କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବର୍ଷିଛନ୍ତି । ସୋନିଆ ପଚାରିଛନ୍ତି କାହିଁକି ଟିକସ କମାଉନାହାନ୍ତି ସରକାର । ସୋନିଆ କହିଛନ୍ତି, ଲୋକଙ୍କ ଉପରେ ଚାପ କମାଇବା ପାଇଁ ଏହି ସରକାରକୁ ମନୋନୀତ କରାଯାଇଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟର ନିୟନ୍ତ୍ରଣ ଲୋକଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଥିଲା । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହା କରିବାରେContinue reading “ତେଲ ଦର ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ : ସୋନିଆଙ୍କ ପ୍ରଶ୍ନ, କାହିଁକି ଟିକସ କମାଉନାହାନ୍ତି ସରକାର “
Author Archives: Raghaba
୨ ଦିନ ହେଲା ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ : ତଥାପି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧ ଟଙ୍କା ୨୮ ପଇସା ଡିଜେଲ ୮୮ଟଙ୍କା ୨୨ ପଇସା
କନକ ବ୍ୟୁରୋ : ପ୍ରାୟ ୬ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପରେ ଗତ ଦୁଇଦିନ ହେଲା ଅପରିବର୍ତ୍ତିତ ରହିଛି । ତଥାପି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧ ଟଙ୍କା ୨୮ ପଇସା ଓ ଡିଜେଲ ଦର ୮୮ ଚଙ୍କା ୨୨ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ସର୍ବଧିକ ୯୬ ଟଙ୍କା ୭୮ ପଇସା ଓ ଡିଜେଲ ୯୩ ଟଙ୍କା ୪୮ ପଇସା ରହିଛି । ନବରଙ୍ଗପୁରରେContinue reading “୨ ଦିନ ହେଲା ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ : ତଥାପି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧ ଟଙ୍କା ୨୮ ପଇସା ଡିଜେଲ ୮୮ଟଙ୍କା ୨୨ ପଇସା”
ନାଗାଲାଣ୍ଡ ବିଧାନସଭାରେ ଗୁଞ୍ଜରିତ ହେଲା ଜାତୀୟ ସଙ୍ଗୀତ । ରାଜ୍ୟ ମାନ୍ୟତା ପାଇବାର ୫୮ ବର୍ଷ ପରେ ଦେଖିବାକୁ ମିଳିଲା ଏଭଳି ଐତିହାସିକ ମୁହୂର୍ତ୍ତ।
କନକ ବ୍ୟୁରୋ : ନାଗାଲାଣ୍ଡ ରାଜ୍ୟ ହେବାର ପ୍ରାୟ ଅଠାବନ ବର୍ଷ ପରେ ପ୍ରଥମ ଥର ଲାଗି ଏହାର ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ କରାଯାଇଛି। ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ବିଚ୍ଛିନ୍ନତାବାଦୀଙ୍କର ହିଂସାକାଣ୍ଡ ଚାଲୁ ରହିବା ଏବଂ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ବାଧାପ୍ରାପ୍ତ ହେବା ପରିପ୍ରେକ୍ଷୀରେ ଏପରି ଜାତୀୟ ସଂଗୀତ ଗୁଞ୍ଜରିତ ହେବା ଏକ ଐତିହାସିକ ବିରଳ ଘଟଣା ଭାବେ ଚର୍ଚ୍ଚା ହେଉଛି। ୧୯୬୩ ଡିସେମ୍ବର ୧ରେ ନାଗାଲାଣ୍ଡକୁ ଦେଶର ୧୬ତମ ରାଜ୍ୟର ମାନ୍ୟତା ମିଳିଥିଲା। ତେବେContinue reading “ନାଗାଲାଣ୍ଡ ବିଧାନସଭାରେ ଗୁଞ୍ଜରିତ ହେଲା ଜାତୀୟ ସଙ୍ଗୀତ । ରାଜ୍ୟ ମାନ୍ୟତା ପାଇବାର ୫୮ ବର୍ଷ ପରେ ଦେଖିବାକୁ ମିଳିଲା ଏଭଳି ଐତିହାସିକ ମୁହୂର୍ତ୍ତ।”
କାୟା ମେଲାଉଛି କରୋନା । ଭାରତରେ ସପ୍ତାହକରେ ୮୭ ହଜାର ନୂଆ କରୋନା ସଂକ୍ରମିତ, ଅଧିକ ଟେଷ୍ଟିଂ ପାଇଁ କେନ୍ଦ୍ରର ଗୁରୁତ୍ୱ ।
କନକ ବ୍ୟୁରୋ : ଭାରତରେ ଚଳିତ ସପ୍ତାହରେ କରୋନା ସଂକ୍ରମଣର ୮୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ହଠାତ୍ ସଂକ୍ରମଣ ବଢ଼ିବା ସହ ନୂଆ ପ୍ରଜାତିର ଅଧିକ ସଂକ୍ରାମକ ଭୂତାଣୁ ଚିନ୍ତା ବଢ଼ାଇଛି। ଆଜି ୧୪,୨୬୪ ଜଣ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ସୁରକ୍ଷା ନିୟମାବଳୀକୁ ଆଦୌ ଗୁରୁତ୍ବ ଦିଆଯାଉ ନଥିବାରୁ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଂଜାବContinue reading “କାୟା ମେଲାଉଛି କରୋନା । ଭାରତରେ ସପ୍ତାହକରେ ୮୭ ହଜାର ନୂଆ କରୋନା ସଂକ୍ରମିତ, ଅଧିକ ଟେଷ୍ଟିଂ ପାଇଁ କେନ୍ଦ୍ରର ଗୁରୁତ୍ୱ ।”
କୋଇଲି ବୈକୁଣ୍ଠର ଅବସ୍ଥା ଏମିତି… । ଗଦା ହୋଇଛି ଶ୍ରୀମନ୍ଦିରର ବର୍ଜ୍ୟ, ଭାଙ୍ଗିଯାଇଛି ଜଳ ଫୁଆରା ।
କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରସ୍ଥ କୋଇଲି ବୈକୁଣ୍ଠକୁ ବିଷ୍ଣୁଙ୍କର ପରମ ବୈକୁଣ୍ଠ ସ୍ଥଳ ବୋଲି କୁହାଯାଏ। ମାତ୍ର ମୋକ୍ଷ ପ୍ରଦାନର ଏହି ପୁଣ୍ୟ ସ୍ଥଳ ଏବେ ପାଲଟିଛି କବାଡ଼ିଖାନା। ଏହା ମଧ୍ୟରେ ଛିଡ଼ା ହୋଇଛି ଭଙ୍ଗାରୁଜା ବର୍ଜ୍ୟର ପାହାଡ଼। ଲୁହାବାଡ଼ଠୁ ନେଇ ଖୁଣ୍ଟି, ଫଳକ ଆଦି ଭଙ୍ଗା ଦଦରା ବର୍ଜ୍ୟକୁ ଏହା ମଧ୍ୟରେ ଦୀର୍ଘମାସ ହେଲା ଗଦାଇ ରଖାଯାଇଛି। ଫଳରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନୁଭବ ନେବାକୁ ଏହା ମଧ୍ୟକୁ ଶ୍ରଦ୍ଧାରେ ପ୍ରବେଶ କରୁଥିବା ଶ୍ରଦ୍ଧାଳୁଙ୍କContinue reading “କୋଇଲି ବୈକୁଣ୍ଠର ଅବସ୍ଥା ଏମିତି… । ଗଦା ହୋଇଛି ଶ୍ରୀମନ୍ଦିରର ବର୍ଜ୍ୟ, ଭାଙ୍ଗିଯାଇଛି ଜଳ ଫୁଆରା ।”
କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କଲେ କେନ୍ଦ୍ରୀୟ ଟିମ୍
କନକ ବ୍ୟୁରୋ : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା । ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କରିଛନ୍ତି କେନ୍ଦ୍ରୀୟ ଟିମ୍ । ହାତୀ ମଡ଼କ ନେଇ ତଦନ୍ତ କରିବା ପରେ କେନ୍ଦ୍ରୀୟ ଟିମ୍ ଫେରି ଯାଇଛନ୍ତି । କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ । ହ୍ୟୁମରେଜିକ ସେଫଟିସେମିଆ ବା ସହାଣ ରୋଗ ସ୍ପଷ୍ଟ ହେବା ପରେ କିପରି ଅଭୟାରଣ୍ୟର ହାତୀ ସଂକ୍ରମିତContinue reading “କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କଲେ କେନ୍ଦ୍ରୀୟ ଟିମ୍”
ଆଜି ଲୋୟର ପିଏମଜିରେ ଧାରଣାରେ ବସିବେ ଯାତ୍ରା କଳାକାର : ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି
କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଦୀର୍ଘ ୧୧ ମାସ ହେବ ଯାତ୍ରା ବନ୍ଦ ରହିଥିବା ବେଳେ ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା । ଆଜି ଲୋୟର ପିଏମଜିରେ ଆମରଣ ଅନଶନ ଓ ଧାରଣାରେ ବସିବେ ଯାତ୍ରା କଳାକାର । ଯାତ୍ରା ନ ଚାଲିଲେ କଳାକାର କେମିତି ବଂଚିବେ ବୋଲି ପ୍ରଶ୍ନ କରିଛନ୍ତି । ଏମିତି ବଂଚିବା ଅପେକ୍ଷା ଆତ୍ମହୁତିContinue reading “ଆଜି ଲୋୟର ପିଏମଜିରେ ଧାରଣାରେ ବସିବେ ଯାତ୍ରା କଳାକାର : ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି”
ରହସ୍ୟମୟୀ ଖଣ୍ଡଗିରି : ପାହାଡ ତଳେ ପୋତି ହୋଇ ରହିଛି କି ମନ୍ଦିର?
କନକ ବ୍ୟୁରୋ : ରହସ୍ୟମୟୀ ଖଣ୍ଡଗିରି ପାହାଡ଼। ଏହି ପାହାଡ଼ରେ ସ୍ଥିତ ଲଲାଟକେଶରୀ ଗୁମ୍ଫାରୁ ଆକାଶ ଗଙ୍ଗାକୁ ଯିବାକୁ ରାସ୍ତା ନିକଟରେ ମିଳିଛି ବିଭିନ୍ନ ଆକୃତିର ପଥରର ଭଗ୍ନାବଶେଷ। ପାହାଡ଼ ଭିତରେ କୌଣସି ମନ୍ଦିର ପୋତି ହୋଇ ରହିଲା ଭଳି ଜଣାପଡ଼ୁଛି। ମାଘମେଳାକୁ ଆସୁଥିବା କିଛି ହିନ୍ଦୁ ସାଧୁଙ୍କ କହିବା ଅନୁସାରେ, ଏହା ମନ୍ଦିରର ଦଧିନଉତି ସ୍ବରୂପର ଭଗ୍ନାବଶେଷ। କଳାପାହାଡ଼ ଆକ୍ରମଣ ସମୟରେ ଏହାକୁ ନଷ୍ଟ କରି ଦିଆଯାଇଥିବା ଅନୁମାନ କରାଯାଉଛି। ଏଥିସହିତ ଏହି ପାହାଡ଼ରେ ସ୍ଥିତContinue reading “ରହସ୍ୟମୟୀ ଖଣ୍ଡଗିରି : ପାହାଡ ତଳେ ପୋତି ହୋଇ ରହିଛି କି ମନ୍ଦିର? “
ରାଜ୍ୟରେ କଡାକଡି ହେବ କରୋନା ନିୟମ : ସ୍ଥିତି ଉପରେ ନଜର ରଖିବେ ଜିଲ୍ଳାପାଳ, ମ୍ୟୁନିସପାଲ କମିସନର ଓ ଏସପି
କନକ ବ୍ୟୁରୋ : ଦେଶର ୫ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡିଶାରେ ଚିନ୍ତା ବଢ଼ିଯାଇଛି । ଯଦିଓ ଓଡିଶାରେ ଲଗାତାର ଭାବେ ସଂକ୍ରମଣ କମ ରହିଛି, ତେବେ ଆଗକୁ ଏହା ଯେ ଏହା ନ ବ୍ୟାପିବ ତାହା କହିବା ମୁସକିଲ । ଅନ୍ୟପଟେ ରାଜ୍ୟରେ କରୋନା କଟକଣାକୁ ଆଉ ପୂର୍ବଭଳି କେହି ମାନୁନଥିବାରୁ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି । କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେContinue reading “ରାଜ୍ୟରେ କଡାକଡି ହେବ କରୋନା ନିୟମ : ସ୍ଥିତି ଉପରେ ନଜର ରଖିବେ ଜିଲ୍ଳାପାଳ, ମ୍ୟୁନିସପାଲ କମିସନର ଓ ଏସପି”
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା : ଆଜି ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା
କନକ ବ୍ୟୁରୋ : ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ । ୨୩ ତାରିଖରେ ମହାପୁରୁଷଙ୍କ ସ୍ୱନକ୍ଷେତ୍ର ଦିବସ ପଡୁଛି । ଏହି ଅବସରରେ ମହାପୁରୁଷଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରContinue reading “ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା : ଆଜି ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା”