ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ: ୨୦୨୧ରେ ୧୧.୫% ଅଭିବୃଦ୍ଧି ନେଇ ଆକଳନ

କନକ ବ୍ୟୁରୋ: ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ । ଏଥିରେ ୨୦୨୧ରେ ୧୧ ଦଶମିକ ୫ ପ୍ରତିଶତ ଅଭିବୃଦ୍ଧି ନେଇ ଆକଳନ ହୋଇଛି । ଏହାସହ ଅଭିବୃଦ୍ଧି ହାରରେ ଦୁଇଅଙ୍କ ଛୁଇଁବାରେ ଚଳିତବର୍ଷ ଭାରତ ଏକମାତ୍ର ଦେଶ ପାଲଟିବ ବୋଲି କୁହାଯାଇଛି । ଅନ୍ୟପଟେ, ନିକଟରେ ପ୍ରକାଶ ପାଇଥିବା ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ, କରୋନା କେବଳ ଲୋକଙ୍କ ଜୀବନ ନେଉନାହିଁ; ବଞ୍ଚିଥିବାContinue reading “ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ: ୨୦୨୧ରେ ୧୧.୫% ଅଭିବୃଦ୍ଧି ନେଇ ଆକଳନ”

କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଧଳା ଜହର ଜବତ: ଭଦ୍ରକ ଚାନ୍ଦବାଲି ରୋଡରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲା ଏସଟିଏଫ

କନକ ବ୍ୟୁରୋ: କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଭଦ୍ରକ ଚାନ୍ଦବାଲି ରୋଡରେ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ମୀର ମିନହାଜ କାଦ୍ରି ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଳା ଚାନ୍ଦବାଲି ରୋଡ୍‌ରୁ ୧ କିଲୋ ୧୪୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛିContinue reading “କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଧଳା ଜହର ଜବତ: ଭଦ୍ରକ ଚାନ୍ଦବାଲି ରୋଡରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲା ଏସଟିଏଫ”

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ : ଆରଟିପିସିଆର ପଦ୍ଧତିରେ ପ୍ରତିଦିନ ୫୦ ଜଣଙ୍କ ପରୀକ୍ଷା କରାଯିବ; ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ପରୀକ୍ଷା କରାଯିବ । ଆଉ ଏହି ପରୀକ୍ଷା ଆରଟିପିସିଆର ପଦ୍ଧତିରେ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ଫେବ୍ରୁଆରୀ ୨୭ ଯାଏଁ ଏହି ପରୀକ୍ଷା ଚାଲିବ । ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ ଟେଷ୍ଟContinue reading “ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ : ଆରଟିପିସିଆର ପଦ୍ଧତିରେ ପ୍ରତିଦିନ ୫୦ ଜଣଙ୍କ ପରୀକ୍ଷା କରାଯିବ; ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା”

ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା: ହିଂସାକାଣ୍ଡ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ; ରାହୁଲ କହିଲେ, ହିଂସାରୁ କିଛି ମିଳିବନି, ଆଇନ ପ୍ରତ୍ୟାହାର କରୁ କେନ୍ଦ୍ର

କନକ ବ୍ୟୁରୋ: ମଙ୍ଗଳବାର ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା କରାଯାଇଛି । ସ୍ୱରାଜ ଇଣ୍ଡିଆର ସଭାପତି ତଥା ଚାଷୀ ନେତା ଯୋଗେନ୍ଦ୍ର ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଯୋଗେନ୍ଦ୍ର କହିଛନ୍ତି ଯେ, ଟ୍ରାକ୍ଟର ରାଲି ବେଳେ ଏପରି ହିଂସାକାଣ୍ଡ ଲଜ୍ଜାଜନକ । ଚାଷୀ ଆନ୍ଦୋଳନରେ ସେ ସାମିଲ ରହିଆସିଥିବାରୁ ସେ ମଧ୍ୟ ଉତ୍ତରଦାୟୀ ବୋଲି କହିଛନ୍ତି । ତେବେ ଅନ୍ୟ କିଛି ଚାଷୀ ନେତା ଏହି ହିଂସାକାଣ୍ଡ ପାଇଁ କେନ୍ଦ୍ର ସରକାରଙ୍କContinue reading “ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା: ହିଂସାକାଣ୍ଡ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ; ରାହୁଲ କହିଲେ, ହିଂସାରୁ କିଛି ମିଳିବନି, ଆଇନ ପ୍ରତ୍ୟାହାର କରୁ କେନ୍ଦ୍ର”

ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ

କନକ ବ୍ୟୁରୋ: ଏସବୁ ଭିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ହିଂସାକାରୀମାନେ କେମିତି ପୁଲିସ୍ କର୍ମଚାରୀଙ୍କ ପ୍ରତି ଉଗ୍ର ହୋଇପଡ଼ୁଛନ୍ତି । ସେମାନଙ୍କୁ ଶାନ୍ତ କରିବାକୁ ପୁଲିସ୍ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ଓଲଟା ଆକ୍ରମଣର ଶିକାର ହେଉଛନ୍ତି । ଆଉ ଏତେ ଜୋରରେ ଆକ୍ରମଣ କରାଯାଉଛି ଯେ, ନିଜକୁ ସୁରକ୍ଷିତ ରଖିବାକୁ ପୁଲିସକୁ ସେ ସ୍ଥାନ ଛାଡ଼ିବାକୁ ପଡ଼ୁଛି । ଏପରିକି ସେମାନେ ପାଚେରୀ ତଳକୁ ଡେଇଁପଡ଼ୁଛନ୍ତି । କାରଣ ଆଗରେ ଥିବାContinue reading “ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ”

ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା । ଏହି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁContinue reading “ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ”

ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି

କନକ ବ୍ୟୁରୋ : ସହିଦର ବଳିଦାନକୁ କେବେ ବି ଭୁଲି ହେବନି । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକ । ୧୯୯୯ରେ କାର୍ଗିଲ ଯୁଦ୍ଧ ଲଢେଇ ବେଳେ ଘାଟି ଉପରେ ଶତ୍ରୁର ମୁକାବିଲା ବେଳେ ଟଳି ପଡିଥିଲେ ପ୍ରମୋଦ । ଆଜି ବି ସହିଦ ପୁଅର ସ୍ମୃତିକୁ ଝୁରି ହେଉଛି ରକ୍ତପଟ୍ଟା ଗାଁ । ୧୯୯୯ ମସିହାରContinue reading “ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି”

ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧରେ ଲଢେଇ କରି ବୀରତ୍ୱ ଦେଖାଇଥିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଂହପୁର ଗାଁର ବୀର ଯବାନ ଅନିରୁଦ୍ଧ ବରାଳ । କାର୍ଗିଲରେ ବାହ୍ୟ ଶତ୍ରୁଙ୍କ ଆଗରେ ଦମ୍ ଦେଖାଇଥିଲେ । ହେଲେ ନାଗାଲାଣ୍ଡରେ ଗୃହଶତ୍ରୁଙ୍କ ସହ ଲଢେଇ ବେଳେ, ଦେଶପାଇଁ ଦେଲେ ପ୍ରାଣବଳୀ । ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ସହ ଲଢେଇରେ ଯାଜପୁର ଜିଲ୍ଲାର ଲଢୁଆ ପୁଅ ଅନିରୁଦ୍ଧ ବରାଳ ସହିଦ ହୋଇଯାଇଥିଲେ । ହେଲେ ନାଗାଲାଣ୍ଡରେ ଯେଉଁ ବୀରତ୍ୱ ଦେଖାଇଥିଲେ,Continue reading “ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।”

ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ । 

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ନେତୃତ୍ୱ ନେଲେ ମହିଳା ପାଇଲଟ । ଜଣେ ରାଜପଥରେ ଏବଂ ଅନ୍ୟ ଜଣେ ରାଜପଥ ଉପରେ । ତେଜସ ବିମାନ ଓ ରୋହିନି ରାଡାର୍ସର ନେତୃତ୍ୱ ନେଲେ ଫ୍ଲାଇଟ ଲେଫ୍ଟନାଂଟ ଭାବନା କାନ୍ତ । ସେହିପରି ଏମଆଇ-୧୭ ଭି-୫ ବିମାନ ଉଡାଇଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ଏହାସହ ଆର୍ମିର ଏକମାତ୍ର କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇ ଶିଲକା ଆଣ୍ଟିContinue reading “ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ । “

ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।

କନକ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲାରେ ଏମିତି ଦୃଶ୍ୟ ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅଗଷ୍ଟ ୧୫ରେ ଯେଉଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ସେହିସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଶିଖ ସମ୍ପ୍ରଦାୟର ଧାର୍ମିକ ପତାକା ଉଡାଇଥିଲେ ଆନ୍ଦୋଳନରତ ଚାଷୀ । କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ଏକ ପ୍ରକାର କବଜାକୁ ନେଇଥିଲେ । ଆଉ ପତାକା ଉଡାଇଥିଲେ । ଦିଲ୍ଲୀ ପୋଲିସକୁ ଦେଇଥିବାContinue reading “ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।”

Design a site like this with WordPress.com
Get started