ଆଜି ଠାରୁ କଟକରେ ଜୋରଦାର ମାସ୍କ ଚେକିଂ : ନିର୍ଦ୍ଦେଶନାମା ଜାରି କଲା କଟକ ମହାନଗର ନିଗମ

କନକ ବ୍ୟୁରୋ : ଆଜିିଠାରୁ କଟକ ମୁନସିପାଲିଟି ଅଂଚଳରେ କୋଭିଡ୍ କଟକଣାର କଡାକଡି ଯାଂଚ ହେବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର କଡାକଡି ଯାଂଚ ହେବ । ବିଶେଷ କରି ବିଭିନ୍ନ ମାର୍କେଟ ଅଂଚଳ, ଧାର୍ମିକ ଅନୁଷ୍ଠାନ, ବିବାହ କାର୍ଯ୍ୟକ୍ରମ, ଦୋକାନ, ବାଣିଜ୍ୟକ ଅନୁଷ୍ଠାନରେ ଯାଂଚ କରିବେ ସିଏମସି ପକ୍ଷରୁ ଗଠିତ ସ୍ୱତନ୍ତ୍ର ଟିମ୍ । ଯାଂଚ ପାଇଁ ସିଏମସି ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନାContinue reading “ଆଜି ଠାରୁ କଟକରେ ଜୋରଦାର ମାସ୍କ ଚେକିଂ : ନିର୍ଦ୍ଦେଶନାମା ଜାରି କଲା କଟକ ମହାନଗର ନିଗମ”

ପୁଣି ଫେରିଲା ନାଇଟ କର୍ଫ୍ୟୁ : ପୁନେରେ ଆଜି ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା; ଫେବ୍ରୁଆରୀ ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ

କନକ ବ୍ୟୁରୋ : କରୋନା ତାଲାବନ୍ଦ କଟକଣାକୁ ନେଇ ପ୍ରାୟ ବର୍ଷେ ପରେ ଲୋକେ ଟିକେ ଆଶ୍ୱସ୍ତ ହେଉଥିବାବେଳେ ପୁଣି ଥରେ ଅଜଣା ଭୟ ସୃଷ୍ଟି ହୋଇଛି । ହଠାତ କରୋନା ସଂକ୍ରମଣ ବଢ଼ିବା କାରଣରୁ ମହାରାଷ୍ଟ୍ରର ଅମରାବତୀର ୫ ଜିଲ୍ଳାର ଗୋଟିଏ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିବ । ସେପଟେ ପୁନେରେ ନାଇଟ କର୍ଫ୍ୟୁ ଫେରିଛିContinue reading “ପୁଣି ଫେରିଲା ନାଇଟ କର୍ଫ୍ୟୁ : ପୁନେରେ ଆଜି ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା; ଫେବ୍ରୁଆରୀ ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ”

ଆଜି ଆସିିବ ଓଡ଼ିଶା ବଜେଟ୍ : ବାର୍ଷିକ ବ୍ୟୟ ଅଟକଳ ଛୁଇଁପାରେ ଏକ ଲକ୍ଷ ୭୦ ହଜାର କୋଟି ; ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ

କନକ ବ୍ୟୁରୋ : ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। ତେବେ ନିର୍ଦିଷ୍ଟ କେଉଁ ସମୟରେ ବଜେଟ୍ ଉପସ୍ଥାପନ ହେବ, ତାହା ଜଣାପଡିନାହିଁ। ଆସନ୍ତାକାଲି ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟିଆ ଆଲୋଚନା ପରେ ଅପରାହ୍ନ ଅଧିବେଶନରେ ବଜେଟ୍ ଉପସ୍ଥାପନ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଶନିବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇସାରିଛି । ୯ ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁContinue reading “ଆଜି ଆସିିବ ଓଡ଼ିଶା ବଜେଟ୍ : ବାର୍ଷିକ ବ୍ୟୟ ଅଟକଳ ଛୁଇଁପାରେ ଏକ ଲକ୍ଷ ୭୦ ହଜାର କୋଟି ; ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ”

ମହାରାଷ୍ଟ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚେତାବନୀ । ନିୟମ ନମାନିଲେ ରାଜ୍ୟ ହେବ ଲକଡାଉନ୍ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା‌ ପାଇଁ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଚେତାବନୀ ଦେଇଛନ୍ତିି। କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସଂକ୍ରମଣକୁ କମ କରିବା ପାଇଁ ଲୋକ କରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା ଜରୁରୀ। ଯଦି ଲୋକେ ନିୟମର ଉଲ୍ଲଂଘନ କରନ୍ତି ତେବେ ତୁରନ୍ତ ରାଜ୍ୟକୁContinue reading “ମହାରାଷ୍ଟ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚେତାବନୀ । ନିୟମ ନମାନିଲେ ରାଜ୍ୟ ହେବ ଲକଡାଉନ୍ ।”

ଚାକିରୀ ନୁହେଁ ବ୍ୟବସାୟ କରି ପାଇ ହେବ ସଫଳତା । ଉଚ୍ଚଶିକ୍ଷା ପରେ ଦେଶୀ କୁକୁଡା ଚାଷ କରି ସଫଳ ହୋଇଛନ୍ତି କୁଚିଣ୍ଡାର କ୍ଷୀରସାଗର ।

କନକ ବ୍ୟୁରୋ: କଠିନ ପରିଶ୍ରମ ଯେ ଦିନେ ସଫଳତା ଆଣିଦିଏ , ଏକଥାକୁ କରିଦେଖାଇଛନ୍ତି ଜଣେ ଆଗ୍ରୋ-ପଲିଟେକନିକ ପାଠ ପଢିଥିବା ଶିକ୍ଷିତ ଯୁବକ । ଆଶା ଥିଲା ଚାକିରୀ କରି ଭଲ ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା । କିନ୍ତୁ ଚାକିରୀ ପଛରେ ଧାଉଁ ଧାଉଁ ନିଶା ଲାଗିଗଲା ଚାଷ ଉପରେ । ସେ ପୁଣି ଦେଶୀ କୁକୁଡା ଚାଷ । ଆଉ ଏବେ ସଫଳତାର ଶିର୍ଷରେ ପହଁଚି ଅନ୍ୟମାନଙ୍କ ପାଇଁ ସାଜିଛନ୍ତିContinue reading “ଚାକିରୀ ନୁହେଁ ବ୍ୟବସାୟ କରି ପାଇ ହେବ ସଫଳତା । ଉଚ୍ଚଶିକ୍ଷା ପରେ ଦେଶୀ କୁକୁଡା ଚାଷ କରି ସଫଳ ହୋଇଛନ୍ତି କୁଚିଣ୍ଡାର କ୍ଷୀରସାଗର ।”

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା । କାଲି ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।

କନକ ବ୍ୟୁରୋ: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ୨୨ ତାରିଖ ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ । ୨୩ ତାରିଖରେ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଦିବସ ପଡୁଛି । ଏହି ଅବସରରେ ମହାପୁରୁଷଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରContinue reading “ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା । କାଲି ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।”

ସରକାରୀ ପ୍ରୋତ୍ସାହନ ସହ ତାଲିମର ଅଭାବ ଚାଷୀଙ୍କୁ କରୁଛି ନିରାଶ । କ୍ଷେତରେ ସୋରିଷ ଚାଷ କରିବାକୁ ଚାହୁଁନାହାନ୍ତି ଚାଷୀ ।

କନକ ବ୍ୟୁରୋ: ସୋରିିଷ ଏଭଳି ଏକ ସାମଗ୍ରୀ ଯାହା ଆପଣ ପ୍ରତ୍ୟେକ ଘରେ ପାଇବେ । ପ୍ରତିଦିନର ରୋଷେଇ ହେଉ କି ଭୋଜି ଭାତ, ଗୋଟା ସୋରିଷ କିମ୍ବା ସୋରିଷ ତେଲର ବ୍ୟବହାର ହୋଇଥାଏ । କିନ୍ତୁ ଏହି ସୋରିଷ ଚାଷରୁ ଏବେ ମୁହଁ ଫେରାଉଛନ୍ତି ଚାଷୀ । ସରକାରୀ ପ୍ରୋତ୍ସାହନ, ଉଚିତ୍ ପ୍ରଶିକ୍ଷଣ ସାଙ୍ଗକୁ ଆବଶ୍ୟକ ବଜାରର ଅଭାବ ଚାଷୀଙ୍କୁ ଏହି ସୋରିଷ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ କରୁଛି । ପୁରୀ ଜିଲା ପିପିଲିContinue reading “ସରକାରୀ ପ୍ରୋତ୍ସାହନ ସହ ତାଲିମର ଅଭାବ ଚାଷୀଙ୍କୁ କରୁଛି ନିରାଶ । କ୍ଷେତରେ ସୋରିଷ ଚାଷ କରିବାକୁ ଚାହୁଁନାହାନ୍ତି ଚାଷୀ ।”

ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରି ସଫଳତା ପାଇଛନ୍ତି ଯାଜପୁରର ୫ଶହରୁ ଅଧିକ ମହିଳା । ଉନ୍ନତ ଚାଷ ପ୍ରଣାଳୀର ପ୍ରଶିକ୍ଷଣ କଲା ଆତ୍ମନିର୍ଭରଶୀଳ ।

କନକ ବ୍ୟୁରୋ: ଜମିରେ ହସୁଛି ସୂର୍ଯ୍ୟମୁଖୀ ଆଉ ଫଳିଛି ବାଦାମ । ଏହି ଚାଷ କରି ବେଶ୍ ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ । ସବୁଠୁ ବଡ କଥା ହେଉଛି ଏହି ଚାଷ କୌଣସି ପୁରୁଷ କରୁନାହାନ୍ତି ବରଂ ମହିଳାମାନେ କରିଛନ୍ତି । ନାବାର୍ଡ ସହାୟତାରେ ପାଖାପାଖି ୫ ଶହରୁ ଅଧିକ ମହିଳା ବାଦାମ ଓ ସୂର୍ଯ୍ୟମୁଖୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଚାଷକୁ ଚାଷ ହେବ ରୋଜଗାରର ବାଟ ବି ଫିଟିବ । ବିଶେଷଭାବେ ମହିଳାମାନଙ୍କୁContinue reading “ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରି ସଫଳତା ପାଇଛନ୍ତି ଯାଜପୁରର ୫ଶହରୁ ଅଧିକ ମହିଳା । ଉନ୍ନତ ଚାଷ ପ୍ରଣାଳୀର ପ୍ରଶିକ୍ଷଣ କଲା ଆତ୍ମନିର୍ଭରଶୀଳ ।”

ଅନଲାଇନରେ ମଞ୍ଜି ମଗାଇ ଚାଷ କରି ସଫଳ ହେଲେ ଦୁଇ ଯୁବ ଚାଷୀ । କୁଚିଣ୍ଡାର ରଙ୍ଗୀନ ବନ୍ଧାକୋବି ଚାଷ ପଛର କାହାଣୀ…

କନକ ବ୍ୟୁରୋ: ଆତ୍ମନିର୍ଭରଶୀଳ ହେବା ପାଇଁ ଦୃଢ ମନୋବଳ ଓ କିଛି କରି ଦେଖାଇବାର ଇଚ୍ଛା ମଣିଷକୁ ସଫଳ କରାଏ । ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପତ୍ରାପାଲି ଗାଁର ଦୁଇଭାଇ । ଅନ୍ଲାଇନରେ ମଂଜି ମଗାଇ କରିଛନ୍ତି ରଙ୍ଗିନ ବନ୍ଧାକୋବି ଚାଷ । ଯାହା ଦେଖିବାକୁ ଯେତିିକି ସୁନ୍ଦର, ଖାଇବାକୁ ସେତିକି ସ୍ୱାଦିଷ୍ଟ । ସୁନ୍ଦରଗଡ ବଣାଇର ଜଣେ ଯୁବ ଚାଷୀ ରଙ୍ଗୀନ ଫୁଲକୋବି ଚାଷ କରି ଚର୍ଚ୍ଚିତ ହୋଇଥିବା ବେଳେContinue reading “ଅନଲାଇନରେ ମଞ୍ଜି ମଗାଇ ଚାଷ କରି ସଫଳ ହେଲେ ଦୁଇ ଯୁବ ଚାଷୀ । କୁଚିଣ୍ଡାର ରଙ୍ଗୀନ ବନ୍ଧାକୋବି ଚାଷ ପଛର କାହାଣୀ…”

ଆସନ୍ତାକାଲିଠୁ କଟକ ସହରରେ କଡାକଡି ହେବ ମାସ୍କ ଚେକିଂ । ସିଏମସି ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ସହରର ଜନଗହଳି ଅଞ୍ଚଳରେ ହେବ ଚେକିଂ ।

କନକ ବ୍ୟୁରୋ: ଆସନ୍ତାକାଲିଠୁ କଟକ ସହରରେ ଜୋରଦାର ହେବ ମାସ୍କ ଚେକିଂ । ସହରର ବିଭିନ୍ନ ଅଞ୍ଚଳରେ ମାସ୍କ ଚେକିଂ କରିବେ ସ୍ୱତନ୍ତ୍ର ସ୍କ୍ୱାର୍ଡ । କରୋନା ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ ଚିଠି ପାଇବା ପରେ ଏନେଇ ତତ୍ପର ହୋଇଉଠିଛି ସିଏମସି । ରବିବାର ଏନେଇ ଏକ ଅର୍ଡର ମଧ୍ୟ ଜାରି କରାଯାଇଛି । ସିଏମସିର ଏହି ଅର୍ଡରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବାବଦରେ ସୂଚନା ଦିଆଯାଇଛି । ଏହି ଆଧାରରେ କଟକ ମହାନଗରContinue reading “ଆସନ୍ତାକାଲିଠୁ କଟକ ସହରରେ କଡାକଡି ହେବ ମାସ୍କ ଚେକିଂ । ସିଏମସି ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ସହରର ଜନଗହଳି ଅଞ୍ଚଳରେ ହେବ ଚେକିଂ ।”

Design a site like this with WordPress.com
Get started