ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ବଜାର, ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ନଜର । 

କନକ ବ୍ୟୁରୋ: ଓଡିଶା ସୀମାନ୍ତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାକୁ ଦେଖି ଏବେ ସତର୍କ ହେଉଛି ଓଡିଶା । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିଠି ଲେଖି ତାଙ୍କ ଜିଲ୍ଲାରେ କୋଭିଡ୍ ଗାଇଡଲାଇନ୍ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ଚିଠି ଲେଖିଛନ୍ତି । ବିଶେଷକରି ମାର୍କେଟ ଓ ଧର୍ମାନୁଷ୍ଠାନ ଅଞ୍ଚଳରେContinue reading “ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ବଜାର, ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ନଜର । “

ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧାଭ୍ୟାସ । ବିକାନେରରେ ଭାରତ-ଆମେରିକା ସେନାର ମିଳିତ ସମରାଭ୍ୟାସ ।  

କନକ ବ୍ୟୁରୋ : ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧଭ୍ୟାସ । ବିକାନେର ମହାରାଜା ଫିଲ୍ଡ ଫାୟରିଂ ରେଂଜରେ ଚାଲିଛି ସମରଭ୍ୟାସ । ଭାରତ-ଆମେରିକା ସେନାର ମିଳିତ ଯୁଦ୍ଧଭ୍ୟାସ ଫେବ୍ରୃଆରୀ ୮ରୁ ଆରମ୍ଭ ହୋଇ ୨୧ ତାରରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକା ସେନାର ପ୍ରାୟ ୨୭୦ଜଣ ଯବାନ ଏହି ମିଳିତ ଯୁଦ୍ଧଭ୍ୟ।।ସରେ ସାମିଲ ହୋଇଛନ୍ତି । ଆତଙ୍କବାଦ ବିରୋଧୀ ଅଭିିଯାନ ପାଇଁ ହାତ ମିଳାଇ ସମରଭ୍ୟାସ କରୁଛନ୍ତି ଆମେରିକା ଓ ଭାରତ । ଆମେରିକାର  ଦୁଇଟି ଇନଫେନଟ୍ରିଂContinue reading “ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧାଭ୍ୟାସ । ବିକାନେରରେ ଭାରତ-ଆମେରିକା ସେନାର ମିଳିତ ସମରାଭ୍ୟାସ ।  “

ମୁଜାଫରନଗର ଚାଷୀ ମହାପଞ୍ଚାୟତରେ ସାମିଲ ହେଲେ କଂଗ୍ରେସ ମହାସଚିବ । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । 

କନକ ବ୍ୟୁରୋ: ମୁଜାଫରନଗର ଚାଷୀଙ୍କ ମହାପଂଚାୟତରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା  । ପ୍ରିୟଙ୍କା କହିଛନ୍ତି ୯୦ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ଓ ୨୧୫ଜଣ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି  ସବୁ ଦେଖି  ମଧ୍ୟ ଚୁପ ବସିଛନ୍ତି ମୋଦି ସରକାର । ଏଥିସହ ସେ କହିଛନ୍ତି ଦିଲ୍ଲୀ ସୀମାର ବ୍ୟାରିକେଡ କରି ଦେଶର ରୂପରେଖ ବଦଳାଇଛନ୍ତି ସରକାର । ଏହିContinue reading “ମୁଜାଫରନଗର ଚାଷୀ ମହାପଞ୍ଚାୟତରେ ସାମିଲ ହେଲେ କଂଗ୍ରେସ ମହାସଚିବ । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । “

କନ୍ଧମାଳ ଜଳେଶପଟା ଆଶ୍ରମ ଦାୟୀତ୍ୱରେ ଥିବା ଜୀବନ ମୁକ୍ତାନନ୍ଦପୁରୀ ବାବାଙ୍କୁ ହତ୍ୟା ଧମକ୍ । ଅଜଣା ନମ୍ବରରୁ ଆସିଲା ଫୋନ୍ କଲ, ଥାନାରେ ଏତଲା ଦେଲେ ବାବା । 

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି ।  କୌଣସି ଅଜଣା  ଫୋନ କଲରୁ ଏହି ହତ୍ୟା ଧମକ ଆସିଛି ।  ଏ ନେଇ  ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି । ଘଟଣା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ୱାମୀଜୀଙ୍କ ଫୋନକୁ ଏକ କଲ ଆସିଥିଲାContinue reading “କନ୍ଧମାଳ ଜଳେଶପଟା ଆଶ୍ରମ ଦାୟୀତ୍ୱରେ ଥିବା ଜୀବନ ମୁକ୍ତାନନ୍ଦପୁରୀ ବାବାଙ୍କୁ ହତ୍ୟା ଧମକ୍ । ଅଜଣା ନମ୍ବରରୁ ଆସିଲା ଫୋନ୍ କଲ, ଥାନାରେ ଏତଲା ଦେଲେ ବାବା । “

ବ୍ୟାଙ୍କ ଭିତରେ ପଶି ବନ୍ଧୁକ ଦେଖାଇଲେ, ମାଡ ବି ମାରିଲେ । ଆଉ ଦେଢ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ । 

କନକ ବ୍ୟୁରୋ : ପୁଣି ବନ୍ଧୁକ ମୁନରେ ଡକାୟତି। କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩ ଜଣ ବ୍ୟକ୍ତି ମୁହଁରେ ମାସ୍କବାନ୍ଧି ବ୍ୟାଙ୍କ ଭିତରକୁ ଯାଇଥିଲେ। ତୁରନ୍ତ କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରେ ଗ୍ରାହକ ଡିପୋଜିଟ ପାଇଁ ଦେଇଥିବାContinue reading “ବ୍ୟାଙ୍କ ଭିତରେ ପଶି ବନ୍ଧୁକ ଦେଖାଇଲେ, ମାଡ ବି ମାରିଲେ । ଆଉ ଦେଢ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ । “

୪ ବର୍ଷର ପୁଅ ସହ ଆତ୍ମହତ୍ୟା କଲେ ମା’ । ୫ ମାସ ତଳେ ସ୍ୱାମୀ ଓ ଶ୍ୱଶୂରଙ୍କର ହୋଇଥିଲା ମୃତ୍ୟୁ ।

କନକ ବ୍ୟୁରୋ : ୪ ବର୍ଷର ପୁଅ ସହ ନିଜ ଜୀବନ ହାରିଦେଲା ମାଆ । ଶାଶୁ ମାର୍କେଟ୍ ଯାଇଥିବା ବେଳେ ପ୍ରଥମେ ପୁଅ ପି. ସାଇ ଓ ପରେ ମାଆ ପି. ଦିବ୍ୟା ଘର ଛାତ ପାଇପରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଏସପିଟି କଲୋନିରେ। ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେContinue reading “୪ ବର୍ଷର ପୁଅ ସହ ଆତ୍ମହତ୍ୟା କଲେ ମା’ । ୫ ମାସ ତଳେ ସ୍ୱାମୀ ଓ ଶ୍ୱଶୂରଙ୍କର ହୋଇଥିଲା ମୃତ୍ୟୁ ।”

ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।

କନକ ବ୍ୟୁରୋ: ସଂକୁଚିତ ହେବ ଓଡିଶା ଅର୍ଥନୀତି । ବଜେଟ ପୂର୍ବରୁ ୨୦୨୦-୨୧ ବର୍ଷର ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି ।  ସର୍ଭେରେ  କୁହାଯାଇଛି, ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି ହାର କମିବ  ।  ଅଭିବୃଦ୍ଧି ହାର ମାଇନସ ୪ ଦଶମିକ ୯୨ ହେବ । ରିପୋର୍ଟ ଅନୁସାରେ, ଏଥର ରାଜ୍ୟ ଅର୍ଥନୀତି ଉପରେ  କୋଭିଡର ଜୋରଦାର ପ୍ରଭାବ ପଡିଛି ।  କୋଭିଡ ପ୍ରଭାବରେ  ରାଜ୍ୟର ଅର୍ଥନୀତି ସଙ୍କୁଚିତ ହେବ । ୨୦୧୨-୧୩ରୁ  ୨୦୧୯-୨୦Continue reading “ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।”

ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ ।

କନକ ବ୍ୟୁରୋ: ନୀତି ଆୟୋଗ ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚନContinue reading “ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ ।”

କରୋନା ନିୟମକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ । କଟକ ଓ ଭୁବନେଶ୍ୱରରେ ସାମାଜିକ ଦୂରତା ଓ ମାସ୍କ ଯାଞ୍ଚକୁ ଗୁରୁତ୍ୱ ।

କନକ ବ୍ୟୁରୋ: ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୈତନଗରୀ କଟକ ଓ ଭୁବନେଶ୍ୱରରେ ଯାଂଚ ଆହୁରି ଗୁରୁତ୍ୱ ଦିଆଯାଇଛି । ଆଉ ସାଧାରଣ ଜନତାଙ୍କୁ କୋଭିଡ୍ ନିୟମ ପାଳନ କରିବା ପରାମର୍ଶContinue reading “କରୋନା ନିୟମକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ । କଟକ ଓ ଭୁବନେଶ୍ୱରରେ ସାମାଜିକ ଦୂରତା ଓ ମାସ୍କ ଯାଞ୍ଚକୁ ଗୁରୁତ୍ୱ ।”

ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିଲାନି ମନ୍ତ୍ରୀଙ୍କ ଉତ୍ତର । ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ବାଚସ୍ପତିଙ୍କ ପାଖକୁ ଫିଙ୍ଗିଲେ ବିରୋଧୀ ଦଳ ନେତା ।

କନକ ବ୍ୟୁରୋ: ବିଧାନସଭାରେ ତୃତୀୟ ଦିନରେ ପୁଣି ଚାଷୀ ତାତି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ସରକାରଙ୍କୁ ଘେରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ପୋଡିୟମ ତଳେ ହୋହାଲ୍ଲା କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ବିଜେପି ସଦସ୍ୟମାନେ ଗାଉନ ପିନ୍ଧି ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କେବଳ ଭିତରେ ନୁହେଁ ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ଚାଷୀ ଓ ମଣ୍ଡି ସମସ୍ୟାକୁContinue reading “ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିଲାନି ମନ୍ତ୍ରୀଙ୍କ ଉତ୍ତର । ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ବାଚସ୍ପତିଙ୍କ ପାଖକୁ ଫିଙ୍ଗିଲେ ବିରୋଧୀ ଦଳ ନେତା ।”

Design a site like this with WordPress.com
Get started