କନକ ବ୍ୟୁରୋ: ୨୨ ବର୍ଷୀୟ ଦିଶା ରବିଙ୍କୁ ଗ୍ରେଟା ଥନବର୍ଗ ଟୁଲ କିଟ ମାମଲାର ଗିରଫ କରିଛି ପୋଲିସ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବାଙ୍ଗାଲୁରର ୨୨ ବର୍ଷୀୟ ପରିବେଶବିତ ଦିଶା ରବି ଗିରଫ ହେବା ପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଖୋଜାଚାଲିଛି । ଦିଶା ରବିଙ୍କୁ ପୋଲିସ ୫ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ନିକିତା ଜାକବ ଓ ଶାନ୍ତନୁ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଦିଲ୍ଲୀରେContinue reading “ଜାନୁଆରୀ ୨୬ ହିଂସା ପଛରେ ଦିଶା, ନିକିତା ଓ ଶାନ୍ତନୁ । ଦିଶା ରବିଙ୍କୁ ଗିରଫ କରି ଅନ୍ୟ ୨ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କଲା ଦିଲ୍ଲୀ ପୋଲିସ ।”
Author Archives: Raghaba
ଥମୁନି ଅପରାଜିତା-ଅନୁଭବଙ୍କ ଟ୍ୱିଟ ଯୁଦ୍ଧ । ଅପରାଜିତା ଷଡଙ୍ଗୀଙ୍କୁ ଟ୍ୱିଟରରେ ଅନୁଭବ ମହାନ୍ତିଙ୍କ ପ୍ରଶ୍ନ ।
କନକ ବ୍ୟୁରୋ: ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ପୁଣି ଟୁଇଟ୍ ୱାର । ଦୁଇ ଦିନ ପୂର୍ବ ଅପରାଜିତାଙ୍କ ଟ୍ୱିଟର ଉତ୍ତରରେ ଅନୁଭବ ଲେଖିଛନ୍ତି ପ୍ରଥମେ ଆପଣ ଜଗନ୍ନାଥ ମନ୍ଦିର ପାଇଁ ଏନଏମଏ ବାଇ ଲ ଆଣି କାହିଁକି ପ୍ରତ୍ୟାହାର କରାଗଲା ତାର କାରଣ କୁହନ୍ତୁ । ତେବେ ଏହା ପୂର୍ବରୁ ପ୍ରଥମେ ଅନୁଭବ ଟୁଇଟ୍ କରିଥିଲେ, ସେ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ, ବାଇ-ଲContinue reading “ଥମୁନି ଅପରାଜିତା-ଅନୁଭବଙ୍କ ଟ୍ୱିଟ ଯୁଦ୍ଧ । ଅପରାଜିତା ଷଡଙ୍ଗୀଙ୍କୁ ଟ୍ୱିଟରରେ ଅନୁଭବ ମହାନ୍ତିଙ୍କ ପ୍ରଶ୍ନ ।”
ଯାଜପୁର ପୋଲିସର ପାରିଲା ପଣ ଉପରେ ଉଠିଲା ପ୍ରଶ୍ନ । ପିହୁ ନିଖୋଜ ଓ ଝରାଫୁଲ ମୃତ୍ୟୁ ମାମଲାର ଖୋଲିପାରୁନି ରହସ୍ୟ ।
କନକ ବ୍ୟୁରୋ: ଯାଜପୁର ପୁଲିସ ପାରିବାପଣିଆ ପଣିଆ ଉପରେ ପ୍ରଶ୍ନ ଉଠାଇଛି ଦୁଇ ସମ୍ବେଦନଶୀଳ ମାମଲା । ପିହୁ ଅପହରଣରୁ ୬ ମାସରୁ ଅଧିକ ସମୟ ବିତିଗଲାଣି ନା ନିଖୋଜ ଝିଅର ପତ୍ତା ପୁଲିସ ପାଇପାରୁଛି ନା ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହେଉଛି । ଗଣମାଧ୍ୟମକୁ ତଦନ୍ତ ଚାଲୁଛି ବୋଲି କହୁଥିବା ଯାଜପୁର ପୁଲିସ ସତରେ ଅପରାଧୀ ନିକଟରେ ପହଁଚି ମାମଲାର ଖୁଲାସା କରିପାରିବ କି ନାହିଁ, ତା ଉପରେ ସନ୍ଦେହContinue reading “ଯାଜପୁର ପୋଲିସର ପାରିଲା ପଣ ଉପରେ ଉଠିଲା ପ୍ରଶ୍ନ । ପିହୁ ନିଖୋଜ ଓ ଝରାଫୁଲ ମୃତ୍ୟୁ ମାମଲାର ଖୋଲିପାରୁନି ରହସ୍ୟ । “
ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । କହିଲେ, ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ
କନକ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି କର୍ଲାପାଟ ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ । ଏହାସହ ଜଙ୍ଗଲ, ପରିବେଶ, ପଶୁ ସମ୍ପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତContinue reading “ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । କହିଲେ, ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ”
ପେଟ୍ରୋଲ କିଣିଲେ ପୋଡୁଛି ପକେଟ୍, ଖୁବଶୀଘ୍ର ମାରିପାରେ ସେଂଚୁରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେଟ୍ରୋଲର ମୂଳଦର ହେଉଛି ୩୨ ଟଙ୍କା ୪୫ ପଇସା ।
କନକ ବ୍ୟୁରୋ: ବେଲଗାମ ତୈଳ ଦର । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୮୯ ଟଙ୍କା ୬୮ ପଇସା ରହିଥିବାContinue reading “ପେଟ୍ରୋଲ କିଣିଲେ ପୋଡୁଛି ପକେଟ୍, ଖୁବଶୀଘ୍ର ମାରିପାରେ ସେଂଚୁରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେଟ୍ରୋଲର ମୂଳଦର ହେଉଛି ୩୨ ଟଙ୍କା ୪୫ ପଇସା ।”
ତେଲଦର ବୃଦ୍ଧିକୁ ନେଇ ତାତିଲା କଂଗ୍ରେସ । ୬ ଘଂଟାର ଓଡିଶା ବନ୍ଦ ପାଳନରେ ଅଟକିଗଲା ଗାଡି ମୋଟର, ଫିଟିଲାନି ରାସ୍ତା ।
କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ଫଳରେ ୬ ଘଂଟା ଧରି ଅଟକି ଯାଇଛି ଓଡିଶା । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀ ଓ ନେତାମାନେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟିଏ ଯାଏଁ ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ରେଳରୋକରୁContinue reading “ତେଲଦର ବୃଦ୍ଧିକୁ ନେଇ ତାତିଲା କଂଗ୍ରେସ । ୬ ଘଂଟାର ଓଡିଶା ବନ୍ଦ ପାଳନରେ ଅଟକିଗଲା ଗାଡି ମୋଟର, ଫିଟିଲାନି ରାସ୍ତା ।”
ଓଡିଶା ବନ୍ଦରେ କଂଗ୍ରେସ କର୍ମୀଙ୍କ ଅରାଜକତା । ଅଟୋ ଚାଳକଙ୍କୁ କଲେ ମାରପିଟ୍, ଟ୍ରାଫିକ୍ ପୋଷ୍ଟରେ ଉପରେ ଚଢି କଲେ ପ୍ରତିବାଦ ।
କନକ ବ୍ୟୁରୋ: କଂଗ୍ରେସର ଏହି ବନ୍ଦ କାହା ପାଇଁ? ଏହା କ’ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ? ଆନ୍ଦୋଳନ ନାଁରେ ଅତ୍ୟାଚାର ପାଇଁ କିଏ ଦେଲା ଅନୁମତି? ପେଟ୍ରୋଲ ଦରକୁ ବିରୋଧ କରି ବାଇକ ରାଲି? ଆଜି ବନ୍ଦ ପାଳନ ବେଳେ ଦେଖିଥିବା ଦୃଶ୍ୟରୁ ଉଠିଥିଲା ଏଭଳି କିଛି ପ୍ରଶ୍ନ । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ ।Continue reading “ଓଡିଶା ବନ୍ଦରେ କଂଗ୍ରେସ କର୍ମୀଙ୍କ ଅରାଜକତା । ଅଟୋ ଚାଳକଙ୍କୁ କଲେ ମାରପିଟ୍, ଟ୍ରାଫିକ୍ ପୋଷ୍ଟରେ ଉପରେ ଚଢି କଲେ ପ୍ରତିବାଦ ।”
ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ୨ ଗୁଣା ହେବ । ୧୦ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି କାର୍ଯ୍ୟାଳୟ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକ ଯୁବତୀ ମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମContinue reading “ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ୨ ଗୁଣା ହେବ । ୧୦ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି କାର୍ଯ୍ୟାଳୟ”
କମିଲା ସୁନା ଦର, ବଢିଲା ରୂପା ଦର । ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପାର କିଲୋ ପ୍ରତି ୧,୦୦୦ ଟଙ୍କା ବୃଦ୍ଧି
କନକ ବ୍ୟୁରୋ : ସୁନାର ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପାର ଦରରେ ଆଜି ମୂଲ୍ୟବୃଦ୍ଧି ଘଟିଛି। ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇ ଯାଇଥିବା ରୂପାର କିଲେ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଲିମିଟେଡ୍ (ଆଇବିଜେଏ) ଅନୁଯାୟୀ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୦୦ରୁ ଅଧିକ ହ୍ରାସ ପାଇଛି, ଫେବ୍ରୁଆରି ୧୨, ୨୦୨୧ରେ ୧୦ ଗ୍ରାମ ପ୍ରତିContinue reading “କମିଲା ସୁନା ଦର, ବଢିଲା ରୂପା ଦର । ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପାର କିଲୋ ପ୍ରତି ୧,୦୦୦ ଟଙ୍କା ବୃଦ୍ଧି “
କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲା । ଖାରଜ କଲେ ହାଇକୋର୍ଟ
କନକ ବ୍ୟୁରୋ : କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଥିଲେ । ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି ଆବେନକାରୀ ଦର୍ଶାଇଥିଲେ ଥିଲେ । ଗତ ଫେବୃଆରୀ ୨ ତାରଖରେ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ବସContinue reading “କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲା । ଖାରଜ କଲେ ହାଇକୋର୍ଟ”