ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହର ଯୋଜନା ଯାଞ୍ଚ ଅଧିକାରୀ : ଘର ପ୍ଲାନ ଅନୁମୋଦନ ପାଇଁ ଦାବି କରିଥିଲେ ୪୦ହଜାର ଟଙ୍କା

କନକ ବ୍ୟୁରୋ : ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହର ଯୋଜନା କେନ୍ଦୁଝର ଶାଖାର ଯାଂଚ ଅଧିକାରୀ । ଇନଭେଷ୍ଟିଗେସନ ଅଫିସର ନିମାଇଁ ଚରଣଙ୍କ ଅଫିସ ଓ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନରେ ଏକକାଳୀନ ଚଢାଉ କରାଯାଇଛି । ଜଣେ ବ୍ୟକ୍ତିଙ୍କ ଘର ପ୍ଲାନ ଅନୁମୋଦନ ପାଇଁ ଯାଂଚ ଅଧିକାରୀ ନିମାଇଁ ଚରଣ ୪୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ଟଙ୍କା ଦେବାକୁ ମନା କରିବାରୁ ସେହି ବ୍ୟକ୍ତିକୁ ହଇରାଣ ହରକତContinue reading “ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହର ଯୋଜନା ଯାଞ୍ଚ ଅଧିକାରୀ : ଘର ପ୍ଲାନ ଅନୁମୋଦନ ପାଇଁ ଦାବି କରିଥିଲେ ୪୦ହଜାର ଟଙ୍କା”

ରାଜଧାନୀରେ ମାଳମାଳ ମୋବାଇଲ ଟାୱାର : ହୋର୍ଡିଂ ପାଇଁ ଟିକସ ବାବଦକୁ ନେଉଛନ୍ତି ହଜାର ହଜାର ଟଙ୍କା, ଟାୱାର ପାଇଁ ହାତ ବାନ୍ଧି ବସିଛି ବିଏମସି । 

କନକ ବ୍ୟୁରୋ : ରାଜଧାନୀରେ ଯେଉଁଠି ଆଖି ପଡ଼ିବ ସେଠାରେ ମାଳମାଳ ମୋବାଇଲ୍‌ ଟାୱାର। କେଉଁଠି ଖୋଲା ଜାଗାରେ ତ କେଉଁଠି ଛାତ ଉପରେ। ଏମିତି ରାଜଧାନୀରେ ପ୍ରାୟ ୫୯୩ଟି ମୋବାଇଲ୍‌ ଟାୱାର ବସିଛି। ହେଲେ ବିଏମସି ଏଥିରୁ ଯେତିକି ରାଜସ୍ବ ଆଦାୟ କରିବା କଥା କରୁନି। ଫଳରେ ବର୍ଷକୁ କୋଟି କୋଟି ରାଜସ୍ବ ହରାଉଛି। ଏପରିକି ଯେଉଁ ଘରର ଛାତ ଉପରେ ମୋବାଇଲ୍‌ ଟାୱାର ବା ଓଡିଏସସି ବସିଛି, ସେ ଘରଠାରୁ ବିଏମସି ବ୍ୟବସାୟିକ ହିସାବରେContinue reading “ରାଜଧାନୀରେ ମାଳମାଳ ମୋବାଇଲ ଟାୱାର : ହୋର୍ଡିଂ ପାଇଁ ଟିକସ ବାବଦକୁ ନେଉଛନ୍ତି ହଜାର ହଜାର ଟଙ୍କା, ଟାୱାର ପାଇଁ ହାତ ବାନ୍ଧି ବସିଛି ବିଏମସି । “

କାଭିଡ କଟକଣାରେ ପାଳିତ ହେବ ଭୈମ ଏକାଦଶୀ ମେଳା : ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ମାଧବାନନ୍ଦ ଜୀଉ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୨୨ ତାରିଖContinue reading “କାଭିଡ କଟକଣାରେ ପାଳିତ ହେବ ଭୈମ ଏକାଦଶୀ ମେଳା : ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି”

ରାମଦେବଙ୍କ କରୋନିଲକୁ ନେଇ ପୁଣି କେଁ । ସ୍ପଷ୍ଟୀକରଣ ଲୋଡିଲା ଭେଷଜ ସଂଘ ।

କନକ ବ୍ୟୁରୋ : ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଉପଯୋଗୀ ଔଷଧ ‘କରୋନିଲ୍‌’ ପୁଣି ଥରେ ବିବାଦରେ ଫସିଛି। ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପସ୍ଥିତିରେ ରାମଦେବ ଉକ୍ତ ଔଷଧର ଲୋକାର୍ପଣ କରିଥିଲେ। ଏହା ଆୟୁଷ ମନ୍ତ୍ରଣାଳୟର ଭେଷଜ ଉତ୍ପାଦ ପ୍ରମାଣପତ୍ରପ୍ରାପ୍ତ(ସିଓପିପି) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଉତ୍ତମ ପ୍ରସ୍ତୁତ ପ୍ରଣାଳୀ ପ୍ରମାଣପତ୍ରପ୍ରାପ୍ତ(ଜିଏମପି) ଔଷଧ ବୋଲି ରାମଦେବ ଘୋଷଣା କରିଥିଲେ।Continue reading “ରାମଦେବଙ୍କ କରୋନିଲକୁ ନେଇ ପୁଣି କେଁ । ସ୍ପଷ୍ଟୀକରଣ ଲୋଡିଲା ଭେଷଜ ସଂଘ ।”

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଜି ସ୍ୱନକ୍ଷତ୍ର ଦିବସ : ସଂକ୍ରମଣ ଭୟରେ ନେମାଳ ବଟ୍ଟରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଆଜି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ୱନକ୍ଷତ୍ର ଦିବସ ପଡୁଛି । ହେଲେ ସଂକ୍ରମଣ ଭୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନେମାଳ ବଟ୍ଟରେ ୧୪୪ ଧାରା ଜାରି ହୋଇଛି । ୨୨ ତାରିଖ ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା କାଏମ ରହିବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ । ଆଜିContinue reading “ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଜି ସ୍ୱନକ୍ଷତ୍ର ଦିବସ : ସଂକ୍ରମଣ ଭୟରେ ନେମାଳ ବଟ୍ଟରେ ୧୪୪ ଧାରା ଜାରି”

ଦେଶର ୫ ରାଜ୍ୟରେ କରୋନା ସଂକ୍ରମଣର ବେଗ ଚିନ୍ତାଜନକ : ୧୭ ଦିନ ପରେ ପୁଣି ଦେଢ ଲକ୍ଷ ଟପିଲା ଆକ୍ଟିଭ ମାମଲା

କନକ ବ୍ୟୁରୋ : ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାରି ଭିତରେ ପୁଣି ଦେଢ ଲକ୍ଷ ଟପିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି । ଦେଶରେ ମୋଟContinue reading “ଦେଶର ୫ ରାଜ୍ୟରେ କରୋନା ସଂକ୍ରମଣର ବେଗ ଚିନ୍ତାଜନକ : ୧୭ ଦିନ ପରେ ପୁଣି ଦେଢ ଲକ୍ଷ ଟପିଲା ଆକ୍ଟିଭ ମାମଲା”

ଫିଟନେସ ଟେଷ୍ଟରେ ପାସ ହେଲେ ଉମେଶ ଯାଦବ । ଇଂଲଣ୍ଡ ବିପକ୍ଷରେ ଡେ ନାଇଟ ଟେଷ୍ଟ ପାଇଁ ଦଳରେ ହେଲେ ସାମିଲ ।

କନକ ବ୍ୟୁରୋ : ଫିଟନେସ ଟେଷ୍ଟରେ ପାସ ହେଲେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ । ଏହାସହ ଏବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ ଦଳରେ ସାମିଲ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । NEWS: @y_umesh added to #TeamIndia squad for the last two @Paytm #INDvENG Tests. Details https://t.co/PO6nBt8JWu pic.twitter.com/Ek796rZ0Is — BCCI (@BCCI) February 22, 2021Continue reading “ଫିଟନେସ ଟେଷ୍ଟରେ ପାସ ହେଲେ ଉମେଶ ଯାଦବ । ଇଂଲଣ୍ଡ ବିପକ୍ଷରେ ଡେ ନାଇଟ ଟେଷ୍ଟ ପାଇଁ ଦଳରେ ହେଲେ ସାମିଲ ।”

ମାସ୍କ ପିନ୍ଧିବାକୁ ମନା କଲେ ମଧ୍ୟପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । କହିଲେ, ଜରିମାନା ଦେବି ପଛେ କିନ୍ତୁ ମାସ୍କ ପିନ୍ଧିବିନି ।

କନକ ବ୍ୟୁରୋ: ଦେଶରେ ଏବେ ପୁଣି କରୋନା ଭୂତାଣୁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ଆଉ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ବ୍ୟବହାର ଉପରେ ପୁଣି ଜୋର ଦେଉଛନ୍ତି ବିଭିନ୍ନ ରାଜ୍ୟର ସରକାର | ଏହାରି ଭିତରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ମଧ୍ୟପ୍ରଦେଶ ବିଧାନସଭାରେ ଦୁଇ ଜଣ ବିଧାୟକ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା | ଯେତେବେଳେ ତାଙ୍କୁ ମାସ୍କ ନ ପିନ୍ଧିବାର କାରଣContinue reading “ମାସ୍କ ପିନ୍ଧିବାକୁ ମନା କଲେ ମଧ୍ୟପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । କହିଲେ, ଜରିମାନା ଦେବି ପଛେ କିନ୍ତୁ ମାସ୍କ ପିନ୍ଧିବିନି ।”

ଯୁଦ୍ଧାସ୍ତ୍ରରେ ଆତ୍ମନିର୍ଭର ହେବ ଭାରତ। ତେଜସ୍‌ ଯୁଦ୍ଧ ବିମାନରେ ଲାଗିବ ସ୍ୱଦେଶୀ ରାଡାର୍‌ ‘ଉତ୍ତମ’ ।

କନକ ବ୍ୟୁରୋ: ଦେଶର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ବାୟୁସେନାରେ ସାମିଲ ଥିବା ତେଜସ୍‌ ଯୁଦ୍ଧବିମାନରେ ଲାଗିଥିବା ଇସ୍ରାଏଲ ରାଡାରଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ସ୍ୱଦେଶୀ ‘ଉତ୍ତମ’ ରାଡାର ଲଗାଯିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି। ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭାରତୀୟ ବାୟୂସେନାରେ କାର୍ଯ୍ୟରତ ଥିବା ୧୨୩ଟି ତେଜସ ଯୁଦ୍ଧବିମାନContinue reading “ଯୁଦ୍ଧାସ୍ତ୍ରରେ ଆତ୍ମନିର୍ଭର ହେବ ଭାରତ। ତେଜସ୍‌ ଯୁଦ୍ଧ ବିମାନରେ ଲାଗିବ ସ୍ୱଦେଶୀ ରାଡାର୍‌ ‘ଉତ୍ତମ’ ।”

ରାଜକୀୟ ଉପାଧିକୁ ପ୍ରତ୍ୟାକ୍ଷାନ କଲେ ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ । ବର୍ଷକ ପୂର୍ବରୁ ରାଜ ପରିବାର ଛାଡିବା ନେଇ କରିଥିଲେ ଘୋଷଣା ।

କନକ ବ୍ୟୁରୋ : ବ୍ରିଟେନର ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଗନ ମର୍କେଲ ଏଣିକି ବ୍ରିଟେନ ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ରହିବେ ନାହିଁ । ରାଜ ପରିବାର ଠାରୁ ଅଲଗା ହେବା ନେଇ ପ୍ରାୟ ୧ବର୍ଷ ତଳେ ଘୋଷଣା କରିଥିଲେ ହ୍ୟାରୀ ଓ ମେଗନ । ଏହା ପରେ ତାଙ୍କ ଉପରେ ବକିଙ୍ଘମ ପ୍ୟାଲେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବା ନେଇ ଆଶଙ୍କା କରାଯାଉଥିଲା । ପ୍ରାୟ ୧ବର୍ଷ ଧରି ସେମାନେ ନଫେରିବାରୁ ତାଙ୍କ ଠାରୁContinue reading “ରାଜକୀୟ ଉପାଧିକୁ ପ୍ରତ୍ୟାକ୍ଷାନ କଲେ ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ । ବର୍ଷକ ପୂର୍ବରୁ ରାଜ ପରିବାର ଛାଡିବା ନେଇ କରିଥିଲେ ଘୋଷଣା ।”

Design a site like this with WordPress.com
Get started