କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ନବୀନ । ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ୩ କୋଟି ଥିଲା, ଯାହାକି ଏବେ ୧୦୦ କୋଟିରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ପରେ ଆସନ୍ତାContinue reading “ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ : ପଶ୍ଚିମ ଓଡିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ଦେଲେ ନିର୍ଦ୍ଦେଶ”
Author Archives: Raghaba
ଆସନ୍ତାକାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆଉ ଦିନକ ପରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାପରେ ଅର୍ଥାତ ୧୭ ତାରିଖ ଦିନ ନୂଆପଡ଼ା,Continue reading “ଆସନ୍ତାକାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”
କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ ଜାରି ରହୁ । ଚାଷୀ ଆନ୍ଦୋଳନକୁ ନେଇ ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତ୍ରୀ ।
କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ କଂଗ୍ରେସ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି । ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଏକ ବିବାଦୀୟ ବୟାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ବିଦ୍ୟା ଦେବୀ ସେଠାକାର କଂଗ୍ରେସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଚାଷୀ ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ଯଥାସମ୍ଭବ ସାହାଯ୍ୟ କର । କୃଷକମାନଙ୍କୁ ମଦ କିମ୍ବା ଟଙ୍କା ଦେବାକୁ ସେContinue reading “କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ ଜାରି ରହୁ । ଚାଷୀ ଆନ୍ଦୋଳନକୁ ନେଇ ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତ୍ରୀ ।”
ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରଳୟକୁ ବିତିଲାଣି ୯ ଦିନ । ଏବେ ବି ଜାରି ରହିଛି ଉଦ୍ଧାର କାମ । ମୃତ୍ୟୁରୁ ମାଟି ତଳୁ ମିଳିଲାଣି ୫୬ ମୃତଦେହ ।
କନକ ବ୍ୟୁରୋ: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏବେ ସୁଦ୍ଧା ୫୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତପୋବନ ଏନଟିପିସି ସୁଡଙ୍ଗରୁ ଆଉ ୮ଜଣଙ୍କ ଶବ ଉଦ୍ଧାର କରାଯାଇଛି ଓ ଏହା ନିକଟରୁ ଆଉ ୨ ଶବ ଉଦ୍ଧାର କରାଯାଇଛି । ସୁଡଙ୍ଗ ଭିତରେ ୩୫ ଜଣ ଫଶି ରହିଥିବା ଆଶଙ୍କାରେ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଏବେ ପର୍ଯ୍ୟନ୍ତ ୧୫୪ଜଣଙ୍କ ପତ୍ତା ମିଳୁନି । ଗତ ୯ଦିନ ହେବ ଏଠାରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସୁଡଙ୍ଗContinue reading “ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରଳୟକୁ ବିତିଲାଣି ୯ ଦିନ । ଏବେ ବି ଜାରି ରହିଛି ଉଦ୍ଧାର କାମ । ମୃତ୍ୟୁରୁ ମାଟି ତଳୁ ମିଳିଲାଣି ୫୬ ମୃତଦେହ ।”
ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ ।
କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯିବ । ସବୁ ଜମିକୁ ମହାପ୍ରଭୁଙ୍କ ନାଁରେ ନାମିତ କରାଯିବ । ବୈଠକContinue reading “ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ ।”
ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗ । କେନ୍ଦ୍ର ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ ।
କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ । ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଉଭୟ କେନ୍ଦ୍ର ଓ ହ୍ୱାଟ୍ସଆପକୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଲୋକଙ୍କ ତଥ୍ୟର ଗୋପନୀୟତା ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ। କୋର୍ଟ କହିଛନ୍ତି ବ୍ୟବହାରକାରୀଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି । ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ । ସୁପ୍ରିମକୋର୍ଟ ହ୍ୱାଟ୍ସଆପକୁ କହିଛନ୍ତି ଆପଣ ୨-୩ ଟ୍ରିଲିୟନରContinue reading “ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗ । କେନ୍ଦ୍ର ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ ।”
ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡଡିଗ୍ରୀ ଅଭିଯୋଗ । ୩ ଦିନ ଥାନାରେ ରଖି ପୋଲିସ ମାଡ ମାରିଥିବା ଅଭିଯୋଗ ।
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ନାମରେ ଆସିଛି ସାଂଘାତିକ ଅଭିଯୋଗ। ୪ ଜଣ ନାବାଳକକୁ ଚୋରି ଘଟଣାରେ ଗିରଫ କରି ତାଙ୍କୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ସକ୍ ଦେଇ ଆହତ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା। ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସContinue reading “ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡଡିଗ୍ରୀ ଅଭିଯୋଗ । ୩ ଦିନ ଥାନାରେ ରଖି ପୋଲିସ ମାଡ ମାରିଥିବା ଅଭିଯୋଗ ।”
ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ । କହିଲେ, ନୂଆ କୃଷି ଆଇନ ଦ୍ୱାରା ହତାଶ ହେବେ ଚାଷୀ ।
କନକ ବ୍ୟୁରୋ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶ ବିଜନୋରରେ ପହଁଚିଛନ୍ତି । ବିଜନୋର ମହାପଂଚାୟତକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶଭକ୍ତ ଓ ଦେଶଦ୍ରୋହଙ୍କୁ ଚିହ୍ନିବାରେ ଭୁଲ କରୁଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ପ୍ରିୟଙ୍କା କହିଛନ୍ତି ଏହି ନୂଆ ଆଇନ ମୋଦି ସରକାରଙ୍କ ପୁଂଜିପତି ବନ୍ଧୁଙ୍କ ପାଇଁ । ସେମାନଙ୍କୁ ଏହି ଆଇନ ଲାଭ ଦେବ କିନ୍ତୁ ହତାଶ ହେବେ ଚାଷୀ । ୩ କୃଷି ଆଇନContinue reading “ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ । କହିଲେ, ନୂଆ କୃଷି ଆଇନ ଦ୍ୱାରା ହତାଶ ହେବେ ଚାଷୀ ।”
ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର । ସୋମବାରଠୁ ଲାଗୁ ହେଲା ନୂଆ ଦର । ଦର ବୃଦ୍ଧି ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ।
କନକ ବ୍ୟୁରୋ: ଦେଶରେ ଏବେ ମହଙ୍ଗା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବଢିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଓଜନ ସିଲିଣ୍ଡରର ଦାମ ୫୦ଟଙ୍କା ବୃଦ୍ଧି ପାଇଛି । ଏହାସହ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୬୯ଟଙ୍କା ଗଣିବାକୁ ପଡିବ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।Continue reading “ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର । ସୋମବାରଠୁ ଲାଗୁ ହେଲା ନୂଆ ଦର । ଦର ବୃଦ୍ଧି ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ।”
ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । କହିଲେ ସାଂସଦଙ୍କ ମନ୍ତବ୍ୟ କଟା ଘାରେ ଚୂନ ଦେବା ଭଳି ।
କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ । ସାଂସଦ ବିମାନବନ୍ଦରରୁ ଆସି ସିଧା ପ୍ରେସମିଟରେ ଉତର ରଖିବାକୁ ନିନ୍ଦା କରିଛି ସେବାୟତ ସଂଘ । ଏକାମ୍ର କ୍ଷେତ୍ରକୁ ନେଇ ପ୍ରସ୍ତାବିତ ବାଇ ଲ ଫଳରେ ସେବାୟତ ଓ ସ୍ଥାନୀୟ ବାସିନ୍ଦା କିଭଳି ପ୍ରଭାବିତ ହେବେ ସେନେଇ ପ୍ରଥମେ ଆଲୋଚନା କରିବାର ଥିଲା ବୋଲି ସେମାନେ କହିଛନ୍ତି । ଲୋକପ୍ରତିନିଧିContinue reading “ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । କହିଲେ ସାଂସଦଙ୍କ ମନ୍ତବ୍ୟ କଟା ଘାରେ ଚୂନ ଦେବା ଭଳି ।”