ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା । ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି । ସେପଟେ ଘଟଣା ପରେ ପରେ ଦିଲ୍ଲୀContinue reading “ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା । ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ”

କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ

କନକ ବ୍ୟୁରୋ: ଅନୁଗୁଳରୁ ନକଲି ତେଲ କାରାଖାନା ଠାବ । କୋଲକାତାରୁ ଆସୁଥିଲା ଏହି ଅପମିଶ୍ରିତ ତେଲ । ଅନୁଗୁଳ ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୋଲିସର ଚଢ଼ାଉ । ପୁଲିସର ସ୍ପେଶିଆଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲକୁ ଜବତ କରିଛନ୍ତି । ଏହି ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣContinue reading “କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ”

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ରାଜଧାନୀର ଗାନ୍ଧୀ ପାର୍କରେ ରାଜନୈତିକ ଦଳ ପକ୍ଷରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ଆଜି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ । ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ପରଲୋକ ହୋଇଥିଲା । ୧୯୪୮ର ଆଜିର ଦିନରେ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ମହାତ୍ମା ଗାନ୍ଧି ପ୍ରାଣ ହରାଇଥିଲେ । ଜଣେ ମହାତ୍ମା ଆଉ ସତ୍ୟର ସ୍ୱରଭାବେ ଭାରତୀୟଙ୍କ ଆତ୍ମାରେ ରହିଥିବା ମହାନାୟକଙ୍କୁContinue reading “ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ରାଜଧାନୀର ଗାନ୍ଧୀ ପାର୍କରେ ରାଜନୈତିକ ଦଳ ପକ୍ଷରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ।”

ଫେବ୍ରୁଆରୀ ୧୫ଠୁ ସ୍ୱାଭାବିକ ହେବ ହାଇକୋର୍ଟ: ପୂର୍ବ ପରି ଚାଲିବ କୋର୍ଟ କାମ, ମାନିବାକୁ ପଡିବ ଏସଓପି

କନକ ବ୍ୟୁରୋ: ଫେବ୍ରୁଆରୀ ୧୫ରୁ ହାଇକୋର୍ଟରେ ପୂର୍ବଭଳି ମାମଲା ଶୁଣାଣି ଆରମ୍ଭ ହେବ । କରୋନା ପାଇଁ ଶୁଣାଣିରେ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ ପୁଣି ଥରେ ସ୍ୱାଭାବିକ ହେବ ଶୁଣାଣି । ଏନେଇ ଜାରି ହେଲା ବିଜ୍ଞପ୍ତି । ଅଦାଲତ କୋଠରୀରେ ଆଇନଜୀବୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତି ରହି ମାମଲା ପରିଚାଳନା କରିପାରିବେ । ଆସନ୍ତା ୧୫ ତାରିଖରୁ ଫିଜିକାଲ ମୋଡରେ ମାମଲା ଶୁଣାଣି ଆରମ୍ଭ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେContinue reading “ଫେବ୍ରୁଆରୀ ୧୫ଠୁ ସ୍ୱାଭାବିକ ହେବ ହାଇକୋର୍ଟ: ପୂର୍ବ ପରି ଚାଲିବ କୋର୍ଟ କାମ, ମାନିବାକୁ ପଡିବ ଏସଓପି”

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ: କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର; କୁଚିଣ୍ଡା ଉପଖଣ୍ଡରେ ଏବେବି ପଡି ରହିଛି ହଜାର ହଜାର ବସ୍ତା ଧାନ

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । ହନ୍ତସନ୍ତ ହେଲେ ଚାଷୀ । ମିଲର ଧାନ ଟାର୍ଗେଟ ଉଠାଇ ସାରିଥିବା ବେଳେ, ବଳକା ଧାନ ମଣ୍ଡିରେ ପଡିରହିଛି ଧାନ । କୁଚିଣ୍ଡା ଉପଖଣ୍ଡରେ ବିଭିନ୍ନ ମଣ୍ଡରେ ପାଖାପାଖି ଲକ୍ଷାଧିକ ଧାନ ବସ୍ତା ପଡିରହିଥିବା ବେଳେ ଗତକାଲି ଅଦିନିଆ ବର୍ଷା ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । କେବେ ସରକାର ଟୋକନ ଅବଧି ବଢାଇବେ, ଆଉ କେବେ ଚାଷୀ ଧାନ ବିକିବେ, ସେ ନେଇ ଚିନ୍ତାରେContinue reading “ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ: କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର; କୁଚିଣ୍ଡା ଉପଖଣ୍ଡରେ ଏବେବି ପଡି ରହିଛି ହଜାର ହଜାର ବସ୍ତା ଧାନ”

ଅର୍ଥନୀତିର ଜଟିଳ ପାଠକୁ ସରଳଭାଷାରେ ବୁଝାଇଲେ କୃଷ୍ଣମୂର୍ତ୍ତି ସୁବ୍ରମଣିଅନ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ

କନକ ବ୍ୟୁରୋ: ଗତକାଲି ସଂସଦରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଥିବାବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ । ଏଥିରେ ଗତବର୍ଷ ଦେଶର ଅର୍ଥନୀତି କିଭଳି ପ୍ରଦର୍ଶନ କରିଛି, ତାର ସମୀକ୍ଷା କରି ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା କିଭଳି ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ସେନେଇ ଆକଳନ କରାଯାଇଥାଏ ।Continue reading “ଅର୍ଥନୀତିର ଜଟିଳ ପାଠକୁ ସରଳଭାଷାରେ ବୁଝାଇଲେ କୃଷ୍ଣମୂର୍ତ୍ତି ସୁବ୍ରମଣିଅନ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ”

ବିସ୍ଫୋରଣ ପରେ ଦିଲ୍ଲୀ ଓ ୟୁପିରେ ବଢିଲା ସୁରକ୍ଷା । ଇସ୍ରାଏଲ ଦୂତାବାସ ନିକଟରୁ ମିଳିଲା ଲଫାପା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି । ସେପଟେ ଘଟଣା ପରେ ପରେ ଦିଲ୍ଲୀContinue reading “ବିସ୍ଫୋରଣ ପରେ ଦିଲ୍ଲୀ ଓ ୟୁପିରେ ବଢିଲା ସୁରକ୍ଷା । ଇସ୍ରାଏଲ ଦୂତାବାସ ନିକଟରୁ ମିଳିଲା ଲଫାପା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା”

ମହଙ୍ଗା ପଡିଲା ଆକ୍ରମଣ । ଚାଷୀ ଆନ୍ଦୋଳନରେ ପୋଲିସ ଏସଏଚଓଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏଁ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ

କନକ ବ୍ୟୁରୋ: ଦିଲ୍ଲୀ କୃଷକ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କୁ ମହଙ୍ଗା ପଡିଲା ପୋଲିସ ଏସଏଚଓଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିବା । ସିଂଘୁ ବର୍ଡରରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୁରକ୍ଷା ଦାୟିତ୍ୱରେ ଥିଲେ ଦିଲ୍ଲୀ ପୋଲିସ ଏସଏଚଓ ପ୍ରଦୀପ ପାଲିୱାଲ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଗଲା ବେଳେ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ତେବେ ଭିଡିଓ ଫୁଟେଜକୁ ସଂଗ୍ରହ କରି ଏହି ଘଟଣାରେ ଏଯାବାତ୍ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀContinue reading “ମହଙ୍ଗା ପଡିଲା ଆକ୍ରମଣ । ଚାଷୀ ଆନ୍ଦୋଳନରେ ପୋଲିସ ଏସଏଚଓଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏଁ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ”

କୁହୁଡି ଆସ୍ତରଣରେ କୋରାପୁଟ ଜିଲ୍ଲା । ଘନ କୁହୁଡି ଯୋଗୁଁ ଦିଶୁନାହିଁ ରାସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନ ପରେ କୋରାପୁଟ ଜିଲ୍ଲାକୁ ଫେରିଛି କୁହୁଡ଼ି ।  ଚାରିଆଡ଼େ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ପାଇଁ ରାସ୍ତା ଘାଟ ଦେଖାଯାଉ ନାହିଁ । ଲାଇଟ ଲଗାଇ ରାସ୍ତାରେ ଗାଡ଼ି ଚଳାଚଳ କରୁଛି । ଘନ କୁହୁଡ଼ି ପାଇଁ ଯାତାୟତରେ ସମସ୍ୟା ଦେଖା ଦେଉଛି । କିଛି ଗାଡି କୁହୁଡ଼ି ପାଇଁ ରାଜ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସେହିପରି ନାରାୟଣପାଟଣାରେ ମଧ୍ୟ ଘନ କୁହୁଡ଼ିରContinue reading “କୁହୁଡି ଆସ୍ତରଣରେ କୋରାପୁଟ ଜିଲ୍ଲା । ଘନ କୁହୁଡି ଯୋଗୁଁ ଦିଶୁନାହିଁ ରାସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ”

ପୁଣି ଓଲଟିଲା ବସ୍ । ରାୟଗଡା ବିଷମକଟକ ଥାନା ପୁରୀକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୯ ଆହତ

କନକ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ହୋଇଥିବା ଜଣାପଡିଛି । ତେବେ ବଡ଼ମ୍ବା ନୟାଗଡ଼ଠାରୁ ଜୟପୁର ଅଭିମୁଖେ ଏହି ଯାତ୍ରୀବାହୀ ବସଟି ଯାଉଥିଲା । ବିଷମକଟକ ଥାନା ପୁରୀକଣା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାରContinue reading “ପୁଣି ଓଲଟିଲା ବସ୍ । ରାୟଗଡା ବିଷମକଟକ ଥାନା ପୁରୀକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୯ ଆହତ”

Design a site like this with WordPress.com
Get started