କନକ ବ୍ୟୁରୋ: ଝାରୁସୁଗୁଡ଼ାରେ ପ୍ରଥମଥର ପାଇଁ ଜିଲ୍ଲା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଯୋଗଦେଇଥିଲେ । ସେହପରି ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି, ସତ୍ୟନରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଝାରସୁଗୁଡ଼ା ଜିଲ୍ଲା ସଂଘର ସଭାପତି ଜୟନ୍ତ କୁମାର ଦିକ୍ଷୀତ୍ ପ୍ରମୁଖContinue reading “ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ ଅସୋସିଏସନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।”
Author Archives: Raghaba
ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ
କନକ ବ୍ୟୁରୋ : ଖଣ୍ଡାରେ ଆକ୍ରମଣ କରି ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସକୁନ୍ତଳା ଦାଶ ନାମକ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ସୁନାଚେନ ଲୁଟିନେଇଛନ୍ତି । ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଆକ୍ରମଣ କରିଥିଲେ । ବାଇକରେ ଆସିଥିବା ତିନଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ହେଲମେଟ ପିନ୍ଧି ନଥିଲେ । ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ଏକ ଘରୋଇContinue reading “ଭୁବନେଶ୍ୱର ନିଳାଦ୍ରି ବିହାରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ : କଳା ପଲସରରେ ଆସି ଖଣ୍ଡାରେ ଆକ୍ରମଣ କଲେ ୩ ଦୁର୍ବୃତ୍ତ”
‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’ ସୁଇସାଈଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ
କନକ ବ୍ୟୁରୋ : ସାତ ଜନମର ସାଥି ହେବାକୁ ଦିନେ ଶପଥ ଦେଇଥିବା ସ୍ୱାମୀଙ୍କର ନିର୍ୟ୍ୟାତନା ଏତେ ଅସହ୍ୟ ହେଲା ଯେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ପତ୍ନୀ । କେବଳ ଦୁନିଆ ଛାଡି ଚାଲିଗଲେନାହିଁ, ବରଂ ନିଜ ମୃତ୍ୟୁ ପୂର୍ବର ଶେଷ କଥା ବି କହିଦେଇଗଲେ । ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଈଡ଼ ନୋଟରେ ପତ୍ନୀ ଲେଖିଥିଲେ ଯେ ମୃତ୍ୟୁ ପରେ ସ୍ୱାମୀଙ୍କୁ ମୋ ମୃତଦେହ ଦେଖାଇବ ନାହିଁ କିମ୍ବା ଅନ୍ତିମContinue reading ” ‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’ ସୁଇସାଈଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ”
ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ : ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି
କନକ ବ୍ୟୁରୋ : ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ । କାରଣ ସରକାରଙ୍କ ପାଖରେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ଅବରୋଧରେ ଥିବା ଜମିରୁ ଉଚ୍ଛେଦ ସରିଲେ,ବସ ଟର୍ମିନାଲ କାମ ଆଗକୁ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବି ଉଚ୍ଛେଦ ପ୍ରକ୍ରିୟା ଜାରିContinue reading “ଆଗକୁ ବଢିବ କଟକ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ : ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି”
ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ । କହିଲେ ସରକାର ଟ୍ୟାକ୍ସ କମାଇବା ହିଁ ଏକମାତ୍ର ବିକଳ୍ପ
କନକ ବ୍ୟୁରୋ : ଗତ କିଛିଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକଶଛୁଆଁ ହୋଇଛି । ଏନେଇ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସରକାରଙ୍କ ଉପରେ ଚାପ ବି ବଢିବାରେ ଲାଗିଛି । ବିରୋଧୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏନେଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟାକ୍ସ କମାଇ ତୈଳଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁContinue reading “ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ । କହିଲେ ସରକାର ଟ୍ୟାକ୍ସ କମାଇବା ହିଁ ଏକମାତ୍ର ବିକଳ୍ପ”
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଥିବା ଜଣାପଡ଼ିଛି । ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିବା କୁହାଯାଉଛି । ଭୁବନେଶ୍ୱର ରାମ ମନ୍ଦିର ପାଖ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଛି । ପେଟ୍ରୋଲ ପମ୍ପରେ ଛାତ୍ର କଂଗ୍ରେସ ପକ୍ଷରୁ ନାରାବାଜି କରିବା ସହ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଇଛିContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ”
ବିଧାନସଭାରେ ପେଟ୍ରୋଲ ତାତି । ଆଗରୁ ତେଲ ଦର ବଢୁଥିଲେ ବିଜେପି-ବିଜେଡି ଆନ୍ଦୋଳନ କରୁଥିଲେ, ଏବେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା କଂଗ୍ରେସ?
କନକ ବ୍ୟୁରୋ : ଗୃହରେ ତୈଳ ଦର ବୃଦ୍ଧି ତାତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ତୈଳ ଦର କଂଗ୍ରେସ ସମୟରେ କମ ଥିଲା। ମୋଦି ସରକାରଙ୍କ ସମୟରେ ବଢ଼ିଲା। ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଡିଜେଲରେ ୧୩ ଟଙ୍କା ବଢ଼ାଇଛନ୍ତି। ରନ୍ଧନ ଗ୍ୟାସ ଦର ୮୦୦Continue reading “ବିଧାନସଭାରେ ପେଟ୍ରୋଲ ତାତି । ଆଗରୁ ତେଲ ଦର ବଢୁଥିଲେ ବିଜେପି-ବିଜେଡି ଆନ୍ଦୋଳନ କରୁଥିଲେ, ଏବେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା କଂଗ୍ରେସ?”
ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍ । ରାସ୍ତାଘାଟଠୁ ଜଳସେଚନ ଭଳି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ବିକାଶକୁ ନବୀନଙ୍କ ଫୋକସ୍ ।
କନକ ବ୍ୟୁରୋ: ଉପ-ନିର୍ବାଚନ ପୂର୍ବରୁ ପିପିଲିକୁ ପ୍ୟାକେଜ୍ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ହେବ । ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନContinue reading “ପିପିଲି-ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍ । ରାସ୍ତାଘାଟଠୁ ଜଳସେଚନ ଭଳି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ବିକାଶକୁ ନବୀନଙ୍କ ଫୋକସ୍ ।”
ହେଲଥ୍ ୱେବନରରେ ମୋଦିଙ୍କ ବକ୍ତବ୍ୟ , କହିଲେ କରୋନା ଅଗ୍ନିପରୀକ୍ଷାରେ ସଫଳ ହୋଇଛି ଦେଶ
କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଦେଶର ଲୋକମାନେ ଲଢିଥିବା ଲଢେଇରେ ଦେଶକୁ ସଫଳତା ମିଳିଛି । ଏହି ମହାମାରୀ ବିରୋଧରେ ଲଢିବା ଦେଶବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ବୋଲି ଏକ ହେଲଥ୍ ୱେବନରକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି କି ଭାରତ ଯୋଜନାବଦ୍ଧ ଭାବେ ଲଢି ଏଭଳି ମହାବିପଦରୁ ରକ୍ଷା ପାଇ ପାରିଛି । ହେଲଥ୍ ୱେବନରକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶରContinue reading “ହେଲଥ୍ ୱେବନରରେ ମୋଦିଙ୍କ ବକ୍ତବ୍ୟ , କହିଲେ କରୋନା ଅଗ୍ନିପରୀକ୍ଷାରେ ସଫଳ ହୋଇଛି ଦେଶ”
ଲୋକାର୍ପଣ ହେଲା ‘ସକାଳ ଧୂପ’ ପୁସ୍ତକ । ସାଧାରଣ ଚରିତ୍ରଙ୍କୁ ଅସାଧାରଣ ଶୈଳୀରେ ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ଲେଖିକା ସୁଦେଷ୍ଣା ଦାସ ।
କନକ ବ୍ୟୁରୋ : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ‘ସକାଳ ଧୂପ’ର ଲୋକାର୍ପଣ । ଭୁବନେଶ୍ୱରର ବୁଦ୍ଧ ମନ୍ଦିର ଠାରେ ମ୍ୟାକ୍ ଗ୍ରୁପ୍ ଆନୁକୂଲ୍ୟରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ନିତିଦିନର ସମ୍ପାଦକ ତଥା ସ୍ୱନାମଧନ୍ୟ ଲେଖକ ମନୋଜ କୁମାର ମହାପାତ୍ର ଓ ପୌରୁଷର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟ ସମାଲୋଚକ ଅସିତ ମହାନ୍ତିContinue reading “ଲୋକାର୍ପଣ ହେଲା ‘ସକାଳ ଧୂପ’ ପୁସ୍ତକ । ସାଧାରଣ ଚରିତ୍ରଙ୍କୁ ଅସାଧାରଣ ଶୈଳୀରେ ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ଲେଖିକା ସୁଦେଷ୍ଣା ଦାସ ।”