କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ଦିନିଆ କେରଳ ଓ ତାମିଲନାଡୁ ଗସ୍ତରେ ଥିବା ବେଳେ କେରଳ ୱାୟନାଡରେ ଚାଷୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି ବାହାର କରିଛନ୍ତି ରାହୁଲ । ଏହି ସମୟରେ କଂଗ୍ରେସ ଯୁବରାଜ ରାହୁଲ ନିଜେ ଟ୍ରାକ୍ଟର ଚଳାଇ ଥିବା ବେଳେ ଅନ୍ୟ କଂଗ୍ରେସ ନେତା ମାନେ ତାଙ୍କ ସହ ବସିଥିବା ଦେଖିବାକୁ ମିଳିଛି ।Continue reading “ଚାଷୀ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ । ୱାୟନାଡରେ କଂଗ୍ରେସ ନେତାଙ୍କୁ ବସାଇ ଟ୍ରାକ୍ଟର ରାଲିରେ ବାହାରିଲେ ରାହୁଲ ।”
Author Archives: Raghaba
କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।
କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ମୋଟ ୪୭ ହଜାର ୫୫ ଜଣ ରୋଗୀଙ୍କୁ ଚିକତ୍ସା କରାଯାଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୩୨ଟି ଘରୋଇ ହସପିଟାଲରେ ମୋଟ ୩୮୯ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସବୁଠୁ ଅଧିକContinue reading “କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।”
ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?
କନକ ବ୍ୟୁରୋ: ଦେଶରେ ବଢୁଥିବା ତୈଳ ଦର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି କାରଣ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଛି । ବର୍ତମାନ ଏହି ଦର ବୃ୍ଦ୍ଧିର କାରଣ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଦ୍ୱାରା ଲଗାଯାଉଥିବା ମାତ୍ରାଧିକ ଏକ୍ସସାଇଜ ଓ ଅନ୍ୟାନ୍ୟ ଟିକସ । ଯେଉଥିଁପାଇଁ ଭାରତୀୟ ଗ୍ରାହକଙ୍କୁ ପେଟ୍ରୋଲ ଲାଗି ଯାହା ପ୍ରଦାନ କରୁଛନ୍ତି ତାର ପ୍ରାୟ ୬୬ପ୍ରତିଶତ କେବଳ ଏହି ଟିକସ ବାଦରେ ଦିଆଯାଏ ।Continue reading “ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?”
ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟିContinue reading “ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।”
ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ୯୧୬୪ କୋଟି
ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି। ଏସସିବିକୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାContinue reading “ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ୯୧୬୪ କୋଟି”
ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।
କନକ ବ୍ୟୁରୋ : ତୈଳ ଦର ବୃଦ୍ଧିକୁ ବିରୋଧ କରି ସବୁଆଡେ ପ୍ରତିବାଦ ଚାଲିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ । ଦିଲ୍ଲୀ ଖାନ ମାର୍କେଟରୁ ବାହାରି ସେ ସାଇକେଲରେ ଆସି ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି । ପେଟ୍ରୋଲ ଦର ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରବର୍ଟ ।Continue reading “ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।”
ରାଜ୍ୟ ବଜେଟରେ ଏଥର ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ । ୪୪ ହଜାର କୋଟି ଋଣ କରିବେ ସରକାର ।
କନକ ବ୍ୟୁରୋ : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ । ତେବେ ନିଟ୍ ଋଣ ପରିମାଣ ୧୮ ହଜାର ୪୬୫ କୋଟି ରହିବ ।Continue reading “ରାଜ୍ୟ ବଜେଟରେ ଏଥର ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ । ୪୪ ହଜାର କୋଟି ଋଣ କରିବେ ସରକାର ।”
ବଜେଟରେ ହକି ଷ୍ଟାଡିୟମ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ।
କନକ ବ୍ୟୁରୋ: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।୨୦୨୧-୨୨ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ରେ ହକି ବିଶ୍ଵକପର ୧୫ତମ ସଂସ୍କରଣ ଆୟୋଜନ ହେବ। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ପ୍ରୋତ୍ସା ହିତ କରିବା ପାଇଁ ଏବଂContinue reading “ବଜେଟରେ ହକି ଷ୍ଟାଡିୟମ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ।”
ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।
କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି । ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ୧୯,୪୦୮ କୋଟି ଠାରୁ ପ୍ରାୟ ୧୦ ପ୍ରତିଶତ କମContinue reading “ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।”
କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା ।
କନକ ବ୍ୟୁରୋ: ମହାମାରୀ କରୋନା ଯେତେବେଳେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା, ସେତେବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା କବଳିତ ରାଜ୍ୟରୁ ଫେରୁଥବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିଲା । ଏଭଳି ସମୟରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ କ୍ୱାରେଟିଂନ କେନ୍ଦ୍ରର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ହେଲେ, ଏହି ସବୁ କେନ୍ଦ୍ର ପାଇଁ ହୋଇଥିବା ଖର୍ଚ୍ଚ ଜାଣିଲେ ଆପଣContinue reading “କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା ।”