କନକ ବ୍ୟୁରୋ : ଆଇନ ଆଖିରେ ସମସ୍ତେ ସମାନ । ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ମହିଳା ପୋଲିସ କର୍ମଚାରୀ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଜ ବାପାଙ୍କ ଚାଲାଣ କାଟିବାକୁ ବି ପଛାଇ ନଥିଲେ ଏହି ମହିଳା ପୋଲିସ ଜଣଙ୍କ । ତେବେ ସେ ଦିନକ ପାଇଁ ଖାକି ବର୍ଦ୍ଦି ପିନ୍ଧିଥିଲେ ସତ ହେଲେ ତାଙ୍କର ଏଭଳି କାର୍ଯ୍ୟ ପ୍ରମାଣିତ କରିଦେଇଥିଲା କି ସେ ଅପରାଧୀ ହୁଅନ୍ତୁ ବା ସମ୍ପର୍କୀୟ ଅପରାଧ ସବୁବେଳେContinue reading “ଆଇନର ପରିଭାଷା ଶିଖାଇ ଦେଲେ କଲେଜ ଛାତ୍ରୀ : ଦିନିକିଆ ଟ୍ରାଫିକ ଅଧିକାରୀ ସାଜିଲେ, ସଚ୍ଚୋଟତାର ପରିଚୟ ଦେଲେ; ହେଲମେଟ ପିନ୍ଧି ନଥିଲେ ବୋଲି ବାପାଙ୍କର ଚାଲାଣ କାଟିଲେ”
Author Archives: Raghaba
ଚାଇନା ଟିକା : ଯିଏ ନେଲା ପସ୍ତେଇଲା…ଚୀନ ଟିକାରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା
କନକ ବ୍ୟୁରୋ: କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ ପସ୍ତାଇଛି । ଚୀନ ଦ୍ୱାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତି ଯେ, ଚୀନContinue reading “ଚାଇନା ଟିକା : ଯିଏ ନେଲା ପସ୍ତେଇଲା…ଚୀନ ଟିକାରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା”
କୃଷକଙ୍କ ଟ୍ରାକ୍ଟର ରାଲି ନେଇ ବଡ ବୟାନ ରଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ସମ୍ବିତ ପାତ୍ର କହିଲେ, ଯାହାଙ୍କୁ ଅନ୍ନଦାତା କହୁଥିଲୁ, ଆଜି ସେମାନେ ଆତଙ୍କବାଦୀ ସାବ୍ୟସ୍ତ ହେଲେ
ମଙ୍ଗଳବାର ଦିନ ୩ଟି କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନର ଟ୍ରାକ୍ଟର ପରେଡ ହିଂସାତ୍ମକ ରୂପ ନେବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେଉଁମାନଙ୍କୁ ଅନ୍ନଦାତା ବୋଲି ବିବେଚନା କରାଯାଉଥିଲା ସେମାନେ ଆଜି ଆତଙ୍କବାଦୀ ହୋଇଗଲେ | ଅନ୍ନଦାତାଙ୍କୁ ବଦନାମ ନ କରି ଆତଙ୍କବାଦୀଙ୍କୁ ଆତଙ୍କବାଦୀ ହିଁ କୁହନ୍ତୁ | ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ଯେଉଁମାନଙ୍କୁ ଆମେ ଅନେକ ଦିନ ଧରି ଅନ୍ନଦାତା ବୋଲିContinue reading “କୃଷକଙ୍କ ଟ୍ରାକ୍ଟର ରାଲି ନେଇ ବଡ ବୟାନ ରଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ସମ୍ବିତ ପାତ୍ର କହିଲେ, ଯାହାଙ୍କୁ ଅନ୍ନଦାତା କହୁଥିଲୁ, ଆଜି ସେମାନେ ଆତଙ୍କବାଦୀ ସାବ୍ୟସ୍ତ ହେଲେ”
ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ: ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ; କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ
କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୫ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ ଟ୍ରାକ୍ଟର ରାଲିକୁ ସ୍ଥଗିତContinue reading “ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ: ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ; କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ”
ପ୍ରତାରଣା କରି ଛାଡି ପଳାଇଲେ ସ୍ତ୍ରୀ : କୋର୍ଟର ଦ୍ୱାରସ୍ଥ ହେଲେ ସ୍ୱାମୀ; ଆଶ୍ୱାସନା ଦେଇ କୋର୍ଟ କହିଲେ,‘ପତ୍ନୀଙ୍କୁ ଭୁଲିଯାଅ ଆଉ ଜଣଙ୍କୁ ଖୋଜ’
କନକ ବ୍ୟୁରୋ : ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ । ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ବିଚାରପତି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଅସନ୍ତୁଷ୍ଟ ସ୍ୱାମୀଙ୍କୁ କହିଛନ୍ତି ଯେ, ପର ଲୋକContinue reading “ପ୍ରତାରଣା କରି ଛାଡି ପଳାଇଲେ ସ୍ତ୍ରୀ : କୋର୍ଟର ଦ୍ୱାରସ୍ଥ ହେଲେ ସ୍ୱାମୀ; ଆଶ୍ୱାସନା ଦେଇ କୋର୍ଟ କହିଲେ,‘ପତ୍ନୀଙ୍କୁ ଭୁଲିଯାଅ ଆଉ ଜଣଙ୍କୁ ଖୋଜ’”
ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା: ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ; ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ
କନକ ବ୍ୟୁରୋ: ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା । ଗଣନାରୁ ଜଣାପଡ଼ିଲା ଭିତରକନିକାରେ ଅଛନ୍ତି ୧୬ଟି ଧଳା କୁମ୍ଭୀର । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି । ଯାହାକି ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠାରୁ ଅଧିକ । ଏଠାରେ ୧୮ ଫୁଟ ଲମ୍ବର ଧଳା ଅଣ୍ଡିରା ବଉଳା କୁମ୍ଭୀର ଥିବା ବେଳେ କାଳିଭଂଜଡ଼ିଆ ନିକଟରେ ୧୬ ଫୁଟର ମାଈ ବଉଳା କୁମ୍ଭୀର ଅଛନ୍ତି ।Continue reading “ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା: ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ; ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ”
ମୋ ସ୍କୁଲ ଅଭିଯାନ : ବାଲେଶ୍ବର ରାଜ୍ୟରେ ପ୍ରଥମ; ପାଣ୍ଠି ସଂଗ୍ରହରେ ଭୋଗରାଇ ବ୍ଲକ୍ ଜିଲ୍ଲାରେ ପ୍ରଥମ
କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନରେ ବାଲେଶ୍ବର ଜିଲ୍ଲା ରାଜ୍ୟର ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲ୍ଲାରୁ ମୋଟ ୩ କୋଟି ୩୨ ଲକ୍ଷ ୧୦ ହଜାର ୧୧୭ଟଙ୍କା ପାଣ୍ଠି ସଂଗ୍ରହ କରାଯାଇ ମୋ ସ୍କୁଲ ଅଭିଯାନରେ ଜମା କରାଯାଇଛି । ବାହାନଗା ବ୍ଲକରେ ୩ ଲକ୍ଷ ୪୯ ହଜାର ୭୧୦ ଟଙ୍କା, ବାଲିଆପାଳ ବ୍ଲକ ୧୪ ଲକ୍ଷ ୬୩ ହଜାର ୪୦୨ ଟଙ୍କା, ବସ୍ତା ବ୍ଲକ ୩୬ ଲକ୍ଷ ୬୬Continue reading “ମୋ ସ୍କୁଲ ଅଭିଯାନ : ବାଲେଶ୍ବର ରାଜ୍ୟରେ ପ୍ରଥମ; ପାଣ୍ଠି ସଂଗ୍ରହରେ ଭୋଗରାଇ ବ୍ଲକ୍ ଜିଲ୍ଲାରେ ପ୍ରଥମ”
ଭଦ୍ରକରେ ଚାଲିଛି ବେଆଇନ ବାଲିଚାଲାଣ । ବିନା ଟେଣ୍ଡରରେ ବୈତରଣୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ୍ ବାଲି । ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଅଭିଯୋଗ
କନକ ବ୍ୟୁରୋ: ଭଣ୍ତାରିପୋଖରୀ ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେତେବେଳେ କେମିତି ନାମକୁମାତ୍ର ରାଜସ୍ବ ଅଧିକାରୀ କିମ୍ବା ପୁଲିସ ଅଧିକାରୀମାନେ ରାସ୍ତାରୁ କେତୋଟି ବାଲି ଗାଡି ଧରି ବାହାବା ନେଉଛନ୍ତି ସତ, ହେଲେ ପ୍ରକୃତ ବାଲି ମାଫିଆଙ୍କ ନିକଟରେ ଏମାନେ ପହଞ୍ଚି ପାରୁନହାଁନ୍ତି । ଯେଉଁଥିପାଇଁ ଦିନରାତି ନଦୀର ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ସହିତ ଚୋରାContinue reading “ଭଦ୍ରକରେ ଚାଲିଛି ବେଆଇନ ବାଲିଚାଲାଣ । ବିନା ଟେଣ୍ଡରରେ ବୈତରଣୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ୍ ବାଲି । ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଅଭିଯୋଗ”
ପ୍ରସଙ୍ଗ ଏକ ହେଲେ ବିରୋଧର ତରିକା ଅଲଗା ! ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା । କେନ୍ଦ୍ରକୁ ଆଙ୍ଗୁଠି ଦେଖାଇଲେ କଂଗ୍ରେସ ଏବଂ ବିଜେଡି
କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଗତକାଲି ଗଣମାଧ୍ୟମ ସାମ୍ନାରେ ପରସ୍ପର ବିରୋଧରେ ବିଷୋଦ୍ଗାର କରିବାକୁ ଭୁଲିନାହାନ୍ତି। ଫଳରେ ସାଧାରଣତନ୍ତ୍ର ଦିବସରେ ବି ଚାଷୀ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି। ବିଜେପି ସଭାପତି ସମୀର ମହାନ୍ତି ଗତକାଲି ନିଜ ପ୍ରତିକ୍ରିୟାContinue reading “ପ୍ରସଙ୍ଗ ଏକ ହେଲେ ବିରୋଧର ତରିକା ଅଲଗା ! ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା । କେନ୍ଦ୍ରକୁ ଆଙ୍ଗୁଠି ଦେଖାଇଲେ କଂଗ୍ରେସ ଏବଂ ବିଜେଡି”
ଗାଁ ଗୌରବ ଅସ୍ତରଙ୍ଗର ଶୋଭାକର ବେହେରା: ୨୭ ବର୍ଷ ହେଲା ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ଜୀବନକୁ ଉତ୍ସର୍ଗ କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ
କନକ ବ୍ୟୁରୋ: ପରିବେଶ ପାଇଁ ୨୭ ବର୍ଷ । ଆଜିକାଲିର ଯୁବପିଢୀ ସରକାରୀ ଚାକିରୀ ପଛରେ ଧାଉଁଥିବା ବେଳେ ଉଚ ଶିକ୍ଷିତ ଯୁବକ ଶୋଭାକର ବେହେରା ଅନେକ ସରକାରୀ ଚାକିରୀକୁ ପ୍ରତ୍ୟାଖାନ କରିଛନ୍ତି । ପରିବେଶ ଓ ଜୀବ ସୁରକ୍ଷାରେ ନିଜକୁ ଉତ୍ସର୍ଗ କରିଛନ୍ତି । ପ୍ରାକୃିତକ ପରିବେଶ ଓ ଜୀବଜନ୍ତୁଙ୍କୁ ଭଲ ପାଉଥିବା ଦରଦୀ ମଣିଷ ଶୋଭାକରଙ୍କୁ ନେଇ ଗର୍ବ କରନ୍ତି ତାଙ୍କ ଗ୍ରାମବାସୀ । ପୁରୀ ଅସ୍ତରଙ୍ଗ ବ୍ଳକ ଗୁଣ୍ଡଳବା ଗାଁର ଶୋଭାକର ବେହେରାContinue reading “ଗାଁ ଗୌରବ ଅସ୍ତରଙ୍ଗର ଶୋଭାକର ବେହେରା: ୨୭ ବର୍ଷ ହେଲା ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ଜୀବନକୁ ଉତ୍ସର୍ଗ କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ”