କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ପରୀକ୍ଷା ଦର୍ପଣ । ସରକାର ଓ ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରାୟ ୭ଶହ ପୃଷ୍ଠାର ଏହି ପରୀକ୍ଷା ଦର୍ପଣ ସମସ୍ତ ୬ ଲକ୍ଷ ପିଲାଙ୍କୁ ବଣ୍ଟାଯିବ । କୋଭିଡ୍ ପାଇଁ ସ୍କୁଲ ବନ୍ଦ ରହିଥିଲା । ତେଣୁ ପାଠପଢା ବି ହୋଇ ପାରୁନଥିଲା । ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଟେଷ୍ଟ ପେପର ଶୈଳୀରେ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି । ପ୍ରକାଶ ପାଇଲାContinue reading “କରୋନା ସମୟରେ ମାଟ୍ରିକ ପିଲାଙ୍କ ଚାପ କମାଇବ ‘ପରୀକ୍ଷା ଦର୍ପଣ’ । ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର । “
Author Archives: Raghaba
ଯାଜପୁର ରାସ୍ତାକଡ଼ରୁ ମିଳିଲା ରମାଦେବୀରେ ପଢୁଥିବା ମୟୁରଭଞ୍ଜ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରେ ଓହ୍ଲାଇବା ପରେ ହୋଇଯାଇଥିଲେ ଗାଏବ, ସିସିଟିଭିରୁ ମିଳିଲା ସୁରାଗ ।
କନକ ବ୍ୟୁରୋ : ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଏକ ଅପରାଧ କାହାଣୀ । ରହସ୍ୟଜନକ ଭାବେ ରମାଦେବୀ କଲେଜର ଯୁକ୍ତ ୩ରେ ପାଠ ପଢୁଥିବା ଜଣେ ଝିଅଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ ଜଣଙ୍କ । ଏହାପରେ ମେସେଜ୍ କରୁଥିଲେ, ସେ ଠିକ୍ ଅଛନ୍ତି । କିନ୍ତୁ ହଠାତ୍ ପରଦିନ ଯାଜପୁରରେ ମିଳିଲା ମୃତଦେହ । ଏହି ଘଟଣା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ବସରୁContinue reading “ଯାଜପୁର ରାସ୍ତାକଡ଼ରୁ ମିଳିଲା ରମାଦେବୀରେ ପଢୁଥିବା ମୟୁରଭଞ୍ଜ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରେ ଓହ୍ଲାଇବା ପରେ ହୋଇଯାଇଥିଲେ ଗାଏବ, ସିସିଟିଭିରୁ ମିଳିଲା ସୁରାଗ ।”
ଚାଷୀ ଆନ୍ଦୋଳନରେ ନୂଆ ମୋଡ । ଆନ୍ଦୋଳନରୁ ଓହରିଲେଣି କିଛି କୃଷକ ସଂଗଠନ । ଚାଷୀ ନେତା କହିଲେ, ଦେଶକୁ ବଦନାମ କରିବା ତାଙ୍କର ଉଦେଶ୍ୟ ନଥିଲା, ଏଭଳି ଚାଲିବନି ଆନ୍ଦୋଳନ ।
କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛିContinue reading “ଚାଷୀ ଆନ୍ଦୋଳନରେ ନୂଆ ମୋଡ । ଆନ୍ଦୋଳନରୁ ଓହରିଲେଣି କିଛି କୃଷକ ସଂଗଠନ । ଚାଷୀ ନେତା କହିଲେ, ଦେଶକୁ ବଦନାମ କରିବା ତାଙ୍କର ଉଦେଶ୍ୟ ନଥିଲା, ଏଭଳି ଚାଲିବନି ଆନ୍ଦୋଳନ । “
ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ – ସୁଇମିଂ ପୁଲ୍, ସିନେମା ହଲ୍ ଏବଂ ଥିଏଟର ପାଇଁ ଆସିବ ନୂଆ ମାର୍ଗଦର୍ଶିକା
କନକ ବ୍ୟୁରୋ: ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫେବୃଆରୀ ମାସ ପାଇଁ ଘୋଷଣା କରିଛି ନୂଆ ଗାଇଡଲାଇନ୍ । ଏହି କଟକଣା ଫେବୃଆରୀ ପହିଲାରୁ ଆରମ୍ଭ ହୋଇ ଏହି ମାସର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଗାଇଡଲାଇନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଏଥିସହ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ ।Continue reading “ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ – ସୁଇମିଂ ପୁଲ୍, ସିନେମା ହଲ୍ ଏବଂ ଥିଏଟର ପାଇଁ ଆସିବ ନୂଆ ମାର୍ଗଦର୍ଶିକା”
ଦିନିକିଆରେ ପୁଣି ନମ୍ବର ୱାନ୍ କୋହଲି, ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା
କନକ ବ୍ୟୁରୋ: ଆଇସିସି ପକ୍ଷରୁ ଜାରି ହେଲା ନୂଆ ରାଙ୍କିଙ୍ଗ୍ । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ୱାନ୍ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି । ତାଙ୍କ ସହିତ ହିଟ୍ ମ୍ୟାନ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି । ବୁଧବାର ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ ପକ୍ଷରୁ ନୂଆ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏଥିରେ ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଭାରତର ଦୁଇ ଓପନର ରହିଥିବାବେଳେ ଏହା ପଛକୁ ତୃତୀୟContinue reading “ଦିନିକିଆରେ ପୁଣି ନମ୍ବର ୱାନ୍ କୋହଲି, ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା”
ଆସିଲା ସୌରଭ ସ୍ୱାସ୍ଥ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ପଢ଼ନ୍ତୁ କ’ଣ କହିଲେ ହସ୍ପିଟାଲ କର୍ତ୍ତୁପକ୍ଷ…
କନକ ବ୍ୟୁରୋ: ଆପୋଲୋ ଦେଲା ଆଶ୍ୱସ୍ତିକର ଖବର, ଛାତିରେ ଯନ୍ତ୍ରଣା ନେଇ ଚେକ୍-ଅପ୍ କରିବାକୁ ହସ୍ପିଟାଲ ଆସିଛନ୍ତି ସୌରଭ ଗାଙ୍ଗୁଲି । ଏପରିକି ପୂର୍ବଥର ହସ୍ପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ପାରାମିଟରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସବୁଠାରୁ ବଡ଼କଥା ହେଲା କି, ଦାଦାଙ୍କ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡ଼ିକ ସ୍ଥିର ରହିଛି ବୋଲି କଲିକତା ଆପୋଲୋ ହସ୍ପିଟାଲ କର୍ତ୍ତୁପକ୍ଷ ଏଏନଆଇ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି । Sourav Ganguly has come forContinue reading “ଆସିଲା ସୌରଭ ସ୍ୱାସ୍ଥ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ପଢ଼ନ୍ତୁ କ’ଣ କହିଲେ ହସ୍ପିଟାଲ କର୍ତ୍ତୁପକ୍ଷ…”
ଆଗାମୀ ଦୁଇଦିନ ଶୁଖିଲା ରହିବ ପାଗ । ଘନ କୁହୁଡିର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ରହିବ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଆଦି ରହିଛି । ସେହିପରି ୨୮ରୁ ୨୯ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ଜିଲ୍ଲାରେ ବି ମଧ୍ୟମ ଧରଣର କୁହୁଡି ହେବାରContinue reading “ଆଗାମୀ ଦୁଇଦିନ ଶୁଖିଲା ରହିବ ପାଗ । ଘନ କୁହୁଡିର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ସହରର ଚାକଚକ୍ୟକୁ ଭୁଲି ଗାଁ’କୁ ଫେରିଛନ୍ତି ଅବସରପ୍ରାପ୍ତ କୁଳପତି । ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ
କନକ ବ୍ୟୁରୋ: ଅନେକ ଲୋକ ନିଜ ଗାଁକୁ ସଂପୂର୍ଣ୍ଣ ରୂପେ ଭୁଲିଯାଇ ସହରରେ ବାସ କରିଥାଆନ୍ତି । ଏପରି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଭଳି ନିପଟ ମଫସଲରେ ରହି ଚାଷ କାମ ସାଙ୍ଗକୁ ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ମନବଢାଇଛନ୍ତି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକContinue reading “ସହରର ଚାକଚକ୍ୟକୁ ଭୁଲି ଗାଁ’କୁ ଫେରିଛନ୍ତି ଅବସରପ୍ରାପ୍ତ କୁଳପତି । ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ”
ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ପକ୍ଷରୁ ମିଳିଲା ଜାମିନ୍
କନକ ବ୍ୟୁରୋ: ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି । ୨ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବାପା-ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଗତ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘContinue reading “ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ପକ୍ଷରୁ ମିଳିଲା ଜାମିନ୍”
ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସ୍ୱତନ୍ତ୍ର ଅଭିଯାନରେ ନିଖୋଜ ପିଲାଙ୍କୁ କଲେ ଉଦ୍ଧାର, ମାତ୍ର ୮ ଦିନରେ ସାରା ରାଜ୍ୟରୁ ୮୯୪ ପିଲା ଉଦ୍ଧାର ।
କନକ ବ୍ୟୁରୋ: ସଫଳ ହେଉଛି ସ୍ପେଶାଲ ଡ୍ରାଇଭ୍ । ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ଡ୍ରାଇଭ୍ । ଯେଉଁଥିରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ ଥିବାବେଳେ ୮୦୦ ଜଣ ବାଳିକା ଥିବା ରାଜ୍ୟ ପୋଲିସ ବିଭାଗ ସୂଚନା ଦେଇଛି । ସବୁଠାରୁ ବଡ଼କଥା ହେଲା କି, ଏହି ସ୍ୱତନ୍ତ୍ର ଅଭିଯାନରେ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାର ୧୨୭ ଜଣContinue reading “ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସ୍ୱତନ୍ତ୍ର ଅଭିଯାନରେ ନିଖୋଜ ପିଲାଙ୍କୁ କଲେ ଉଦ୍ଧାର, ମାତ୍ର ୮ ଦିନରେ ସାରା ରାଜ୍ୟରୁ ୮୯୪ ପିଲା ଉଦ୍ଧାର ।”