କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ହେଲେ ବ୍ୟବହାର ହୋଇଥିବା ବିସ୍ଫୋରକକୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଇସ୍ରାଏଲ ସରକାର ମଧ୍ୟ ଏହାକୁ ଆଦଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଭାରତରେ ଥିବା ଇସ୍ରାଏଲ ଅଧିକାରୀଙ୍କ ସୁରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଇସ୍ରାଏଲ ଦୃଢୋକ୍ତି ପ୍ରକାଶ କରିଛିContinue reading “ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ”
Author Archives: Raghaba
ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।
କନକ ବ୍ୟୁରୋ : ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ ଅନୁଯାୟୀ, ୧ ଫେବ୍ରୁଆରୀରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଜଣ ସାମିଲ ହେବାକୁ ଅନୁମତି ମିଳିଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନContinue reading “ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।”
ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ
କନକ ବ୍ୟୁରୋ: ଉପରେ ଗୋ ଖାଦ୍ୟ ତଳେ ଗଂଜେଇ । ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ । କୋରାପୁଟରୁ ଉତ୍ତର ପ୍ରଦେଶ ହେଉଥିଲା ଗଂଜେଇ ଚାଲଣ । ଚୋରାଚାଲଣ ବେଳେ ଦୁଇ ଟନ ଗଂଜେଇ ଜବତ କଲା ଗୁଇନ୍ଦା ଅବକାରୀ ବିଭାଗ । ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲଣ ହେଉଥିଲା ୨ ଟନ ଗଂଜେଇ । ଗଂଜାମ ବ୍ରହ୍ମପୁର ନିକଟ କନିସି ଜାତୀୟ ରାଜପଥରୁ ଗଂଜେଇ ଜବତ କରିଛି ଅବକାରୀ ବିଭାଗContinue reading “ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ”
ଏପଟେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା
କନକ ବ୍ୟୁରୋ: ରାଜ୍ୟରେ ପ୍ରଭାରୀ, ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପୁରୁଣା ନେତାଙ୍କୁ ଖୋଜୁଥିବା ବେଳେ ଅନ୍ୟ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରାଙ୍କ ସମେତ ଦେବେନ୍ଦ୍ର ଶର୍ମା ଗତ ୨୬ ତାରିଖରୁ ଦିଲ୍ଲୀରେ ଅଛନ୍ତି । ରାଧାକାନ୍ତ ଦିଗାଲ, ରବୀନ୍ଦ୍ର କୁମାର ସେଠୀଙ୍କ ଭଳି ରାଜ୍ୟ କଂଗ୍ରେସରContinue reading “ଏପଟେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା”
ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା
କନକ ବ୍ୟୁରୋ: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଜଣେ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନାContinue reading “ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା”
କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ
କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଏବଂ କାହାରିକୁ ଆସେ ଏକଥା କେହି କହିପାରିବେନି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୀଳଗିରି ବାଲିଗୋହିରୀରେ । ଜେଜେବାପାଙ୍କ ଦଶାହ କ୍ରିୟା ପାଇଁ ଦଶାହ ଘାଟରେ ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯାଇ ନାତିର ମୃତ୍ୟୁ ହୋଇଛି । ବାଳିଗୋହିରୀ ଗାଁର ସୁରେଶ ମହାପାତ୍ରଙ୍କ ମୃତ୍ୟୁର ଦଶାହ କ୍ରିୟା ଚାଲିଥିଲା । ନାତି ଓଁକାର ମହାପାତ୍ର ଦଶାହରେ ମୁଣ୍ଡନ ପରେ ପୋଖରୀକୁ ବୁଡ଼ ପକାଇବାକୁ ଯାଇ ସେଠାରେContinue reading “କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ”
ପୁରୀ ବେଳାଭୂମିରେ କୋଷ୍ଟାଲ ଟ୍ରେକିଂର ଶୁଭାରମ୍ଭ: ବେଳାଭୂମି ସଫେଇରେ ହାତ ମିଳାଇଲେ ବିଭିନ୍ନ କ୍ଲବ ସଦସ୍ୟ
କନକ ବ୍ୟୁରୋ: ପରିବେଶ ସଚେତନତା ଓ ବେଳାଭୂମି ପରିଷ୍କାର, ପରିଚ୍ଛନ୍ନତା ରଖିବା ପାଇଁ ପୁରୀରୁ ଆରମ୍ଭ ହୋଇଛି କୋଷ୍ଟାଲ ଟେକ୍ରିଂ । ୨ ଦିନ ଧରି ଚାଲିବ ଏହି ବେଳାଭୂମି ସଫେଇ କାର୍ଯ୍ୟ । ପୁରୀ ଚିଲିକା ଧଳାବାଲିରେ ପ୍ରାୟ ୩୨ କିଲୋମିଟରର ଏହି ଟ୍ରେକିଂ ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ । ଏହା ପୁରୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେୟାରଫୁଟ ଓ ଭୁବନେଶ୍ୱରର ସାଇକ୍ଲିଂ କ୍ଲବ ଓ ୟୌକ ଟୁରୁଜିମ ମିଳିତ ସହଯୋଗରେContinue reading “ପୁରୀ ବେଳାଭୂମିରେ କୋଷ୍ଟାଲ ଟ୍ରେକିଂର ଶୁଭାରମ୍ଭ: ବେଳାଭୂମି ସଫେଇରେ ହାତ ମିଳାଇଲେ ବିଭିନ୍ନ କ୍ଲବ ସଦସ୍ୟ”
ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ
କନକ ବ୍ୟୁରୋ: ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକର ଭଣ୍ଡରି ପଂଚାୟତରେ ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଂଚଙ୍କ ପୁଅ ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କର ହାତ ଗୋଡ଼ ବାନ୍ଧି ନିର୍ମମ ହତ୍ୟା କରିଥିଲେ । ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣିContinue reading “ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ”
କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର
କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରେ ଏହା ଜଣାପଡ଼ିଛି । ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ନିଖୋଜ ଥିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି ।Continue reading “କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର”
କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ: ସୁବାସ ଘିଅର ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କଲା ଜଗତପୁର ପୋଲିସ । ନକଲି ଘିଅ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେଲା ପୋଲିସ ଖୋଜୁଥିବା ବେଳେ ତାଙ୍କୁ ଆଜି ଗିରଫ କରିଛି । ଗତ କିଛି ଦିନ ହେଲା କଟକରେ ନକଲି ସାମଗ୍ରୀ ଉପରେ ପୋଲିସ ଚଢଉ ଜାରି ରଖିଥିଲା । ତେବେ ଅନ୍ୟମାନେ ଲୁଚାଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାସ ଘିଅ ଏକ ଲୋକାଲContinue reading “କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ”