କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ଗତ ରବିବାରର ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦର ଆକାର ବଢିବାରେ ଲାଗିଛି । ତେବେ ଏହାର ଆକାର ବଢିଥିଲେ ମଧ୍ୟ ଆଶ୍ୱସ୍ତିକର କଥା ଏହା ଯେ ଏଥିରୁ ପାଣି ଝରିବା ଲାଗିଥିବାରୁ ବନ୍ୟା ଆଶଙ୍କା କମିବାରେ ଲାଗିଛି । ହିମସ୍ଖଳନ ହୋଇଥିବା ସ୍ଥାନରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି ।Continue reading “ଉତ୍ତରାଖଣ୍ଡ ଚମୋଲୀରେ ସୃଷ୍ଟି ହୋଇଛି ହ୍ରଦ । ୩୫୦ ମିଟର ଲମ୍ବା ଓ ୬୦ ମିଟର ଗଭୀର ହ୍ରଦରେ ଜମିଛି ୭୦କୋଟି ଲିଟର ପାଣି ।”
Author Archives: Raghaba
ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ ମୁହାଁମୁହିଁ ଭାରତୀୟ ଦଳ ।
କନକ ବ୍ୟୁରୋ : ଶେଷରେ ପ୍ରତିକ୍ଷାର ଅନ୍ତ ଘଟିଛି । ପାଖାପାଖି ୧ ବର୍ଷ ପରେ ପୁଣି ଥରେ କ୍ରିକେଟ୍ ପଡିଆକୁ ଫେରିଛନ୍ତି ଦର୍ଶକ । ଏଥର କରୋନା ପରେ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ ହୋଇଛି କ୍ରିକେଟ୍ ମ୍ୟାଚ । ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଚେପକ୍ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଅନୁମତି ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଯେଉଁ ରୋମାଞ୍ଚକୁ ଅପେକ୍ଷା କରିଥିଲେ କ୍ରିକେଟ ଖେଳାଳି, ଚେନ୍ନାଇ ଚେପକ୍ ଷ୍ଟାଡିୟମରେ ସେହି ରୋମାଂଚContinue reading “ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ ମୁହାଁମୁହିଁ ଭାରତୀୟ ଦଳ ।”
ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା ଅଜିତ ଡୋଭାଲଙ୍କ ସୁରକ୍ଷା ।
କନକ ବ୍ୟୁରୋ : ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଜେମ୍ସ ବଣ୍ଡ । ଗତ ୬ତାରିଖରେ ଜମ୍ମୁକଶ୍ମୀରରୁ ଗିରଫ ହୋଇଥିବା ଜୈଶ ଆତଙ୍କୀ ଏନେଇ ସୂଚନା ଦେଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିବା ସହ ଭିଡିଓଗ୍ରାଫି କରି ଜୈଶ-ଏ-ମହମ୍ମଦ ହେଣ୍ଡଲର ନିକଟକୁ ଏହା ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ଏହାପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ପାକିସ୍ତାନର ଟାର୍ଗେଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।Continue reading “ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା ଅଜିତ ଡୋଭାଲଙ୍କ ସୁରକ୍ଷା ।”
ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ
କନକ ବ୍ୟୁରୋ : କଟାମୁଣ୍ଡ ପଛର ପୂରା ରହସ୍ୟ ଖୋଲିବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ କିପରି କରାଯାଇଥିଲା, ଅପରାଧର ପୂରା ଘଟଣାକ୍ରମକୁ ରିକ୍ରିଏଟ୍ କରାଇଛି ଭୁବନେଶ୍ୱରର ଚନ୍ଦକା ଥାନା ପୁଲିସ । ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ କିପରି ମୁଣ୍ଡ କାଟି ଫିଙ୍ଗି ଦେଇଥିଲେ, ତାହା ଡୋମୋ କରି ଦେଖାଇଛି ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପ୍ରଥମେ ଫୁଲେଶ୍ୱରୀ ବସ୍ତିକୁ ନିଆଯାଇଥିଲା । ଏହି ଘରେContinue reading “ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ”
ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …
କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଓ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ନିକଟରେ ଏହି ଦୁଇଟି ଅପରାଧ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ମୁଣ୍ଡ ନଥିବା ଶରୀରକୁ ଚିହ୍ନଟ କରି ଅପରାଧୀକୁ ଧରିବା ବଡ ଚ୍ୟାଲେଂଜ ଥିଲା । ଆଉ ଗୋଟିଏ ପଟେ ଅପରାଧୀ ପାଖରେ ଅଛି, ତାଠାରୁ ସତ ଉଗାଳିବା, ମୁଖ୍ୟ କାମ ଥିଲା । କିନ୍ତୁ ଓଲଟା ହେଲା । କଟାମୁଣ୍ଡContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …”
ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।
କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ପାଇଁ ଚାଲିଥିବା ଆନ୍ଦୋଳନ ଆଉ ରାଜନୈତିକ ଦଳ ଦେଖାଉଥିବା ଆଭିମୁଖ୍ୟ ଭିତରେ ବାସ୍ତବ କଥା କିଏ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରସ୍ତାବିତ ଅଧିନିୟମକୁ ଭଲ ଭାବେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପଢ଼ିନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଠିକ ଭାବେ ବୁଝାଇ ନାହାନ୍ତିContinue reading “ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।”
ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।
କନକ ବ୍ୟୁରୋ: କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘା’ରେ ଚୂନ ସଦୃଶ ସାମ୍ନାକୁ ଆସିଛି । ଷଢ଼େଇକଳା ଓ ଖରସୁଆଁର ଦୁଃଖ ମନରୁ ଲିଭି ନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଓଡ଼ିଶା ମାଟିରେ କରିଛି ପଂଚାୟତ ନିର୍ବାଚନ । ଆନ୍ଧ୍ର ପ୍ରଦେଶ ଯୋଜନାର ବୁଢ଼ିଆଣୀ ଜାଲରେ ଓଡ଼ିଶାର ସୀମାନ୍ତ ଲୋକଙ୍କୁ ଏମିତି ଛନ୍ଦି ଦେଇଛି ଯେ, ସକାଳୁ ସକାଳୁ ଲୋକ ମତଦାନ କେନ୍ଦ୍ରରେ ପହଂଚିଯାଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆ ଫାଟୁସିନେରି ପଂଚାୟତରେ ଶହContinue reading “ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।”
ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।
କନକ ବ୍ୟୁରୋ: ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିବା ପାଇଁ ସବୁସୀମା ଟପି ଯାଇଛି । କାହାକୁ ଖାତିର୍ ନକରି, ବଳପୂର୍ବକ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ପ୍ରଶାସନ । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହିଁ । ଶନିବାର ଗଜପତି ସୀମାନ୍ତରେ ଆନ୍ଧ୍ର ପୁଲିସ୍ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା । କାହିଁକି ଆନ୍ଧ୍ର ସୀମାରେContinue reading “ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।”
ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ
କନକ ବ୍ୟୁରୋ : ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫ ତାରିଖରେ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।Continue reading “ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ”
ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଭାଙ୍ଗିବା ହେତୁ ଯେଉଁ ଲୋକଙ୍କ ଉପରେ ମାମଲା ଦାୟର ହୋଇଥିଲା ସେ ସବୁକୁ ଏବେ ଉଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଏହାଦ୍ୱାରା ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ କୋର୍ଟ କଚେରୀ ଚକ୍କର କାଟିବାରୁ ମୁକ୍ତିପାଇବେ ବୋଲି ଜଣାପଡିଛି । କରୋନା ସଂକ୍ରମଣ ବଢିବା ପରେ ସାରା ଦେଶରେ ସରକାର ଲକଡାଉନ୍ ନିୟମ କଡାକଡି କରିଥିଲେ । ଯେଉଁମାନେ ଏହି ନିୟମContinue reading “ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।”