ଆସନ୍ତାକାଲି ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ । ବର୍ଷକ ତଳେ ଜିଲ୍ଲାକୁ ୧ ହଜାର ୨ଶହ କୋଟି ଟଙ୍କାର ଉପହାର ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ଭେଟି ଦେବାକୁ ଆସୁଛନ୍ତି ପାଖପାଖି ୬ ହଜାର ୮ ଶହ କୋଟି  । ଆଦିବାସୀ ବହୁଳ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଶାସନର ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ସୁନ୍ଦରଗଡରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓContinue reading “ଆସନ୍ତାକାଲି ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ।”

ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

କନକ ବ୍ୟୁରୋ : ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛିContinue reading “ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ”

ନୂଆପଡ଼ାରୁ ବାଘ ଛାଲ ଜବତ: ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ୍ ।

କନକ ବ୍ୟୁରୋ: ପୁଣି ନୂଆପଡାରୁ ବାଘ ଛାଲ ଜବତ । ସିନାପାଲି ପଳାଶପଡା ଛକରୁ ବାଘ ଛାଲ ଜବତ କରିଛି ଏସଟିଏଫ । ସେମାନଙ୍କ ନିକଟରୁ ବାଗ ଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ନୂଆପଡା ଖରିଆରର ସୁବର୍ବଦନ ସିଂହଦେଓ ଓ ସମାନ ସିଂ ମାଝି । ଉଭୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଜିନାପଲି ଜେଏମଏଫଏସି କୋର୍ଟରେ ହାଜର କରାଇଛି ଏସଟିଏଫ । କେମିକାଲ ପରୀକ୍ଷା ପାଇଁ ଡେରାଡୁନ ୱାଇଲ୍ଡ ଲାଇଫContinue reading “ନୂଆପଡ଼ାରୁ ବାଘ ଛାଲ ଜବତ: ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ୍ ।”

ସାରା ରାଜ୍ୟରେ ତେଲ ଦର ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ : ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ : ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ କରୁଛି । କଟକ ଜିଲ୍ଲା ନିଆଳିରେ କଂଗ୍ରେସ କର୍ମୀ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଚାରିଛକ-ଫୁଲନଖରା ରାସ୍ତାରେ ପ୍ରତିବାଦ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୂଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ନିଆଳିରେ ସଂପୂ୍ଣ୍ଣ ପ୍ରଭାବ ପଡିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସର ସଦଶ୍ୟ ଶଶୀକାନ୍ତContinue reading “ସାରା ରାଜ୍ୟରେ ତେଲ ଦର ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ : ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ବାଧାପ୍ରାପ୍ତ”

ରାଜଧାନୀରେ ଛାତ୍ର କଂଗ୍ରେସର ବିନା ହେଲମେଟରେ ବାଇକ୍ ରାଲି । ଡିସିପି କହିଲେ, ନଜରକୁ ଆସିଛନ୍ତି ନିଆଯିବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଖବର ବାଜିଲା, ଏବେ ଆକ୍ସର ବେଳ । ବିନା ହେଲମେଟରେ ବାଇକ ରାଲି କରୁଥିଲେ ଛାତ୍ର କଂଗ୍ରେସ । ଭୁବନେଶ୍ୱର ଡିସିପି କହିଲେ, ବିନା ହେଲମେଟରେ ରାଲି କରୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି ହୋଇଥିଲା । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା ନଜର ଆସିଥିଲେ । ଯଦି ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେContinue reading “ରାଜଧାନୀରେ ଛାତ୍ର କଂଗ୍ରେସର ବିନା ହେଲମେଟରେ ବାଇକ୍ ରାଲି । ଡିସିପି କହିଲେ, ନଜରକୁ ଆସିଛନ୍ତି ନିଆଯିବ କାର୍ଯ୍ୟାନୁଷ୍ଠାନ ।”

କମୁଛି କରୋନା କୋପ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮ ଜଣ ପଜିଟିଭ୍ ଚିହ୍ନଟ । ପଢ଼ନ୍ତୁ କେଉଁ କେଉଁ ଅଞ୍ଚଳରୁ ନୂଆ ପଜିଟିଭ୍ ହେଲେ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩Continue reading “କମୁଛି କରୋନା କୋପ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮ ଜଣ ପଜିଟିଭ୍ ଚିହ୍ନଟ । ପଢ଼ନ୍ତୁ କେଉଁ କେଉଁ ଅଞ୍ଚଳରୁ ନୂଆ ପଜିଟିଭ୍ ହେଲେ ଚିହ୍ନଟ”

କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ; ଯାତ୍ରୀଙ୍କୁ ଓହ୍ଲାଇଦେଲେ

କନକ ବ୍ୟୁରୋ : ରାଜଧାନୀରେ ବନ୍ଦର ପ୍ରଭାବ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ । ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିଲେ । ସେପଟେ, କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନContinue reading “କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ; ଯାତ୍ରୀଙ୍କୁ ଓହ୍ଲାଇଦେଲେ”

ତେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ ରାଲି । ବିନା ହେଲମେଟରେ ବାଇକ୍ ରାଲିରେ ନଜର ଆସିଲେ ଏକାଧିକ ଛାତ୍ର କଂଗ୍ରେସ କର୍ମୀ ।

କନକ ବ୍ୟୁରୋ: ‘ହାତ’ କରିଛି ଓଡ଼ିଶା ବନ୍ଦ । ତେଲ ର ବୃଦ୍ଧି ପ୍ରତିବାଦ ନେଇ ଓଡ଼ିଶାରୁ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା କ୍ୟାମେରାରେ କଏଦ ହୋଇଛି । ତେବେ ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୋଲିସ୍ କିନ୍ତୁContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ ରାଲି । ବିନା ହେଲମେଟରେ ବାଇକ୍ ରାଲିରେ ନଜର ଆସିଲେ ଏକାଧିକ ଛାତ୍ର କଂଗ୍ରେସ କର୍ମୀ ।”

ଭୁବନେଶ୍ୱରରେ କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ଯାତ୍ରୀ

କନକ ବ୍ୟୁରୋ : କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନContinue reading “ଭୁବନେଶ୍ୱରରେ କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ଯାତ୍ରୀ”

ଜୋଶୀମଠ ଜଳପ୍ରଳୟ ଅପଡେଟ୍: ଦୁଇଟି ସ୍ଥାନରୁ ୧୫ଟି ଶବ ଉଦ୍ଧାର, ଏବେ ବି ୧୭୯ ଜଣ ନିଖୋଜ, ଚାଲିଛି ଉଦ୍ଧାରକାର୍ଯ୍ୟ ।

କନକ ବ୍ୟୁରୋ: କନକ ବ୍ୟୁରୋ: ପୁଣି ମିଳିଲା ଆଉ ୧୫ଟି ଶବ । ତପୋବନ ସୁଡ଼ଙ୍ଗରୁ ୮ଟି ଶବ ଉଦ୍ଧାର ହୋଇଥିବାବେଳେ ରାଇନୀ ଅଞ୍ଚଳରୁ ୭ଟି ଶବ ଉଦ୍ଧାର କରିଛି ଏନଡିଆରଏଫ । ତେବେ ଜୋଶୀମଠ ଜଳପ୍ରଳୟ ପରେ ୯ ଦିନ ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏଯାବତ୍ ୫୩ଟି ଶବ ମିଳିଥିବାବେଳେ ୧୭୯ ଜଣ ନିଖୋଜ ଥିବା ଜୋଶୀମଠ ଥାନାରେ ମାମଲା ଦାୟର ହୋଇଛି ।  ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହContinue reading “ଜୋଶୀମଠ ଜଳପ୍ରଳୟ ଅପଡେଟ୍: ଦୁଇଟି ସ୍ଥାନରୁ ୧୫ଟି ଶବ ଉଦ୍ଧାର, ଏବେ ବି ୧୭୯ ଜଣ ନିଖୋଜ, ଚାଲିଛି ଉଦ୍ଧାରକାର୍ଯ୍ୟ ।”

Design a site like this with WordPress.com
Get started