ବିଧାତା ଛଡ଼ାଇନେଲା ଦୃଷ୍ଟିଶକ୍ତି, ତଥାପି ହାରିନାହାନ୍ତି । ଭୋକ ମାରିବାକୁ ଭାଟିରେ ଇଟା ଗଢୁଛନ୍ତି ନବରଙ୍ଗପୁରର ଲକ୍ଷ୍ମୀବାଇ । ବିଧାତାକୁ ଦୋଷଲଦି ବାହାନା କାଢୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

କନକ ବ୍ୟୁରୋ: ବିଧାତା ଯେତେ ବାଜି ଖେଳୁ, ଯଦି ଆପଣଙ୍କ ଆତ୍ମବଳ ପଥର ଭଳି ମଜବୁତ ଥିବ ତେବେ ଆପଣ ସଂଘର୍ଷପୂର୍ଣ୍ଣ ସମୟ ସାମ୍ନାରେ କଦାପି ହାର୍ ମାନିବେନି । ଜଣେ ଅକ୍ଷମ ହୋଇବି ସକ୍ଷମଙ୍କ ଠାରୁ ବେଶ ଭଲ କରି ବିଧାତାର ଖେଳକୁ ଖେଳୁଛନ୍ତି  । ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜରେ ଆତ୍ମନିର୍ଭରଶୀଳ ରାସ୍ତା।  ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷର କଥା ପଡ଼େ ସେତେବେଳେ ଜୀବନକୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷContinue reading “ବିଧାତା ଛଡ଼ାଇନେଲା ଦୃଷ୍ଟିଶକ୍ତି, ତଥାପି ହାରିନାହାନ୍ତି । ଭୋକ ମାରିବାକୁ ଭାଟିରେ ଇଟା ଗଢୁଛନ୍ତି ନବରଙ୍ଗପୁରର ଲକ୍ଷ୍ମୀବାଇ । ବିଧାତାକୁ ଦୋଷଲଦି ବାହାନା କାଢୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ ।”

ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ : ଝାଡଖଣ୍ଡର ଚାଇବାସା; ଗୋଇଲକେରା ରାସ୍ତାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟ

କନକ ବ୍ୟୁରୋ : ନକ୍ସଲଙ୍କ ବଡ଼ ଧରଣର ବିସ୍ପୋରଣ ଯୋଜନ ପଣ୍ଡ । ଏକ ବଡ଼ ଧରଣର ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାର ଯବାନଙ୍କୁ ଟାର୍ଗେଟ କରି ଏହି ନବନିର୍ମିତ ସଡ଼କ ଉପରେ ବିସ୍ଫୋରକ ଖଂଜି ଥିଲେ ମାଓବାଦୀ । ପ୍ରତିଦିନ ଏହି ରାସ୍ତା ଦେଇ କୁମ୍ବିଂ କରୁଥିଲେ ୬୦ ବାଟାଲିୟନର ସିଆରପିଏଫ ଯବାନ । ହଠାତ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଚିହ୍ନଟ କରିଥିଲେ ୪୦ କିଲୋContinue reading “ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ : ଝାଡଖଣ୍ଡର ଚାଇବାସା; ଗୋଇଲକେରା ରାସ୍ତାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟ”

ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି! ଉପନିର୍ବାଚନ ପାଇଁ ବଳ ଦେଖାଉଛି ବିଜେଡି, କେଉଁ ରଣନୀତି ଆପଣାଇବେ ବିରୋଧୀ?

କନକ ବ୍ୟୁରୋ: ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି ପଲିଟିକ୍ସ । ପିପିଲି ଉପନର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ  । ଏପରିକି କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ସ୍ଥିର କରାଯାଇନାହିଁ  । ତଥାପି ପିପିଲିରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେଡି କରୁଛି ଶକ୍ତି ପ୍ରଦର୍ଶନ । ତେବେ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ପୂର୍ବରୁ ନୂଆ ଶାସନ ପଂଚାୟତର ସରପଂଚ ପ୍ରଫୁଲ୍ଲ ମେକାପContinue reading “ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି! ଉପନିର୍ବାଚନ ପାଇଁ ବଳ ଦେଖାଉଛି ବିଜେଡି, କେଉଁ ରଣନୀତି ଆପଣାଇବେ ବିରୋଧୀ?”

ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ । କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ । ୧୯ ରେ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : କୋଟିଆ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଓଡିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଚାଲିଥିବା ପ୍ରସ୍ତୁତି ଉପରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏହାସହ ନିର୍ଦ୍ଧାରିତ ସମୟ ଭିତରେ ଜବାବ୍ ଦାଖଲ କରିବାକୁ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୧୯ ତାରିଖରେContinue reading “ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ । କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ । ୧୯ ରେ ପରବର୍ତ୍ତୀ ଶୁଣାଣି”

ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ : କେନ୍ଦ୍ର ସରକାର, ଟ୍ୱିଟର କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କନକ ବ୍ୟୁରୋ : ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ । ଟ୍ୱିଟର‌ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଜରିଆରେ ପ୍ରସାରିତ ଅସତ୍ୟ ସମ୍ବାଦ ଓ ବିଦ୍ୱେଷାତ୍ମକ ବାର୍ତ୍ତା, ବିଦ୍ରୋହ ଓ ଉତ୍ତେଜନା ସୃଷ୍ଟିକାରୀ କଥାବସ୍ତୁ ରୋକିବାକୁ ବ୍ୟବସ୍ଥା ବା ଜ୍ଞାନକୌଶଳ ବାହାର କରିବା ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ ଭାରତ ସରକାର ଓ ଟ୍ୱିଟର ‌କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ବିଜେପି ନେତା ବିନୀତ ଗୋଏଙ୍କା ଗତ ବର୍ଷ ମେ ମାସରେContinue reading “ଟ୍ୱିଟର ମାଧ୍ୟମରେ ହିଂସାର ପ୍ରସାର ପ୍ରସଙ୍ଗ : କେନ୍ଦ୍ର ସରକାର, ଟ୍ୱିଟର କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍”

ମହିଳାଙ୍କ କଟାମୁଣ୍ଡ ଘଟଣାରେ ପର୍ଦ୍ଦାଫାଶ କରିଛି ପୋଲିସ : ବଡ ପ୍ରଶ୍ନ କାହାକୁ ମିଳିବ ପୁରସ୍କାର ଟଙ୍କା ?

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା । ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେContinue reading “ମହିଳାଙ୍କ କଟାମୁଣ୍ଡ ଘଟଣାରେ ପର୍ଦ୍ଦାଫାଶ କରିଛି ପୋଲିସ : ବଡ ପ୍ରଶ୍ନ କାହାକୁ ମିଳିବ ପୁରସ୍କାର ଟଙ୍କା ?”

ଅମିତ୍ ଶାହାଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ପଶ୍ଚିମବଙ୍ଗରୁ ଲଢି ଜିତନ୍ତୁ ଶାହା । ଜିତିଲେ କରିଦେବି ରାଜ୍ୟର ଗୃହମନ୍ତ୍ରୀ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ବିଜେପିର ମିଶନ ବାଙ୍ଗଲାକୁ ଚ୍ୟାଲେଞ୍ଜ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ବିଜେପି ପଶ୍ଚିମବଙ୍ଗରେ ବାରମ୍ବାର ରାଲି କରି ମମତାଙ୍କ ଗଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଦିଦି ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି ।Continue reading “ଅମିତ୍ ଶାହାଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ପଶ୍ଚିମବଙ୍ଗରୁ ଲଢି ଜିତନ୍ତୁ ଶାହା । ଜିତିଲେ କରିଦେବି ରାଜ୍ୟର ଗୃହମନ୍ତ୍ରୀ”

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ: ମୋଦୀ କହିଥିଲେ IASଙ୍କ ପାଖରେ ନାହିଁ ସବୁ ଜ୍ଞାନ, ମୋଦୀଙ୍କ ବୟାନକୁ ସ୍ୱାଗତ କଲେ ପୂର୍ବତନ କୋଇଲା ସଚିବ ଓ ୟୁସିିସିଆଇର ସଭାପତି ।

କନକ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ । ଆଇଏଏସଙ୍କ ପାଖରେ ସବୁ ଜ୍ଞାନ ନାହିଁ । ଘରୋଇ ଉଦ୍ୟୋଗକୁ ସୁଯୋଗ ମିଳିବା ଉଚତ୍ । ଘରୋଇକରଣ ପ୍ରକ୍ରିୟାର ମୂଳଦୁଆ ବହୁ ପୂର୍ବରୁ ପଡ଼ିଥିଲେ ମଧ୍ୟ, ଆଜି ବି ଏହାକୁ ନେଇ ବିବାଦ ଓ ବିତର୍କ ହୁଏ । ଏଭଳି ଏକ ସମୟରେ ଘରୋଇକରଣ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ କାହାକୁ ବେଇମାନ କହିବାର ସଂସ୍କାର ଥାଇପାରେ ।Continue reading “ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବାବୁ ବୟାନ: ମୋଦୀ କହିଥିଲେ IASଙ୍କ ପାଖରେ ନାହିଁ ସବୁ ଜ୍ଞାନ, ମୋଦୀଙ୍କ ବୟାନକୁ ସ୍ୱାଗତ କଲେ ପୂର୍ବତନ କୋଇଲା ସଚିବ ଓ ୟୁସିିସିଆଇର ସଭାପତି ।”

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ : କଡା ଯୁକ୍ତି ରଖିଲେ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର

କନକ ବ୍ୟୁରୋ : କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଓଡ଼ିଶା ଠାରୁ ଛଡ଼ାଇ ନେଇ ପାରିବ ନାହିଁ ଆନ୍ଧ୍ର । ଏଭଳି ଦମ୍ଭୋକ୍ତି କରିଛନ୍ତି ୧୯୬୮ରେ ସୁପ୍ରିମକୋର୍ଟଙ୍କ କମିଶନରେ ମାମଲା ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ ରାଜ୍ୟର ସୀମା ନିର୍ଦ୍ଧାରଣ ହୋଇସାରିଛି । କୋଟିଆ ମାଡ୍ରାସ ପ୍ରେସିଡେନ୍ସିିରେ ଥିଲା । ଓଡ଼ିଶା ଗଠନ ହେବା ପରେ ଏହା ଓଡ଼ିଶାର ଅଙ୍ଗContinue reading “ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : କୋଟିଆ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ : କଡା ଯୁକ୍ତି ରଖିଲେ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର”

ଭାରତ-ଚୀନ ବିବାଦ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ । କହିଲେ ‘ଚୀନକୁ ଭାରତର ଜମି ଦେଇଦେଲେ ପ୍ରଧାନମନ୍ତ୍ରୀ’

କନକ ବ୍ୟୁରୋ : ଭାରତ-ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ରାଜ୍ୟସଭାରେ କହିଥିଲେ କି ପୈଙ୍ଗାଙ୍ଗ୍ କୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି । ଫଳରେ ଉଭୟ ଦେଶର ସେନା ଏବେ ପଛକୁ ଫେରିବା ଆରମ୍ଭ କରିଛନ୍ତି । ରାଜନାଥଙ୍କ ବୟାନ ପରେ ଆଜି (ଶୁକ୍ରବାର) କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାରଙ୍କContinue reading “ଭାରତ-ଚୀନ ବିବାଦ ନେଇ ମୋଦି ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ ଅଭିଯୋଗ । କହିଲେ ‘ଚୀନକୁ ଭାରତର ଜମି ଦେଇଦେଲେ ପ୍ରଧାନମନ୍ତ୍ରୀ’”

Design a site like this with WordPress.com
Get started