ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର ହଟାଇଲା ଫେସବୁକ୍ ।

କନକ ବ୍ୟୁରୋ: ଡିଜିଟାଲ ଦୁନିଆଁରେ ନ୍ୟୁଜ ଦେଖିବାର ପ୍ଲାଟଫର୍ମ ବନିଯାଇଛି ଗୁଗୁଲ ଓ ଫେସବୁକ୍ । ମୂହୁର୍ତ୍ତକରେ ଆପଣଙ୍କ ପାଖକୁ ଖବର ପହଁଚି ଯାଉଛି ଏବଂ ଆପଣ ସହଜରେ ଏହି ଖବରକୁ ପଢ଼ି ପାରୁଛନ୍ତି କିମ୍ବା ଦେଖି ପାରୁଛନ୍ତି । କିନ୍ତୁ, ଆପଣ ଜାଣିଛନ୍ତି କି, ଖବର ଏକ ମିଡିଆ ହାଉସ ପ୍ରସ୍ତୁତ କରୁଛି ଏବଂ ଏହି ଖବରକୁ ଗୁଗୁଲ କିମ୍ବା ଫେସବୁକ ଭଳି ଇଂଟରନେଟ ପ୍ଲାଟଫର୍ମ ଆପଣଙ୍କ ପାଖରେ ପହଁଚାଉଛି । ଆମେ ଯେତେବେଳେ ଏଭଳିContinue reading “ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର ହଟାଇଲା ଫେସବୁକ୍ ।”

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଡାକ୍ତର ବାବାଙ୍କୁ ନେଇ ଚର୍ଚ୍ଚା । ମେଳାରେ ଦେଖୁଛନ୍ତି ରୋଗୀ ।

କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ଭଳିକି ଭଳି ବାବାଙ୍କୁ ତ ଆପଣ ଦେଖିଥିବେ । ହେଲେ ଜଣେ ଏପରି ବାବା ଅଛନ୍ତି ଯିଏ ଏବେ ସମସ୍ତଙ୍କ ପ୍ରିୟ ପାଲଟି ଯାଇଛନ୍ତି ତାଙ୍କର ଜନସେବାକୁ ନେଇ । ସେ ସାଧୁ ବି ,ସେ ଡାକ୍ତର ବି । ହଁ ଏକଥା ଆମେ କହୁନୁ, ତାଙ୍କର କାମ ଦେଖିଲେ ଆପଣ କହିବେ । ଖଣ୍ଡଗିରି ମେଳା ବୁଲି ଆସୁଥିବା ଲୋକ, ଏହି ବାବାଙ୍କ ଠାରୁ ଆଶୀର୍ବାଦ ସହ ନେଇ ଆସୁଛନ୍ତିContinue reading “ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଡାକ୍ତର ବାବାଙ୍କୁ ନେଇ ଚର୍ଚ୍ଚା । ମେଳାରେ ଦେଖୁଛନ୍ତି ରୋଗୀ ।”

ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା ବ୍ୟବସ୍ଥା ଦେଖିଲା ବିଜେପି ପ୍ରତିନିଧି ଦଳ ।

କନକ ବ୍ୟୁରୋ: ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ଆଢୁଆଳରେ କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମ  । ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଏବଂ ଆଶ୍ରମକୁ ବୋମା ପକାଇ ଉଡାଇ ଦିଆଯିବା ଧମକ ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି ଫୋନକଲରେ ଧମକ ପରେ ଏହାକୁ ବେଶ ଗୁରୁତର ସହ ନେଇଛି ପୋଲିସ । କାରଣ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳିContinue reading “ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା ବ୍ୟବସ୍ଥା ଦେଖିଲା ବିଜେପି ପ୍ରତିନିଧି ଦଳ ।”

ଆସନ୍ତାକାଲି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ ।

କନକ ବ୍ୟୁରୋ: ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ । ମିିଳିଥିବା ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ । ଏଥିସହ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗକୁ ପ୍ରାୟ ୧୦ ହଜାର କୋଟି ଟଙ୍କା ମିଳିପାରେ । ସ୍ୱାସ୍ଥ୍ୟ ଭିତ୍ତିଭୂମିରୁ ଆରମ୍ଭ କରି ନିଯୁକ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ ।Continue reading “ଆସନ୍ତାକାଲି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ ।”

ପୁନେରେ ଫେରିଲା ନାଇଟ କର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା । ନୂଆ ଷ୍ଟ୍ରେନ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ।

କନକ ବ୍ୟୁରୋ: ପୁଣି କରୋନା କଥା ଶୁଣିଲେ ଅଜଣା ଭୟ ମାଡିଆସେ । ପ୍ରାୟ ବର୍ଷେ ଧରି କରୋନାର ଯନ୍ତ୍ରଣା ସମସ୍ତେ ଅନୁଭବ କରିଛନ୍ତି । ଏବେ ପୁଣି ଦେଶର ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆସନ୍ତାକାଲି ଠାରୁ ପୁନେରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିବ । କରୋନା ସଂକ୍ରମଣ ବଢ଼ୁଥିବାରୁContinue reading “ପୁନେରେ ଫେରିଲା ନାଇଟ କର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା । ନୂଆ ଷ୍ଟ୍ରେନ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ।”

ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ ।

କନକ ବ୍ୟୁରୋ: ଗ୍ରାହକଙ୍କ ଭିଡ ଏବଂ ବଜାରର ଚଂଚଳତା ଭିତରେ ସାମୟିକ ଭାବେ ଲୋକେ ଯେମିତି ଭାବି ନେଇଥିଲେ ଯେ, କରୋନା ଚାଲିଯାଇଛି । ଭାବିବା ବି ସ୍ୱାଭାବିକ ଥିଲା କାରଣ, ହୁ-ହୁ ହୋଇ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ କମିଯାଇଥିଲା । ଆଉ ପ୍ରାୟ ୯ ମାସ ଭିତରେ ବାନ୍ଧି ହୋଇ ରହିଥିବା ଲୋକମାନେ ବାହାରକୁ ବାହାରି ଆସିଥିଲେ । ହେଲେ, କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁContinue reading “ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ ।”

କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ ମୋଦିଙ୍କ ତୃତୀୟଥର ପଶ୍ଚିମବଙ୍ଗ ଗସ୍ତ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି । ଗୋଟିଏ ପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ରାଲି ଓ ସଭା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସରେ ତୃତୀୟ ଥର ପାଇଁ ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କର୍ମୀଙ୍କ ଏକଜୁଟ୍ କରିବାକୁ ଚେଷ୍ଟା କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତବେଳେ ହୁଗୁଳିContinue reading “କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ ମୋଦିଙ୍କ ତୃତୀୟଥର ପଶ୍ଚିମବଙ୍ଗ ଗସ୍ତ”

ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । 

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଥିବା ଦେଖି ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲକଡାଉନ୍ ମଧ୍ୟ ଘୋଷଣା କରାଯାଇଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା, ବୁଲଢାନା, ଜବତମାଳ ଓ ବାଶିମରେ ସାତ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମାର୍ଚ୍ଚ ୧ ତାରିଖ ଯାଏଁ ସେଠାରେ କଟକଣା ଜାରି ରହିବ । ବିବାହରେ କେବଳ ୨୫ ଜଣContinue reading “ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । “

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର ।  ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

କନକ ବ୍ୟୁରୋ : ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର କହିଛନ୍ତି । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । #SAGAR in action. Welcome the signing of USD 50 million DefenceContinue reading “୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର ।  ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ”

ଦେଶରେ ତେଲ ଦର ବଢୁଥିବାବେଳେ ପେଟ୍ରୋଲ-ଡିଜେଲ ଦାମ ୧ ଟଙ୍କା କମ କଲେ ପଶ୍ଚିମବଙ୍ଗ ସରକାର । ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର ।

କନକ ବ୍ୟୁରୋ: ସାରା ଦେଶରେ ପେଟ୍ରୋଲ ଆଉ ଡିଜେଲ ଦାମ ହୁ ହୁ ହୋଇ ବଢୁଥିବାବେଳେ ପଶ୍ଚିମବଙ୍ଗରେ ତେଲଦର ୧ ଟଙ୍କା କମ କରିଛି ମମତା ସରକାର । ଯାହାକୁ ମମତା ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ବୋଲି କୁହାଯାଉଛି । ତେଲଦର ୧ ଟଙ୍କା କମ ହେବା ପରେ ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ । ତେବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତାଙ୍କ ଏହି ଘୋଷଣା ପଶ୍ଚିମବଙ୍ଗ ରାଜନୀତିକୁContinue reading “ଦେଶରେ ତେଲ ଦର ବଢୁଥିବାବେଳେ ପେଟ୍ରୋଲ-ଡିଜେଲ ଦାମ ୧ ଟଙ୍କା କମ କଲେ ପଶ୍ଚିମବଙ୍ଗ ସରକାର । ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର ।”

Design a site like this with WordPress.com
Get started