ଚାଷୀ ଆନ୍ଦୋଳନରୁ ଓହରିଲେ ୨ଟି ଚାଷୀ ସଙ୍ଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନର ଚାଷୀ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଥିବା ଆନ୍ଦୋଳନରେ ଆସିଛି ନୂଆ ମୋଡ । ବୁଧବାର କୃଷକ ନେତା ବିଏମ୍ ସିଂଙ୍କ ଏକ ବଡ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଚାଷୀ ଆନ୍ଦୋଳନରୁ ଓହରି ଯାଇଛି । ଏହା ସହ ଭାରତୀୟ କିଷାନ ୟୁନିୟନ ମଧ୍ୟ ଚାଷୀ ଆନ୍ଦୋଳନରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି । ବିଏମ ସିଂ କହିଛନ୍ତି ଯେ, ସେContinue reading “ଚାଷୀ ଆନ୍ଦୋଳନରୁ ଓହରିଲେ ୨ଟି ଚାଷୀ ସଙ୍ଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନର ଚାଷୀ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର”

ଭାରତରୁ ଭ୍ୟାକସିନ୍ କିଣିବ ଶ୍ରୀଲଙ୍କା । କରୋନା ଟିକାର ୩ ମିଲିୟନ୍ ଡୋଜ୍ କିଣିବ ଶ୍ରୀଲଙ୍କା ।

କନକ ବ୍ୟୁରୋ : ଭାରତରୁ କରୋନା ଟିକାର ୨-୩ ମିଲିୟନ ଡୋଜ କିଣିବ ଶ୍ରୀଲଙ୍କା । ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକା କୋଭିସିଲ୍ଡକୁ ଆଗାମୀ ୨ଦିନ ମଧ୍ୟରେ ଶ୍ରୀଲଙ୍କା କିଣିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି ଭାରତର କୋଭିସିଲ୍ଡ ଟିକା ଶ୍ରୀଲଙ୍କାରେ ପହଞ୍ଚିବ ଏବଂ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏହାକୁ ଗ୍ରହଣ କରିବେ । ମୋଟ ୨୫୦,୦୦୦ ଲୋକ, ମୁଖ୍ୟତଃ ସ୍ୱାସ୍ଥ୍ୟକର୍ମୀ, ପୁଲିସ କର୍ମୀ ଏବଂ ଗୁରୁତର ରୋଗରେContinue reading “ଭାରତରୁ ଭ୍ୟାକସିନ୍ କିଣିବ ଶ୍ରୀଲଙ୍କା । କରୋନା ଟିକାର ୩ ମିଲିୟନ୍ ଡୋଜ୍ କିଣିବ ଶ୍ରୀଲଙ୍କା ।”

ମୁଣ୍ଡରେ ହାତ ଦେଇଛନ୍ତି ମକାଚାଷୀ ! ଅମଳ ପରେ ବିକ୍ରିକୁ ନେଇ ଚିନ୍ତାରେ ମକା ଚାଷୀ । ମଣ୍ଡିରେ ଧାର୍ଯ୍ୟ ହୋଇପାରୁନି ମକା ଦର, ଗାଁ ଗାଁ ବୁଲି କମ୍ ଦରରେ ମକା କିଣି ନେଉଛନ୍ତି ଦଲାଲ

କନକ ବ୍ୟୁରୋ: ମକା ଚାଷରେ ସାରା ଏସିଆରେ ଦିନେ ପ୍ରସିଦ୍ଧ ଲାଭ କରିଥିବା ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଏବେ ସଙ୍କଟରେ । କାରଣ ଜିଲ୍ଲାରେ ମକା ମଣ୍ଡି ଖୋଲି ନଥିବାରୁ ଉତ୍ପାଦିତ ମକାକୁ ଉଚିତ୍ ଦର ରେ ବିକ୍ରି କରି ପାରୁନାହାଁନ୍ତି ଚାଷୀ । ମୁନାଫା ଖୋର୍ ବ୍ୟବସାୟୀଙ୍କୁ କମ୍ ଦରରେ ମକା କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ମକା ଚାଷକୁ ନେଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଂଚଳ ବେଶ ପରିଚିତContinue reading “ମୁଣ୍ଡରେ ହାତ ଦେଇଛନ୍ତି ମକାଚାଷୀ ! ଅମଳ ପରେ ବିକ୍ରିକୁ ନେଇ ଚିନ୍ତାରେ ମକା ଚାଷୀ । ମଣ୍ଡିରେ ଧାର୍ଯ୍ୟ ହୋଇପାରୁନି ମକା ଦର, ଗାଁ ଗାଁ ବୁଲି କମ୍ ଦରରେ ମକା କିଣି ନେଉଛନ୍ତି ଦଲାଲ”

ବଞ୍ଚିଥିବା ଅବସ୍ଥାରେ ପୁଅର ଶୁଦ୍ଧିକ୍ରିୟା କଲା ବାପା । ଗାଁ ଲୋକଙ୍କ ବାସନ୍ଧ ପରେ ପୁଅର ମୃତ୍ୟୁ ପାଇଁ ଭୋଜିଦେଲା ବାପା

କନକ ବ୍ୟୁରୋ: ବଂଚି ଥାଉ ଥାଉ ପୁଅର ଶୁୁଦ୍ଧିକ୍ରିୟା କଲେ ପରିବାର । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଗାୟାଗଣ୍ଡା ବାଘୁଆ ଗାଁର ହରିଜନ ବସ୍ତିରେ ଘଟିଛି ଏଭଳି ଘଟଣା । ରୋଗ ଯନ୍ତ୍ରଣା ଓ ମାନସିକ ଚାପର ଶିକାର ହୋଇ ୨୧ ଦିନ ଏକ ଘରକିଆ ରହିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି । ଆଉ ସେଇ ବାସନ୍ଦ ବୋଝକୁ ହାଲୁକା କରିବା ପାଇଁ ଛାତିରେ ପଥର ରଖିContinue reading “ବଞ୍ଚିଥିବା ଅବସ୍ଥାରେ ପୁଅର ଶୁଦ୍ଧିକ୍ରିୟା କଲା ବାପା । ଗାଁ ଲୋକଙ୍କ ବାସନ୍ଧ ପରେ ପୁଅର ମୃତ୍ୟୁ ପାଇଁ ଭୋଜିଦେଲା ବାପା”

ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍

କନକ ବ୍ୟୁରୋ: ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ବିଭାଗୀୟ ଅଧିକାରୀଙ୍କୁ ଅଡୁଆରେ ପକାଇଛି ଜିଏସଟି ଠକେଇ । ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍ କରି ହିସାବ ମାଗିଛି ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଫଲ୍ସ ଭାଉଚର୍ ଦେଇ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଉପରେ ଜିଏସଟି ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନୋଟିସ୍Continue reading “ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍”

ଫେବୃଆରୀ  ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ଚେନ୍ନାଇରେ ଖେଳାଳି କିଣିବେ ଫ୍ରାଞ୍ଚାଇଜ୍  । ବିସିସିଆଇ କଲା ଘୋଷଣା 

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟୁର୍ଣ୍ଣାମେଣ୍ଟର ଖେଳାଳି  ନିଲାମ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୧୮ ତାରିଖରେ ହେବ । ଏନେଇ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଏଥର ଚେନ୍ନାଇରେ ଖେଳାଳିମାନଙ୍କର ମିନି ନିଲାମ ପ୍ରକ୍ରିୟା ହେବ ବୋଲି କୁହାଯାଇଛି । ଆଇପିଏଲ୍ ନିଲାମ ପ୍ରକ୍ରିୟା ପୂର୍ବରୁ ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ୨୦ ତାରିଖ ଏହାର ଶେଷ ଦିନ ଥିଲା । ତେବେ ଫେବୃଆରୀ  ୪ ତାରିଖContinue reading “ଫେବୃଆରୀ  ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ଚେନ୍ନାଇରେ ଖେଳାଳି କିଣିବେ ଫ୍ରାଞ୍ଚାଇଜ୍  । ବିସିସିଆଇ କଲା ଘୋଷଣା “

କୋଇଡା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ସିପିଆଇଏମର ବିରୋଧ । ବ୍ଲକ ପରିସର ଭିତରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି । 

କନକ ବ୍ୟୁରୋ : କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବିରୋଧରେ ପିସି ନେବା, ରାଜନୈତିକ ପକ୍ଷପାତିତା ,ଜାତିଆଣ ଭେଦଭାବ ଓ ଲୋକପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ହଟାଇବାକୁ ଦଳ ଦାବି କରିଛି। ବିକ୍ଷୋଭ ପ୍ରଦର୍ଶନରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ,  ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ସରପଞ୍ଚ ସୁସିଲା ମୁଣ୍ଡା, ସରପଞ୍ଚ ଭୀମସେନ ଦେହୁରୀ, ସରପଞ୍ଚ ଅନିଲ ବାର୍ଲାContinue reading “କୋଇଡା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ସିପିଆଇଏମର ବିରୋଧ । ବ୍ଲକ ପରିସର ଭିତରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି । “

ଭର୍ତ୍ତୃହରିଙ୍କ ବୟାନକୁ ନେଇ ବର୍ଷିଲେ ଦେବାଶିଷ । କହିଲେ, ବସ ଟର୍ମିନାଲ କଟକବାସୀଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ, ଏମିତି କହିବା ଆଦୌ ଠିକ୍ ନୁହେଁ ।

କନକ ବ୍ୟୁରୋ : କଟକ ବସ ଟର୍ମିନାଲକୁ ନେଇ କଟକ ସାଂସଦ ଭର୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଗତକାଲି ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ । ଏହା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି, ଭର୍ତୃହରି ଏମିିତି କହିବା ଠିକ ହୋଇନାହିଁ । ବିଜେଡି ପାଇଁ ସେ ସାଂସଦ ହୋଇଛନ୍ତି , ଏ କଥା ସେContinue reading “ଭର୍ତ୍ତୃହରିଙ୍କ ବୟାନକୁ ନେଇ ବର୍ଷିଲେ ଦେବାଶିଷ । କହିଲେ, ବସ ଟର୍ମିନାଲ କଟକବାସୀଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ, ଏମିତି କହିବା ଆଦୌ ଠିକ୍ ନୁହେଁ ।”

ପୁଣିଥରେ ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ହେଲେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ଦେଶବାସୀ । 

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ପୁଣିଥରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି । ଏହାପୂର୍ବରୁ ମଧ୍ୟ ଛାତିରେଳ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁContinue reading “ପୁଣିଥରେ ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ହେଲେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ଦେଶବାସୀ । “

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ

କନକ ବ୍ୟୁରୋ: ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ଶ୍ରମିକ କଂଗ୍ରେସ ଅଫିସ ,ମଂଚେଶ୍ୱରରେ ପ୍ରଥମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ଶ୍ରମିକ ସଂଗଠନର ଶାଖା ସଂପାଦକ କ୍ଷୀରୋଦ କୁମାର ସେନାପତି କହିଛନ୍ତି, ସମାଜ ପାଇଁ ରକ୍ତର ଆବଶ୍ୟକତା ରହିଛି । ଏହି ବର୍ଷଠାରୁ ଆମ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ପ୍ରତିବର୍ଷ ଜାରି ରହିବ । ମଂଚେଶ୍ୱର ରେଲୱେ ପକ୍ଷରୁ ୱାର୍କସପର ଚିଫ ୱାକର୍ସ ମ୍ୟାନେଜର ସୁବାଷContinue reading “ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ”

Design a site like this with WordPress.com
Get started