କନକ ବ୍ୟୁରୋ : ଏଣିକି ସହଜ ହୋଇଯିବ ଜଗା ଦର୍ଶନ । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ଏସଓପି ଆଧାରରେ ହେବ ଜଗନ୍ନାଥଙ୍କ ଦର୍ଶନ । ବଡ କଥା ହେଲା ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ପ୍ରତିଦିନ ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ପୁରୀର ସ୍ଥାନୀୟ ବାସିନ୍ଦା ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରା ଦେଇ ଦର୍ଶନ କରିପାରିବେContinue reading “୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ “
Author Archives: Raghaba
ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି ପାଶ୍ୱର୍ ପ୍ରତିକ୍ରିୟା ।
କନକ ବ୍ୟୁରୋ : କରୋନା ଟିକା ନେଇ ଯେତିକି ବ୍ୟାକୁଳତାର ସହ ଲୋକେ ଅପେକ୍ଷା କରିଥିଲେ, ମନରେ ରହିଥିଲା ସେତିକି ଆଶଙ୍କା । ତେବେ ପ୍ରଥମ ଦିନର ଟିକାକରଣ ଅନେକ ଆଶ୍ୱସ୍ତି ଆଣିଦେଇଛି । ଟିକା ନେଇଥିବା ବ୍ୟକ୍ତି କହିଛନ୍ତି, ସେମାନଙ୍କ ଦେହରେ ବିଶେଷ କିଛି ପ୍ରାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇନି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ବ୍ୟକ୍ତିଙ୍କ ମଧ୍ୟରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା ।Continue reading “ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି ପାଶ୍ୱର୍ ପ୍ରତିକ୍ରିୟା । “
ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ ହତ୍ୟାକାରୀ । ବାଲେଶ୍ୱରରୁ ଆସିଲା ଲୋମଟାଙ୍କୁରା କାହାଣୀ ।
କନକ ବ୍ୟୁରୋ: ଝିଅକୁ ମାରିବା ପାଇଁ ମା ଦେଲା ସୁପାରୀ । ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ୩୬ ବର୍ଷର ବିବାହିତା ଝିଅକୁ ଜୀବନରେ ମାରିଦେବା ପାଇଁ ୫୮ବର୍ଷିୟ ମା ଦେଇଥିଲା ସୁପାରୀ । ପୋଲିସର ସୂଚନା ଅନୁସାରେ ଝିଅ ମଦ ବେପାର କରିବା ସହିତ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା । ଏଥିରୁ ନିବୃତ ରହିବା ପାଇଁ ମା ବାରମ୍ବାର ଉଦ୍ୟମ କରି ଫେଲ ମାରିଥିଲାContinue reading “ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ ହତ୍ୟାକାରୀ । ବାଲେଶ୍ୱରରୁ ଆସିଲା ଲୋମଟାଙ୍କୁରା କାହାଣୀ ।”
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୬ରେ ଅଲଆଉଟ । ଅଷ୍ଟ୍ରେଲିଆ ୫୪ରେ ଆଗୁଆ ।
କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନସ୍ଥିତ ଗ୍ୟାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍ର ତୃତୀୟ ଦିବସରେ ଶେଷ ହୋଇଥିବା ପ୍ରଥମ ଇନିଙ୍ଗ୍ସ୍ରେ ଭାରତ ୩୩୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ ଅଷ୍ଟ୍ରେଲିଆ ୬ ଓଭରରେ ୨୧ ରନ କରିଛି । ଏହାସହ ୫୪ ରନରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ଭାରତର ସପ୍ତମ ଉଇକେଟ୍ ଯୋଡ଼ିରେ ରବିବାର ଦିନ ଓ୍ଵାସିଂଟନ୍ ୬୨ ଏବଂ ଠାକୁର ୬୭ ରନ୍ ସଂଗ୍ରହ କରି ଭାରତର ସ୍ଥିତିକୁContinue reading “ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୬ରେ ଅଲଆଉଟ । ଅଷ୍ଟ୍ରେଲିଆ ୫୪ରେ ଆଗୁଆ ।”
ଅପରାଜିତା ଆରମ୍ଭ କଲେ ‘ସମର୍ଥ’ ଟ୍ରଷ୍ଟ । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ କରାଯିବ ସାହାଯ୍ୟ ।
କନକ ବ୍ୟୁରୋ: ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଯିବ । ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନାContinue reading “ଅପରାଜିତା ଆରମ୍ଭ କଲେ ‘ସମର୍ଥ’ ଟ୍ରଷ୍ଟ । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ କରାଯିବ ସାହାଯ୍ୟ ।”
ଶତାବ୍ଦୀଙ୍କୁ ସନ୍ତୁଷ୍ଟ କରିବାକୁ ମମତା ନେଲେ ଏଭଳି ପଦକ୍ଷେପ । ବିଜେପିରେ ଯୋଗଦେବା ପୂର୍ବରୁ ଦିଦି ଖେଳିଲେ କ୍ଷମତା ଚାଲ୍
କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ବିଧାୟକ ଓ ସାଂସଦ ମାନେ ମମତାଙ୍କୁ ଚକମା ଦେଇ ବିଜେପିରେ ସାମିଲ ହେଉଥିବା ବେଳେ ଏବେ ସେମାନଙ୍କୁ ଅଟକାଇବାକୁ ମମତା ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ସହ କିଛି ବିଧାୟକ ଓ ସାଂସଦ ବିଜେପିରେ ଯୋଗ ଦେଇସାରିଛନ୍ତି । ସେମାନଙ୍କୁ ଅଟକାଇବାକୁ ମମତା ପ୍ରସ୍ତୁତ ନଥିବା ବେଳେ ଅନ୍ୟକିଛିContinue reading “ଶତାବ୍ଦୀଙ୍କୁ ସନ୍ତୁଷ୍ଟ କରିବାକୁ ମମତା ନେଲେ ଏଭଳି ପଦକ୍ଷେପ । ବିଜେପିରେ ଯୋଗଦେବା ପୂର୍ବରୁ ଦିଦି ଖେଳିଲେ କ୍ଷମତା ଚାଲ୍”
ଫୁଲ ଖାଇଯାଉଛି ପୋକ । ଅମଳ ଆଗରୁ ଚିନା ବାଦାମ ବିଲରେ ଆତଙ୍କ ସୃଷ୍ଟି କରିଛି ରୋଗ ପୋକ ।
କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହୋଇଛି କାଳମୁଣ୍ଡି ପୋକ । ଖାଇ ସଫା କରିଦଉଛି ସୁନାର ଫସଲ । ଦିନ କେଇ ଟାରେ ଅମଳ ହୋଇଥାନ୍ତା ଚିନା ବାଦାମ । ହେଲେ ଅମଳ ଆଗରୁ ଫସଲରେ କାଳମୁଣ୍ଡି ପୋକ ଲାଗିବାରୁ ଗଛ ସବୁ ନଷ୍ଟ ହୋଇଗଲାଣି । ଚାଷି ଫସଲ ବଂଚାଇବା ପାଇଁ କିଟନାଶକ ପ୍ରୟୋଗ କଲେ ବି କିଛି ଲାଭ ମିଳୁନାହିଁ । ଶହ ଶହ ଏକର ଜମିର ବାଦାମ ଫସଲ ନଷ୍ଟContinue reading “ଫୁଲ ଖାଇଯାଉଛି ପୋକ । ଅମଳ ଆଗରୁ ଚିନା ବାଦାମ ବିଲରେ ଆତଙ୍କ ସୃଷ୍ଟି କରିଛି ରୋଗ ପୋକ ।”
ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର । ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁ ଲୋକେ ଦେଉଛନ୍ତି ଜଙ୍ଗଲକୁ ସୁରକ୍ଷା ।
କନକ ବ୍ୟୁରୋ : ଏପଟେ ଗାଁ, ସେପଟେ ଜଙ୍ଗଲ । ମଝିରେ ଡେରେଜାଙ୍ଗ ଡ୍ୟାମ । ଆଉ ସବୁ ଦିନ ଡ୍ୟାମ ଡେଇଁ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ମାସେ କି ଦୁଇ ମାସ ନୁହେଁ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲତ କୁଲେଇ ଗ୍ରାମବାସୀ । ଅନକେ ସ୍ଥାନରେ କୋଠା, କଳ କାରଖାନା ଓ ରାସ୍ତା ନିର୍ମାଣ ପାଇଁ ଶହଶହ ଗଛ କଟା ହେଉଛି, କିନ୍ତୁ କୁଲେଇ ଗ୍ରାମବାସୀଙ୍କContinue reading “ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର । ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁ ଲୋକେ ଦେଉଛନ୍ତି ଜଙ୍ଗଲକୁ ସୁରକ୍ଷା ।”
ଅବହେଳିତ ଯାଜପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତି ପିଠ । ସହିଦ ହେବାର ୧୧ ବର୍ଷ ପରେ ବି ପଡ଼ିନି ପ୍ରଶାସନର ନଜର । ସ୍ମୃତିପୀଠ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ।
କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ୭୬ ଜଣ ସିଆରପିଏଫ୍ ଯବାନ । ସେମାନଙ୍କ ମଧ୍ୟରେ ଥିଲେ ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷିକେଶ ମଲିକ । ୨୦୧୦, ୬ ଏପ୍ରିଲରେ ନକ୍ସଲ ସହ ଲଢି ସହୀଦ ହୋଇଥିଲେ ହୃଷିକେଶ । ହେଲେ ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଆଖିରୁ ଲୁହ ସୁଖୁ ନଥିବା ବେଳେ ଅବହେଳିତ ସହିଦଙ୍କ ପରିବାର ଓ ସ୍ମୃତିପୀଠ । ଯବାନ ।Continue reading “ଅବହେଳିତ ଯାଜପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତି ପିଠ । ସହିଦ ହେବାର ୧୧ ବର୍ଷ ପରେ ବି ପଡ଼ିନି ପ୍ରଶାସନର ନଜର । ସ୍ମୃତିପୀଠ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ । “
ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା…
କନକ ବ୍ୟୁରୋ: ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା ଭଲ । ସେଇଥିପାଇଁ ଘରୁ ବାହାରି ରାସ୍ତା କଡରେ ଦହିବରା ବିକୁଛନ୍ତି ଏ ମହିଳା ଜଣଙ୍କContinue reading “ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା…”