ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ପୋଲିସର ଚଢାଉ : ଘର ଭିତରୁ ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

କନକ ବ୍ୟୁରୋ : ଦୁଇ ମାସ ଧରି ଚାଲିଥିଲା ସେକ୍ସ ରାକେଟ । ଆଉ ଏହାକୁ ଠାବ କରିବାରେ ସକ୍ଷମ ହୋଇଛି ଭଦ୍ରକ ପୁଲିସ । ମିଳିଥିବା ସୂଚନା ମୁତାବକ ଭଦ୍ରକ ପୌରାଞ୍ଚଳର ଉପର ବଗୁରାଇସ୍ଥିତ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ପୁଲିସ ଚଢ଼ାଉ କରି ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଉଠାଇ ନେଇଥିଲା । ରାତିରେ ଥାନାରେ ଅଟକ ରଖି ଏହିContinue reading “ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ପୋଲିସର ଚଢାଉ : ଘର ଭିତରୁ ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ”

ପୁଣେରେ ଜାରି ହେଲା ନାଇଟ କର୍ଫ୍ୟୁ : ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି

କନକ ବ୍ୟୁରୋ : କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ । ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ଦେଶର ମୋଟContinue reading “ପୁଣେରେ ଜାରି ହେଲା ନାଇଟ କର୍ଫ୍ୟୁ : ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି”

ଭାରତର ଟିକା ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ନିର୍ଦେଶ; ଧୈର୍ଯ୍ୟ ଧରିବାକୁ ଅନ୍ୟ ରାଷ୍ଟ୍ରଙ୍କୁ କହିଲେ ଅଦାର ପୁନାଓ୍ଵାଲା

କନକ ବ୍ୟୁରୋ: ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି। ସେ କହିଛନ୍ତି, ଭାରତର ବିପୁଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁContinue reading “ଭାରତର ଟିକା ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ନିର୍ଦେଶ; ଧୈର୍ଯ୍ୟ ଧରିବାକୁ ଅନ୍ୟ ରାଷ୍ଟ୍ରଙ୍କୁ କହିଲେ ଅଦାର ପୁନାଓ୍ଵାଲା”

ଜୟପୁରରେ ଲୁଟେରାଙ୍କ ଅଭିନବ ଲୁଟ : ଛାତ କଣା କରି ହାଡୱେର ଦୋକାନରୁ ଟଙ୍କା ଚୋରି କଲେ ଦୁର୍ବୃତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ

କନକ ବ୍ୟୁରୋ : ଲୁଟେରାଙ୍କ ଅଭିନବ ଉପାୟରେ ଲୁଟ । ଜୟପୁର ସହର ନିକଟ କୁମୁଲିପୁଟ ଗାଁ ରାସ୍ତାକଡ଼ରେ ଥିବା ଏକ ହାଡ଼ୱେର ଦୋକାନ ଘର ଛାତ କଣା କରି ଚୋରୀ କରିନେଲେ ଲୁଟେରା । ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ । ନଗଦ ୪୦ ହଜାର ଟଙ୍କା ସହ କମ୍ପୁଟର ଏବଂ ଅନ୍ୟାନ ସାମଗ୍ରୀ ଚୋରୀ କରିନେଇଛନ୍ତି ଲୁଟେରା । ପାଖାପାଖି ରହୁଥିବା ପଡ଼ୋଶୀଙ୍କ ଘରେ ତାଲା ପକାଇ ଲୁଟ କରିଛି ଲୁଟେରାContinue reading “ଜୟପୁରରେ ଲୁଟେରାଙ୍କ ଅଭିନବ ଲୁଟ : ଛାତ କଣା କରି ହାଡୱେର ଦୋକାନରୁ ଟଙ୍କା ଚୋରି କଲେ ଦୁର୍ବୃତ; ସିସିଟିଭିରେ କଏଦ ଚୋରି ଦୃଶ୍ୟ”

କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ସ୍କୁଲ ବନ୍ଦ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ

କନକ ବ୍ୟୁରୋ : ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ପରେ ଏବେ ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି ।ରାଜ୍ୟରେ କୋଭିଡ଼ ନିୟମକୁ କଡ଼ାକଡି ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଓଡିଶାରେ ଯଦି ଓ ଏବେ କରୋନା ଭୟାବହତା ନାହିଁ ,ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ସ୍କୁଲ ବନ୍ଦ କିମ୍ବା ଲକଡାଉନ ସଂପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତାContinue reading “କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ସ୍କୁଲ ବନ୍ଦ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ”

ମାଲକାନଗିରିରେ ଆଇଇଡି ନିଷ୍କ୍ରିୟ ବେଳେ ବିସ୍ଫୋରଣ : ବିଏସଏଫ ଯବାନ ଗୁରୁତର ଆହତ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ପ୍ରତିଦିନ ଭଳି ଆଜି ସକାଳୁ କର୍ତନପଲ୍ଲୀଠାରେ ଅବସ୍ଥାପିତ ୧୬୦ ବିଏସଏଫ ବାଟାଲିୟନ ଯବାନ କମ୍ବିଙ୍ଗ ଅପରେସନ କରିବାକୁ ଯାଇଥିଲେ । ତେବେ କମ୍ବିଙ୍ଗ ଅପରେସନ ସାରି ଫେରୁଥିବାContinue reading “ମାଲକାନଗିରିରେ ଆଇଇଡି ନିଷ୍କ୍ରିୟ ବେଳେ ବିସ୍ଫୋରଣ : ବିଏସଏଫ ଯବାନ ଗୁରୁତର ଆହତ”

୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ବିଜେପିର ମାନସ ମନ୍ଥନ । ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ଆଜି (ରବିବାର) ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ପଦାଧିକାରୀଙ୍କୁ ନେଇ ଏକ ବୈଠକ ବସିଛି । ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ ସ୍ଥଳରେ ପହଂଚିଛନ୍ତି । ଏହାସହ ଦଳର ଅନ୍ୟ ବରିଷ୍ଠ ନେତା ମାନେ ବି ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଗାମୀ କିଛି ମାସ ମଧ୍ୟରେ ଦେଶର ୫ ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇContinue reading “୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ବିଜେପିର ମାନସ ମନ୍ଥନ । ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ।”

ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ : ପାଂଚ ରାଜ୍ୟର ହେବାକୁ ଥିବା ନିର୍ବାଚନ ରଣନୀତି ଉପରେ ମାନସମନ୍ଥନ

କନକ ବ୍ୟୁରୋ : ଦିଲ୍ଲୀର ଏନଡିଏମସି କନଭେନସନ ସେଂଟରରେ ବିଜେପିର ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି । ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଏନେଇ ମାନସମନ୍ଥନ କରାଯିବ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ରୀ ଦେବେ ମୋଦି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ବୈଠକରେ ଦଳର ସମସ୍ତ ବଡ ନେତା ଓ ସଂସଦୀୟContinue reading “ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ : ପାଂଚ ରାଜ୍ୟର ହେବାକୁ ଥିବା ନିର୍ବାଚନ ରଣନୀତି ଉପରେ ମାନସମନ୍ଥନ”

କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ପୁଣି ଏକ ହାତୀ ଶାବକର ମୃତ୍ୟୁ, ୨୦ ଦିନରେ ୭ ହାତୀର ମୃତ୍ୟୁ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଛି । ଗତକାଲି ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ଗଳିତ ମୃତଦେହ ଠାବ ହୋଇଛି । ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଆସିଥିବା ସମୟରେ ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଛୁଆ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରିଛି କେନ୍ଦ୍ରୀୟ ଟିମ୍Continue reading “କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ପୁଣି ଏକ ହାତୀ ଶାବକର ମୃତ୍ୟୁ, ୨୦ ଦିନରେ ୭ ହାତୀର ମୃତ୍ୟୁ”

ପ୍ରଥମେ ବନ୍ଧୁତା…ପରେ ପ୍ରେମ ନିବେଦନ..ଶେଷରେ ମହିଳାଙ୍କ ଅଶ୍ଳୀଳ ଫଟୋ ଛାଡି ବ୍ଲାକମେଲ୍ ଉଦ୍ୟମ : ପଞ୍ଜାବରୁ ନବରଙ୍ଗପୁର ଆସିଥିବା ଯୁବକ ଗିରଫ

କନକ ବ୍ୟୁରୋ : ପ୍ରଥମେ ଫେସବୁକରେ ମହିଳାଙ୍କ ସହ ବନ୍ଧୁତା, ପରେ ପ୍ରେମ ନିବେଦନ ଓ ଶେଷରେ ମହିଳାଙ୍କ ଅଶ୍ଳୀଳ ଫଟୋ ଛାଡି ବ୍ଲାକମେଲ ଉଦ୍ୟମ । ଏଭଳି ଅଭିଯୋଗ ପାଇଁ ପଂଜାବରୁ ନବରଙ୍ଗପୁର ଆସିଥିବା ଜଣେ ଯୁବକକୁ ବାନ୍ଧିଛି ପୁଲିସ । ଅଭିଯୁକ୍ତ ହେଉଛି ପଂଜାବ ଗୁରୁଦାସପୁର ଜିଲ୍ଲା ବାଗଲପୁର ଗାଁର ୱାରିଫ ନକଭି । ମହିଳାଙ୍କ ଚାଲାକ ଯୋଗୁଁ ପୁଲିସ ହାତରେ ଧରାପଡିଛି ଅଭିଯୁକ୍ତ । ଆଇଟି ଆକ୍ଟ ୬୭, ଆଇଟି ଆକ୍ଟ ୬୬,Continue reading “ପ୍ରଥମେ ବନ୍ଧୁତା…ପରେ ପ୍ରେମ ନିବେଦନ..ଶେଷରେ ମହିଳାଙ୍କ ଅଶ୍ଳୀଳ ଫଟୋ ଛାଡି ବ୍ଲାକମେଲ୍ ଉଦ୍ୟମ : ପଞ୍ଜାବରୁ ନବରଙ୍ଗପୁର ଆସିଥିବା ଯୁବକ ଗିରଫ”

Design a site like this with WordPress.com
Get started