ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର । ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବାContinue reading “ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର । ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।”

ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।

କନକ ବ୍ୟୁରୋ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା । ଏହାସହ ସେ ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଶେଷରେ ଏଥିରେContinue reading “ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । 

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷାContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । “

ଟୁଲ୍ କିଟ ମାମଲାରେ ଏବେ ଫୋକସରେ ନିକିତା ଜାକବ । ଦିଶା ରବିଙ୍କଠାରୁ ବି ରହିଛି ବଡ ଭୂମିକା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲ୍ କିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କାରଣ କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ବଡ ଭୂମିକା ରହିଛି । ତଦନ୍ତକାରୀ ଟିମ ଅନୁଯାୟୀ ଟୁଲ କିଟ ମାମଲାରେ ଦିଶା ରବିଙ୍କ ଠାରୁ ବଡ ଭୂମିକା ରହିଛି ନିକିତା ଜାକବଙ୍କର । କାରଣ ଗ୍ରେଟା ଥନବର୍ଗଙ୍କ ଜରିଆରେ ସେ ଟୁଲ୍ କିଟକୁ ଅଧିକ ଲୋକଙ୍କ ନିକଟରେ ପଂହଚାଇବାକୁContinue reading “ଟୁଲ୍ କିଟ ମାମଲାରେ ଏବେ ଫୋକସରେ ନିକିତା ଜାକବ । ଦିଶା ରବିଙ୍କଠାରୁ ବି ରହିଛି ବଡ ଭୂମିକା ।”

ଶ୍ରୀମନ୍ଦିରକୁ କିଏ ଦାନ କଲା ୫ କେଜିର ସୁନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ।

କନକ ବ୍ୟୁରୋ: ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି ଭକ୍ତ । ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ୨ଟି ଝୋବା । ଏହି ଗହଣାରେ ମୋଟ୍ ୪ କେଜି ୮୫୮ ଗ୍ରାମର ସୁନା ଓ ୩ କେଜିContinue reading “ଶ୍ରୀମନ୍ଦିରକୁ କିଏ ଦାନ କଲା ୫ କେଜିର ସୁନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ।”

ଆନ୍ଦୋଳନରତ ଚାଷୀଙ୍କ ଅରାଜକତାର ନୂଆ ପ୍ରମାଣ । ଜାନୁଆରୀ ୨୬ ହିଂସାରେ ପୋଲିସ କର୍ମୀଙ୍କୁ ଚାଷୀ ଲାଠିରେ ମାଡ ମାରୁଥିବାର ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ ।

କନକ ବ୍ୟୁରୋ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କଣ ଘଟିଲା ତାହା ସମସ୍ତେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀମାନେ କିଭଳି ଅରାଜକତା କଲେ ତାହା ଆପଣ ଟିଭି ପରଦାରେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀଙ୍କ ହିଂସାକାଣ୍ଡର ନୂଆ ନୂଆ ଭିଡିଓ ସାମନାକୁ ଆସୁଛି । ଏହାରି ଭିତରେ ୨୬ ଜାନୁଆରୀରେ ଚାଷୀଙ୍କ ଉତ୍ପାତର ଏକ ନୂଆ ଭିଡିଓ ସାମ୍ନାକୁ ଆଣିଛି ଦିଲ୍ଲୀ ପୋଲିସ । ଚାଷୀଙ୍କ ଉପରେ ପୋଲିସ ବଳପ୍ରୟୋଗ ନେଇ ଅଭିଯୋଗContinue reading “ଆନ୍ଦୋଳନରତ ଚାଷୀଙ୍କ ଅରାଜକତାର ନୂଆ ପ୍ରମାଣ । ଜାନୁଆରୀ ୨୬ ହିଂସାରେ ପୋଲିସ କର୍ମୀଙ୍କୁ ଚାଷୀ ଲାଠିରେ ମାଡ ମାରୁଥିବାର ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ ।”

ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା ।

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରାଇଛି । ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ପୂର୍ବରେ ପଶ୍ଚିମ ବଙ୍ଗ ବାଲି ଚୋରି କରୁଥିବା ବେଳେ ଉତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ ରାଜ୍ୟପାଇଁ ପାଣିସମସ୍ୟା କରିଥିବା ବେଳେ ଆନ୍ଧ୍ର ଦକ୍ଷିଣରେ ଓଡିଶା ଭିତରକୁ ମାଡି ବସୁଛି । କେବଳ ସୀମା ବିବାଦ ନୁହେଁ ରାଜ୍ୟରContinue reading “ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା ।”

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଫୋନ ନମ୍ବର ଡିଆକ୍ଟିଭେଟ୍ ହୋଇଯିବ କହି ଡାକ୍ତରଙ୍କୁ ଆସିଲା ଫୋନ କଲ୍ । ଏଟିଏମ୍ କାର୍ଡ ନମ୍ବର, ଓଟିପି ଦେବା ପରେ ସବୁ ଲୁଟିନେଲେ ସାଇବର ଠକ ।

କନକ ବ୍ୟୁରୋ: ଡାକ୍ତର ସନାତନ ମହାନ୍ତି । ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ । ଅନୁମାନ କରନ୍ତୁ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଯଦି ଏପରି ହୋଇପାରେ ତେବେ ଜଣେ ସାଧାରଣ ଲୋକକୁ ଠକିବା କେତେ ସହଜ ହେବ । ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ଏକ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଲୁଟେରା । ସନାତନ ବାବୁ ଠକର କହିବାନୁସାରେ ଏକ ଆପ ଡାଉନଲୋଡ କରିଥିଲେ । ଏଟିଏମContinue reading “ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଫୋନ ନମ୍ବର ଡିଆକ୍ଟିଭେଟ୍ ହୋଇଯିବ କହି ଡାକ୍ତରଙ୍କୁ ଆସିଲା ଫୋନ କଲ୍ । ଏଟିଏମ୍ କାର୍ଡ ନମ୍ବର, ଓଟିପି ଦେବା ପରେ ସବୁ ଲୁଟିନେଲେ ସାଇବର ଠକ ।”

ପୁଣି କଡ଼ ଲେଉଟେଇବ କି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧୧ ହଜାର ୮ ଶହ ଟପିଲା ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ମାସକ ଭିତରେ ପ୍ରାୟ ୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଟିକା ନେଇ ସାରିଲେଣି । ଜନଜୀବନ ସ୍ୱାଭାଭିକ ହୋଇ ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି ସଂକ୍ରମଣ । କିଛି ଦିନ ଧରି ଦେଶରେ ୧୦ ହଜାର ତଳକୁ ନୂଆ ପଜିଟିଭ୍ ଚିହ୍ନଟ ହେଉଥିଲେ । ଆଶା କରାଯାଉଥିଲା, ଦିନ ଗଡ଼ିବା ସହ ୫ ହଜାର ତଳକୁContinue reading “ପୁଣି କଡ଼ ଲେଉଟେଇବ କି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧୧ ହଜାର ୮ ଶହ ଟପିଲା ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।”

ଲଗାମ ଛଡ଼ା ହେଉଛି ତେଲ ଦର । ଦେଶର କିଛି ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । ଏପଟେ ମାଲକାନଗିରିର କାଲିମେଳାରେ ୯୫ ଟଙ୍କା ଟପିଲା । 

କନକ ବ୍ୟୁରୋ : ସେଂଚୁରୀ ମାରିଲା ପେଟ୍ରୋଲ ଦର । ରାଜସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଯାଇଛି । ଏପଟେ ଓଡିଶାର ଅଧିକାଂଶ ସ୍ଥାନରେ ୯୦ ଉପରେ ରହିଛି ଦର । ସେପଟେ କାଲିମେଳାରେ ପେଟ୍ରୋଲ ୯୫ ଟଙ୍କା ୭୩ ପଇସାରେ ପହଁଚିଛି । ଭୁବନେଶ୍ୱରରେ ମଧ୍ୟ ଦାମ୍ ଟପିଲାଣି ୯୦ ଟଙ୍କା । ବଢୁଥିବା ତେଲ ଦାମକୁ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛି ଯୁବ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନContinue reading “ଲଗାମ ଛଡ଼ା ହେଉଛି ତେଲ ଦର । ଦେଶର କିଛି ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । ଏପଟେ ମାଲକାନଗିରିର କାଲିମେଳାରେ ୯୫ ଟଙ୍କା ଟପିଲା । “

Design a site like this with WordPress.com
Get started