ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଚଳିତ ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଦାବି ଉପସ୍ଥାପନା କରିଛନ୍ତି । ୭ ହଜାର ୨ ଶହ କୋଟି ଦେବାକୁ ଦାବି କଲା ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କାContinue reading “ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଲେ ରାଜ୍ୟ ସରକାର ।”

କିଏ ଏହି ଦୀପ ସିଦ୍ଧୁ? ଦିଲ୍ଲୀ ହିଂସାରେ ରହିଛି କି ଭୂମିକା? ମୋଦିଙ୍କ ସହ ଏକ ଫଟୋରେ ନଜର ଆସିଥିଲେ ଦୀପ୍

ଲାଲକିଲ୍ଲାରେ ପତାକା ଉଡାଇବା ହେଉ କିମ୍ବା ଦିଲ୍ଲୀରେ ପୁଲିସ କର୍ମୀଙ୍କୁ ଆକ୍ରମଣ ଏହାରି ପଛରେ ପଞ୍ଜାବର ଏମିତି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯାହାଙ୍କର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପ ସିଦ୍ଧୁ | ତେବେ ଦୀପ ସିଦ୍ଧୁ କିଏ ଓ ଦିଲ୍ଲୀ ହିଂସା ଘଟଣାରେ କିଭଳି ସେ ସାମିଲ ହେଲେ ସେ ବାବଦରେ ଜାଣନ୍ତୁ | ଦୀପ ସିଦ୍ଧୁ ୧୯୮୪ ରେContinue reading “କିଏ ଏହି ଦୀପ ସିଦ୍ଧୁ? ଦିଲ୍ଲୀ ହିଂସାରେ ରହିଛି କି ଭୂମିକା? ମୋଦିଙ୍କ ସହ ଏକ ଫଟୋରେ ନଜର ଆସିଥିଲେ ଦୀପ୍”

ବନ୍ଧା ହେଲେ ପୋଲିସ ବାବୁ । ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ

କନକ ବ୍ୟୁରୋ: ବନ୍ଧା ହେଲେ ପୁଲିସ ବାବୁ । ପ୍ରେମ କରି ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗି ଥାନା ପୁଲିସ ଭାଗିରଥୀ ଦାସଙ୍କୁ ପୁଲିସ ଗିରଫ କରିଛି । ତେବେ କୋଭିଡ ସମୟରେ ନିଯୁକ୍ତି ପାଇଥିଲେ ଭାଗିରଥୀ । କିିଛି ଦିନ ତଳେ ଜଣେ ବିବାହିତ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଭାଗିରଥୀ ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ପୁଲିସ ବାବୁ ଉକ୍ତ ମହିଳା ଜଣଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇContinue reading “ବନ୍ଧା ହେଲେ ପୋଲିସ ବାବୁ । ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ”

ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା

କନକ ବ୍ୟୁରୋ : ଦିଲ୍ଲୀରେ କୃଷକଙ୍କ ହିଂସାକାଣ୍ଡ ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ଗତକାଲିର ଘଟଣା ନେଇ ୨ ଶହ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ । ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି । ଦିଲ୍ଲୀ ପୋଲିସ କହିଛି,Continue reading “ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା”

ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ସିସିଟିଭିରେ ଧରାପଡିଲା ସତ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ  ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ସ୍କୁଟିରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ମଝିରେ ବସେଇ ନେଇକି ଆସୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯୁବତୀଙ୍କୁ ଦୁଇ ଯୁବକ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ କହିଛନ୍ତି । ତେବେ ମୃତଦେହ ମିଳିଥିବା ଯୁବତୀ ମୟୁରଭଂଜର । ଗତକାଲି ବସ ଯୋଗେ ଆସି ସେ ଭୁବନେଶ୍ୱର ବାଣୀବିହାରରେContinue reading “ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ”

କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ

କନକ ବ୍ୟୁରୋ: ରାଜ୍ୟରେ ଜୋରସୋରରେ ଚାଲିଛି କରୋନା ଟିକାକରଣ । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତ ବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା । ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାContinue reading “କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ”

ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।

କନକ ବ୍ୟୁରୋ : ଆଇଆଇଟି ଭୁବନେଶ୍ୱରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର ଶିକ୍ଷାନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିବା ପରେ ପରେଡ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ, ଗଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ନିଜ ଅଭିଭାଷଣରେ ପ୍ରଫେସର ରାଜା କୁମାର ସାଧାରଣ ଲୋକଟିଏ ପାଇଁ ସମ୍ବିଧାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଥିଲେ । ଦେଶବାସୀଙ୍କୁ ଭ୍ରାତୃତ୍ୱଭାବରେ ଯୋଡି ରଖିବାର ସବୁଠୁ ବଡContinue reading “ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।”

ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ

କନକ ବ୍ୟୁରୋ: ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର । ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁContinue reading “ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ”

ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ କ୍ୱିନଙ୍କ କଡା ପ୍ରତିକ୍ରିୟା । କଙ୍ଗନା କହିଲେ, ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେନାନଙ୍କୁ ଜେଲରେ ରଖାଯାଉ

ଦିଲ୍ଲୀ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କ୍ରମାଗତ ଭାବରେ ପ୍ରତିକ୍ରିୟା ରଖୁଛନ୍ତି । ପ୍ରଥମେ ସେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କରିଛନ୍ତି। Sick and tired of riots and blood bath almost every month , Delhi, Bangalore and now again Delhi #दिल्ली_पुलिस_लठ_बजाओContinue reading “ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ କ୍ୱିନଙ୍କ କଡା ପ୍ରତିକ୍ରିୟା । କଙ୍ଗନା କହିଲେ, ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେନାନଙ୍କୁ ଜେଲରେ ରଖାଯାଉ”

ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ : ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ଏଥର ପ୍ରାୟ ୩ ହଜାର ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । ଜାନୁଆରୀ ୨୧ ତାରିଖରୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହୋଇଛି । ଫଳରେ ହଜାର ହାଜର ଭକ୍ତଙ୍କ ସୁଅ ଛୁଟୁଛି । ଭକ୍ତଙ୍କ ସଂସ୍ପର୍ଶରେ ସେବାୟତମାନେContinue reading “ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ : ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା”

Design a site like this with WordPress.com
Get started