କନକ ବ୍ୟୁରୋ : କୋରାପୁଟ୍ ସୀମା ବିଶାଖାପଟଣାର ଆରକୁ ଘାଟିରେ ବଡ ଅଘଟଣ ଘଟିଛି । ଘାଟି ତଳକୁ ଖସିଲା ପର୍ଯ୍ୟଟକ ବସ୍ । ଘଟଣାରେ ୪ଜଣ ପର୍ଯ୍ୟଟକ ପ୍ରାଣ ହରାଇ ଥିବା ବେଳେ ୧୯ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଗତକାଲି ରାତିରେ ଓଡ଼ିଶା କୋରାପୁଟ ସୀମାବର୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆରକୁ ଭ୍ୟାଲିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ, ଆରକୁ ଘାଟିରୁ ପ୍ରାୟ ୧୦୦ ଫୁଟ୍ ତଳକୁ ବସଟି ଖସିପଡିଛିContinue reading “ଶହେ ଫୁଟ ଘାଟିକୁ ଖସିଲା ପର୍ଯ୍ୟଟକଙ୍କ ବସ୍ । ୪ମୃତ, ୧୯ରୁ ଅଧିକ ଗୁରୁତର “
Author Archives: Raghaba
ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।
କନକ ବ୍ୟୁରୋ : ଜୟପୁରର ମେୟର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୟପୁର ନଗର ନିଗମର ମେୟର ସୌମ୍ୟା ଗୁର୍ଜର ଗୁରୁବାର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ସେ ସବୁଦିନ ଭଳି ଅଫିସ ଆସି କାମ କରିଥିଲେ । ସାଧାରଣତଃ ଗର୍ଭବତୀ ମହିଳା ମାନେ ପ୍ରସବ ସମୟ ପାଖେଇ ଆସିଲେ ଛୁଟିରେ ରହିଥାନ୍ତି କିନ୍ତୁ ସୌମ୍ୟାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁContinue reading “ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।”
ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଭାରତର ବ୍ୟାଟିଂ, ଶୁଭମାନଙ୍କ ୱିକେଟ ସହ ଭାରତକୁ ଲାଗିଲା ପ୍ରାରମ୍ଭିକ ଝଟକା ।
କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରି ୮.୧ ଓଭର୍ରେ ୧ ଓ୍ଵିକେଟ୍ ବିନିମୟରେ ୩୦ ରନ୍ କରିଛି। ଭାରତ ପକ୍ଷରୁ ପ୍ରାରମ୍ଭିକ ଯୋଡି ଭାବେ ଶୁଭମାନ୍ ଗିଲ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ତେବେ ପ୍ରାରମ୍ଭରୁ ହିଁ ଭାରତକୁ ବଡ ଝଟକା ଲାଗିଥିଲା । କୌଣସି ରନ୍ ହେବା ପୂର୍ବରୁ ଓଲି ଷ୍ଟୋନଙ୍କContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଭାରତର ବ୍ୟାଟିଂ, ଶୁଭମାନଙ୍କ ୱିକେଟ ସହ ଭାରତକୁ ଲାଗିଲା ପ୍ରାରମ୍ଭିକ ଝଟକା ।”
ବୃଦ୍ଧ ବୟସରେ ଦୁଇ ପୁଅଙ୍କୁ ହରାଇଲେ, ଘର ଚଳାଇବା ପାଇଁ ଅଟୋ ଚଳାଇଲେ, ଆଉ ଶେଷରେ ନାତୁଣୀକୁ ପଢାଇବା ପାଇଁ ବିକ୍ରି କରିଦେଲେ ଘର । ଜଣେ ବୃଦ୍ଧ ଅଟୋ ଚାଳକଙ୍କ କାହାଣୀ ।
କନକ ବ୍ୟୁରୋ : ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଜକେଇ ଆସୁଛି। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧା ଅଟୋ ଚାଳକ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧା ଅବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି। ଦେଶରାଜ ମୁମ୍ବାଇ ଖାର ନିକଟରେ ଅଟୋ ଚଲାଇ ଥାଆନ୍ତି। ଦେଶରାଜ କହନ୍ତି, ‘ମୋର ବଡ ପୁଅ କାମ ପାଇଁ ଯାଇଥିଲା ଯେ ଘରକୁContinue reading “ବୃଦ୍ଧ ବୟସରେ ଦୁଇ ପୁଅଙ୍କୁ ହରାଇଲେ, ଘର ଚଳାଇବା ପାଇଁ ଅଟୋ ଚଳାଇଲେ, ଆଉ ଶେଷରେ ନାତୁଣୀକୁ ପଢାଇବା ପାଇଁ ବିକ୍ରି କରିଦେଲେ ଘର । ଜଣେ ବୃଦ୍ଧ ଅଟୋ ଚାଳକଙ୍କ କାହାଣୀ ।”
ଆମେରିକାକୁ ଚୀନ୍ ଚିନ୍ତା । ରାଷ୍ଟ୍ରପତି ଜୋ-ବାଇଡେଡ଼ କହିଲେ, ନିଜର ଭିତିଭୂମି ବିକାଶ ଖର୍ଚ୍ଚକୁ ନବଢ଼ାଇଲେ ଆମେରିକାର ଦାନା ଛଡ଼ାଇନେବ ଚୀନ୍ । ସର୍ତକ କରାଇଲେ ରାଷ୍ଟ୍ରପତି
ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସତର୍କ କରାଇ ଦେଇଛନ୍ତି । ଆମେରିକାରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁବାର ସିନେଟରଙ୍କ ସହ ଆଲୋଚନା ବେଳେ ବାଇଡେନ୍ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଆର୍ଥିକ ନୀତି ବିରୋଧରେ ତୀବ୍ର ପ୍ରତରିକ୍ରିୟା ରଖି ବାଇଡେନ୍ ଏପରି ସତର୍କ କରାଇବା ଚର୍ଚ୍ଚାର ବିଷୟContinue reading “ଆମେରିକାକୁ ଚୀନ୍ ଚିନ୍ତା । ରାଷ୍ଟ୍ରପତି ଜୋ-ବାଇଡେଡ଼ କହିଲେ, ନିଜର ଭିତିଭୂମି ବିକାଶ ଖର୍ଚ୍ଚକୁ ନବଢ଼ାଇଲେ ଆମେରିକାର ଦାନା ଛଡ଼ାଇନେବ ଚୀନ୍ । ସର୍ତକ କରାଇଲେ ରାଷ୍ଟ୍ରପତି”
ଗ୍ରାହକ ପାଇବେ ଡିଜିଟାଲ ପଲିସି । ଡିଜିଲକରରେ ପଲିସି ଜାରି କରିବେ ବୀମା କମ୍ପାନି ।
କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ୱ ଦିଆଯାଉଛି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି। ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାଯାଇଛି। ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଦେଶର ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାରକୁContinue reading “ଗ୍ରାହକ ପାଇବେ ଡିଜିଟାଲ ପଲିସି । ଡିଜିଲକରରେ ପଲିସି ଜାରି କରିବେ ବୀମା କମ୍ପାନି । “
ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ । ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ ।
କନକ ବ୍ୟୁରୋ : ୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ୍’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍’ ଦିଆଯିବ। ଏଥିନିମନ୍ତେ ସ୍ୱୟଂକ୍ରିୟ ‘ଏସଏମଏସ୍’ ପ୍ରେରଣ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ଫୋନ୍ କଲ୍ ମଧ୍ୟ ଯାଇଛି। ସରକାରୀ ବିଶେଷଜ୍ଞମାନେ କହିଛନ୍ତି, ‘ପ୍ରଥମ ଡୋଜ୍’ ଟିକା ନେଇଥିବା ଲୋକମାନେ ଠିକ୍ ୨୮ ଦିନ ପରେ ‘ଦ୍ୱିତୀୟ ଡୋଜ୍’ ଟିକା ନେବା ଆବଶ୍ୟକ, କିନ୍ତୁ ୨୮ ଦିନ ପରେContinue reading “ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ । ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ ।”
ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି । ଆଜି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ
କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆଜି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପିContinue reading “ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି । ଆଜି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ”
ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ୪୦ରୁ ୫୦ ଯାତ୍ରୀ
କନକ ବ୍ୟୁରୋ : ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । ରାୟଗଡ଼ା ତାରିଣୀ ଛକ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ବସରେ ଥିବା ୪୦ରୁ ୫୦ଜଣ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । ନବରଙ୍ଗପୁର କୋଷାରଗୁମୁଡ଼ାରୁ ପୋଲସାରା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ରାସ୍ତାରେ ଅଚାନକ ବସରେ ନିଆ ଲାଗିଯାଇଥିଲା । ଗାଡ଼ିରେ ଥିବା ଲୋକଙ୍କ ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛିContinue reading “ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ୪୦ରୁ ୫୦ ଯାତ୍ରୀ “
ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୌମ୍ୟକାନ୍ତ ପଦ୍ମବେଶ : ପଦ୍ମବେଶରେ ପୂଜା ପାଇବେ ମହାପ୍ରଭୁ
ଆଜି ମହାପ୍ରଭୁଙ୍କ ପଦ୍ମବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଆଜି ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ବେଶ ଲାଗି ହେବାକୁ ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ। ସଂଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡ଼ି ସହ ମଠର ସାଧୁସନ୍ଥମାନେ ବେଶ ନେଇ ଶ୍ରୀମନ୍ଦିରକୁ ଯିବେ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ସମୟରେ ସିଂଘାରୀ ସେବକମାନେ ଏହି ବେଶ ଲାଗିContinue reading “ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୌମ୍ୟକାନ୍ତ ପଦ୍ମବେଶ : ପଦ୍ମବେଶରେ ପୂଜା ପାଇବେ ମହାପ୍ରଭୁ “