ ରଙ୍ଗର ବଲରେ ଖେଳ ହୁଏ କ୍ରିକେଟ । ଜାଣନ୍ତୁ ହ୍ୱାଇଟ, ରେଡ ଓ ପିଙ୍କ ବଲରେ କ୍ରିକେଟ ଖେଳିବାର ରହସ୍ୟ ।”