କନକ ବ୍ୟୁରୋ: ଯବାନ ତିଆରିରେ ଲାଗିଛନ୍ତି ଯବାନ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ଯୋଗକୁ ବେକାର ଯୁବକ ଯୁବତୀଙ୍କୁ ମାଗଣା ତାଲିମ ଦେଇ ଉତ୍ସାହିତ କରୁଛନ୍ତି ସେନାରେ କାର୍ଯ୍ୟରତ ଯବାନ । ଚାକିରିରୁ ଘରକୁ ଛୁଟି କାଟିବାକୁ ଆସି ନୂତନ ଯବାନ ସୃଷ୍ଟି ପାଇଁ ଲାଗି ପଡନ୍ତି ଯାଜପୁର ବିଂଝାରପୁରର ସୁଯୋଗ୍ୟ ସନ୍ତାନ ସେଖ ଉମର ଓ ତାଙ୍କ ସାଥୀ । କୁହାଯାଏ ଯବାନଙ୍କର କୌଣସି ଛୁଟି ନଥାଏ । ଯାହାକୁ ପ୍ରମାଣ କରିଦେଖାଇଛନ୍ତିContinue reading “ଯବାନ ତିଆରି କରିବାରେ ଲାଗିଛନ୍ତି ଯବାନ । ବେକାର ଯୁବକ ଯୁବତୀଙ୍କୁ ମାଗଣାରେ ତାଲିମ ଦେଉଛନ୍ତି ବିଂଝାରପୁରର ସେଖ ଉମର ଓ ତାଙ୍କ ସାଥୀ ।”
Author Archives: Raghaba
ପରୀକ୍ଷା ପାଇଁ ଯାଉଥିଲେ, ମୃତ୍ୟୁର କେନାଲରେ ବୁଡିଗଲେ । ନର୍ସିଂ ପରୀକ୍ଷା ପାଇଁ ଯିବା ବେଳେ ନିରବି ଗଲା ଅନେକ ଛାତ୍ରଛାତ୍ରୀଙ୍କ ନିଶ୍ୱାସ…
କନକ ବ୍ୟୁରୋ: ମୃତ୍ୟୁର ପାଟିରୁ ବର୍ତ୍ତିଲାନି ଅଧାରୁ ଅଧିକ ଜୀବନ । କେନାଲର କଡେ କଡେ ଯମ ବସାଇଥିବା କାଳ ଫାଶରୁ ଫିଟି ପାରିଲାନି ଅନେକଙ୍କ ଜୀବନ । ପାଣି ଭିତରେ ପ୍ରାଣ ଚାଲିଗଲା, ଚାଲୁଥିବା ନିଶ୍ୱାସ ନିରବି ଗଲା । ଆଉ କେନାଲ ଭିତରେ ହିଁ ଜଳସମାଧି ନେଲେ ୪୫ରୁ ଅଧିକ ଯାତ୍ରୀ । ମଧ୍ୟପ୍ରଦେଶରେ ମୃତ୍ୟୁର ମହାତାଣ୍ଡବ ସାରା ଦେଶର ଛାତିକୁ ପୁଣି ଥରେ ଥରାଇ ଦେଇଥିବା ବେଳେ ବସ ଟ୍ରାଜେଡି ପରେ ବାହୁନିContinue reading “ପରୀକ୍ଷା ପାଇଁ ଯାଉଥିଲେ, ମୃତ୍ୟୁର କେନାଲରେ ବୁଡିଗଲେ । ନର୍ସିଂ ପରୀକ୍ଷା ପାଇଁ ଯିବା ବେଳେ ନିରବି ଗଲା ଅନେକ ଛାତ୍ରଛାତ୍ରୀଙ୍କ ନିଶ୍ୱାସ…”
ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମାରିବା ବିବାଦ । ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।
କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ । ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ । ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଶୁଭମ ହୀରା ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ କ୍ଲିନିକର ଷ୍ଟାଫମାନେ ବୁଦ୍ଧନଗର କଦଳୀContinue reading “ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମାରିବା ବିବାଦ । ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।”
ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଓ ବୈଭବ ରେଖିଙ୍କ ବାହାଘର କରାଇଲେ ମହିଳା ପଣ୍ଡିତ । ଜାଣିଲା ପରେ ଲୋକେ କହିଲେ ଏମିତି ….
କନକ ବ୍ୟୁରୋ : ଗତ ୧୫ ତାରିଖ ଦିନ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସହ ବ୍ୟବସାୟୀ ବୈଭବ ରେଖିଙ୍କର ବିଭାଘର ଅନୁଷ୍ଠିତ ହୋଇଯାଇଛି । ଏହା ଦିୟାଙ୍କର ଦ୍ୱିତୀୟ ବାହାଘର ଥିଲା । ଏହି ବାହାଘର ଦିୟାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସମ୍ପର୍ଣ୍ଣ ହୋଇଥିଲା । ଏହି ବିଭାଘରରେ ଉଭୟ ବର ଓ କନ୍ୟାଙ୍କ ପରିବାର ଲୋକ ସହ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ । ଏହା ତ ବାହାଘର ଚଳଣି ।Continue reading “ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଓ ବୈଭବ ରେଖିଙ୍କ ବାହାଘର କରାଇଲେ ମହିଳା ପଣ୍ଡିତ । ଜାଣିଲା ପରେ ଲୋକେ କହିଲେ ଏମିତି ….”
ଭାରତ ବନାମ ଇଂଲଣ୍ଡ : ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳୀ ତାଲିକା ଘୋଷଣା । ଏହି ଖେଳାଳୀଙ୍କୁ ମିଳିଲା ସ୍ଥାନ
କନକ ବ୍ୟୁରୋ : ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ତା’ର ଖେଳାଳୀ ଘୋଷଣା କରିଛି । ଶେଷ ଦୁଇଟି ମ୍ୟାଚ୍ ଅହମଦାବାଦ ଠାରେ ଖେଳାଯିବ । ଏହି ସିରିଜ୍ ର ତୃତୀୟ ମ୍ୟାଚ୍ ୨୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ସେହିଭଳି ଶେଷ ଟେଷ୍ଟ ମ୍ୟାଚ୍ ଟି ମାର୍ଚ୍ଚ ୪ ତାରିଖ ଠାରୁ ଆରମ୍ଭ ହେବ । କହିରଖୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାContinue reading ” ଭାରତ ବନାମ ଇଂଲଣ୍ଡ : ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳୀ ତାଲିକା ଘୋଷଣା । ଏହି ଖେଳାଳୀଙ୍କୁ ମିଳିଲା ସ୍ଥାନ”
ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ରୋମାଣ୍ଟିକ ସିନ୍ ପାଇଁ ଷ୍ଟେସନ ସେଟରେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।
କନକ ବ୍ୟୁରୋ : ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବାContinue reading “ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ରୋମାଣ୍ଟିକ ସିନ୍ ପାଇଁ ଷ୍ଟେସନ ସେଟରେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।”
କାମ ଦେଇନଥିଲା ବିଭୂତି…ରକ୍ଷା କରିପାରିନଥିଲା ସିମେଣ୍ଟ ଗାଈ । ଦେଖନ୍ତୁ କେମିତି ହଠାତ୍ ସୁନାମି ଭଳି ଭୁଶୁଡି ଯାଇଥିଲା ଭଣ୍ଡ ସାରଥୀର ସାମ୍ରାଜ୍ୟ ।
କନକ ବ୍ୟୁରୋ : ମଥାରେ ଚନ୍ଦନ ଚିତା, ଆଉ ବେକରେ ଭର୍ତ୍ତି ଫୁଲମାଳ । ରାଜା ରାଜୁଡା ଭଳି ସିଂହାସନ ଆଉ ରାଜକୀୟ ଠାଣି । ଠିକ୍ ୬ ବର୍ଷ ତଳେ କମ୍ପୁଥିଲା କେନ୍ଦ୍ରାପଡାର ବାରିମୂଳ ଆଶ୍ରମ । ବାବା ସାରଥୀଙ୍କ ଦର୍ଶନ କରିବାକୁ ଆଉ ପ୍ରବଚନ ଶୁଣିବାକୁ ଜମୁଥିଲା ଲୋକଙ୍କ ଭିଡ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର ସାମ୍ରାଜ୍ୟ । ଭକ୍ତଙ୍କ ଟଙ୍କାରେ ଅୟସ କରୁଥିଲେ ବାବା ସାରଥୀContinue reading “କାମ ଦେଇନଥିଲା ବିଭୂତି…ରକ୍ଷା କରିପାରିନଥିଲା ସିମେଣ୍ଟ ଗାଈ । ଦେଖନ୍ତୁ କେମିତି ହଠାତ୍ ସୁନାମି ଭଳି ଭୁଶୁଡି ଯାଇଥିଲା ଭଣ୍ଡ ସାରଥୀର ସାମ୍ରାଜ୍ୟ ।”
ଅମାନିଆ ଗାଡି ଚାଳକ ସାବଧାନ ! ନିୟମ ନମାନିଲେ ମାମୁଁ ପଠାଇବେ ଲଭ୍ ଲେଟର, ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ ।
କନକ ବ୍ୟୁରୋ : ଅମାନିଆ ଗାଡି ଚାଳକ ସାବଧାନ । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ । ସିସିଟିଭି ଦେଖି ପ୍ରତିଦିନ ୩୫୦ଟି ଚାଲାଣ କଟାଯାଉଛି । ଆଗାମୀ ୨ରୁ ୩ ମାସ ମଧ୍ୟରେ ଏ ସଂଖ୍ୟା ଆହୁରି ବଢିବ । ପାଖାପାଖି ଏକ ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଫାଇନ ଭାବେ ଆଦାୟ କରାଯାଇଛି ।Continue reading “ଅମାନିଆ ଗାଡି ଚାଳକ ସାବଧାନ ! ନିୟମ ନମାନିଲେ ମାମୁଁ ପଠାଇବେ ଲଭ୍ ଲେଟର, ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚିବ ଚାଲାଣ ।”
ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ, ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ । ଗଣାମାଧ୍ୟମରେ ବାହାରିଥିବା ଖବର ଆଧାରରେ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମContinue reading “ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ନିଜ ଆଡୁ ମାମଲାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ, ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ।”
ତୈଳଦର ବୃଦ୍ଧି ନେଇ କଂଗ୍ରେସର ବିରୋଧ ଜାରି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଧାରଣା
କନକ ବ୍ୟୁରୋ : ପ୍ରତିଦିନ ତେଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ । ଯୁବ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବା ପାଇଁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ହୋଇଛି ।Continue reading “ତୈଳଦର ବୃଦ୍ଧି ନେଇ କଂଗ୍ରେସର ବିରୋଧ ଜାରି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଧାରଣା”