କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଆଉ କରୋନା କାଳରେ ପ୍ରଥମ ଥର ପାଇଁ ଏହି ମ୍ୟାଚରେ ଗ୍ୟାଲେରୀରେ ବସି ଖେଳ ଦେଖିବେ ଦର୍ଶକ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକମାନେ ଟିକେଟ୍ କାଟିବା ସହିତ ଖେଳକୁ ଦେଖିବାକୁ ଉତ୍ସାହ ପ୍ରକଟ କରିଛନ୍ତି । କରୋନା ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ୍ ଜଗତରେ ନୀରବତା ଛାଇ ରହିଥିଲା । ହେଲେ ଏବେ କରୋନା ସଂକ୍ରମଣ ଥମିଥିବାବେଳେContinue reading “ଅଧା ଦର୍ଶକଙ୍କୁ ନେଇ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଚିଦାମ୍ବରମ ଷ୍ଟାଡିୟମରେ ଟିକେଟ୍ କାଟିଲେ ଦର୍ଶକ ।”
Author Archives: Raghaba
ଏମତି ଡାକ୍ତରଙ୍କୁ ଶତ ଧିକ୍… । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।
କନକ ବ୍ୟୁରୋ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ’ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡ୍ୟୁଟି ପଡ଼ିଥାଏ। ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ। ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କContinue reading “ଏମତି ଡାକ୍ତରଙ୍କୁ ଶତ ଧିକ୍… । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।”
ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଆକୁଣ୍ଠ ଚିତ୍ତରେ ଦାନ । ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଛି ୧ ହଜାର କୋଟି । ସେପଟେ ଦାନ ଅର୍ଥ ହିସାବରେ ନାହିଁ ତାଳମେଳ
କନକ ବ୍ୟୁରୋ : ଅଯୋଧ୍ୟାରେ ନିର୍ମାଣ ହେବ ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବାକୁ ଦେଶସାରା ଦେଢ ଲକ୍ଷ ଟୋଲି କାର୍ଯ୍ୟ କରୁଛନ୍ତି । ଏହାସହ ଲୋକଙ୍କ ଠାରୁ ଆଦାୟ ହେଉଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରିବାର ଦାୟିତ୍ୱ ନେଇଛନ୍ତି ୩୭ ହଜାର ଲୋକ । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତି ରାୟଙ୍କ ସୂଚନା ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁContinue reading “ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଆକୁଣ୍ଠ ଚିତ୍ତରେ ଦାନ । ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଛି ୧ ହଜାର କୋଟି । ସେପଟେ ଦାନ ଅର୍ଥ ହିସାବରେ ନାହିଁ ତାଳମେଳ”
ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦିନେଶ ତ୍ରିବେଦୀ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦିନ ଯେତେ ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିପଦ ସେତିକି ମାଡି ଆସୁଛି । ପଶ୍ଚିମବଙ୍ଗରେ ମମତାଙ୍କୁ ହଟାଇ କ୍ଷମତା ଦଖଲ କରିବା ପାଇଁ ବିଜେପି ପୁରା ଦମ୍ ଲଗାଇ ଦେଇଥିବା ବେଳେ ମମତାଙ୍କ ପାଇଁ କାଳ ସାଜିଛନ୍ତି ନିଜ ଦଳର ବିଧାୟକ ଓ ସାଂସଦ ମାନେ । ଏବେ ଜଣକ ପରେ ଜଣେ ତୃଣମୂଳ କଂଗ୍ରେସ ନେତା ଦଳ ଛାଡିବାରେ ଲାଗିଛନ୍ତି ।Continue reading “ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦିନେଶ ତ୍ରିବେଦୀ”
ଆର୍ଥିକ ଦୁର୍ନୀତି ମାମଲାରେ ଚନ୍ଦା କୋଚ୍ଚରଙ୍କୁ ଜାମିନ । ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ ପରାମର୍ଶ ।
କନକ ବ୍ୟୁରୋ : ଆର୍ଥିକ ଦୁର୍ନୀତି ମାମଲାରେ ଅଭିଯୁକ୍ତ ‘ଆଇସିଆଇସିଆଇ’ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶିକା ଚନ୍ଦା କୋଚ୍ଚରଙ୍କୁ ୫ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରାଯାଇଛି। ଏଥିସହ ଅଦାଲତଙ୍କ ବିନା ଅନୁମତିରେ ତାଙ୍କୁ ଦେଶ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଜାନୁଆରୀ ୩୦ ତାରିଖରେ ଜାରି ହୋଇଥିବା ସମନ୍ ଅନୁସାରେ, ଶୁକ୍ରବାର ଦିନ ଚନ୍ଦା ମୁମ୍ବାଇରେ ସ୍ୱତନ୍ତ୍ର ‘ପିଏମଏଲଏ’ ଅଦାଲତରେ ହାଜର ହୋଇଥିଲେ। ଆଜି ସେ ଜାମିନ ଆବେଦନ ଦାଖଲ କରିବାContinue reading “ଆର୍ଥିକ ଦୁର୍ନୀତି ମାମଲାରେ ଚନ୍ଦା କୋଚ୍ଚରଙ୍କୁ ଜାମିନ । ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ ପରାମର୍ଶ । “
ରାଜ୍ୟ ବାହାରେ ଓଡିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା : ରାଜସ୍ଥାନର ଅଲ୍ଟିମେଟ୍ ଡେଜଟ ଚ୍ୟାଲେଞ୍ଜରେ ଆଦ୍ୱିକ୍ ଚମ୍ପିୟାନ
କନକ ବ୍ୟୁରୋ : ରାଜ୍ୟ ବାହାରେ ଓଡ଼ିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା । ରାଜସ୍ଥାନ ବିକାନିରରେ ଅନୁଷ୍ଠିତ ଅଲ୍ଟିମେଟ ଡେଜଟ ଚ୍ୟାଲେଞ୍ଜରେ ସର୍ବକନିଷ୍ଠ ପ୍ରତିଯୋଗୀତାରେ ଚମ୍ପିୟାନ ହୋଇଛନ୍ତି ଆଦଭିକ୍ । ମାତ୍ର ୧୩ ବର୍ଷ ବୟସରେ ମରୁଭୂମିରେ ପୋଲାରିସ ସ୍ପୋର୍ଟସ ଭେଇକଲ ଚଳାଇବାରେ ସୌଖିନ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ଏହି ସଫଳତା ପାଇବାରେ ଆଦଭିକ ପ୍ରଥମ ଓଡ଼ିଆ । ୨୦୧୪ରୁ ଡନ ଆଡ଼ଭେଂଚର ସ୍ପୋଟର୍ସ କ୍ଲବ ଏହି ପ୍ରତିଯୋଗିତାର ଆୟୋଜନ କରି ଆସୁଛି ।Continue reading “ରାଜ୍ୟ ବାହାରେ ଓଡିଆ ପୁଅ ଆଦ୍ୱିକ୍ ପଟ୍ଟନାୟକଙ୍କ ସଫଳତା : ରାଜସ୍ଥାନର ଅଲ୍ଟିମେଟ୍ ଡେଜଟ ଚ୍ୟାଲେଞ୍ଜରେ ଆଦ୍ୱିକ୍ ଚମ୍ପିୟାନ”
କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି : ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ବଡ ପ୍ରଶ୍ନ
କନକ ବ୍ୟୁରୋ : କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରାଯାଇଛି । ୫୩ ଲକ୍ଷ ଚାଷୀଙ୍କ ତାଲିକା ସାର୍ବଜନୀନ କରିବା ସହ ପ୍ରତି ପଂଚାୟତରେ ଚାଷୀଙ୍କ ତାଲିକା ଲଗାଇବାକୁ ଦାବି କରିଛି ବିଜେପି । ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ସ୍ପଷ୍ଟ କରନ୍ତୁ ସରକାର । ୩ ଲକ୍ଷ ୪୧Continue reading “କାଳିଆର ତୃତୀୟ କିସ୍ତି ଟଙ୍କା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି : ସାମ୍ବାଦିକ ସମ୍ମିଳନୀ କରି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ବଡ ପ୍ରଶ୍ନ”
ଖବର କାଗଜରୁ ଦେଖି ଝିଅକୁ ଚିହ୍ନିଥିଲେ ପୁଷ୍ପଲତାଙ୍କ ମାଆ : ପୋଲିସକୁ ଖବର ଦେବା ପରେ ନିଜ ଯାଇ ଚିହ୍ନଟ କଲେ ମୃତଦେହ; କହିଲେ, ଅଭିଯୁକ୍ତଙ୍କୁ ଦିଆଯାଉ ଫାଶୀ
କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା । ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେContinue reading “ଖବର କାଗଜରୁ ଦେଖି ଝିଅକୁ ଚିହ୍ନିଥିଲେ ପୁଷ୍ପଲତାଙ୍କ ମାଆ : ପୋଲିସକୁ ଖବର ଦେବା ପରେ ନିଜ ଯାଇ ଚିହ୍ନଟ କଲେ ମୃତଦେହ; କହିଲେ, ଅଭିଯୁକ୍ତଙ୍କୁ ଦିଆଯାଉ ଫାଶୀ”
ଚଳିତ ମାସ ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନ । ୱାକ-ଇନ ପ୍ରବେଶ ଉପରେ ରୋକ୍ , ଅନଲାଇନ୍ ରେ ଟିକେଟ କରି ପଶିପାରିବେ ଭ୍ରମଣକାରୀ
କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଆସନ୍ତା କାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଏନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ । ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ସର୍ବସାଧାଣଙ୍କ ପାଇଁ ଖୋଲା ରହିବ । ଏହି ଭବନ ଖୋଲିବା ନେଇ ଚଳିତ ବର୍ଷ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଯେମିତି କି ୱାକ-ଇନ ପ୍ରବେଶContinue reading “ଚଳିତ ମାସ ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନ । ୱାକ-ଇନ ପ୍ରବେଶ ଉପରେ ରୋକ୍ , ଅନଲାଇନ୍ ରେ ଟିକେଟ କରି ପଶିପାରିବେ ଭ୍ରମଣକାରୀ”
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮ ନୂଆ କରୋନା ଆକ୍ରାନ୍ତ । ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ।
କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ଓ ଏବେContinue reading “ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮ ନୂଆ କରୋନା ଆକ୍ରାନ୍ତ । ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ ଲକ୍ଷ ୩୩ ହଜାର ୨୮୦ ଜଣ ।”