କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାତର ପ୍ରଥମ ଇଂନିସ ଖେଳି ୩୨୯ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ପ୍ରଥମରୁ ହିଁ ମାତ୍ର ୨୯ ରନରେ ଦଳ ୪ ଟି ୱିକେଟ୍ ହରାଇ ପ୍ରଥମ ପାଳିରେ ୩୨୯ ରନ୍ କରିବାରେ ସକ୍ଷମ ହୋଇଛି । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ପାଳିରେ ୩୨୯ରେ ଅଲ୍-ଆଉଟ୍ ହୋଇଗଲା ଟିମ୍ ଇଣ୍ଡିଆ”
Author Archives: Raghaba
କେନ୍ଦୁଝରରେ କଙ୍ଗାରୁ କୋର୍ଟ-ନାବାଳିକାକୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ ।
କନକ ବ୍ୟୁରେ: କେନ୍ଦୁଝରରେ କଙ୍ଗାରୁ କୋର୍ଟ । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ୟକ୍ତ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାରContinue reading “କେନ୍ଦୁଝରରେ କଙ୍ଗାରୁ କୋର୍ଟ-ନାବାଳିକାକୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ ।”
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନର ଆରମ୍ଭରୁ ମୋଇନ ଅଲ୍ଲୀଙ୍କ ଘାତକ ବୋଲିଂ, ଭାରତକୁ ଲଗାତାର ୨ଟି ୱିକେଟ୍ ଝଟକା ।
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଆରମ୍ଭରୁ ଭାରତୀୟ ଟିମକୁ ଝଟକା, ପ୍ରଥମରୁ ହିଁ ୨ ୱିକେଟ୍ ହରାଇ ସଙ୍କଟରେ ଭାରତୀୟ ଟିମ୍ । ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନର ଆରମ୍ଭରୁ ମୋଇନ ଅଲ୍ଲୀଙ୍କ ଘାତକ ବୋଲିଂ, ଭାରତକୁ ଲଗାତାର ୨ଟି ୱିକେଟ୍ ଝଟକା ।”
କଟକ ରୋଡରେ ଆତଙ୍କ । ବାର ଆଗରେ ହେଲା ବୋମା ମାଡ
କନକ ବ୍ୟୁରୋ : ଶନିବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ କଟକରୋଡ୍ରେ ବୋମାମାଡ଼ ହୋଇଛି। ଏକ ବାର୍ ନିକଟରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଫୁଟିନଥିବା ଜଣାପଡ଼ିଛି। ତେବେ ବୋମାମାଡ଼ରେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ। ଲକ୍ଷ୍ମୀସାଗର ଥାନା ପୁଲିସ ଅଫୁଟା ବୋମାଟିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ ବୋମାମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ଟେର୍ ପାଇନଥିବାରୁ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇContinue reading “କଟକ ରୋଡରେ ଆତଙ୍କ । ବାର ଆଗରେ ହେଲା ବୋମା ମାଡ”
ଆନ୍ଧ୍ର ମାଦାରପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପର୍ଯ୍ୟଟକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ମୃତ, ୪ ଗୁରୁତର
ଆଜି ପାହାନ୍ତାରେ କୁର୍ଣ୍ଣୂଲ୍ ଜିଲ୍ଲାର ବେଲଡୁରତି ମଣ୍ଡଳ ଅନ୍ତର୍ଗତ ମାଦରପୁରମ୍ ଗ୍ରାମ ପାଖ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଭ୍ୟାନ୍ ଓ ଗୋଟିଏ ଲରି ପରସ୍ପର ସହ ଧକ୍କା ଖାଇବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ କହିବା ଅନୁସାରେ, ଚିତ୍ତୂର ଜିଲ୍ଲାର ମାଣ୍ଡାନାପାଲ୍ଲେ ଅଞ୍ଚଳରୁ ଦଳେ ତୀର୍ଥଯାତ୍ରୀ ରାଜସ୍ଥାନର ଆଜ୍ମେର୍ ଅଭିମୁଖେ ଯାଉଥିଲେ। ଉକ୍ତ ତୀର୍ଥଯାତ୍ରୀମାନେ ଯାଉଥିବା ମିନି ଭ୍ୟାନ୍ଟି ପାହାନ୍ତା ୩ଟାରୁContinue reading “ଆନ୍ଧ୍ର ମାଦାରପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପର୍ଯ୍ୟଟକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ମୃତ, ୪ ଗୁରୁତର”
ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦ୍ୱାରଫିଟା ପରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ଅବକାଶ ନୀତି ପରେ ଆଜି ହେବ ବେଶ ଓଲାଗି ।
କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡସିଂହାର ବେଶରେ ତିନି ଠାକୁର ପଦ୍ମବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଦ୍ୱାରଫିଟା ପରେ କିଛି ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ଚାଲିଛି । ଆଜି ଅବକାଶ ନୀତି ପରେ ତିନି ଠାକୁରଙ୍କ ବେଶ ଓଲାଗି ହେବ । ମହାପ୍ରଭୁଙ୍କ ପଦ୍ମବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରତିବର୍ଷContinue reading “ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦ୍ୱାରଫିଟା ପରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ଅବକାଶ ନୀତି ପରେ ଆଜି ହେବ ବେଶ ଓଲାଗି ।”
ପୁଲୱାମା ସହିଦଙ୍କୁ ପେନସିଲରେ ଶ୍ରଦ୍ଧାଞ୍ଜଳି… ପେନସିଲରେ ବନ୍ଧୁକ ତିଆରି କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବକ ।
ଆଜି ଭାଲେଣ୍ଟାଇନ୍ ଡେ। ଏହି ଅବସରରେ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛି। ମାତ୍ର ଠିକ ଏହି ଦିନରେ ୨୦୧୯ରେ ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ । ଦେଶର ସେହି ବୀର ସନ୍ତାନଙ୍କୁ ବେତନଟୀ ଅଞ୍ଚଳର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା(ସିତୁ) ନିଆର ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ମାଇକ୍ରୋ ଆର୍ଟ ମାଧ୍ୟମରେ ଏକ ପେନସିଲରେ ଖୋଦେଇContinue reading “ପୁଲୱାମା ସହିଦଙ୍କୁ ପେନସିଲରେ ଶ୍ରଦ୍ଧାଞ୍ଜଳି… ପେନସିଲରେ ବନ୍ଧୁକ ତିଆରି କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବକ ।”
ଆଜି ଭାରତୀୟ ସେନାରେ ସାମିଲ ହେବ ଲଢୁଆ ଟ୍ୟାଙ୍କ ଅର୍ଜୁନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅର୍ପଣ କରିବେ ୧୧୮ଟି ଟ୍ୟାଙ୍କ
ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି । ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ୧୧୮ ଟ୍ୟାଙ୍କକୁ ସେନାରେ ସାମିଲ କରିବାକୁ ମଂଜୁରି ଦିଆଯାଇଛି । ୮୪୦୦ କୋଟି ଟଙ୍କା ବ୍ୟୟରେ ଏହି ଟ୍ୟାଙ୍କ ନିର୍ମାଣ କରାଯାଇଥିବାContinue reading “ଆଜି ଭାରତୀୟ ସେନାରେ ସାମିଲ ହେବ ଲଢୁଆ ଟ୍ୟାଙ୍କ ଅର୍ଜୁନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅର୍ପଣ କରିବେ ୧୧୮ଟି ଟ୍ୟାଙ୍କ”
ପୁଲୱାମା ଆତଙ୍କୀ ହମଲାକୁ ପୂରିଲା ୨ବର୍ଷ । ଏବେବି ଗୁମୁରି କାନ୍ଦୁଛନ୍ତି ସହିଦ ଓଡିଆ ପୁଅ ମନୋଜ ବେହେରାଙ୍କ ପରିବାର, ମନେ ପକାଉଛନ୍ତି ଗାଁ ଲୋକେ ।
କନକ ବ୍ୟୁରୋ: ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡିଆ ପୁଅ, ନିଆଳିର ମନୋଜ ବେହେରାଙ୍କୁ ମନେପକାଉଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ ।ଏବେ ପୁଅର ଫଟୋକୁ ଦେଖି କାନ୍ଦିବା ଛଡା ବାପାମାଙ୍କ ପାଖରେ ଆଉ କିଛି ଚାରା ନାହିଁ । ଘରର ରୋଜଗାରିଆ ପୁଅ ଚାଲିଯିବା ପରେ ସେହି ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମା । ଅନ୍ୟପଟେ ସେମାନଙ୍କ ଅଭିଯୋଗ ହେଲା ମନୋଜ ଚାଲିଯିବା ପରେ ତାଙ୍କContinue reading “ପୁଲୱାମା ଆତଙ୍କୀ ହମଲାକୁ ପୂରିଲା ୨ବର୍ଷ । ଏବେବି ଗୁମୁରି କାନ୍ଦୁଛନ୍ତି ସହିଦ ଓଡିଆ ପୁଅ ମନୋଜ ବେହେରାଙ୍କ ପରିବାର, ମନେ ପକାଉଛନ୍ତି ଗାଁ ଲୋକେ ।”
ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଧର୍ମଗଡରୁ ଆସିଲା ଅଭିଯୋଗ, ଲତା ପତ୍ରରେ ଭର୍ତ୍ତି ଶୌଚାଳୟ ।
କନକ ବ୍ୟୁରୋ: ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଏହି ଅଭିଯୋଗ ଆସିଛି ଧର୍ମଗଡରୁ । ଧର୍ମଗଡ ଏନଏସିର ମୋଟ ୧୪ଟି ୱାର୍ଡ ଲାଗି ୯୪ଲକ୍ଷ୮ଶହ ଟଙ୍କା ବିନିମୟରେ ୪୮ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ଗୋଟିଏ ଶୌଚାଳୟର ଅଟକଳ ମୁଲ୍ୟ ୧ଲ୭କ୍ଷ ୯୬ ହଜାର ଟଙ୍କା । ମାତ୍ର ଏହି ଶୌଚାଳୟଗୁଡିକରେ ଓଭର ଟ୍ୟାଙ୍କ ଲାଗିଛି କିନ୍ତୁ ଏଠାକୁ ବିଜୁଳି ସଂଯୋଗ ନାହିଁ । ଶୌଚାଳୟର ସଫେଇContinue reading “ଆନୁଷଙ୍ଗିକ ସୁବିଧା ନଥିବାରୁ କାମରେ ଆସୁନାହିଁ ୯୪ଲକ୍ଷ ଟଙ୍କାର ଗୋଷ୍ଠୀ ଶୌଚାଳୟ । ଧର୍ମଗଡରୁ ଆସିଲା ଅଭିଯୋଗ, ଲତା ପତ୍ରରେ ଭର୍ତ୍ତି ଶୌଚାଳୟ । “