କନକ ବ୍ୟୁରୋ: କଟକ ଭୁବନେଶ୍ୱର ମେଟ୍ରୋଟ୍ରେନର ଆଶା ମଉଳି ଯାଇଛି । ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । କିନ୍ତୁ ୨୦୧୪ ମସିହାରୁ ମେଟ୍ରୋ ଟ୍ରେନ ପାଇଁ ଅନେକ ପୁଳାପୁଳା ପ୍ରତିଶ୍ରୁତି ଦେଇଆସିଛନ୍ତି ରାଜ୍ୟ ସରକାର । ହେଲେ କାହିଁକି ଓଡିଶାରେ ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା? ଟ୍ୱିନ ସିଟିରେ ମେଟ୍ରୋ ଟ୍ରେନକୁ ନେଇ ବୈଠକ ପରେ ବୈଠକ ବସିଛିContinue reading “ଓଡିଶାରେ କାହିଁକି ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା । ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ । ପଢନ୍ତୁ, ଏହି ରିପୋର୍ଟ”
Author Archives: Raghaba
ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।
କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣି ଅପରାଜିତାଙ୍କୁ ନେଇ ବିବାଦ । ପ୍ରଥମ ଥର ପାଇଁ ସାଂସଦ ବନିଥିବା ଅପରାଜିତା କିନ୍ତୁ ଏଥର ମନ୍ଦିର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ଏକାମ୍ରକ୍ଷେତ୍ର ଉପରେ ବାଇ-ଲ କଟକଣା ସତ୍ତେ୍ୱ କାହିଁକି ଅପରାଜିତା ଚୁପ ରହିଲେ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜଧାନୀରେ ଲାଗିଛି ସାଂସଦଙ୍କ ନିଖୋଜ ପୋଷ୍ଟର । କାନ୍ଥବାଡ, ଗଳିକନ୍ଦିରେ ଲାଗିଥିବା ଏହି ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖାଯାଇଛି, ଭୁବନେଶ୍ୱର ସାଂସଦ ନିଖୋଜ?Continue reading “ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।”
ଏକାମ୍ରକ୍ଷେତ୍ରରେ ବାଇ ଲ’କୁ ନେଇ ତୀବ୍ର ଅସନ୍ତୋଷ । ତୁରନ୍ତ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ । ସରକାରଙ୍କୁ ଦେଲେ ୨୪ ଘଣ୍ଟାର ମହଲତ ।
କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧୀକରଣ ଦ୍ୱାରା ପ୍ରସ୍ତାବିତ ଅଧିନିୟମକୁ ନେଇ ତାତିଛନ୍ତି ଶ୍ରୀଲିଙ୍ଗରାଜଙ୍କ ସେବାୟତ । ବିଜେଡି ଓ ବିଜେପି ସାଂସଦଙ୍କ ହସ୍ତକ୍ଷେପ ପରେ ୨୪ ଘଂଟା ପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ ହଟିଛି । ହେଲେ ଏକାମ୍ରକ୍ଷେତ୍ର ବେଳକୁ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ ନିଯୋଗ । ଆସନ୍ତା ୨୪ ଘଂଟା ମଧ୍ୟରେ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଦାବି ରଖିଛି ସେବାୟତ ନିଯୋଗ । ଲିଙ୍ଗରାଜ ମନ୍ଦିରର ସେବାୟତ କହିଛନ୍ତି,Continue reading “ଏକାମ୍ରକ୍ଷେତ୍ରରେ ବାଇ ଲ’କୁ ନେଇ ତୀବ୍ର ଅସନ୍ତୋଷ । ତୁରନ୍ତ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ । ସରକାରଙ୍କୁ ଦେଲେ ୨୪ ଘଣ୍ଟାର ମହଲତ ।”
ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ଅଭିଯୁକ୍ତକୁ ଧରିବା ପରେ ପୋଲିସକୁ ମିଳିଲା କଟା ମୁଣ୍ଡ । ଜାଣନ୍ତୁ, କେମିତି ଥିଲା ପୂରା ଘଟଣା..
କନକ ବ୍ୟୁରୋ: ପୁଷ୍ପଲତାଙ୍କ ହତ୍ୟାକାଣ୍ଡ ଯେତିକି ବିଭତ୍ସ ଥିଲା, ସେତିକି ଚତୁରତାର ସହ ହତ୍ୟାକାରୀ ଖସିଯିବାକୁ ଉଦ୍ୟମ କରିଥିଲା । ହେଲେ ହତ୍ୟାକାରୀର ସବୁ ଚତୁରତାକୁ ନିଷ୍ଫଳ କରିଦେଇଛି କମିଶନରେଟ୍ ପୁଲିସ୍ । ମୁଣ୍ଡନଥିବା ମୃତଦେହକୁ ଧରି ତଦନ୍ତ ଆରମ୍ଭ କରିଥିବା ପୁଲିସ୍, ମୁଣ୍ଡ ଠାବ କରିବା ଯେତେ ବଡ଼ ଆହ୍ୱାନ ଥିଲା, ତାଠୁ ଅଧିକ ବଡ଼ ଚ୍ୟାଲେଞ୍ଜ ଥିଲା ହତ୍ୟାକାରୀ ପାଖରେ ପହଂଚିବା । କେମିତି ହତ୍ୟାକାରୀ ପାଖରେ ପହଂଚିଲା ପୁଲିସ୍? କେମିତି ରହସ୍ୟ ଉପରୁContinue reading “ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ଅଭିଯୁକ୍ତକୁ ଧରିବା ପରେ ପୋଲିସକୁ ମିଳିଲା କଟା ମୁଣ୍ଡ । ଜାଣନ୍ତୁ, କେମିତି ଥିଲା ପୂରା ଘଟଣା..”
ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ଜାଣନ୍ତୁ, ହତ୍ୟାକାଣ୍ଡ ପଛର ବୀଭତ୍ସ କାହାଣୀ ।
କନକ ବ୍ୟୁରୋ: ୨୮ ବର୍ଷିୟ ମହିଳା ପୁଷ୍ପଲତାଙ୍କ ସହ ଯେଭଳି ନାରକୀୟ ଘଟଣା ଘଟିଛି, ଯାହା ବୟାନ କରିବା କଷ୍ଟକର । ଯେଉଁ ବ୍ୟକ୍ତି ଉପରେ ସବୁଠାରୁ ଅଧିକ ବିଶ୍ୱାସ ଥିଲା, ଯେଉଁ ବ୍ୟକ୍ତିଙ୍କୁ ସେ ଦୁନିଆରେ ସବୁଠାରୁ ନିଜର ବୋଲି ଭାବୁଥିଲା, ଶେଷରେ ସେହି ବ୍ୟକ୍ତି ହିଁ ତାର ତଂଟି ଚିପି ପ୍ରାଣ ନେଇଗଲା । ଆଉ ତାପରେ ମୁଣ୍ଡକାଟି ଦୁଇ କିଲୋମିଟର ଦୁରରେ ଫିଙ୍ଗି ଦେଲା । ଆଜି ସକାଳୁ ସକାଳୁ ଅଭିଯୁକ୍ତ ସଂଜୟକୁContinue reading “ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ଜାଣନ୍ତୁ, ହତ୍ୟାକାଣ୍ଡ ପଛର ବୀଭତ୍ସ କାହାଣୀ ।”
ହିଞ୍ଜିଳି ପାଇଁ ୨୮କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ସହର ଭଳି ପ୍ରତିଟି ସୁବିଧା ପାଇବେ ହିଞ୍ଜିଳିବାସୀ ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ହେଉଛନ୍ତି ଏ ଜାତିର ଓ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି ଓ ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି । ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେContinue reading “ହିଞ୍ଜିଳି ପାଇଁ ୨୮କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ସହର ଭଳି ପ୍ରତିଟି ସୁବିଧା ପାଇବେ ହିଞ୍ଜିଳିବାସୀ ।”
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ ।
କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ । ଗୁରୁବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି । ଅମିତ ଶାହା କହିଛନ୍ତି , ଟିକାକରଣ ପରେ ସିଏଏକୁ ଲାଗୁ କରାଯିବ ।Continue reading “କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ ।”
ଚଳନ୍ତା ଟ୍ରେନରେ ଚଢୁଥିବାବେଳେ ଖସୁପଡୁଥିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ମହିଳା ଆରପିଏଫ୍ ।
କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜଣେ ମହିଳା ଆରପିଏଫଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ମହିଳା ଆରପିଏଫ ଜଣକ ଏପରି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। ଏହି ଭିଡିଓ ବିଶାଖାପାଟନମ୍ ରେଳ ଷ୍ଟେସନରୁ ଆସିଛି। ଯେଉଁଥିରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସି ପଡ଼ୁଥିବା ଯାତ୍ରୀଙ୍କୁ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ମହିଳା ଆରପିଏଫ ତୁରନ୍ତ ଉଦ୍ଧାର କରି ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ମହିଳା ଆରପିଏଫଙ୍କContinue reading “ଚଳନ୍ତା ଟ୍ରେନରେ ଚଢୁଥିବାବେଳେ ଖସୁପଡୁଥିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ମହିଳା ଆରପିଏଫ୍ ।”
ବନ୍ଧାହେଲେ ଅପରାଜିତାଙ୍କ ସହଯୋଗୀ । ପୋଷ୍ଟର ମରା ଘଟଣାରେ ଗଣ୍ଡଗୋଳକୁ ନେଇ ଗିରଫଦାରୀ ।
କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ନୁଆ ମୋଡ ନେଇଛି । ଗତକାଲି ରାତିରେ ପୋଷ୍ଟରମରା ଘଟଣାକୁ ନେଇ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଦସ୍ୱବ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅତି ଘନିଷ୍ଠ ବ୍ୟକ୍ତିଥିବା ସୁଚନା ମିଳିଛି । ପୁରା ଘଟଣାକ୍ରମ ଥିଲା କିଛି ଏହିଭଳି । ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୁଲି ରାଜଧାନୀରContinue reading “ବନ୍ଧାହେଲେ ଅପରାଜିତାଙ୍କ ସହଯୋଗୀ । ପୋଷ୍ଟର ମରା ଘଟଣାରେ ଗଣ୍ଡଗୋଳକୁ ନେଇ ଗିରଫଦାରୀ ।”
ଦେଶରେ ମହଙ୍ଗା ହୋଇପାରେ ବିମାନଯାତ୍ରା । ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ।
କନକ ବ୍ୟୁରୋ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି । ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଫଳରେ ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ରହିଛି । ଗତ ବର୍ଷ ମେ ମାସରେ ବିମାନ ଚଳାଚଳ ଉପରେ ଲାଗୁ କଟକଣା ସାମାନ୍ୟContinue reading “ଦେଶରେ ମହଙ୍ଗା ହୋଇପାରେ ବିମାନଯାତ୍ରା । ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ସମ୍ଭାବନା ।”