ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ୫ଟି ରାଜ୍ୟର ସଂକ୍ରମଣ ସଂଖ୍ୟା ।

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣିଥରେ ଚିନ୍ତା ପଶିଛି । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହେଉଥିବାରୁ ଏହି ରାଜ୍ୟଗୁଡିକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ ୨୪ ଘଂଟାରେ ମହାରାଷ୍ଟରେ ୬ ହଜାର ଉପରେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୪୪ରେContinue reading “ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ୫ଟି ରାଜ୍ୟର ସଂକ୍ରମଣ ସଂଖ୍ୟା ।”

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ

କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। କୋଭିଡ ମହାମାରୀ ପ୍ରତ୍ୟେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି। ଆମେ ଦୃଢ଼ତାର ସହ ମୁକାବିଲା କରିଛୁ । ପ୍ରଥମ ରାଜ୍ୟ ଭାବେ ବିପର୍ୟ୍ୟୟ ଘୋଷଣା ହୋଇଥିଲା। ଲାକଡାଉନ ଘୋଷଣା କରିଥିଲୁ।Continue reading “ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ”

ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଟାଟା ଗ୍ରୁପର ପ୍ରୟାସ । ଶୀଘ୍ର ଲଂଚ ହେବ ‘ସୁପର ଆପ୍’ । ଲୁଣ ଠାରୁ ବିମାନ ଟିକେଟ୍ ପର୍ଯ୍ୟନ୍ତ ହେବ ଉପଲବ୍ଧ ।

କନକ ବ୍ୟୁରୋ : ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭକରିଛି ଦେଶର ସବୁଠାରୁ ବଡ ଉଦ୍ୟୋଗ ଟାଟା ଗ୍ରୁପ   । ଏନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନୀ ତରଫରୁ କାମ ଆରମ୍ଭ ହୋଇଛି   । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ ନିଜର ମନପସନ୍ଦର ସାମଗ୍ରୀ ଚୟନ କରିବା ସହ ତାହାକୁ କିଣି ପାରିବେ । ଏନେଇ ଟାଟା ଗ୍ରୁପContinue reading “ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଟାଟା ଗ୍ରୁପର ପ୍ରୟାସ । ଶୀଘ୍ର ଲଂଚ ହେବ ‘ସୁପର ଆପ୍’ । ଲୁଣ ଠାରୁ ବିମାନ ଟିକେଟ୍ ପର୍ଯ୍ୟନ୍ତ ହେବ ଉପଲବ୍ଧ ।”

ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।

କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ଏୟାର ହେଲଥ ସର୍ଭିସ । ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସହ ଡାକ୍ତର ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଏନେଇ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ । ଟ୍ରମା ସେଂଟର, ଅତ୍ୟାଧୁନିକ ଓଟି ସହ ଆବଶ୍ୟକୀୟ ଭିତ୍ତିଭୂମି ଅନୁଧ୍ୟାନContinue reading “ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।”

ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।

କନକ ବ୍ୟୁରୋ: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ ବୋଲି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛାContinue reading “ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।”

ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।

କନକ ବ୍ୟୁରୋ: ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ବେଦୀ ବନ୍ଧା, ସାଜସଜ୍ଜା ସହ ଭୋଜିଭାତର ଆୟୋଜନ ବି ଚାଲିଥିଲା । ହେଲେ ବର ଆସିବା ଆଗରୁ ନାବାଳିକାକୁ ପରିବାର ଲୋକେ ବିବାହ କରାଉଥିବା ଖବର ପାଇ ଗାଁରେ ପହଂଚି ବିବାହ ବନ୍ଦ କଲେ ଚାଇଲଡ ଲାଇନ ସଦସ୍ୟ । ବାଲେଶ୍ୱର ଜିଲ୍ଲା ସୋର ପୈାର ପରିଷଦରେ ଘଟିଛି ଏହି ସମ୍ବେଦନଶୀଳ ଘଟଣାContinue reading “ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।”

ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।

କନକ ବ୍ୟୁରୋ: ପୁଣି ଦେଶରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୭ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଖାପାଖି ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୩ ହଜାର ୯୯୩ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟା ଭିତରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୩୦୭ଜଣContinue reading “ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।”

ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି , ଆନ୍ଧ୍ର ବେଆଇନ୍ ଭାବେ ଓଡିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି ।Continue reading “ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।”

ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ସତ୍ୱେ ଗୃହରେ ଧାନ ସଂଗ୍ରହକୁ ନେଇ ଉତ୍ତର ରଖିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଯାଏ ୨୧ ପ୍ରତିଶ୍ରତ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନContinue reading “ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।”

ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।

କନକ ବ୍ୟୁରୋ: ରାଜରାସ୍ତାରେ ଧାନ ବସ୍ତା ପକାଇ ଚାଷୀଙ୍କ ବିରୋଧ ପ୍ରଦର୍ଶନ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଇଁବିଲ ଛକ ନିକଟରେ ଧନା ବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାଜପୁର-କାମାକ୍ଷନଗର- ଅନୁଗୁଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କାମାକ୍ଷନଗର ବ୍ଲକ କାଦୁଆ ସେବା ସମବାୟ ସମିତି ଅନ୍ତର୍ଗତ ୧୦ଟି ଗାଁର ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ଟୋକନ ଅବଧିContinue reading “ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।”

Design a site like this with WordPress.com
Get started