କନକ ବ୍ୟୁରୋ: ରାଜ୍ୟର ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ବିଚର ମାନ୍ୟତା ମିଳିଛି। ରାଜ୍ୟର ଏକମାତ୍ର ବେଳାଭୂମି ଭାବେ ଏହି ମାନ୍ୟତା ପାଇଛି। ଗୋପାଳପୁର ନିକଟ ହରିପୁର ଏବଂ ଚିକିଟ ବ୍ଲକର ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ଢାଞ୍ଚାରେ ବିକାଶ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ପ୍ରସ୍ତାବ କେନ୍ଦ୍ରରେ ବିଚାରାଧୀନ ରହିଥିବା ବେଳେ ରାଜ୍ୟ ସରକାର ଏକ ପାଦ ଆଗକୁ ଯାଇଛନ୍ତି। ହରିପୁର ଓ ସୁନାପୁର ବେଳାଭୂମିର ବିକାଶContinue reading “ହରିପୁର, ସୁନାପୁର ବେଳାଭୂମିର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ । ବେଳାଭୂମି ବିକାଶରେ ଖର୍ଚ୍ଚ ହେବ ୨.୫୨ କୋଟି”
Author Archives: Raghaba
ଆଇଟିଆର ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ ।
କନକ ବ୍ୟୁରୋ: ଚାନ୍ଦିପୁରସ୍ଥିତ ଆଇଟିଆରର ଅସ୍ଥାୟୀ ଫଟୋଗ୍ରାଫର୍ ଈଶ୍ବର ବେହେରା ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଈଶ୍ବରଙ୍କ ବିରୋଧରେ ଚାନ୍ଦିପୁର ଥାନାରେ ୬/୧୫ ଏବଂ କ୍ରାଇମବ୍ରାଞ୍ଚରେ ୨/୧୫ ମାମଲା ରୁଜୁ ହୋଇ ଅଦାଲତରେ ବିଚାରାଧୀନ ଅଛି। ଈଶ୍ବର ଆଇଟିଆରର ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଥାଇ ସେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର ସମ୍ବନ୍ଧରେ ତଥ୍ୟ ଲିକ୍ କରୁଥିବା ନେଇContinue reading “ଆଇଟିଆର ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ ।”
ଫନିରେ ଭାଙ୍ଗିଲା ଘରଦ୍ୱାର । ୨ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଛିି ପରିବାର । ସରକାରୀ ସହାୟତା ଅପେକ୍ଷାରେ ପ୍ରୀତି ନାୟକ ।
କନକ ବ୍ୟୁରୋ: ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୨ବର୍ଷ ହେବ ଜଣେ ଅସହାୟ ମହିଳା ପରିବାର ସହିତ ମୁଣ୍ଡଗୁଞ୍ଜିଛନ୍ତି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଟି ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଏଭଳି ଏକ କୈାତୁହଳ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅଧୀନ ନିମାପଡ଼ା ବ୍ଲକ ଅନ୍ତର୍ଗତ ଧଳେଶ୍ୱର ପଞ୍ଚାୟତର ଉହାଙ୍ଗ ଗ୍ରାମରେ । ୨୦୧୯ ମେ’ ୩ ତାରିଖରେ ଆସିଥିବା ବାତ୍ୟା ଫନି ନିମାପଡା ଉହାଙ୍ଗ ଗାଁର ପ୍ରୀତି ନାୟକଙ୍କ ଘରକୁContinue reading “ଫନିରେ ଭାଙ୍ଗିଲା ଘରଦ୍ୱାର । ୨ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଛିି ପରିବାର । ସରକାରୀ ସହାୟତା ଅପେକ୍ଷାରେ ପ୍ରୀତି ନାୟକ ।”
ଏଲଏସିରୁ ପଛକୁ ହଟିଲା ଚୀନ ସେନା । ପିଙ୍ଗର ୮ ଅଞ୍ଚଳକୁ ଫେରିଲେ ପିଏଲଏ ଆର୍ମି, ସୀମାରେ ଫେରୁଛି ଶାନ୍ତି ।
କନକ ବ୍ୟୁରୋ: ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଏଲଏସିରୁ ପଛକୁ ହଟୁଛନ୍ତି ଚୀନ ସୈନ୍ୟ । ଗୁରୁବାର ପିଙ୍ଗର ୮ ଅଞ୍ଚଳକୁ ଚୀନ୍ ସୈନ୍ୟ ଫେରୁଥିବା ଦେଖିବାକୁ ମିଳିଛି । ଚୀନ ସୈନ୍ୟ ସହିତ ଭାରତୀୟ ଯବାନ ମଧ୍ୟ ପଛକୁ ହଟୁଛନ୍ତି, ଯାହାର ଭିଡିଓକୁୁ ଜାରି କରିଛି ଭାରତ । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ହେବା ପରେ ଏବେ ସହମତି ଭିତ୍ତିରେ ଦୁଇ ଦେଶ ଏଲଏସି ଅଞ୍ଚଳରୁContinue reading “ଏଲଏସିରୁ ପଛକୁ ହଟିଲା ଚୀନ ସେନା । ପିଙ୍ଗର ୮ ଅଞ୍ଚଳକୁ ଫେରିଲେ ପିଏଲଏ ଆର୍ମି, ସୀମାରେ ଫେରୁଛି ଶାନ୍ତି ।”
ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା
କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ପରିବର୍ତ୍ତନ ରାଲି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ କଟାକ୍ଷ କରି କଡା ସମାଲୋଚନା କରିବା ସହ ଜୋରଦାର କଟାକ୍ଷ କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସହକର୍ମୀଙ୍କ ଉପରେ ବିଷୋଦଗାର କରି ଏକ ରାଲିରେ କହିଛନ୍ତି ଯେ ଦଳର କିଛି ଅମାନିଆ, ଦୁଷ୍ଟ, ଦୁବୃର୍ତ୍ତ ଓ ନଷ୍ଟContinue reading “ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତା ମାନଙ୍କୁ ମମତାଙ୍କ କଟାକ୍ଷ । କହିଲେ ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା”
ଭୁବନେଶ୍ୱର ସାଂସଦଙ୍କ ନିଖୋଜ ପୋଷ୍ଟରମରା ଘଟଣାରେ ୨ ଗିରଫ । ଅପରାଜିତାଙ୍କ ପିଏକୁ ବାନ୍ଧିଲା ପୋଲିସ । ଅନ୍ୟଜଣେ ସାଂସଦଙ୍କ ଘନିଷ୍ଠ ସୂଚନା ।
କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା । ପୋଷ୍ଟରମାରି ବନ୍ଧାହେଲେ ୨ ଜଣ । ଘଟଣାରେ ୨ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ସୂଚନା । ସବୁଠାରୁ ବଡ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ । ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଅପରାଜିତାଙ୍କ ଅତି ଏକାନ୍ତContinue reading “ଭୁବନେଶ୍ୱର ସାଂସଦଙ୍କ ନିଖୋଜ ପୋଷ୍ଟରମରା ଘଟଣାରେ ୨ ଗିରଫ । ଅପରାଜିତାଙ୍କ ପିଏକୁ ବାନ୍ଧିଲା ପୋଲିସ । ଅନ୍ୟଜଣେ ସାଂସଦଙ୍କ ଘନିଷ୍ଠ ସୂଚନା ।”
ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଅପରାଧ ଘଟାଇଥିବା ଅନ୍ତେବାସୀ ପାଦ ଦେବେ ଶିକ୍ଷାର ମନ୍ଦିରରେ ।
କନକ ବ୍ୟୁରୋ: ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଏନେଇ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଶାଖା ବା ଶ୍ରେଣୀଗୃହ ଆରମ୍ଭ ହୋଇଛି । ପରିସ୍ଥିତିର ପଡି ଅପରାଧ ଘଟାଇଥିବା ଅନ୍ତେବାସୀ ଏହି ଶିକ୍ଷାର ମନ୍ଦିରରେ ପାଦ ଦେବେ । ଆଉ ପାଠ ପଢି ମନରେ ଥିବା ଅପରାଧି ମାନସିକତାରୁ ନିଜକୁ ମୁକ୍ତ କରିବେ ବୋଲି ଆଶା କରାଯାଉଛି । ଅପରାଧ ମାନସିକତାରୁ ବାହାରି ପାଠ ପଢିବେ କଏଦୀ । ସମ୍ବଲପୁର ମଣ୍ଡଳContinue reading “ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ପଢିବେ ପାଠ । ଅପରାଧ ଘଟାଇଥିବା ଅନ୍ତେବାସୀ ପାଦ ଦେବେ ଶିକ୍ଷାର ମନ୍ଦିରରେ ।”
ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ
କନକ ବ୍ୟୁରୋ : ୭୭ ଦିନ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନର ସୁଅ ଛୁଟିବାରେ ଲାଗିଛି । କେତେବେଳେ ଖେଳାଳୀ, ରାଜନେତା ଓ କଳାକାର ମାନଙ୍କର ସମର୍ଥନ ଆନ୍ଦୋଳନକୁ ମିଳୁଥିବା ବେଳେ କେତେବେଳେ ବିଦେଶୀ କଳାକାର ଓ ଅନ୍ୟ ବୃତ୍ତିରେ ଥିବା ଲୋକମାନେ ସେମାନଙ୍କର ସମର୍ଥନ ଜଣାଇ ଟ୍ୱିଟ୍ କରୁଛନ୍ତି । ହେଲେ ବଲିଉଡର ଚର୍ଚ୍ଚିତ ନାୟିକା ସୋନାକ୍ଷୀ ସିହ୍ନା ଏକ ନୂଆ ତରିକାରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।Continue reading “ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ”
ନୀତି ଆୟୋଗ ଡେଲଟା ରାଙ୍କିଙ୍ଗର ଶ୍ରେଷ୍ଠ ୫ଟି ଜିଲ୍ଲାରେ ଓଡି଼ଶାର ୨ଟି ଜିଲ୍ଲା । ତାଲିକାର ଶୀର୍ଷରେ ଗଜପତି ।
କନକ ବ୍ୟୁରୋ: ମୌଳିକ ଭିତ୍ତିଭୂମ ବିକାଶରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡିଶାର ଗଜପତି ଜିଲ୍ଲା । ସର୍ବନିମ୍ନ ମୌଳିକ ଭିତ୍ତିଭୂମିର ବିକାଶ ଦିଗରେ କେଉଁ ଜିଲ୍ଲା କେତେ କାମ କରିଛି ତାକୁ ନେଇ ସାରା ଦେଶରେ ନିତି ଆୟୋଗ ଦ୍ୱାରା ଡେଲଟା ର୍ୟାକିଂ କରାଯାଇଛି ଆଉ ଏହି ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ଦୁଇଟି ଜିଲ୍ଲା ରହିଛି । ତାଲିକାର ଶୀର୍ଷରେ ଗଜପତି ଜିଲ୍ଲା ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛିContinue reading “ନୀତି ଆୟୋଗ ଡେଲଟା ରାଙ୍କିଙ୍ଗର ଶ୍ରେଷ୍ଠ ୫ଟି ଜିଲ୍ଲାରେ ଓଡି଼ଶାର ୨ଟି ଜିଲ୍ଲା । ତାଲିକାର ଶୀର୍ଷରେ ଗଜପତି ।”
ଦାରିଦ୍ର ଆଗରେ ହାରିଗଲା ମମତା । ସ୍ୱାମୀକୁ ଭଲ କରିବା ପାଇଁ ପୁଅକୁ ବିକିଲା ମା’ । ଗଂଜାମ ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର ।
କନକ ବ୍ୟୁରୋ: ସିନ୍ଦୁର ପାଇଁ ମମତାକୁ ବିକ୍ରି କରିଦେଲା ମାଆ । ସ୍ୱାମୀଙ୍କ ଚିକିତ୍ସା ପାଇଁ ୫ ମାସକୁ କୁନି ପୁଅକୁ ବିକ୍ରି କରିଦେଇଛି ଜଣେ ମାଆ। ଏ ନିଷ୍ପତି କେତେ କଠୋର ତା’ କହିବାର ଆବଶ୍ୟକା ନାହିଁ । ଛୁଆଟିଏ ପାଇଁ ମାଆଟିଏ କେତେ ଦିଅଁ ଦେବତା ପୂଜା କରିଥାନ୍ତି । ହେଲେ ଗଂଜାମ ଜିଲ୍ଲା ଭଂଜନଗର ଯୋଗିମାରୀ ଗାଁରେ ଜଣେ ମାଆ ସ୍ୱାମୀର ଚିକିତ୍ସା ପାଇଁ ପୁଅକୁ ବିକି ଦେଇଥିବା ଖବର ସାମ୍ନାକୁ ଆସିଛିContinue reading “ଦାରିଦ୍ର ଆଗରେ ହାରିଗଲା ମମତା । ସ୍ୱାମୀକୁ ଭଲ କରିବା ପାଇଁ ପୁଅକୁ ବିକିଲା ମା’ । ଗଂଜାମ ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର ।”